ନକଲି ମହିଳା ପୋଲିସ ଅଫିସରଙ୍କ ଦାଦାଗିରି : ମାସ୍କ୍‌ ପିନ୍ଧି ନ ଥିବା ଅମାନିଆଙ୍କଠାରୁ ଆଦାୟ କରୁଥିଲେ ଜରିମାନା

ଭୋପାଳ, ୨୫।୭: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ଧରୁ ନ ଥିବାବେଳେ ସରକାରଙ୍କ ପକ୍ଷରୁ ମାସ୍କ୍‌ ପିନ୍ଧିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ମାସ୍କ୍‌ ନ ପିନ୍ଧିଥିବା ଅମାନିଆଙ୍କଠାରୁ ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାର ସୁଯୋଗ ନେଇ କେତେକ ଅପରାଧୀ ନକଲି ପୋଲିସ ସାଜି ଲୋକଙ୍କଠାରୁ ଜରିମାନା ଆଦାୟ କରୁଛନ୍ତି। ଏଭଳି ଏକ ଘଟଣା ମଧ୍ୟପ୍ରଦେଶର ରେ ଓ୍ବାରେ ଘଟିଛି । ଏଠାରେ ଦୁଇ ନାବାଳିକା ମହିଳା ପୋଲିସ ଅଫିସର ସାଜି ରାସ୍ତାରେ ଯାଉଥିବା ଲୋକଙ୍କଠାରୁ ଜରିମାନା ଆଦାୟ କରୁଥିଲେ। ଖବର ପାଇ ରାୟପୁର କଞ୍ଚୁଲିୟାନ୍‌ ଥାନା ପୋଲିସ ସେମାନଙ୍କର ପିଛା କରି ସୀତାପୁରଠାରେ ନକଲି ମହିଳା ପୋଲିସ ଅଫିସରଙ୍କ ସମେତ ତାଙ୍କର ଦୁଇ ପୁରୁଷ ସହଯୋଗୀଙ୍କୁ ଗିରଫ କରିଛନ୍ତି। ଗିରଫ ହେଉଥିବା ପୁରୁଷ ସହଯୋଗୀମାନେ ହେଉଛନ୍ତି ଅଶୋକ ପଟେଲ ଏବଂ ନାଗେନ୍ଦ୍ର ଯାଦବ। ଅଶୋକ ନିଜ ନାବାଳିକା ଝିଅ ଏବଂ ଅନ୍ୟଜଣେ ପରିଚିତ ବ୍ୟକ୍ତିଙ୍କ ଝିଅଙ୍କୁ ପୋଲିସ ଅଫିସର ପୋଷାକ ପିନ୍ଧାଇ ଏଭଳି କରୁଥିବା କୁହାଯାଉଛି। ଅଭିଯୁକ୍ତଙ୍କଠାରୁ ଦୁଇ ହଳ ପୋଲିସ ପୋଷାକ ଓ ୨ ହଜାର ଟଙ୍କା ଜବତ ହୋଇଛି। ଦୁଇ ନକଲି ମହିଳା ଅଫିସରଙ୍କ ପୋଷାକରେ ବ୍ୟାଚ୍‌ ନମ୍ବର ୫୮୫ ଏବଂ ୫୮୮ ଲାଗିଥିଲା ବୋଲି କଞ୍ଚୁଲିୟାନ୍‌ ଥାନା ଅଧିକାରୀ ଏ.ପି. ସିଂ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେରଳ ବିଧାନସଭା: ପ୍ରବଳ ହଟ୍ଟଗୋଳ ମଧ୍ୟରେ ସିଏଏ ବିରୋଧରେ ପ୍ରସ୍ତାବ ପାଠ କଲେ ରାଜ୍ୟପାଳ

ଥରୁଭାନନ୍ତପୁରମ୍‌,୨୯।୧: କେରଳ ବିଧାନସଭା ବଜେଟ୍‌ ଅଧିବେଶନ ବୁଧବାରଠାରୁ ଆରମ୍ଭ ହୋଇଛି। ଅଧିବେଶନର ପ୍ରଥମ ଦିନରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ରାଜ୍ୟପାଳ ଆରିଫ୍‌ ଅହମ୍ମଦ୍‌ ଖାଁ ସିଏଏ...

ଉଦ୍ଧବଙ୍କ ଉପରେ ଖପ୍ପା: ଭାଜପାରେ ଯୋଗଦେଲେ ୪୦୦ ଶିବସେନା କାର୍ଯ୍ୟକର୍ତ୍ତା

ମୁମ୍ବାଇ,୫।୧୨: ମହାରାଷ୍ଟ୍ରରେ ଶିବସେନାକୁ ଝଟ୍‌କା ଲାଗିଛି। ଦଳର ୪୦୦ କାର୍ଯ୍ୟକର୍ତ୍ତା ଭାଜପାରେ ଯୋଗଦେଇଛନ୍ତି। ରାଜ୍ୟରେ ଶିବସେନା ଏନସିପି ଏବଂ କଂଗ୍ରେସ ସହ ମିଶି ସରକାର ଗଢିବାକୁ...

ନୂଆ ଶିକ୍ଷାନୀତି କାର୍ଯ୍ୟକାରୀ ଲାଗି ଶିକ୍ଷକଙ୍କଠାରୁ ପ୍ରସ୍ତାବ ଆହ୍ବାନ

ନୂଆଦିଲ୍ଲୀ, ୨୪।୮ (ପି.ଟି.): ନୂତନ ଜାତୀୟ ଶିକ୍ଷାନୀତି (ଏନ୍‌ଇପି) କାର୍ଯ୍ୟକାରୀ କରିବା ନିମନ୍ତେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ସାରା ଦେଶରୁ ସ୍କୁଲ୍‌ ଶିକ୍ଷକ ଓ ପ୍ରିନି୍ସପାଲମାନଙ୍କଠାରୁ...

ରାହୁଲ ଜିନ୍ନା ଅଧିକ ଯୁକ୍ତିଯୁକ୍ତ: ଭାଜପା

ନୂଆଦିଲ୍ଲୀ,୧୫ା୧୨(ପି.ଟି.): ଭାରତ ବଚାଓ ରାଲିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜକୁ ସଭରକର ନୁହେଁ, ଗାନ୍ଧୀ ବୋଲି କହିଥିବାରୁ ଏହାକୁ ନେଇ ଭାଜପା ଓ ଶିବସେନା...

କେମିତି ହୋଇଥିଲା ହାଇଦ୍ରାବାଦ ଗଣବଳାତ୍କାର ଅଭିଯୁକ୍ତଙ୍କୁ ଏନକାଉଣ୍ଟର

ହାଇଦ୍ରାବାଦ୍‌,୬।୧୨: ୮ ଦିନ ତଳେ ତେଲେଙ୍ଗାନରେ ଡାକ୍ତରାଣୀଙ୍କୁ ଗଣବଳାତ୍କାର ଓ ହତ୍ୟା ଘଟଣା ସାରା ଦେଶରେ ଚହଳ ସୃଷ୍ଟି କରିଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା...

ଫ୍ୟାଶନ ଡିଜାଇନ ଛାତ୍ର ପ୍ରସ୍ତୁତ କଲେ ଭିନ୍ନ ପିପିଇ କିଟ୍‌: ଜାଣନ୍ତୁ କ’ଣ ରହିଛି ସ୍ବତନ୍ତ୍ରତା

ଗାନ୍ଧୀନଗର,୧୬ା୧୦: ନବରାତ୍ରି ଗର୍‌ବା ବା ଦାଣ୍ଡିଆ ବିନା ଯେପରି ଅଧୁରା ରହିଥାଏ। ବିଶେଷକରି ଗୁଜରାଟରେ ନବରାତ୍ରି ୯ ଦିନ ପର୍ଯ୍ୟନ୍ତ ଗର୍‌ବା ଉତ୍ସବ ପାଳନ କରାଯାଇଥାଏ।...

୩୭ ଦିନ ପରେ ପୁରୀକୁ ଫେରିଲା କରୋନା

ପୁରୀ ଅଫିସ,୧୧।୫: ୩୭ ଦିନ ପରେ ପୁରୀ ଜିଲାକୁ ଫେରିଛି କରୋନା। ଜିଲାରୁ ରବିବାର ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଉଭୟେ ପଶ୍ଚିମବଙ୍ଗ ଫେରନ୍ତା...

ଜେଟଲୀଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରିବ ଭାଜପା

ନୂଆଦିଲ୍ଲୀ,୯।୯: ଭାଜପା ପକ୍ଷରୁ ମଙ୍ଗଳବାର ଅରୁଣ ଜେଟଲୀଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯିବ। ଜବାହରଲାଲ ନେହେରୁ ଷ୍ଟାଡିୟମର ଓ୍ବେଟ୍‌ ଲିଫଟିଙ୍ଗ ହଲ୍‌ରେ ଏହାର...

Coronavirus Update

Archives

Model This Week

Why Dharitri