ନକଲି ଡାକ୍ତରଙ୍କ ଠକେଇ ପେଡ଼ି ଖୋଲୁଛି

ଭୁବନେଶ୍ୱର, ୨୧।୨(ବ୍ୟୁରୋ): ଅର୍ଥ ପାଇଁ ୧୭ଜଣଙ୍କୁ ବିବାହ କରିଥିବା ରସିକିଆ ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ବାଇଁଙ୍କ ଠକେଇ ପେଡି ଖୋଲିବାରେ ଲାଗିଛି। ଶନିବାରଠାରୁ ୫ଦିନିଆ ରିମାଣ୍ଡରେ ଆଣି କମିଶନରେଟ ପୋଲିସ ମାରାଥନ୍‌ ଜେରା କରୁଛି। ରବିବାର ରିମାଣ୍ଡର ଦ୍ୱିତୀୟ ଦିନରେ ମହିଳା ଥାନା, ସାଇବର, ଆଣ୍ଟିଫ୍ରଡ୍‌ ସେଲ୍‌ ଓ ସ୍ପେଶାଲ ସ୍କ୍ବାଡ୍‌କୁ ନେଇ ଗଠିତ ସ୍ବତନ୍ତ୍ର ଟିମ୍‌ ତାଙ୍କୁ ଜେରା କରି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି। ମହିଳାଙ୍କୁ ପ୍ରତାରିତ କରିବା ଓ ଠକେଇ ମାମଲାରେ ବିଭିନ୍ନ ଦିଗକୁ ନେଇ ସ୍ବତନ୍ତ୍ର ଟିମ୍‌ ଅନୁସନ୍ଧାନ ଜାରି ରଖିଛି। ପୋଲିସ ଟିମ୍‌ ରମେଶଙ୍କୁ ୮ ଘଣ୍ଟାରୁ ଅଧିକ ସମୟ ଜେରା କରିଥିଲା। ବିଭିନ୍ନ ପ୍ରଶ୍ନର ସେ ସନ୍ତୋଷଜନକ ଉତ୍ତର ଦେଇ ନ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ତେବେ ଅଭିଯୁକ୍ତ ରମେଶ ନିଜକୁ କେନ୍ଦ୍ର ସରକାରଙ୍କ ଅଧିକାରୀ ବୋଲି ପରିଚୟ ଦେଇ କୋଲକାତାର ଜଣେ ବ୍ୟବସାୟୀଙ୍କଠାରୁ ହ୍ୟାଚେରି ମେଶିନ କିଣି ୧ ଲକ୍ଷରୁ ଅଧିକ ଟଙ୍କା ଠକିଥିବା ଅଭିଯୋଗ ଆସିଛି। ଅନ୍ୟପକ୍ଷରେ ରମେଶଙ୍କ ନାମରେ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲାର ୨ଟି ଥାନାରେ ୨ ମାମଲା ଥିବାବେଳେ ଭରତପୁର ଥାନାରେ ଏବେ ଆଉଏକ ମାମଲା ରୁଜୁ କରାଯାଇଛି। ଏମ୍‌ସରେ ଚାକିରି ଦେବାକୁ କହି ଜଣେ ଯୁବକଙ୍କଠାରୁ ୧୨ ଲକ୍ଷ ୯୨ ହଜାର ଠକିଛନ୍ତି। ଏନେଇ ଭରତପୁର ଥାନା ପୋଲିସ ରମେଶଙ୍କ ନାମରେ ଏକ ମାମଲା (ନଂ.୬୨/୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ପୋଲିସ ସୂଚନା ଅନୁଯାୟୀ, ଫୁଲେଶ୍ୱର ବସ୍ତିରେ ରହୁଥିବା ସଞ୍ଜୟ କୁମାର ଦାସଙ୍କ ସହ ରମେଶଙ୍କର ୨୦୨୧ ଜାନୁୟାରୀରେ ପରିଚୟ ହୋଇଥିଲା। ରମେଶ ତାଙ୍କୁ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଅତିରିକ୍ତ ସଚିବ ବୋଲି ପରିଚୟ ଦେଇ ଏମ୍‌ସ କିମ୍ବା ଇଫ୍‌କୋରେ ଚାକିରି କରାଇଦେବାକୁ କହି ବିଭିନ୍ନ ପର୍ଯ୍ୟାୟରେ ୧୨ ଲକ୍ଷ ୯୨ ହଜାର ଟଙ୍କା ନେଇ ଠକିଥିଲେ। ଗଣମାଧ୍ୟମରେ ରମେଶଙ୍କ କଳାକାରନାମା ଜାଣିବା ପରେ ସଞ୍ଜୟ ଶନିବାର ଥାନାରେ ଅଭିଯୋଗ କରିଥିଲେ। ତେବେ ଏହି ମାମଲାରେ ଅଧିକ ତଦନ୍ତ ପାଇଁ ରମେଶଙ୍କୁ ଆଉଥରେ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରାଯିବ ବୋଲି ତଦନ୍ତକାରୀ ଅଫିସର ବିଜୟ ଦାସ କହିଛନ୍ତିି।
ଅଭିଯୁକ୍ତ ରମେଶ ବିଭିନ୍ନ ମାଟ୍ରିମୋନିଆଲ୍‌ ସାଇଟ୍‌ ଏବଂ ସୋସିଆଲ୍‌ ମିଡିଆରୁ ଉଚ୍ଚଶିକ୍ଷିତା ମହିଳାଙ୍କ ସହିତ ସମ୍ପର୍କ ଯୋଡ଼ିବା ସହ ମିଥ୍ୟା ପରିଚୟ ଓ ପ୍ରତିଶ୍ରୁତି ଦେଇ ଫସାଇ ବିବାହ କରୁଥିଲେ। ବିଶେଷକରି ଏକୁଟିଆ ରହୁଥିବା ମଧ୍ୟବୟସ୍କା ମହିଳାଙ୍କୁ ସେ ଟାର୍ଗେଟ କରୁଥିଲେ। ଏହାପରେ ସୁବିଧା ଦେଖି ଟଙ୍କା, ସୁନା ଓ ସମ୍ପତ୍ତି ଲୁଟୁଥିଲେ। ତେବେ ରମେଶଙ୍କ ଦ୍ୱାରା ପ୍ରତାରଣାର ଶିକାର ହୋଇଥିବା ଦିଲ୍ଲୀର ଜଣେ ମହିଳା ଗତବର୍ଷ ଜୁଲାଇରେ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିବା ପରେ କମିଶନରେଟ ପୋଲିସ ତାଙ୍କୁ ଗିରଫ କରିଥିଲା। ତେବେ ତଦନ୍ତବେଳେ ତାଙ୍କର ଚାକିରି ଓ ନାମଲେଖା ଠକେଇ ପଦାକୁ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ପିଜି ପ୍ରବେଶିକା ପରୀକ୍ଷା ରେଜଲ୍ଟ, ନାମଲେଖା ସମୟସୂଚୀ…

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପିଜି ପ୍ରବେଶିକା ପରୀକ୍ଷା ବା କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୬ ରେଜଲ୍ଟ ଗୁରୁବାର ପ୍ରକାଶ ପାଇଛି। ଛାତ୍ରୀଛାତ୍ର ସାମ୍‌ସ ପୋର୍ଟାଲ ମାଧ୍ୟମରେ ନିଜ ପରୀକ୍ଷାଫଳ…

ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ ବଡ଼ ଆକ୍ସନ: ଦରମା ବନ୍ଦ ସହ ଚୁକ୍ତିଭିତ୍ତିକ ଡାକ୍ତରଙ୍କୁ ନୋଟିସ୍‌ ପରେ କାର୍ଯ୍ୟରୁ ନିବୃତ୍ତ ପାଇଁ ନିର୍ଦ୍ଦେଶ !

ଭୁବନେଶ୍ୱର, ୨ା୭: ରାଜ୍ୟରେ ଚାଲିଥିବା ଡାକ୍ତରୀ ଆନ୍ଦୋଳନକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ ଏବଂ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ମେଡିକାଲ ସର୍ଭିସେସ୍‌…

ୟୁଜରନେମ ବିବାଦ: ହ୍ବାଟସଆପ ପରେ, ଆଇଟି ମନ୍ତ୍ରଣାଳୟ ଏବେ ସିଗନାଲ-ଟେଲିଗ୍ରାମକୁ ପଠାଇଛି ନୋଟିସ

ନୂଆଦିଲ୍ଲୀ,୨।୭: ୟୁଜରନେମ ଫିଚରକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ହ୍ବାଟସଆପ ପରେ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ଏବେ ଟେଲିଗ୍ରାମ ଏବଂ ସିଗନାଲକୁ ମଧ୍ୟ…

ଶ୍ରୀ ଶ୍ରୀ ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି: ଆସନ୍ତା ୧୬ରେ ଶ୍ରୀଗୁଣ୍ଡିଚା, ୨୫ରେ ରଥ ଉପରେ…

ବରଗଡ଼, ୨ା୭ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲିସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ପାଳନ ପାଇଁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ…

ଟ୍ରକ୍ ମିଳିଲା, ଚପଲ ମିଳିଲା…ହେଲେ ୮ ଦିନ ହେଲା ଡ୍ରାଇଭରଙ୍କ ପତ୍ତା ନାହିଁ, ଭୋକ-ଉପାସରେ ଏ ଥାନାରୁ ସେ ଥାନା ବୁଲି ନୟାନ୍ତ…

ଦିଗପହଣ୍ଡି, ୨ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଜଣେ ଗାଡ଼ି ଚାଳକ ବାପୁଜୀ ସ୍ୱାଇଁ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି।…

ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ ନାହିଁ ପୁଅ ମୋଜତାବା, ଜାଣନ୍ତୁ କାରଣ

ତେହରାନ,୨।୭: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପରଲୋକ ପରେ ସମଗ୍ର ଦେଶରେ ଗଭୀର ଶୋକ ପ୍ରକାଶ ପାଇଛି। ରାଜଧାନୀ ତେହରାନରୁ ଆରମ୍ଭ କରି ମଶାଦ,…

ଦେଓ ନଦୀ ପୋଲ ଉପରେ ଗୋ-ଚାଲାଣ ଗାଡ଼ି ସହ ଅଟୋର ମୁହାଁମୁହିଁ ଧକ୍କା: ଗୋଟିଏ ବଳଦ ମୃତ, ଗୋ-ମାଫିଆ…

ପାଟଣା, ୨ା୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା-କରଞ୍ଜିଆ ଦେଇଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଯାଇଛି। ସାହାରପଡା ସ୍ଥିତ…

ଡୋକରୀଦର ଝରଣା ନିକଟରେ ଅଜଣା ମୃତଦେହ: ଖବର ପାଇ ବି ପହଞ୍ଚିଲାନି ପୋଲିସ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ

କୋକସରା, ୨ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖଲିଗଡ ପାଦଦେଶରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାର ‘ଡୋକରୀଦର’ ଝରଣା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri