Posted inଜାତୀୟ

ନକଲି ନର୍ସିଂହୋମରେ ୭ ଶିଶୁଙ୍କୁ ଜୀବନ ଗଲା: ଡାକ୍ତରଙ୍କ ନାହିଁ ଡିଗ୍ରୀ, ନର୍ସ ୧୦ମ ଫେଲ୍‌

ଭୋପାଳ,୨୩।୫: ମଧ୍ୟପ୍ରଦେଶ ରାଜଗଡ଼ରେ କରୋନା ସମୟରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ନକଲି ନର୍ସିଂହୋମ ଏବଂ ଡାକ୍ତରଙ୍କ ଯୋଗୁ ୭ ଶିଶୁ ପ୍ରାଣ ହରାଇଛନ୍ତି। ଏହି ମାମଲା ସାମ୍ନାକୁ ଆସିବା ପରେ ନର୍ସିଂହୋମ ର ୨୨ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ନର୍ସିଂହୋମ ର ନିର୍ଦ୍ଦେଶକ ଫେଣାର ଅଛନ୍ତି। ରାଜଗଡରେ ଥିବା ଏହି ନର୍ସିଂହୋମରେ ନକଲି ଡାକ୍ତର ଏବଂ ଦଶମ ବିଫଳ ନର୍ସଙ୍କ ଯୋଗୁ ଅନେକ ମା’ଙ୍କୁ ନିଜ ପିଲାଙ୍କୁ ହରାଇବାକୁ ପଡିଛି। ସୂଚନାନୁସାରେ, ଏହି ନର୍ସିଂହୋମର ସଂଚାଳନ ବିନୋଦ ଶର୍ମା, ସାହିଲ ଉଦ୍ଦିନ ଏବଂ ତନଭୀର ୱାର୍ସିଙ୍କ ନାମରେ ପରିଚାଳିତ କରାଯାଉଥିଲା। ଏଠାରେ ବିନୋଦ ଶର୍ମା ଏବଂ ସାହିଲ ଉଦ୍ଦିନ ଡାକ୍ତର ଭାବରେ କାର୍ଯ୍ୟ କରୁଥିଲେ। ଜିଲାପାଳ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଅଜୟ ନକୱାଲ ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ପ୍ରସବ ପାଇଁ ଏହି ନର୍ସିଂହୋମକୁ ଆସିବା ପରେ ଏହାର ପର୍ଦ୍ଦାଫାଶ ହୋଇଥିଲା। ନର୍ସିଂହୋମର ଅବହେଳା ଯୋଗୁ ଅଜୟଙ୍କ ସନ୍ତାନର ମୃତ୍ୟୁ ଘଟିଥିଲା। ଏହା ପରେ ଅଜୟ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ଖୋଳତାଡ ଆରମ୍ଭ ହେବାରୁ ନର୍ସଂହୋମ କର୍ମଚାରୀଙ୍କ ଅସଲ ମୁଖା ଖୋଲିଥିଲା। ସେଠାରେ କାର୍ଯ୍ୟକରୁଥିବା ଡାକ୍ତରଙ୍କ କୌଣସି ଡିଗ୍ରୀ ନ ଥିବାବେଳେ ନର୍ସ ୧୦ମ ଫେଲ୍‌ ବୋଲି ଜଣାପଡିଛି। ପୋଲିସ ଏହି ମାମଲାରେ ୨୨ ଜଣଙ୍କୁ ଗିରଫ କରିଥିବାବେଳେ ଅନେକ ଫେରାର ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭାଇରସ: ଚିକିତ୍ସା କରୁଥିବା ଡାକ୍ତରଙ୍କ ପରିବାର ହେଲେ ସଂକ୍ରମିତ

ନୂଆଦିଲ୍ଲୀ,୨୬।୩: କରୋନା, କ୍ୱାରାଣ୍ଟାଇନ୍‌, ଆଇସୋଲେଶନ। ଏବେ ଏହି ଶବ୍ଦର ବହୁଳ ବ୍ୟବହାର କରାଯାଉଛି। ଆଉ ଏହି ଶବ୍ଦ ଗୁଡିକ ସାଧାରଣ ଜନତା ପାଇଁ ସୃଷ୍ଟି କରିଛି...

ଲକ୍ଷେ ୪୮ ହଜାର ଟପିଲା ସକ୍ରିୟ ମାମଲା …

ନୂଆଦିଲ୍ଲୀ, ୨୧।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ବୀରଭୂମ ହିଂସାକୁ ନେଇ ରାଜନୀତି ସରଗରମ, ବ୍ରେକଫାଷ୍ଟରେ ପଶ୍ଚିମବଙ୍ଗ ଭାଜପା ଏମପିଙ୍କୁ ଭେଟିବେ ମୋଦି

ନୂଆଦିଲ୍ଲୀ,୨୯ ।୩: ପଶ୍ଚିମବଙ୍ଗ ବୀରଭୂମ ହିଂସା ଘଟଣା ବେଳକୁ ବେଳ ରାଜନୀତି ପାଣିପାଗକୁ କରୁଛି ସରଗରମ । ରାଜ୍ୟର ଶାସକ ତ୍ରୁଣମୂଳ କଂଗ୍ରେସ ଓ ଭାରତୀୟ...

ଦିନକରେ ୭,୫୮୪ କୋଭିଡ୍‌ ସଂକ୍ରମିତ

ନୂଆଦିଲ୍ଲୀ,୧୧।୬: କୋଭିଡ୍‌ ସଂକ୍ରମଣ ପୁଣି ବଢ଼ିବା ସହ ଆଉ ଏକ ଲହର ଆସିବା ଆଶଙ୍କା ସୃଷ୍ଟି ହେଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭,୫୮୪...

ଘରୋଇ ହସ୍ପିଟାଲରେ ମାଗଣାରେ ହେବ କରୋନା ଚିକିତ୍ସା: ମୁଖ୍ୟମନ୍ତ୍ରୀ

ପଣଜୀ,୧୬।୫: ଗୋଆରେ କରୋନା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଗତ କିଛି ଦିନ ହେବ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ଅନେକ କରୋନା ରୋଗୀଙ୍କ ମୃତ୍ୟୁ ଘଟୁଛି।...

ମହିଳାଙ୍କୁ ଥରେ ସରୋଗେସି ପାଇଁ ଅନୁମତି, ନିର୍ଦ୍ଦେଶ ଜାରି କଲେ ସରକାର…

କୋଲକାତା,୧୦।୧୨ : ପଶ୍ଚିମବଙ୍ଗରେ ମହିଳାଙ୍କୁ ମାତ୍ର ଥରେ ସରୋଗେସି ପାଇଁ ଅନୁମତି ପ୍ରଦାନ କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଗଦଶିକା ଜାରି କରାଯାଇଛି। ଏହା...

ଆଇନମନ୍ତ୍ରୀଙ୍କ ସହିତ ଅଯଥା ବିବାଦ କରିବାକୁ ଚାହୁଁନି: ସିଜେଆଇ…

ନୂଆଦିଲ୍ଲୀ,୧୮।୩ : କଲେଜିୟମ ପ୍ରସଙ୍ଗରେ ଏବଂ ଆଇନମନ୍ତ୍ରୀ କିରେନ ରିଜିଜୁଙ୍କୁ ନେଇ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି(ସିଜେଆଇ) ଡିଓ୍ବାଇ ଚନ୍ଦ୍ରଚୂଡ଼ ଶନିବାର ପୁଣି ମୁହଁ ଖୋଲିଛନ୍ତି। ସେ...

ପୂର୍ବତନ କଂଗ୍ରେସ ମନ୍ତ୍ରୀ ସାଧୁ ସିଂ ଧର୍ମସୋତ ଗିରଫ

ଚଣ୍ଡିଗଡ଼,୭ ।୬: ପଞ୍ଜାବର ପୂର୍ବତନ କଂଗ୍ରେସ ମନ୍ତ୍ରୀ ସାଧୁ ସିଂ ଧର୍ମସୋତଙ୍କୁ ଗିରଫ କରାଯାଇଛି । ଏକ ଭ୍ରଷ୍ଟାଚାର ମାମଲାରେ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ...

Advertisement
Archives

Model This Week