ନକଲି ସାମଗ୍ରୀ ହବ୍‌ ଅନୁଗୋଳ

ଅନୁଗୋଳ ଅଫିସ, ୭।୨: ଯେତେ ଖୋଜିଲେ ସେତେ ବାହାରୁଛି। କମ୍ପାନୀ ଖୋଲି ଖାଦ୍ୟ ନାମରେ ଚାଲିଛି ବିଷ ବେପାର। ଭେଜାଲ ସାମଗ୍ରୀର ହବ୍‌ ପାଲଟିଛି ଶିଳ୍ପ ଜିଲା ଅନୁଗୋଳ। ନକଲି ତେଲ, ଅଟା, ହଳଦୀଗୁଣ୍ଡ ପରେ ସହର ଉପକଣ୍ଠ କୁମଣ୍ଡ-ଭଣ୍ଡୁବର ଅଞ୍ଚଳରୁ ଶନିବାର ସ୍ପେଶାଲ ସ୍କ୍ବାଡ୍‌ ଠାବ କରିଛି ଭେଜାଲ ଚିପ୍ସ କାରଖାନା। ପିଲାଙ୍କୁ ପ୍ରଲୋଭିତ କରିବା ଭଳି ଲୋଭନୀୟ ପ୍ୟାକେଟରେ ମିକ୍ସଚର, ଚଟପଟି ଖାଦ୍ୟ ବିକ୍ରି ହେଉଥିଲା। ଦୀର୍ଘ ୫ବର୍ଷ ଧରି ପୋଲିସ ଏବଂ ସ୍ବାସ୍ଥ୍ୟ ବିଭାଗ ଆଖିରେ ଧୂଳି ଦେଇ ଏଭଳି ବେଆଇନ କାରବାର ଚାଲିଥିବା ଜଣାପଡ଼ିଛି। କମ୍ପାନୀ ମାଲିକ ସନ୍ଦୀପ ଗୋଏଲଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଛି।


କୁମଣ୍ଡ-ଭଣ୍ଡୁବର ଅଞ୍ଚଳରେ ନକଲି ଚିପ୍ସ କାରଖାନା ଚାଲିଥିବା ସୂଚନା ପାଇ ସ୍ପେଶାଲ ସ୍କ୍ବାଡ୍‌ ଇନ୍‌ଚାର୍ଜ ଏସ୍‌ଆଇ ଦୀନକୃଷ୍ଣ ମିଶ୍ରଙ୍କ ନେତୃତ୍ୱରେ ଶନିବାର ଚଢ଼ାଉ କରାଯାଇଥିଲା। ଘଟଣାସ୍ଥଳରୁ ଚିପ୍ସ ବିକ୍ରିରେ ବ୍ୟବହୃତ ବିଭିନ୍ନ କମ୍ପାନୀର ଜରି ପ୍ୟାକେଟ୍‌, କଞ୍ଚାମାଲ, ମସଲାଗୁଣ୍ଡ, ୨୦୧୬ରେ ପ୍ରସ୍ତୁତ ହୋଇଥିବା ଚକୋଲେଟ୍‌, ମଶା ଧୂପକାଠି ସମେତ ବିକ୍ରି ଉଦ୍ଦେଶ୍ୟରେ ରଖାଯାଇଥିବା ବିପୁଳ ପରିମାଣର ସାମଗ୍ରୀ ଜବତ ହୋଇଛି। ଚିପ୍ସରେ ବ୍ୟବହୃତ ତଥା ସ୍ବାଦ ବଢ଼ାଉଥିବା ମସଲା ମଧ୍ୟ ମିଳିଛି। ଉକ୍ତ ସାମଗ୍ରୀ ଏଠାରୁ ପ୍ରସ୍ତୁତ କରି ଜିଲାର ବିଭିନ୍ନ ସ୍ଥାନକୁ ଯୋଗାଣ ହେଉଥିଲା। ଦୀର୍ଘ ୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ଉକ୍ତ କମ୍ପାନୀ ଚାଲିଥିଲା। ପ୍ରାଥମିକ ତଦନ୍ତରୁ କାରଖାନାର କୌଣସି ପଞ୍ଜୀକରଣ ନ ଥିବା ଏବଂ ଖାଦ୍ୟ ପ୍ରସ୍ତୁତ କରିବାକୁ ଅନୁମତି ମିଳି ନ ଥିବା ଜଣାପଡ଼ିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଖାନତଲାସି ଜାରି ରହିଥିଲା। ଚଢ଼ାଉରେ ସ୍ପେଶାଲ ସ୍କ୍ବାଡ୍‌ ଅଧିକାରୀ, ଅନୁଗୋଳ ଏସ୍‌ଡିପିଓ ଅଶ୍ବନୀ କୁମାର ସାହୁ, ସଦର ଥାନାଧିକାରୀ ପ୍ରଭାତ ତ୍ରିପାଠୀ, ଏସ୍‌ଆଇ ପ୍ରକାଶ ଚନ୍ଦ୍ର ମାଝି ସଦଳବଳ ସାମିଲ ହୋଇଛନ୍ତି।
ସୂଚନାଯୋଗ୍ୟ, ଗତ ୨୯ ତାରିଖରେ ଅନୁଗୋଳ ଥାନା ସରଦାପୁର ଗ୍ରାମରେ ନକଲି ପାମୋଲିନ୍‌ ତେଲ କାରଖାନା ଜବତ ହୋଇଥିଲା। ଏହି ଘଟଣାରେ ମାଷ୍ଟରମାଇଣ୍ଡ ଦାଦା-ପୁତୁରାଙ୍କ ସମେତ ୫ ଜଣ କୋର୍ଟ ଚାଲାଣ ହୋଇଥିଲେ। ସେହିପରି ଗତ ୩୧ ତାରିଖରେ ବଅଁରପାଳ ଥାନା ଅନ୍ତର୍ଗତ ତଳମୂଳଠାରେ ବିପୁଳ ପରିମାଣର ଅପମିଶ୍ରିତ ଅଟା, ହଳଦୀଗୁଣ୍ଡ ପ୍ରସ୍ତୁତ କରାଯାଉଥିବା କାରଖାନା ଧରାପଡ଼ିଥିଲା। ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି। ଅନୁଗୋଳ ଜିଲାର ବିଭିନ୍ନ ସ୍ଥାନରୁ ଏଭଳି ନକଲି ସାମଗ୍ରୀ କାରବାର ପଦାକୁ ଆସୁଛି। ପୋଲିସ, ସ୍ପେଶାଲ ସ୍କ୍ବାଡ୍‌, ଗୋଇନ୍ଦା ବିଭାଗ ଖାନତଲାସି କଲେ ଆହୁରି ଏଭଳି ଅନେକ କମ୍ପାନୀର ଗୁମର ଖୋଲିବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଗୋପରେ ଖୁବ୍‌ଶୀଘ୍ର ପ୍ରାକୃତିକ ଗ୍ୟାସ ଖନନ’

ଗୋପ,୨।୮(ଡି.ଏନ୍‌.ଏ.):ପୁରୀ ଜିଲା ଗୋପ ବ୍ଲକ ଅଞ୍ଚଳରେ ଖୁବ୍‌ଶୀଘ୍ର ପ୍ରାକୃତିକ ଗ୍ୟାସ୍‌ ଖନନ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ଏଠାରେ ତୈଳ ଓ ପ୍ରାକୃତିକ ଗ୍ୟାସ ଭରପୂର...

ଇଲେକ୍ଟ୍ରୋନିକ୍ସ ମ୍ୟାନୁଫ୍ୟାକ୍‌ଚରିଂକୁ ପ୍ରୋତ୍ସାହନ

ଭୁବନେଶ୍ୱର,୧୨।୧୧ (ବ୍ୟୁରୋ):ରାଜ୍ୟରେ ଇଲେକ୍ଟ୍ରୋନିକ୍ସ ମ୍ୟାନୁଫ୍ୟାକ୍ଚରିଂକୁ ପ୍ରୋତ୍ସାହିତ କରିବାକୁ ରାଜ୍ୟ ସରକାର ଖୁବ୍‌ଶୀଘ୍ର ଇଲେକ୍ଟ୍ରୋନିକ୍ସ ସିଷ୍ଟମ ଡିଜାଇନ୍‌ ଆଣ୍ଡ୍‌ ମ୍ୟାନୁଫ୍ୟାକ୍ଚରିଂ(ଇଏସ୍‌ଡିଏମ୍‌) ପଲିସି ବା ଇଲେକ୍ଟ୍ରୋନିକ୍ସ ନୀତି ଆଣିବେ।...

ମାର୍ଚ୍ଚ ୪ରେ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା

କଟକ ଅଫିସ,୧୫।୨:ଷଷ୍ଠ, ସପ୍ତମ, ଅଷ୍ଟମ ଏବଂ ନବମଶ୍ରେଣୀ ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ପ୍ରବେଶିକା ପରୀକ୍ଷା ମାର୍ଚ୍ଚ ୪ ତାରିଖରେ ଅନୁଷ୍ଠିତ ହେବ। ମଙ୍ଗଳବାରଠାରୁ...

ହିତାଧିକାରୀଙ୍କ ସଂଖ୍ୟାରେ ହେରଫେର

କେନ୍ଦ୍ରାପଡ଼ା ଅଫିସ,୩୦।୮: ଖରସ୍ରୋତା ନଦୀରୁ ଭଦ୍ରକକୁ ପାଣି ଦେବା ବିବାଦ ଏବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆଡ଼କୁ ମୁହଁାଉଛି। ଭିତରକନିକା ଇକୋ ସେନ୍ସିଟିଭ ଜୋନ୍‌ ମିଟିଂ ପ୍ରୋସିଡିଂ,...

ପୁରୀରେ ପହଞ୍ଚିଲା ରଥକାଠ

ପୁରୀ ଅଫିସ,୨।୨: ଜୁଲାଇ ୧ରେ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରଥ ନିର୍ମାଣ ଲାଗି ଦଶପଲ୍ଲୀ ବନାଞ୍ଚଳରୁ ରଥକାଠ...

ରିମାଣ୍ଡ ଅବଧି ଶେଷ: ଜେଲଗଲେ ପାଠକ ବାପ-ପୁଅ

ଭୁବନେଶ୍ୱର, ୫।୧୨(ବ୍ୟୁରୋ): ରିମାଣ୍ଡ ଅବଧି ଶେଷ ହେବା ପରେ ପୁଣି ଥରେ ଶନିବାର ଜେଲ ଗଲେ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଏବଂ ପୁଅ ଆକାଶ ପାଠକ।...

ନୂଆଗାଁ ବ୍ଲକରେ ସାମାଜିକ ସମୀକ୍ଷା ପ୍ରହସନ: ସହଯୋଗ କରୁନାହାନ୍ତି କର୍ମଚାରୀ

ନୂଆଗାଁ,୧ା୧୦(ଡି.ଏନ.ଏ.): ପ୍ରତି ଆର୍ଥତ୍କ ବର୍ଷରେ ପଞ୍ଚାୟତ ସମିତି, ଗ୍ରାମ ପଞ୍ଚାୟତ ଓ ଅନ୍ୟାନ୍ୟ ବିଭାଗ ଦ୍ୱାରା ବିଭିନ୍ନ ଯୋଜନାରେ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପ ଗୁଡିକ ସାମାଜିକ...

ହାତୀମୃତ୍ୟୁ ଘଟଣାରେ ୬ ଗିରଫ

ରାଉରକେଲା ଅଫିସ,୧୬।୯: ରାଉରକେଲା ବନଖଣ୍ଡ ଅଧୀନ ବାଙ୍କି ଅଞ୍ଚଳରେ ଏକ ହାତୀ ମୃତ୍ୟୁ ଘଟଣାରେ ବନ ବିଭାଗ ୬ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ...

Advertisement
Archives

Model This Week