ଅଡିଟ ବେଳେ ନକଲି ସୁନା ବନ୍ଧକ ଧରାପଡ଼ିଲା

ଲୋଇସିଂହା,୩୦।୮(ସୁଶାନ୍ତ ବାରିକ): ନକଲି ସୁନା ବନ୍ଧକ ଏବଂ ସ୍ବୟଂ ସହାୟକ ଗୋଷ୍ଠୀ ଋଣ ନାମରେ ୬୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ ଘଟଣାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ଝାରମୁଣ୍ଡାସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କର ପୂର୍ବତନ ଶାଖା ପରିଚାଳକଙ୍କୁ ପୋଲିସ ଗିରଫ କରିଛି । ଗିରଫ ପୂର୍ବତନ ଶାଖା ପରିଚାଳକ ହେଲେ ଅମରେନ୍ଦ୍ର ନାୟକ। ଗୁରୁବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବଲାଙ୍ଗୀର ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ପୋଲିସ ସୂଚନା ଅନୁଯାୟୀ, ଚଳିତ ମାସରେ ବଲାଙ୍ଗୀର ରିଜିଓନାଲ ବ୍ୟାଙ୍କ ପକ୍ଷରୁ ଝାରମୁଣ୍ଡା ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଅଡିଟ କରାଯାଇଥିଲା। ୨୦୨୪ ଜାନୁୟାରୀ ୨୫ ରୁ ୧୦ ଜୁଲାଇ ମଧ୍ୟରେ ବ୍ୟାଙ୍କରେ ବଡଧରଣର ଅନିୟମିତତା ହୋଇଥିବା ଅଡିଟ ଟିମ୍‌ର ନଜରକୁ ଆସିଥିଲା। ବ୍ୟାଙ୍କରେ ୧୧୬ ସୁନା ବନ୍ଧକ ମଧ୍ୟରୁ ୯ ଟି ନକଲି ସୁନା ବୋଲି ଅଡିଟ ଟିମ୍‌ ଜାଣିବାକୁ ପାଇଥିଲେ। ରୁପା ସଦୃଶ ଅଳଙ୍କାରକୁ ସୁନା ଦର୍ଶାଇ ୯ ଜଣଙ୍କୁ ୨୨ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଛିା। ସେହିପରି ବିଶ୍ୱ ପ୍ରଭାତୀ, ମା’ ସନ୍ତୋଷୀ, ମା’ ଲକ୍ଷ୍ମୀ, ମା’ ସାବିତ୍ରୀ, ମା’ ସନ୍ତୋଷିନୀ, ଜୟ ମା’ ଲକ୍ଷ୍ମୀ, ଜୟ ମା’ ଦୁର୍ଗା ଏପରି ୧୯ ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କ ଅଜାଣତରେ ୫୨ ଲକ୍ଷ ୩୦ ହଜାର ଟଙ୍କା ଉଠାଣ କରି ଆତ୍ମସାତ କରାଯାଇଛି। ଅମରେନ୍ଦ୍ର ନାୟକ ବ୍ୟାଙ୍କରେ ଶାଖା ପରିଚାଳକ ଥିବା ସମୟରେ ଏହିସବୁ ଅନିୟମିତତା ହୋଇଛି। ସୁନା ବନ୍ଧକ ଅନିୟମିତତାରେ ବ୍ୟାଙ୍କର ଯୁଗ୍ମ କଷ୍ଟିଡିଏନ ରମାକାନ୍ତ ସାହୁଙ୍କ ସମ୍ପୃକ୍ତି ମଧ୍ୟ ରହିଥିବା ଅଡିଟ ଟିମ୍‌ ସନ୍ଦେହ କରିଛନ୍ତି। ବନ୍ଧକ ସୁନା ଶାଖା ପରିଚାଳକ ଏବଂ ଯୁଗ୍ମ କଷ୍ଟିଡିଏନଙ୍କ ସୁରକ୍ଷାରେ ରହିଥାଏ। ଅଡିଟ ଟିମ୍‌ ଏହି ଅନିୟମିତତା ସମ୍ପର୍କରେ ଦୃଷ୍ଟି ଆକଷଁଣ କରିବା ପରେ ଗତ ୨୭ ତାରିଖରେ ବଲାଙ୍ଗୀର ରିଜିଓନାଲ ମ୍ୟାନେଜର ଦେବେଶ ରଞ୍ଜନ ଧର ଲୋଇସିଂହା ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଲୋଇସିଂହା ଥାନାରେ ଭାରତୀୟ ନ୍ୟାୟ ସଂହିତା ଆଇନ ଅନୁଯାୟୀ ଦଫା ୩୧୬(୫), ୩୨୦, ୩୧୮(୩), ୩(୫) ରେ ମାମଲା (ନଂ୨୯୩।୨୪) ରୁଜୁ ହୋଇଛି। ସୂଚନାଯୋଗ୍ୟ, ବଲାଙ୍ଗୀର ରିଜିଓନାଲ ବ୍ୟାଙ୍କର ଦୁଇ ଜଣ ଅଧିକାରୀ ପ୍ରାୟ୧୫ ଦିନ ଧରି ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଅଡିଟ କରିଥିଲେ। ଏହି ଘଟଣା ନେଇ ଗ୍ରାହକଙ୍କ ମଧ୍ୟରେ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶିଲା ଡ୍ରେନ୍‌ ପାଣି, ସିମନବାଡ଼ିରେ ସ୍ବଚ୍ଛ ମିଶନ ବିଫଳ

ଦାରିଙ୍ଗବାଡ଼ି,୯ା୯(ଅରୁଣ ସାହୁ): ଲଘୁଚାପ ଜନିତ ବର୍ଷା ଯୋଗୁ କନ୍ଧମାଳ ଜିଲାରେ ରବିବାର ବିଳମ୍ବିତ ରାତିରୁ ଲଗାଣ ବର୍ଷା ଜାରି ରହିଛି। ସୋମବାର ସକାଳୁ ଏହି ବର୍ଷାର...

ଜାତୀୟ ରାଜପଥରେ ଫସିଲା ପିକ୍‌ଅପ୍‌, ଯାତାୟାତରେ ସମସ୍ୟା

ପଟ୍ଟାଙ୍ଗି,୯ା୯(ଶରତ ଧଳ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ରାସ୍ତାଘାଟଠାରୁ ଆରମ୍ଭ କରି ଚାଷଜମିରେ ପାଣି...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୨ ଜୀବନ

ଭଦ୍ରକ,୯ା୯(ସନାତନ ରାଉତ): ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଟାଉନ ଥାନା ଅଧୀନ ବନ୍ତ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ଏକ...

ବନ୍ଦ ଘର ଭିତରୁ ମିଳିଲା ଅଧ୍ୟାପିକାଙ୍କ ମୃତଦେହ

କଟକ,୯ା୯: କଟକ ସିଡିଏ ସେକ୍ଟର-୯ସ୍ଥିତ ବନ୍ଦ ଘରୁ ସୋମବାର ଜଣେ ଅଧ୍ୟାପିକାଙ୍କ ମୃତଦେହ ଜବତ କରାଯାଇଛି। ମୃତ ଅଧ୍ୟାପିକା ଜଣକ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟ...

ପ୍ରବଳ ବର୍ଷା: ବାହ୍ୟ ଜଗତରୁ ବିଚ୍ଛିନ୍ନ ମାଲକାନଗିରି

ମାଲକାନଗିରି,୯ା୯(ଦୁର୍ଯ୍ୟୋଧନ ପାତ୍ର): ଦୁଇଦିନ ଧରି ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ମାଲକାନଗିରି ଜିଲା ପ୍ରାୟ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଯାଇଥିବା ଦେଖିବାକୁ ମିଳିଛି।...

ଆଜିଠାରୁ ଭିତରକନିକାରେ ଦେଶୀ ପକ୍ଷୀ ଗଣନା

ରାଜନଗର,୯ା୯(ଭାସ୍କର ରାଉତରାୟ): ଭିତରକନିକାରେ ଦେଶୀୟ ପକ୍ଷୀ ଭିଡ଼ ଜମାଇଛନ୍ତି। ଏମାନଙ୍କ ଗଣନା ସୋମବାରଠାରୁ ଆରମ୍ଭ ହେବ। କନିକା ରେଞ୍ଜ ଅଧୀନ ଲକ୍ଷ୍ମୀପ୍ରସାଦଡ଼ିଆ, ଦୁର୍ଗାପ୍ରସାଦଡ଼ିଆ ଓ ମଠଆଡ଼ିଆ...

ମୂଲ୍ୟବାନ ସରକାରୀ ଜମିକୁ ମାଡ଼ି ବସିଛନ୍ତି ମାଫିଆ, ୫ ଏକର ଜମିରେ…

କଳିଙ୍ଗନଗର,୯ା୯(ଶୁଭାଶିଷ ରାଉତ): ଯାଜପୁର ଜିଲାର ଦାନଗଦି ତହସିଲ ଅଞ୍ଚଳରେ ବହୁସଂଖ୍ୟକ ଭୂମିହୀନ ଖଣ୍ଡେ ବାସଗୃହ ନିର୍ମାଣ କରିବାକୁ ଜମି ପାଉନାହାନ୍ତି। ସେମାନେ ଏକ ଗୁଣ୍ଠ ଜମି...

୭ ମାସ ଧରି ୭ ଯୁବକ କରୁଥିଲେ ଗଣବଳାତ୍କାର: ରାତିଅଧରେ ଆସି ଯୁବତୀଙ୍କୁ ଛାତକୁ ଟେକି ନେଉଥିଲେ, ପରେ…

ଢେଙ୍କାନାଳ, ୯।୯: ଜଣେ ଯୁବତୀଙ୍କୁ ବଳାତ୍କାର ମାମଲାରେ ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ଉପମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri