ପ୍ରଚଣ୍ଡ ତାତି: କାନାଡାରେ ୧୩୪ ମୃତ

ଭାନ୍‌କୋଭର,୧ା୭(ଏଏଫ୍‌ପି): କାନାଡା ଓ ଉତ୍ତର-ପଶ୍ଚିମ ଆମେରିକାକୁ ବିପଦ ଡାକିଆଣିଛି ଗ୍ରୀଷ୍ମ ପ୍ରବାହ। କାନାଡାର ଭାନ୍‌କୋଭର ଅଞ୍ଚଳରେ ୪୯.୫ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଛି। ଏହାକୁ ଦେଶରେ ଅଦ୍ୟାବଧି ସର୍ବାଧିକ ବୋଲି କୁହାଯାଉଛି। ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁ ଗରମରେ ଶୁକ୍ରବାରରୁ ସୋମବାର ମଧ୍ୟରେ ଅନୂ୍ୟନ ୧୩୪ଜଣଙ୍କ ଜୀବନ ଯାଇଛି। କେବଳ ଭାନ୍‌କୋଭରରେ ୬୫ ଜଣଙ୍କ ମୃତ୍ୟୁ ଘଟିଛି। ସିଟି ପୋଲିସ ଡିପାର୍ଟମେଣ୍ଟ ଏବଂ ରୟାଲ କାନାଡିଆନ୍‌ ମାଉଣ୍ଟେଡ୍‌ ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଦେଶର ପାଣିପାଗ ସେବା ସଂସ୍ଥା ଏନ୍‌ଭାଇରୋନ୍‌ମେଣ୍ଟ କାନାଡା ପକ୍ଷରୁ କୁହାଯାଇଛି ଯେ, କାନାଡାରେ ଶୁକ୍ରବାରଠାରୁ କ୍ରମାଗତ ୩ ଦିନ ଧରି ତାପମାତ୍ରା ସର୍ବୋଚ୍ଚ ସ୍ତରରେ ରହିଛି। ଭାନ୍‌କୋଭରରୁ ୧୫୫ କି.ମି. ଦୂର ବ୍ରିଟିଶ୍‌ କଲମ୍ବିଆର ଲିଟୋନ୍‌ରେ ସର୍ବାଧିକ ୧୨୧ ଡିଗ୍ରୀ ଫାରେନ୍‌ହିଟ୍‌ (୪୯.୫ ଡିଗ୍ରୀ ସେଲ୍‌ସିୟସ୍‌) ରେକର୍ଡ କରାଯାଇଛି। ପୂର୍ବରୁ ଏହି ଅଞ୍ଚଳବାସୀଙ୍କୁ ଏତେ ଗ୍ରୀଷ୍ମ ପ୍ରବାହ ସହିବାକୁ ପଡ଼ି ନ ଥିଲା। ପ୍ରଚଣ୍ଡ ଗରମରେ ଲୋକେ ମରୁଛନ୍ତି ବୋଲି ପୋଲିସ ସର୍ଜେଣ୍ଟ ଷ୍ଟିଭ୍‌ ଆଡିସନ କହିଛନ୍ତି। ସେହିପରି ଅନ୍ୟ ମ୍ୟୁନିସିପାଲିଟିଗୁଡ଼ିକରେ ମଧ୍ୟ ଲୋକଙ୍କ ହଠାତ୍‌ ମୃତ୍ୟୁ ଘଟୁଥିବା ଖବର ଆସିଛି। ତେବେ ସେମାନେ ମୃତ୍ୟୁସଂଖ୍ୟା ଜାରି କରିନାହାନ୍ତି।
ଜଳବାୟୁ ପରିବର୍ତ୍ତନ ଯୋଗୁ ତାପମାତ୍ରା ବୃଦ୍ଧି ପାଉଛି। ବିଶ୍ୱ ପାଇଁ ୨୦୧୯ ବର୍ଷ ସବୁଠୁ ଉତ୍ତପ୍ତ ଥିଲା। ଏହା ପର ୫ ବର୍ଷରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଅଧିକ ରହିଥିଲା। ଆମେରିକାର ଓରେଗନ୍‌ରୁ କାନାଡାର
ସୁମେରୁ ପର୍ଯ୍ୟନ୍ତ ପରିବ୍ୟାପ୍ତ କ୍ଷେତ୍ରକୁ ସମ୍ପୃକ୍ତ ଅଞ୍ଚଳରେ ଗ୍ରୀଷ୍ମ ପବନ ଆଣିବା ଲାଗି ଦାୟୀ କରାଯାଉଛି। ପୋର୍ଟଲାଣ୍ଡ, ଓରେଗନ୍‌, ସିଟଲ, ଓ୍ବାଶିଂଟନ ଭଳି ଆମେରିକାର ପାସିଫିକ୍‌ ନର୍ଥଓ୍ବେଷ୍ଟ ସହରଗୁଡ଼ିକରେ ମଧ୍ୟ ତାପମାତ୍ରା ୧୯୪୦ ଦଶକ ପରେ ସର୍ବାଧିକ ରହିଛି। ପୋର୍ଟଲାଣ୍ଡରେ ସୋମବାର ୧୧୫ ଡିଗ୍ରୀ ଫାରେନ୍‌ହିଟ ରହିଥିବାବେଳେ ସିଟଲରେ ୧୦୮ ଥିଲା । ଏଭଳି ସ୍ଥିତି ଚଳିତ ସପ୍ତାହରେ ଲାଗି ରହିବ ବୋଲି ଆମେରିକାର ନ୍ୟାଶନାଲ ଓ୍ବେଦର ସର୍ଭିସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଲୋକଙ୍କୁ ଶୀତତାପ ନିୟନ୍ତ୍ରିତ ଘରେ ରହିବା, ବାହାରକୁ ନ ଯିବା ଓ ପର୍ଯ୍ୟାପ୍ତ ପାଣି ପିଇବା ପାଇଁ ପରାମର୍ଶ ଦିଆଯାଇଛି। ଭାନ୍‌କୋଭର ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଯୋଗୁ ସ୍କୁଲ ଓ କୋଭିଡ୍‌-୧୯ ଟିକାକରଣ କେନ୍ଦ୍ରଗୁଡ଼ିକୁ ବନ୍ଦ କରାଯାଇଛି। ତାପମାତ୍ରା ବୃଦ୍ଧିର ବୋଝ ଲାଘବ ପାଇଁ ଅଧିକାରୀମାନେ ରାସ୍ତାକଡ଼ରେ ଅସ୍ଥାୟୀ ଝରଣା ତିଆରି କରିଛନ୍ତି। ଆମେରିକା ଓ କାନାଡାର ଅନେକ ସ୍ଥାନରେ ଏମର୍ଜେନ୍ସି କୁଲିଂ ସେଣ୍ଟର ପ୍ରତିଷ୍ଠା କରାଯାଇଛି। ସେଠାରେ ଲୋକଙ୍କୁ ପାଣି ବୋତଲ ଓ ଟୋପି ଦିଆଯାଉଛି। ଏସବୁକୁ ଦେଖି ଏନ୍‌ଭାଇରୋନ୍‌ମେଣ୍ଟ କାନାଡାର ଜଳବାୟୁ ବିଶେଷଜ୍ଞ ଡେଭିଡ୍‌ ଫିଲିପ୍ସ କହିଛନ୍ତି, ଏବେ ଆମ ଦେଶଠାରୁ ଦୁବାଇ ଅଧିକ ଶୀତଳ।

 

୨୦୨୫ ସୁଦ୍ଧା ୧ ବିଲିୟନ୍‌ ଟନ୍‌
ଅଙ୍ଗାରକାମ୍ଳ କମାଇବାକୁ ପଡ଼ିବ

ପ୍ୟାରିସ୍‌ ଚୁକ୍ତିକୁ ସଫଳ କରି ବିଶ୍ୱକୁ ବିଶ୍ୱତାପନ ଦାଉରୁ ରକ୍ଷା କରିବାକୁ ହେଲେ ୨୦୨୫ ସୁଦ୍ଧା ୧ ବିଲିୟନ୍‌ ଟନ୍‌ ଅଙ୍ଗାରକାମ୍ଳ ହ୍ରାସ କରିବାକୁ ପଡ଼ିବ ବୋଲି ବୁଧବାର ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରା ହ୍ରାସ ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ପ୍ୟାରିସ୍‌ ଚୁକ୍ତିନାମାରେ ୧୯୦ରୁ ଊର୍ଦ୍ଧ୍ୱ ଦେଶ ସ୍ବାକ୍ଷର କରିଛନ୍ତି। ଉତ୍ସର୍ଜନ କମ୍‌ କରିବା ପାଇଁ ଟେକ୍ନୋଲୋଜିର ବ୍ୟବହାର କମାଇବା ଜରୁରୀ ବୋଲି ଅନେକ ବୈଜ୍ଞାନିକ ମତ ଦେଇଛନ୍ତି। ପ୍ୟାରିସ୍‌ ଚୁକ୍ତିକୁ ଧ୍ୟାନରେ ରଖି ବିଶ୍ୱରେ ୨୦୨୫ ସୁଦ୍ଧା ୧ ଗିଗାଟନ୍‌ ନକାରାମତ୍କ ଉତ୍ସର୍ଜନ ହ୍ରାସ କରାଯିବା ଜରୁରୀ। ବର୍ତ୍ତମାନ ନିର୍ମାଣାଧୀନ ବିକାଶ ପ୍ରକଳ୍ପଗୁଡ଼ିକ ଏହି ଅବଧି ମଧ୍ୟରେ ମାତ୍ର ୧୫୦ ନିୟୁତ ଟନ୍‌ ପର୍ଯ୍ୟନ୍ତ ଅଙ୍ଗାରକାମ୍ଳ ହ୍ରାସ କରିବାରେ ସକ୍ଷମ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

କାନାଡାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତାମିଲନାଡୁର ମନୋଜ ଶିବକୁମାର…

୭୮ ଘରୋଇ ହସ୍ପିଟାଲରୁ କଟିଯିବ ଆୟୁଷ୍ମାନ, ନାମ ଗୋପନ ରଖି କର୍ତ୍ତୃପକ୍ଷ କହିଲେ ସରକାର ଯେତେବେଳେ…

ଭୁବନେଶ୍ୱର,୨୧।୯(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟି(ଓଡିଏ)ଆକ୍ଟକୁ ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବିଏମ୍‌ସି ପକ୍ଷରୁ ୭,୩୦୦ ବେଆଇନ…

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

ଛାତ୍ରୀଛାତ୍ରଙ୍କ ନିକଟରେ ମୁଣ୍ଡ ନୁଆଇଁଲେ ଆଇଆଇଟି (IIT)ବମ୍ବେ କର୍ତ୍ତୃପକ୍ଷ; ୧୮ଟି ଦାବି ନେଇ ସହମତି, ପ୍ରଫେସର ନିଲମ୍ବିତ

ମୁମ୍ବାଇ,୨୧।୯: ଆଇଆଇଟି (IIT) ବମ୍ବେର ଏକ ହଷ୍ଟେଲରେ ୨୦ ବର୍ଷୀୟ ଛାତ୍ର ସାହିଲ ୱାକୋଡେଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଛାତ୍ରୀଛାତ୍ରମାନେ ଗତ ତିନି ଦିନ ଧରି ବିକ୍ଷୋଭ…

ବାଲେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ଶାନ୍ତି ରେଷ୍ଟୁରାଣ୍ଟ

ବାଲେଶ୍ୱର, ୨୧ା୯( ବାଞ୍ଛାନିଧି ଦେ): ହୁତୁ ହୁତୁ ହୋଇ ଜଳୁଛି ରେଷ୍ଟୁରାଣ୍ଟ । ବାଲେଶ୍ୱର ଓଟି ରୋଡ୍‌ରେ ଥିବା ଶାନ୍ତି ରେଷ୍ଟୁରାଣ୍ଟରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି…

ଆଜି ରାତି ୧୦:୪୫ରେ ନକ୍ଷତ୍ର ପରିବର୍ତ୍ତନ କରିବେ ବୁଧ, ଏହି ୪ଟି ରାଶିର ଚମକି ଉଠିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଗୋଚର ଓ ନକ୍ଷତ୍ର ପରିବର୍ତ୍ତନକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଜ୍ୟୋତିଷଙ୍କ ମତ ଅନୁସାରେ, କୌଣସି ବଡ଼ ଗ୍ରହ ନିଜ ସ୍ଥାନ କିମ୍ବା…

ରିଷିଡ଼ା କନ୍ଧପଡ଼ାରେ ମରଣଯନ୍ତା ସାଜିଛି ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମର, ମରାମତି ନହେଲେ ଆନ୍ଦୋଳନ…

ରିଷିଡ଼ା,୨୧ା୯(ସୁଶାନ୍ତ ମଲ୍ଲିକ): ବିପଦ ସଙ୍କୁଳ ଅବସ୍ଥାରେ ଝୁଲୁଛି ମୃତ୍ୟୁର ଫାଶ । ତାର ଗୁଡ଼ିକ ତଳକୁ ଲମ୍ବିଛି, ହେଲେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ…

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?