ନକଲି ଔଷଧ

ଓଡ଼ିଶାରେ ନକଲି ଔଷଧ କାରବାର ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି। ଏପର୍ଯ୍ୟନ୍ତ ଚିନ୍ତା କରାଯାଉଥିଲା ଯେ ଚିନି, ଲୁଣ, ଖାଇବା ତେଲ, ଚାଉଳ, ଡାଲି, ସସ୍‌ ଆଦି ଖାଦ୍ୟପଦାର୍ଥ ଓଡ଼ିଶାରେ ନକଲି ଭାବେ ପ୍ରସ୍ତୁତ କରାଯାଉଛି। ରାଜ୍ୟର ଉତ୍ପାଦନ ଶକ୍ତି ବୃଦ୍ଧି ପାଉଛି ବୋଲି ଭାବି ଏହି ବେଆଇନ କାର୍ଯ୍ୟରୁ ଲାଭବାନ୍‌ ହେଉଥିବା ଚୋର ଗୋଷ୍ଠୀ ନିଶ୍ଚିତ ଭାବେ ଖୁସି ହେଉଥିବେ। ଏହି ଭେଜାଲ ସାମଗ୍ରୀ ପ୍ରସ୍ତୁତକାରୀ ଉଦ୍ୟୋଗରେ ଅନେକ ନିଯୁକ୍ତିର ସୁଯୋଗ ମଧ୍ୟ ସୃଷ୍ଟି ହୋଇଥିବ। କୌତୂହଳର ବିଷୟ ହେଉଛି ଯେ, ଏଭଳି କାର୍ଯ୍ୟ କେବେ ହେଲେ ସମ୍ପୃକ୍ତ ସରକାରୀ ଅଧିକାରୀ ଏବଂ ବ୍ୟବସାୟୀଙ୍କ ଅଜାଣତରେ ହୋଇପାରିବ ନାହିଁ। ସରକାରୀ ଅଧିକାରୀ ଆଖି ବୁଜିଦେଲେ କୌଣସି କୁକର୍ମ ଘଟି ନାହିଁ ବୋଲି ଚିନ୍ତା କରାଯାଏ। କିନ୍ତୁ ତାହାଠାରୁ କାହିଁ ଅଧିକ ଅପରାଧୀ ହେଲେ ସେହି ବ୍ୟବସାୟୀ ଗୋଷ୍ଠୀ, ଯେଉଁମାନେ ଏହିସବୁ ସାମଗ୍ରୀକୁ ବଜାରରେ ପହଞ୍ଚାଇ ଖୁଚୁରା ଦୋକାନୀ ମାଧ୍ୟମରେ ବିକ୍ରି କରାଇବାର ସୁବିଧା ସୁଯୋଗ ସୃଷ୍ଟି କରାଉଛନ୍ତି। ନକଲି ସାମଗ୍ରୀ ବିକ୍ରିରେ ଖୁଚୁରା ଦୋକାନୀର ସମ୍ପୃକ୍ତି ନିଶ୍ଚିତ ଭାବେ ରହିଥାଏ। ସେଥିପାଇଁ ଦୋକାନୀ ଏହି ସବୁଥିରେ ଅଧିକ ଲାଭ ପାଇଥାଏ। ଅର୍ଥାତ୍‌ ଉପରୁ ତଳ ପର୍ଯ୍ୟନ୍ତ ସମସ୍ତେ ନକଲି ସାମଗ୍ରୀର ଯୋଗାଣ ଶୃଙ୍ଖଳର ସକ୍ରିୟ ଭାଗୀଦାର ଏବଂ ସମସ୍ତେ ଏଥିରେ ନୀରବତା ରକ୍ଷାକରି ବିପୁଳ ଲାଭ ଉଠାଇଥାଆନ୍ତି।
ଏବେ କଟକରୁ ସବୁକିଛି ବେଆଇନ କାର୍ଯ୍ୟ ଚାଲିଥିବା ଜଣାପଡ଼ିବା ପରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ସ୍ଥାନୀୟ ଦୁଇ ଔଷଧ ମହଜୁଦକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବା କୁହାଯାଉଛି। ଅବଶ୍ୟ କେଉଁ ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଜାଣିବା ପାଇଁ ସାଧାରଣ ଲୋକଙ୍କ ପାଖରେ କୌଣସି ସାଧନ ନାହିଁ। ମିଳିଥିବା ସୂଚନା ଅନୁଯାୟୀ, ଉଚ୍ଚ ରକ୍ତଚାପ ଓ ହୃଦ୍‌ରୋଗ ପାଇଁ ବ୍ୟବହୃତ ହେଉଥିବା ଟେଲ୍‌ମା-୪୦ ଓ ଟେଲ୍‌ମା-ଏଏମ୍‌ ଟାବ୍‌ଲେଟ୍‌କୁ ନକଲି କରି ବିକ୍ରି କରାଯାଉଥିଲା। ଏହା ଜଣାଶୁଣା ଯେ, ଉଚ୍ଚ ରକ୍ତଚାପ ଲକ୍ଷଣ ବହୁ ଲୋକଙ୍କଠାରେ ଦେଖାଯାଇଥାଏ। ଏଥିସହିତ ଅତ୍ୟାଧୁନିକ ଜୀବନଶୈଳୀ ହୃଦ୍‌ରୋଗକୁ ବହୁ ମାତ୍ରାରେ ନିମନ୍ତ୍ରଣ କରିଚାଲିଛିି। ତେଣୁ ଏହି ଦୁଇ ରୋଗ ପାଇଁ ନକଲି ଔଷଧ ବ୍ୟବହାର କରି ଅଭିଯୁକ୍ତମାନେ ପର୍ଯ୍ୟାପ୍ତ ଅର୍ଥ ଗୋଟାଇ ନେଇଥିବା ଆଲୋଚନା ହେଉଛି।
କୋଭିଡ୍‌-୧୯ ସମୟରେ ଡୋଲୋ-୬୫୦ ଟାବ୍‌ଲେଟ୍‌ର ବହୁଳ ବ୍ୟବହାର କରାଯାଇଥିବା ବିଷୟରେ ନିକଟରେ ରିପୋର୍ଟ ପ୍ରକାଶ ପାଇଥିଲା। ଡାକ୍ତରଙ୍କ ଦ୍ୱାରା ବାରମ୍ବାର ଏହି ଔଷଧ ଲେଖାଯିବାରୁ ଲୋକେ ବଜାରରୁ ତାହାକୁ କିଣି ମୁଡ଼ିଚୁଡ଼ା ଭଳି ଚୋବାଇ ଚାଲିଥିଲେ। ଏହାର ବହୁଳ ବିକ୍ରି ପାଇଁ ଡୋଲୋ ନିର୍ମାଣକାରୀ ସଂସ୍ଥା ଡାକ୍ତରଙ୍କୁ ୧ ହଜାର କୋଟି ଟଙ୍କାର ଉପହାର ଦେଇଥିବା ବିଷୟ ଦେଶବ୍ୟାପୀ ଚାଞ୍ଚଲ୍ୟ ଖେଳାଇସାରିଛି। କୌତୂହଳରେ କୁହାଯାଉଛି, ଭାରତରେ ଯେତେ ପରିମାଣରେ ଡୋଲୋ ବ୍ୟବହାର କରାଯାଇଛି ତାହାକୁ ଗୋଟିଏ ଉପରେ ଗୋଟିଏ ଥୋଇଥୋଇ ଚାଲିଲେ ପୃଥିବୀରୁ ଚନ୍ଦ୍ରପୃଷ୍ଠକୁ ଲାଗିଯିବ। ଏବେ ଲାନ୍‌ସେଟ୍‌ ରିଜିଓନାଲ ହେଲ୍‌ଥ ସାଉଥ୍‌ଇଷ୍ଟ ଏସିଆ ପତ୍ରିକା ପକ୍ଷରୁ ପ୍ରକାଶ ପାଇଥିବା ତଥ୍ୟରେ ଏହାଠାରୁ ଆହୁରି ଗମ୍ଭୀର ବିଷୟ ଉଲ୍ଲେଖ କରାଯାଇଛି। କିଛି ବର୍ଷ ମଧ୍ୟରେ ଭାରତୀୟଙ୍କ ଆଣ୍ଟିବାୟୋଟିକ୍‌ ଔଷଧ ସେବନ ବହୁଳ ମାତ୍ରାରେ ବଢ଼ିଯାଇଛି। ଉଲ୍ଲେଖଯୋଗ୍ୟ ଯେ, ସାଧାରଣତଃ ଶରୀରରେ ଜୀବାଣୁ ବା ବୀଜାଣୁଜନିତ ସଂକ୍ରମଣ ରୋକିବା ପାଇଁ ଆଣ୍ଟିବାୟୋଟିକ୍‌ ବ୍ୟବହାର କରାଯାଏ। ୨୦୧୯ରେ ଭାରତରେ ବ୍ୟବହୃତ ହୋଇଥିବା ଟାବ୍‌ଲେଟ ମଧ୍ୟରୁ ସର୍ବାଧିକ ରହିଛି ଆଜିଥ୍ରୋମାଇସିନ୍‌। ଏଥିସହିତ ଘରୋଇ କ୍ଷେତ୍ରରେ ବ୍ୟବହୃତ ହେଉଥିବା ଆଣ୍ଟିବାୟୋଟିକ୍‌ ମଧ୍ୟରୁ ୪୭ ପ୍ରତିଶତ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ)ଙ୍କ ମଞ୍ଜୁରୀ ମିଳିନାହିଁ। ଆଣ୍ଟିବାୟୋଟିକ୍‌ ବିକ୍ରି ଓ ବ୍ୟବହାର ଉପରେ ନିୟନ୍ତ୍ରଣ ରଖାଯିବା ପାଇଁ ଗାଇଡ୍‌ଲାଇନ୍‌ ଅଣାଯିବା ଉଦ୍ଦେଶ୍ୟରେ ଏହି ଅଧ୍ୟୟନ କରାଯିବା ବେଳେ ଉପରଲିଖିତ ଅସଙ୍ଗତି ପଦାକୁ ଆସିଥିଲା। ଏକ ଆକଳନରୁ ଜଣାପଡ଼ିଛି ଯେ, ସମୁଦାୟ ସେବନ କରାଯାଉଥିବା ଆଣ୍ଟିବାୟୋଟିକ୍‌ ମଧ୍ୟରୁ ୮୫ ପ୍ରତିଶତ ଘରୋଇ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଉଛି। ଅଧିକାଂଶ ଭାରତୀୟ ଜାଣନ୍ତି ଯେ, ଏଠାରେ ସରକାରୀ ଅଧିକାରୀଙ୍କ ମଧ୍ୟରୁ ଅନେକେ ଘରୋଇ କମ୍ପାନୀଙ୍କୁ ଅନୁଚିତ ଅନୁଗ୍ରହ ପ୍ରଦର୍ଶନ କରି ବ୍ୟକ୍ତିଗତ ଫାଇଦା ଉଠାଇଥାଆନ୍ତି। ସେଥିରେ ଲୋକେ ମରିଗଲେ ବା ଭାସିଗଲେ ସେମାନଙ୍କର କିଛି ଯାଏ ଆସେ ନାହିଁ। ଭାରତରେ ସରକାରୀ ଅଧିକାରୀଙ୍କ ଲୋଭ ସମ୍ପର୍କରେ ସମସ୍ତେ ଜାଣନ୍ତି। ସେମାନଙ୍କ ବିଷୟରେ ଯେତେ କୁହାଗଲେ ମଧ୍ୟ ଯଥେଷ୍ଟ ହେବ ନାହିଁ। କିନ୍ତୁ ଆମ ସମସ୍ତଙ୍କୁ ମନେରଖିବାକୁ ହେବ ଯେ, ବେଆଇନ ବା ନକଲି କାର୍ଯ୍ୟ କରିବା ସକାଶେ ସେହି ମାନସିକତା ପୋଷଣ କରୁଥିବା ନାଗରିକ ଆବଶ୍ୟକ। ସେହି ନାଗରିକ ହେଲେ ବ୍ୟବସାୟୀ, ଯେଉଁମାନେ ହଠାତ୍‌ ଧନୀ ହେବା ପାଇଁ ମଣିଷ ମାରିବାକୁ ପ୍ରସ୍ତୁତ। ଏଥିପାଇଁ ଡ୍ରଗ୍‌ ଇନ୍ସପେକ୍ଟରଠାରୁ ଆରମ୍ଭ କରି ପୋଲିସ ଏବଂ ନ୍ୟାୟାଳୟକୁ ଦୋଷ ଦେବା ନିଶ୍ଚିତ ଭାବେ ଯଥାର୍ଥ। ତେବେ ତାହାଠାରୁ ବେଶି ବଡ଼ ଅପରାଧୀ ହେଉଛନ୍ତି ବ୍ୟବସାୟୀ ଗୋଷ୍ଠୀ, ଯେଉଁମାନେ ବଟିକା ପ୍ରସ୍ତୁତ କରି ତାହାକୁ ଅସଲିର ଅବିକଳ ପ୍ୟାକିଂ କରି ସନ୍ଦେହ କରୁ ନ ଥିବା ରୋଗୀ ପାଖରେ ନେଇ ବିକ୍ରି କରୁଛନ୍ତି। ଏଭଳି ଲୋକ ଧରାପଡ଼ିଲେ ମଧ୍ୟ ତାଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର କେହି ଶୁଣି ନ ଥିବେ। ଏପରି ନାଗରିକଙ୍କୁ ନେଇ କୌଣସି ଦେଶ ବୃହତ୍‌ ଅର୍ଥନୈତିକ ଶକ୍ତି କେବେହେଲେ ପାଲଟି ପାରିବ ନାହିଁ।

ଅଧିକାଂଶ ଭାରତୀୟ ଜାଣନ୍ତି ଯେ, ଏଠାରେ ସରକାରୀ ଅଧିକାରୀଙ୍କ ମଧ୍ୟରୁ ଅନେକେ ଘରୋଇ କମ୍ପାନୀଙ୍କୁ ଅନୁଚିତ ଅନୁଗ୍ରହ ପ୍ରଦର୍ଶନ କରି ବ୍ୟକ୍ତିଗତ ଫାଇଦା ଉଠାଇଥାଆନ୍ତି। ସେଥିରେ ଲୋକେ ମରିଗଲେ ବା ଭାସିଗଲେ ସେମାନଙ୍କର କିଛି ଯାଏ ଆସେ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?