Posted inଜାତୀୟ

ନାବାଳକ ଥାଇ ମଦ ଲାଇସେନ୍ସ ନେଇଥିଲେ

ମୁମ୍ବାଇ,୨୧।୨(ଆଇଏଏନ୍‌ଏସ୍‌): ମୁମ୍ବାଇର ବିବାଦୀୟ ପୂର୍ବତନ ଏନ୍‌ସିବି ଜୋନାଲ ନିର୍ଦ୍ଦେଶକ ସମୀର ଓ୍ବାଙ୍ଖ୍‌ଡେଙ୍କ ବିରୋଧରେ ମହାରାଷ୍ଟ୍ର ପୋଲିସ ଜାଲିଆତି ଅଭିଯୋଗରେ ଏତଲା ଦାଏର କରିଛି। ଓ୍ବାଙ୍ଖ୍‌ଡେ ମିଥ୍ୟା ତଥ୍ୟ ଦାଖଲ କରି ତାଙ୍କ ବାର୍‌ ପାଇଁ ମଦ ଲାଇସେନ୍ସ ନେଇଥିବା ଅଭିଯୋଗ ହୋଇଥିଲା। ଏନେଇ ଠାଣେ ଜିଲାର କୋପ୍ରି ଥାନାରେ ଏତଲା ଦାଏର ହୋଇଥିବା ଜଣାପଡ଼ିଛି।
ନଭି ମୁମ୍ବାଇର ଭାସିଠାରେ ଥିବା ସଦ୍‌ଗୁରୁ ଫାମିଲି ରେଷ୍ଟୁରାଣ୍ଟ ଆଣ୍ଡ ବାର୍‌ର ମାଲିକ ହେଉଛନ୍ତି ଓ୍ବାଙ୍ଖ୍‌ଡେ। ଉକ୍ତ ବାର୍‌ରେ ମଦ ପରିବେଷଣ ପାଇଁ ସେ ୧୯୯୭ ଅକ୍ଟୋବର ୨୯ରେ ଲାଇସେନ୍ସ ପାଇଥିଲେ। ତେବେ ଲାଇସେନ୍ସ ପାଇଁ ଓ୍ବାଙ୍ଖ୍‌ଡେ ନିଜର ଭୁଲ୍‌ ଜନ୍ମ ତାରିଖ ଦେଇଥିଲେ। ମଦ ଲାଇସେନ୍ସ ପାଇବା ବେଳେ ତାଙ୍କ ବୟସ ୧୭ ବର୍ଷ ୧୧ ମାସ ହୋଇଥିଲା। ମଦ ଲାଇସେନ୍ସ ପାଇଁ ସର୍ବନିମ୍ନ ବୟସ ୨୧ ବର୍ଷ ହୋଇଥିବାବେଳେ ଜାଲିଆତି କରିଥିବାରୁ ଓ୍ବାଙ୍ଖ୍‌ଡେଙ୍କ ବିରୋଧରେ ଏତଲା ଦାଏର ହୋଇଛି। ତାଙ୍କ ବାର୍‌ ଲାଇସେନ୍ସ ମଧ୍ୟ ଖାରଜ ହୋଇଯାଇଛି। ଗତ ନଭେମ୍ବରରେ ଏନ୍‌ସିପି ନେତା ତଥା ମହାରାଷ୍ଟ୍ର ମନ୍ତ୍ରୀ ନଓ୍ବାବ ମଲିକ ଓ୍ବାଙ୍ଖ୍‌ଡେଙ୍କ ବିରୋଧରେ ଏହି ଜାଲିଆତି ଅଭିଯୋଗ ଆଣିଥିଲେ।
ଏନ୍‌ସିବିର ମୁମ୍ବାଇ ଜୋନାଲ ନିର୍ଦ୍ଦେଶକ ଥିବାବେଳେ ଗତବର୍ଷ କ୍ରୁଜ୍‌ ଜାହାଜରେ ଚଢ଼ାଉ କରି ଅଭିନେତା ଶାହାରୁଖ ଖାନ୍‌ଙ୍କ ପୁଅ ଅର୍ୟନ ଖାନ୍‌ ଓ ଅନ୍ୟମାନଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ ସମୀର ଓ୍ବାଙ୍ଖ୍‌ଡେ। ଏହା ପରେ ତାଙ୍କ ବିରୋଧରେ ଏକାଧିକ ଅଭିଯୋଗ ଆସିଥିଲା। ତାଙ୍କ ବିରୋଧରେ ଆଇପିସିର ଧାରା ୧୮୧ (ଶପଥ ସମ୍ପର୍କରେ ଭୁଲ୍‌ ବିବୃତି), ୧୮୮ (ନିର୍ଦ୍ଦେଶନାମାର ଅବମାନନା), ୪୨୦ (ଠକେଇ ଓ ଅସାଧୁତା), ୪୬୫ (ଜାଲିଆତି), ୪୬୮ (ଠକେଇ ଉଦ୍ଦେଶ୍ୟରେ ଜାଲିଆତି) ଏବଂ ୪୮୧ (ଭୁଲ୍‌ ସମ୍ପତ୍ତି ଚିହ୍ନର ବ୍ୟବହାର)ରେ ମାମଲା ରୁଜୁ ହୋଇଛି। ସ୍ଥାନୀୟ ଅବକାରୀ ବିଭାଗର ତଦନ୍ତରୁ ଓ୍ବାଙ୍ଖ୍‌ଡେ ମଦ ଲାଇସେନ୍ସ ପାଇବା ସମୟରେ ତାଙ୍କୁ ୧୭ ବର୍ଷ ହୋଇଥିଲା ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନାରେ ସଂକ୍ରମିତ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ରାଞ୍ଚି,୨୬ ।୯: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି । ଟୁଇଟ୍ କରି କହିଛନ୍ତି ମୋ ନିକଟରେ କରୋନାର...

ରାହୁଲ ଗାନ୍ଧୀ ପୁଣି ସମ୍ଭାଳନ୍ତୁ କଂଗ୍ରେସ ଅଧ୍ୟକ୍ଷ ପଦ: ମାକନ

ନୂଆଦିଲ୍ଲୀ,୯।୩: ରାହୁଲ ଗାନ୍ଧୀ କଂଗ୍ରେସର ସର୍ବମାନ୍ୟ ନେତା। ସେ ଜଣେ ଶାନ୍ତ, ଚିନ୍ତାଶୀଳ ଏବଂ ଭଲ ଲୋକ। ସେ ପୁଣି ଥରେ କଂଗ୍ରେସ ଅଧ୍ୟକ୍ଷ ପଦ...

ପତଞ୍ଜଳିର କରୋନିଲକୁ ମହାରାଷ୍ଟ୍ର ଆସିବା ମନା: ନକଲି ଔଷଧ ରାଜ୍ୟରେ ହେବନି ବିକ୍ରି, କହିଲେ ମନ୍ତ୍ରୀ

ମୁମ୍ବାଇ, ୨୫।୬: ପତଞ୍ଜଳି ପକ୍ଷରୁ କରୋନା ପାଇଁ ପ୍ରସ୍ତୁତ କରାଯାଇଥିବା କରୋନିଲକୁ ରାଜ୍ୟରେ ବିକ୍ରି ଲାଗି ମହାରାଷ୍ଟ୍ର ସରକାର ମନା କରିଛନ୍ତି। କୌଣସି ନକଲି ଔଷଧର...

ମାଡିଆସୁଛି ଅତି ଭୟଙ୍କର ବାତ୍ୟା ‘ତଉକତେ’

ନୂଆଦିଲ୍ଲୀ,୧୪।୫: ଦକ୍ଷିଣପୂର୍ବ ଆରବ ସାଗର ଓ ଲକ୍ଷଦ୍ୱୀପରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଡିପ୍‌ ଡିପ୍ରେସନରେ ପରିଣତ ହୋଇଛି । ଶନିବାର ଏହା ବାତ୍ୟା(ସାଇକ୍ଲୋନ)ରେ ପରିଣତ...

୪ଦିନିଆ ଚେନ୍ନାଇ ଗସ୍ତରେ ରାଷ୍ଟ୍ରପତି

ଚେନ୍ନାଇ,୨।୮: ସୋମବାର ଚେନ୍ନାଇରେ ପହଞ୍ଚିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ୪ଦିନିଆ ତାମିଲନାଡୁରେ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି କୋବିନ୍ଦ। ସୋମବାର ସେ ତାମିଲନାଡୁ ବିଧାନସଭାର ଶତବାର୍ଷିକୀ ଉତ୍ସବରେ...

ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ମୋବାଇଲ୍‌ ଦେଖୁଥିଲେ ରାହୁଲ: ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୨୦।୬: ଲୋକ ସଭାର ମିଳିତ ବୈଠକର ଏକ ଭିଡ଼ିଓ ଏବେ ଭାଇରାଲ ହୋଇଛି। ଭିଡ଼ିଓରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ସମୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ...

ଚିନ୍ମୟାନନ୍ଦଙ୍କଠାରୁ ମୁହଁ ଫେରାଇଲା ଭାଜପା

ଲକ୍ଷ୍ମୌ,୨୫।୯: ଆଇନ ଛାତ୍ରୀ ଯୌନ ନିର୍ଯାତନା ମାମଲାରେ ଜେଲ୍‌ ଯାଇଥିବା ଚିନ୍ମୟାନନ୍ଦ ଆଉ ଭାଜପାର ସଦସ୍ୟ ନାହାନ୍ତି। ବୁଧବାର ଏନେଇ ଉତ୍ତରପ୍ରଦେଶ ଭାଜପାର ମୁଖପାତ୍ର ସ୍ପଷ୍ଟ...

ବୈଷ୍ଣୋ ଦେବୀଙ୍କୁ ପ୍ରତିଦିନ ୨ହଜାର ଭକ୍ତ ଦର୍ଶନ କରିବେ

କଟରା,୧୬।୮: ରବିବାରଠାରୁ ଆରମ୍ଭ ହୋଇଛି ମା’ ବୈଷ୍ଣୋ ଦେବୀଙ୍କ ଯାତ୍ରା। କରୋନା ମହାମାରୀ ଯୋଗୁ ଗତ ମାର୍ଚ୍ଚ ମାସରୁ ବୈଷ୍ଣୋ ଦେବୀ ଦର୍ଶନ ବନ୍ଦ ଥିବା...

Advertisement
Archives

Model This Week