ପ୍ରଚଣ୍ଡ ତାତି: କାନାଡାରେ ୧୩୪ ମୃତ

ଭାନ୍‌କୋଭର,୧ା୭(ଏଏଫ୍‌ପି): କାନାଡା ଓ ଉତ୍ତର-ପଶ୍ଚିମ ଆମେରିକାକୁ ବିପଦ ଡାକିଆଣିଛି ଗ୍ରୀଷ୍ମ ପ୍ରବାହ। କାନାଡାର ଭାନ୍‌କୋଭର ଅଞ୍ଚଳରେ ୪୯.୫ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଛି। ଏହାକୁ ଦେଶରେ ଅଦ୍ୟାବଧି ସର୍ବାଧିକ ବୋଲି କୁହାଯାଉଛି। ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁ ଗରମରେ ଶୁକ୍ରବାରରୁ ସୋମବାର ମଧ୍ୟରେ ଅନୂ୍ୟନ ୧୩୪ଜଣଙ୍କ ଜୀବନ ଯାଇଛି। କେବଳ ଭାନ୍‌କୋଭରରେ ୬୫ ଜଣଙ୍କ ମୃତ୍ୟୁ ଘଟିଛି। ସିଟି ପୋଲିସ ଡିପାର୍ଟମେଣ୍ଟ ଏବଂ ରୟାଲ କାନାଡିଆନ୍‌ ମାଉଣ୍ଟେଡ୍‌ ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଦେଶର ପାଣିପାଗ ସେବା ସଂସ୍ଥା ଏନ୍‌ଭାଇରୋନ୍‌ମେଣ୍ଟ କାନାଡା ପକ୍ଷରୁ କୁହାଯାଇଛି ଯେ, କାନାଡାରେ ଶୁକ୍ରବାରଠାରୁ କ୍ରମାଗତ ୩ ଦିନ ଧରି ତାପମାତ୍ରା ସର୍ବୋଚ୍ଚ ସ୍ତରରେ ରହିଛି। ଭାନ୍‌କୋଭରରୁ ୧୫୫ କି.ମି. ଦୂର ବ୍ରିଟିଶ୍‌ କଲମ୍ବିଆର ଲିଟୋନ୍‌ରେ ସର୍ବାଧିକ ୧୨୧ ଡିଗ୍ରୀ ଫାରେନ୍‌ହିଟ୍‌ (୪୯.୫ ଡିଗ୍ରୀ ସେଲ୍‌ସିୟସ୍‌) ରେକର୍ଡ କରାଯାଇଛି। ପୂର୍ବରୁ ଏହି ଅଞ୍ଚଳବାସୀଙ୍କୁ ଏତେ ଗ୍ରୀଷ୍ମ ପ୍ରବାହ ସହିବାକୁ ପଡ଼ି ନ ଥିଲା। ପ୍ରଚଣ୍ଡ ଗରମରେ ଲୋକେ ମରୁଛନ୍ତି ବୋଲି ପୋଲିସ ସର୍ଜେଣ୍ଟ ଷ୍ଟିଭ୍‌ ଆଡିସନ କହିଛନ୍ତି। ସେହିପରି ଅନ୍ୟ ମ୍ୟୁନିସିପାଲିଟିଗୁଡ଼ିକରେ ମଧ୍ୟ ଲୋକଙ୍କ ହଠାତ୍‌ ମୃତ୍ୟୁ ଘଟୁଥିବା ଖବର ଆସିଛି। ତେବେ ସେମାନେ ମୃତ୍ୟୁସଂଖ୍ୟା ଜାରି କରିନାହାନ୍ତି।
ଜଳବାୟୁ ପରିବର୍ତ୍ତନ ଯୋଗୁ ତାପମାତ୍ରା ବୃଦ୍ଧି ପାଉଛି। ବିଶ୍ୱ ପାଇଁ ୨୦୧୯ ବର୍ଷ ସବୁଠୁ ଉତ୍ତପ୍ତ ଥିଲା। ଏହା ପର ୫ ବର୍ଷରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଅଧିକ ରହିଥିଲା। ଆମେରିକାର ଓରେଗନ୍‌ରୁ କାନାଡାର
ସୁମେରୁ ପର୍ଯ୍ୟନ୍ତ ପରିବ୍ୟାପ୍ତ କ୍ଷେତ୍ରକୁ ସମ୍ପୃକ୍ତ ଅଞ୍ଚଳରେ ଗ୍ରୀଷ୍ମ ପବନ ଆଣିବା ଲାଗି ଦାୟୀ କରାଯାଉଛି। ପୋର୍ଟଲାଣ୍ଡ, ଓରେଗନ୍‌, ସିଟଲ, ଓ୍ବାଶିଂଟନ ଭଳି ଆମେରିକାର ପାସିଫିକ୍‌ ନର୍ଥଓ୍ବେଷ୍ଟ ସହରଗୁଡ଼ିକରେ ମଧ୍ୟ ତାପମାତ୍ରା ୧୯୪୦ ଦଶକ ପରେ ସର୍ବାଧିକ ରହିଛି। ପୋର୍ଟଲାଣ୍ଡରେ ସୋମବାର ୧୧୫ ଡିଗ୍ରୀ ଫାରେନ୍‌ହିଟ ରହିଥିବାବେଳେ ସିଟଲରେ ୧୦୮ ଥିଲା । ଏଭଳି ସ୍ଥିତି ଚଳିତ ସପ୍ତାହରେ ଲାଗି ରହିବ ବୋଲି ଆମେରିକାର ନ୍ୟାଶନାଲ ଓ୍ବେଦର ସର୍ଭିସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଲୋକଙ୍କୁ ଶୀତତାପ ନିୟନ୍ତ୍ରିତ ଘରେ ରହିବା, ବାହାରକୁ ନ ଯିବା ଓ ପର୍ଯ୍ୟାପ୍ତ ପାଣି ପିଇବା ପାଇଁ ପରାମର୍ଶ ଦିଆଯାଇଛି। ଭାନ୍‌କୋଭର ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଯୋଗୁ ସ୍କୁଲ ଓ କୋଭିଡ୍‌-୧୯ ଟିକାକରଣ କେନ୍ଦ୍ରଗୁଡ଼ିକୁ ବନ୍ଦ କରାଯାଇଛି। ତାପମାତ୍ରା ବୃଦ୍ଧିର ବୋଝ ଲାଘବ ପାଇଁ ଅଧିକାରୀମାନେ ରାସ୍ତାକଡ଼ରେ ଅସ୍ଥାୟୀ ଝରଣା ତିଆରି କରିଛନ୍ତି। ଆମେରିକା ଓ କାନାଡାର ଅନେକ ସ୍ଥାନରେ ଏମର୍ଜେନ୍ସି କୁଲିଂ ସେଣ୍ଟର ପ୍ରତିଷ୍ଠା କରାଯାଇଛି। ସେଠାରେ ଲୋକଙ୍କୁ ପାଣି ବୋତଲ ଓ ଟୋପି ଦିଆଯାଉଛି। ଏସବୁକୁ ଦେଖି ଏନ୍‌ଭାଇରୋନ୍‌ମେଣ୍ଟ କାନାଡାର ଜଳବାୟୁ ବିଶେଷଜ୍ଞ ଡେଭିଡ୍‌ ଫିଲିପ୍ସ କହିଛନ୍ତି, ଏବେ ଆମ ଦେଶଠାରୁ ଦୁବାଇ ଅଧିକ ଶୀତଳ।

 

୨୦୨୫ ସୁଦ୍ଧା ୧ ବିଲିୟନ୍‌ ଟନ୍‌
ଅଙ୍ଗାରକାମ୍ଳ କମାଇବାକୁ ପଡ଼ିବ

ପ୍ୟାରିସ୍‌ ଚୁକ୍ତିକୁ ସଫଳ କରି ବିଶ୍ୱକୁ ବିଶ୍ୱତାପନ ଦାଉରୁ ରକ୍ଷା କରିବାକୁ ହେଲେ ୨୦୨୫ ସୁଦ୍ଧା ୧ ବିଲିୟନ୍‌ ଟନ୍‌ ଅଙ୍ଗାରକାମ୍ଳ ହ୍ରାସ କରିବାକୁ ପଡ଼ିବ ବୋଲି ବୁଧବାର ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରା ହ୍ରାସ ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ପ୍ୟାରିସ୍‌ ଚୁକ୍ତିନାମାରେ ୧୯୦ରୁ ଊର୍ଦ୍ଧ୍ୱ ଦେଶ ସ୍ବାକ୍ଷର କରିଛନ୍ତି। ଉତ୍ସର୍ଜନ କମ୍‌ କରିବା ପାଇଁ ଟେକ୍ନୋଲୋଜିର ବ୍ୟବହାର କମାଇବା ଜରୁରୀ ବୋଲି ଅନେକ ବୈଜ୍ଞାନିକ ମତ ଦେଇଛନ୍ତି। ପ୍ୟାରିସ୍‌ ଚୁକ୍ତିକୁ ଧ୍ୟାନରେ ରଖି ବିଶ୍ୱରେ ୨୦୨୫ ସୁଦ୍ଧା ୧ ଗିଗାଟନ୍‌ ନକାରାମତ୍କ ଉତ୍ସର୍ଜନ ହ୍ରାସ କରାଯିବା ଜରୁରୀ। ବର୍ତ୍ତମାନ ନିର୍ମାଣାଧୀନ ବିକାଶ ପ୍ରକଳ୍ପଗୁଡ଼ିକ ଏହି ଅବଧି ମଧ୍ୟରେ ମାତ୍ର ୧୫୦ ନିୟୁତ ଟନ୍‌ ପର୍ଯ୍ୟନ୍ତ ଅଙ୍ଗାରକାମ୍ଳ ହ୍ରାସ କରିବାରେ ସକ୍ଷମ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

ଲଣ୍ଡନ ରାସ୍ତାରେ ରାଜାଙ୍କ ଘୋଡ଼ା

ଲଣ୍ଡନ,୨୬ା୪:ବ୍ରିଟେନ୍‌ ରାଜାଙ୍କ ୪ଟି ଘୋଡ଼ା ବୁଧବାର ପୂର୍ବାହ୍ନର ଗହଳି ସମୟରେ କେନ୍ଦ୍ରୀୟ ଲଣ୍ଡନରେ ବିନା ସବାରରେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା। ସେଥିରୁ ୨ଟି ଘୋଡ଼ା କୌଣସି...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଗୁଗୁଲ ସର୍ଚ୍ଚର ସମସ୍ତ ରେକର୍ଡ ଭାଙ୍ଗିଲା ଉତ୍ତରାଧିକାର ଟ୍ୟାକ୍ସ, ସାମ ପିଟ୍ରୋଡାଙ୍କୁ ବି କରିଛନ୍ତି ଖୁବ ସର୍ଚ୍ଚ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ, ଭାରତୀୟ ବିଦେଶ କଂଗ୍ରେସ ସଭାପତି ସାମ ପିଟ୍ରୋଡାଙ୍କ ଉତ୍ତରାଧିକାର ଟ୍ୟାକ୍ସ ସମ୍ପର୍କରେ ଦେଇଥିବା ବିବୃତ୍ତି ଉପରେ ରାଜନୀତି ବନ୍ଦ ହେଉନାହିଁ। ଗୁରୁବାର (ଏପ୍ରିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri