ପବନରେ ଆସୁଛି କାରଖାନା ଧୂଆଁ

ମହାକାଳପଡ଼ା, ୨୨ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ):ଜଳବାୟୁ ପରିବର୍ତ୍ତନରେ ଘଟୁଛି ପରିବର୍ତ୍ତନ। ପୂର୍ବ ଅପେକ୍ଷା ସୂର୍ଯ୍ୟଙ୍କ ଉତ୍ତାପ ବଢ଼ିଛି। ଫଳରେ ଦିନ ୧୦ଟା ସୁଦ୍ଧା ଉପକୂଳ ଅଞ୍ଚଳରେ ୩୫ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବା ଯୋଗୁ ଚିନ୍ତାରେ ଅଞ୍ଚଳବାସୀ। ମଧ୍ୟାହ୍ନ ସୁଦ୍ଧା ପାଖାପାଖି ୪୦ ଡିଗ୍ରୀ ତାପମାତ୍ରା ରହିଛି। ଅପରପକ୍ଷରେ ଶିଳ୍ପ, କାରଖାନାର ନିଅଁା, ଧୂଅଁା ବ୍ୟାପିବା ଯୋଗୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ଅଧିକ ଉତ୍ତାପ ବୃଦ୍ଧି ପାଇଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ମହାନଦୀ ଅପର ଦକ୍ଷିଣ ପାର୍ଶ୍ୱର ପାରାଦୀପ ବୃହତ୍‌ ଶିଳ୍ପ, କାରଖାନାର ନିଅଁା, ଧୂଅଁା ଓ ପଚାଗନ୍ଧ ଭଳି ଗ୍ୟାସ ଠିକ୍‌ ଖରା ବଢ଼ିଲେ ବଢୁଛି। ଫଳରେ ଅଞ୍ଚଳରେ ନାହିଁ ନ ଥିବା ସମସ୍ୟା ଉପୁଜିଛି।
ଦୁଇଦିନ ପୂର୍ବରୁ ଏହି ଅଞ୍ଚଳରେ ପାରାଦୀପ ପାର୍ଶ୍ୱରୁ ଖରା ବେଳେ ପଚାଗନ୍ଧ ସହ ଧୂଅଁାମୟ ହୋଇଥିଲା। ଏହା ୨ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଲଗି ରହିଲା। ଫଳରେ ସ୍ଥାନୀୟ ଲୋକମାନେ ଗରମରେ ଅଣନିଃଶ୍ୱାସୀ ଭଳି ଅନୁଭବ କରିଥିଲେ ବୋଲି ପଲ୍ଲୀ,କେନ୍ତିଆ, କୋଚିଳା, ସରୁମୁହିଁ, ବଜରପୁର, ତେନ୍ତୁଳିକନ୍ଧା, ବରକନ୍ଧା, ମଙ୍ଗଳପୁର, କୁମାରପଡ଼ା, ମଳାଢ଼ଇ, ବାରଡ଼ାଙ୍ଗ, ବଉଳକଣି, ରାମନଗର, ଖରିନାସୀ, ପେଟଛେଲା ଅଞ୍ଚଳରେ ଘନକୁହୁଡ଼ି ଭଳି ଦୃଶ୍ୟମାନ ହୋଇଥିଲା ବୋଲି ସ୍ଥାନୀୟ ଲୋକେ, ସାମାଜିକକର୍ମୀ, ବହୁ ବୁଦ୍ଧିଜୀବୀ କହିଥିଲେ। ଆଗାମୀଦିନରେ ଖରା ପରିମାଣ ବଢ଼ିବା ସହ ଶିଳ୍ପ, କାରଖାନାର ଗ୍ୟାସ, ନିଅଁା ଧୂଅଁା ବ୍ୟାପିବା ଯୋଗୁ ଚର୍ମ ରୋଗ ଆଶଙ୍କା ରହିଛି ବୋଲି ବୁଦ୍ଧିଜୀବୀ ଲକ୍ଷ୍ମୀକାନ୍ତ ସ୍ବାଇଁ, ସୁବାସ ଚନ୍ଦ୍ର ସ୍ବାଇଁ, ବିରଞ୍ଚତ୍ ନାରାୟଣ ଦାସ ପ୍ରମୁଖ କହିଛନ୍ତି। ସାଧାରଣତଃ ଛୋଟ ଛୋଟ ଶିଶୁ,ଗର୍ଭବତୀ ମହିଳା ଓ ବୟସ୍କ ଲୋକଙ୍କ ଶରୀର ଏହି ଶିଳ୍ପ କାରଖାନାର ଗ୍ୟାସ, ନିଅଁା ଧୂଅଁା ବ୍ୟାପିବା ଯୋଗୁ ସମସ୍ୟା ସୃଷ୍ଟି ହୋଇପାରେ ବୋଲି କୁହାଯାଇଛି। ବିଶେଷକରି ଶିଳ୍ପ, କାରଖାନାର ଉଚ୍ଚ କର୍ତ୍ତୃପକ୍ଷ ଠିକ୍‌ ଖରାଦିନରେ ଦକ୍ଷିଣ ପାର୍ଶ୍ୱରୁ ପବନ ବହିବା ସମୟରେ ଏଭଳି ହେଉଥିବା ପୂର୍ବତନ ସରପଞ୍ଚ ନାଥ କୁମାର ଭୋଳ ମତବ୍ୟକ୍ତ କରିଛନ୍ତି। ଅପରପକ୍ଷରେ ଏହି ଅଞ୍ଚଳର ନଦୀ ନାଳ ସଂଲଗ୍ନଗୁଡ଼ିକରେ ଥିବା ଲୁଣା ହେନ୍ତାଳ ଜଙ୍ଗଲଗୁଡ଼ିକରେ ଲୁଣା ଜାତୀୟ ଗଛଗୁଡ଼ିକର ପତ୍ର ଉପର ଭାଗରେ ବହଳିଆ ମୋଟା ତେଲିଆ କଳା ରଙ୍ଗର ଆସ୍ତରଣ ଜମି ଯାଉଥିବା ଦେଖିବାକୁ ମିଳୁଛି। ଯାହାଫଳରେ ଗଛଗୁଡ଼ିକ ଖାଦ୍ୟ ସଂଗ୍ରହ କରିବାରେ ବାଧା ଉପୁଜିବା ସହ ନୂଆ ପତ୍ର ବାହାରିବାରେ ବାଧା ଉପୁଜିଛି ବୋଲି ପରିବେଶବିତ୍‌ ସମରେନ୍ଦ୍ର ମାହାଳି ମତପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ପାରାଦୀପସ୍ଥିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ ପୁଷ୍କର କୁମାର ବେହେରାଙ୍କୁ ପଚାରିବାରେ ଶିଳ୍ପ, କାରଖାନାର ଆନୁଆଲ ଶଟ ଡାଉନ୍‌ କ୍ଲିଅରାନ୍ସ ମାର୍ଚ୍ଚ ଶେଷ ଓ ଏପ୍ରିଲ ପ୍ରଥମ ସପ୍ତାହରେ ହୋଇଥାଏ। ଯାହାଫଳରେ ଏହିଭଳି ଅବସ୍ଥା ଦେଖାଦିଏ। ପରେ ଦିନେ ୨ ଦିନ ମଧ୍ୟରେ ପୂର୍ବ ସ୍ଥିତି ଫେରିଆସେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

ମୋରମ ରାସ୍ତାରେ ଦବୁଛି ଗାଡ଼ି: ରାଇକିଆ-ସିମନବାଡ଼ି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ

ରାଇକିଆ, ୨୫।୯ (ପ୍ରଦୀପ ବେହେରା): ତିନି ଦିନ ଧରି ଲଗାଣ ବର୍ଷା ଯୋଗୁ କନ୍ଧମାଳ ଜିଲା ରାଇକିଆ ବ୍ଲକ ସୁଗଡ଼ବାଡ଼ି ପଞ୍ଚାୟତ ଅନ୍ତର୍ଗତ ମୁରୁଡ଼ିକୁପୁଡ଼ା ନିକଟରେ ରାଇକିଆ-ଦାରିଙ୍ଗବାଡ଼ିକୁ…

ଦଶହରା-ବାଲିଯାତ୍ରା ପୂର୍ବରୁ ମାଣିକେଶ୍ୱରୀ ପୀଠରେ ସୁରକ୍ଷା ଚିନ୍ତା: ଅଚଳ ସିସିଟିଭି, ଭଙ୍ଗା ପ୍ରାଚୀର ଓ ଲାଇଟ୍‌

ଥୁଆମୂଳରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଅତି ପୁରାତନ ତଥା ରାଜାରାଜୁଡ଼ା ଅମଳର ପ୍ରସିଦ୍ଧ ପୀଠର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?