ଉନ୍ନତୀକରଣ ପାଇଁ ଉଚ୍ଛେଦ

ଅନୁଗୋଳ ଅଫିସ, ୪।୧୧ – ଅନୁଗୋଳ ସହରର ହେବ ଉନ୍ନତୀକରଣ। ଏଥିପାଇଁ ପୂର୍ବରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ସରିଥିବା ବେଳେ ମଙ୍ଗଳବାରଠାରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଥାନା ଛକ ଠାରୁ ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱରେ ଥିବା ବେଆଇନ କବ୍‌ଜାକୁ ହଟାଇ ଦିଆଯାଇଛି। ଅନୁଗୋଳ ପୌର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା, ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ପ୍ରଶାନ୍ତ ସିଂହ, ଅନୁଗୋଳ ଥାନା ଏସ୍‌ଆଇ ଅରକ୍ଷିତ ସେଠୀ ଓ ପୌର କର୍ମଚାରୀଙ୍କ ଉପସ୍ଥିତିରେ ଶାନ୍ତିପୂର୍ଣ୍ଣ ଭାବେ ଜବରଦଖଲ ଭଙ୍ଗାଯାଇଛି। ପ୍ରଥମ ଦିନରେ ପାଖାପାଖି ୩୩ଟି ଛୋଟ ବଡ଼ ଦୋକାନ ହଟାଯିବା ସହ ସଭାଘର ପରିସରରେ ଥିବା ପୁରାତନ ଭାଗବତ ଟୁଙ୍ଗିକୁ ମଧ୍ୟ ମାଟିରେ ମିଶାଇ ଦିଆଯାଇଛି।
ଅନୁଗୋଳ ସହରର ସୌନ୍ଦର୍ଯ୍ୟକରଣ ଉପରେ ପ୍ରଶାସନ ଏବେ ଜୋର୍‌ ଦେଉଛି। ଗତ ରବିବାର ଜିଲାପାଳଙ୍କ ସହ ଅନ୍ୟ ଅଧିକାରୀମାନେ ସହରର ବିଭିନ୍ନ ସ୍ଥାନ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ। କେଉଁ ସ୍ଥାନର କିପରି ବିକାଶ କରାଯିବ ସେ ନେଇ ଜିଲାପାଳ ସମୀକ୍ଷା କରିବା ପରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଛି। ସୋମବାର ଡାକବାଜି ଯନ୍ତ୍ରରେ ସହରରେ ପ୍ରଚାର କରାଯାଇଥିଲା। ମଙ୍ଗଳବାର ସକାଳ ୮ଟାରେ ଜବରଦଖଲ ଉଚ୍ଛେଦ କରାଯିବ ବୋଲି କୁହାଯାଇଥିଲା। ହେଲେ ପୂର୍ବାହ୍ନ ୯ଟାରେ ପୌରପାଳିକା ପକ୍ଷରୁ ମାଜିଷ୍ଟ୍ରେଟ୍‌, ପୋଲିସ ଓ ପୌର ଅଧିକାରୀଙ୍କ ସହ କର୍ମଚାରୀମାନେ ଥାନା ଛକରେ ପହଞ୍ଚତ୍ଥିଲେ। ପ୍ରଥମେ ୧୦ଟି ଫଳ ବ୍ୟବସାୟୀଙ୍କୁ ଉଚ୍ଛେଦ କରାଯିବା ପରେ ବିଭିନ୍ନ ଗାଡ଼ିର ୩ଟି ଆସୋସିଏଶନ୍‌ ଘର ଭଙ୍ଗାଯାଇଥିଲା। ଏହାପରେ ୫ଟି ଚା ଦୋକାନ ଓ ୧୫ଟି ଅନ୍ୟ ଦୋକାନକୁ ହଟାଯାଇଥିଲା। ଏପରି କି ରାସ୍ତା ପର୍ଶ୍ୱରେ ବ୍ୟବସାୟୀମାନେ କରିଥିବା ଅସ୍ଥାୟୀ ଆଞ୍ଚ, ପିଣ୍ଡି, ନାମ ଫଳକ ସବୁକୁ ମାଟିରେ ମିଶାଇ ଦିଆଯାଇଥିବା ଦେଖିବାକୁ ମିଳିଛି। ଦୀର୍ଘ ୨୦ ବର୍ଷ ହେବ ଏସବୁ ଜବରଦଖଲ ଉଚ୍ଛେଦ କରାଯାଇଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ସହରର ସୌନ୍ଦର୍ଯ୍ୟକରଣ ପାଇଁ ପ୍ରଶାସନର ଏହି ଉଚ୍ଛେଦ କାର୍ଯ୍ୟକୁ କୌଣସି ସ୍ଥାନରେ ବିରୋଧ କରାଯାଇ ନ ଥିଲା। କିନ୍ତୁ ଦୋକାନ ଭଙ୍ଗାଯିବା ପରେ ପରେ ଉଠା ଦୋକାନୀମାନେ କିପରି ପରିବାର ଚଳାଇବେ ଓ ବ୍ୟବସାୟ ବଞ୍ଚାଇବେ ତାହାକୁ ନେଇ ସେମାନେ ସନ୍ଦେହରେ ପଡ଼ିଛନ୍ତି। ଦୀର୍ଘ ବର୍ଷ ହେବ ସ୍ଥାୟୀ ଭେଣ୍ଡିଂ ଜୋନ୍‌ ନିର୍ମାଣ କରାଯିବ ବୋଲି ପ୍ରଶାସନ କହିଆସୁଥିଲେ ମଧ୍ୟ ଏଯାଏ ତାହା କେବଳ ପ୍ରତିଶ୍ରୁତିରେ ରହିଥିବା ଉଚ୍ଛେଦ ହୋଇଥିବା ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି।

ପ୍ରଶାସନ ଥଇଥାନ କରୁ
ପ୍ରଶାସନ ତରବରିଆ ଭାବେ ଦୋକାନଗୁଡ଼ିକୁ ଉଚ୍ଛେଦ କରିଛି। ବ୍ୟବସାୟ ବନ୍ଦ ହୋଇଯାଇଥିବାରୁ ଏବେ ପରିବାର କେମିତି ଚଳାଇବୁ ସେ ନେଇ ଚିନ୍ତାରେ ପଡ଼ିଛୁ। ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ଭେଣ୍ଡିଂଜୋନ୍‌ ଯୋଗାଇ ଦେଉ।
-ରସାନନ୍ଦ ଜେନା, ବ୍ୟବସାୟୀ
ସପ୍ତାହେ ସମୟ ଦେବା କଥା
ସହର ଉନ୍ନତୀକରଣ ପାଇଁ ଉଚ୍ଛେଦକୁ କେହି ବିରୋଧ କରୁନାହାନ୍ତି। କିନ୍ତୁ ପ୍ରଶାସନ ସପ୍ତାହେ ସମୟ ଦେଇଥିଲେ ଦୋକାନରେ ସାମଗ୍ରୀ ମହଜୁଦ କରି ନ ଥାନ୍ତୁ। ମହାଜନ ପାଖରୁ କିଣାଯାଇଥିବା ଫଳ ଏବେ କ’ଣ କରିବୁ ଜାଣି ପାରୁନାହୁଁ। ସ୍ଥାୟୀ ଭେଣ୍ଡିଂ ଜୋନ୍‌ ତୁରନ୍ତ ଯୋଗାଇ ଦିଆଯାଉ।
-ମନୋଜ କୁମାର ପରିଡ଼ା, ବ୍ୟବସାୟୀ
ଅଯଥାରେ ହଇରାଣ କରାଯାଉଛି
ସୌନ୍ଦର୍ଯ୍ୟକରଣ ନାମରେ ଲୋକଙ୍କୁ ଅଯଥାରେ ହଇରାଣ କରାଯାଉଛି। ଯେଉଁଠାରେ ନିର୍ମାଣ କାର୍ଯ୍ୟ ହେବ ସେଠାରେ ଉଚ୍ଛେଦ କରାଯାଉ। କରୋନା ଭଳି ଭୟଙ୍କର ବିପତ୍ତି ସମୟରେ ଗରିବଙ୍କ ପେଟକୁ ନାତ ମରା ନ ଯାଉ। ଜାଗା ମିଶନ୍‌ରେ ଗରିବଙ୍କୁ ଜମିପଟ୍ଟା ବଣ୍ଟାଯାଉଥିବାବେଳେ ଉଠା ବ୍ୟବସାୟୀଙ୍କୁ ଉଚ୍ଛେଦ କେତେଦୂର ଠିକ୍‌।
-ପ୍ରତାପ ଚନ୍ଦ୍ର ପ୍ରଧାନ, ପୂର୍ବତନ ନଗରପାଳ
ସ୍ଥାୟୀ ଭେଣ୍ଡିଂ ଜୋନ୍‌ ପରିକଳ୍ପନା ଚାଲିଛି
ସହରର ସୌନ୍ଦର୍ଯ୍ୟକରଣ ପାଇଁ ଜବରଦଖଲ ଉଚ୍ଛେଦ କରାଯାଉଛି। ହଟାଇ ଦିଆଯାଇଥିବା ବ୍ୟବସାୟୀଙ୍କ ପାଇଁ ସ୍ଥାୟୀ ଭେଣ୍ଡିଂ ଜୋନ୍‌ର ବ୍ୟବସ୍ଥା କରାଯିବ। ସଭାଘରଠାରେ ଥିବା ଭାଗବତ ଟୁଙ୍ଗି ଭଙ୍ଗାଯିବା ସମ୍ପର୍କରେ ପୂର୍ବରୁ କର୍ମକର୍ତ୍ତାମାନଙ୍କୁ ଅବଗତ କରାଯାଇଥିଲା।
-ବିନୋଦ ଚନ୍ଦ୍ର ପଣ୍ଡା, ପୌର ନିର୍ବାହୀ ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?