ଅବଧି ସରିଲାଣି, ପାଣି ମିଳୁନି

ସୋନପୁର,୨୬।୭(ମୃତ୍ୟୁଞ୍ଜୟ ଶତପଥୀ): ଦେଶର ସମସ୍ତ ପରିବାରକୁ ୨୦୨୪ ସୁଦ୍ଧା ଟ୍ୟାପ୍‌ ପାଣି ଯୋଗାଇବା ପାଇଁ କେନ୍ଦ୍ର ସରକାର ଜଳଜୀବନ ମିଶନ ପରିକଳ୍ପନା କରିଛନ୍ତି। ଏହି କ୍ରମରେ ସୁବର୍ଣ୍ଣପୁର ଜିଲାରେ ଜନସଂଖ୍ୟା ୬ଲକ୍ଷ ୭୦ହଜାରରୁ ଊଦ୍ଧ୍ୱର୍ର୍। ରାଜସ୍ବ ଗାଁ ସଂଖ୍ୟା ୯୬୩। ଜିଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ତଥ୍ୟ ଅନୁଯାୟୀ ଜିଲାର ମାତ୍ର ୩୬୬ଟି ଗ୍ରାମକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ହେଉଛି। ଅବଶିଷ୍ଟ ଗ୍ରାମରେ ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ଜରିଆରେ ଜଳ ଯୋଗାଇ ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି। ଏଥିପାଇଁ ଜିଲାରେ ୬ ମେଗା ପାଇପ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ଚାଲୁଛି। କିନ୍ତୁ ପ୍ରକଳ୍ପ ଗୁଡିକର ଅଗ୍ରଗତି ରିପୋର୍ଟକୁ ଅବଲୋକନ କଲେ ଜିଲାବାସୀଙ୍କୁ ସ୍ବଚ୍ଛ ପାଣି ପାଇବା ପାଇଁ ଆହୁରି କିଛି ବର୍ଷ ଅପେକ୍ଷା କରିବାକୁ ପଡିବ। ବିନିକା ଓ ଡୁଙ୍ଗୁରିପାଲି ବ୍ଲକରେ ଲୋକେ ସ୍ବଚ୍ଛ ପାନୀୟ ଜଳ ପାଇବା ନେଇ ସଂଶୟ ସୃଷ୍ଟି ହୋଇଛି। ନିର୍ମାଣ ଦାୟିତ୍ୱରେ ଥିବା ଅଣଓଡିଆ ଠିକାସଂସ୍ଥାର ବେଲଗାମ ଓ ଲାଭଖୋର ମନୋବୃତ୍ତି ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ମତପ୍ରକାଶ ପାଇଛି। ଫଳରେ ବିନିକା ଓ ଡୁଙ୍ଗୁୁରିପାଲି ବ୍ଲକର ଅଧିକାଂଶ ଗ୍ରାମର ଲୋକେ ଏବେ ଦୂଷିତ ପାଣି ବ୍ୟବହାର କରୁଛନ୍ତି।
ଜିଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଖଣ୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଡୁଙ୍ଗୁରିପାଲି ଓ ବିନିକା ବ୍ଳକରେ ମେଗା ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଅତି ଧିମା ଗତିରେ ଚାଲିଛି। ଜଳ ଜୀବନ ମିଶନ ଅଧିନରେ ୧୯୯ କୋଟି ୭୭ ଲକ୍ଷ ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କାର୍ଯ୍ୟ ୨୦୧୯ ମସିହା ଡିସେମ୍ବର ମାସରୁ ଆରମ୍ଭ ହୋଇଛି। ୨୦୨୧ ଡିସେମ୍ବର ୧୬ତାରିଖ ସୁଦ୍ଧା ଉଭୟ ବ୍ଲକର ୧୨୫ ଗ୍ରାମକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଲକ୍ଷ୍ୟ ଥିଲା। ଜୁଭେରି ଇଞ୍ଜିନିୟରିଂ କନଷ୍ଟ୍ରକଶନ ପ୍ରାଇଭେଟ୍‌ ଲିମିଟେଡ ଏହି କାମ କରୁଛି। କିନ୍ତୁ ଠିକା ସଂସ୍ଥା ଚୁକ୍ତିନାମା ଅନୁଯାୟୀ କାମ କରୁନି। ଏହି ଅଣ ଓଡିଆ ଠିକାସଂସ୍ଥା ନିର୍ମାଣ ଅବଧିକୁ ବିଭିନ୍ନ ଆଳ ଦେଖାଇ ବୃଦ୍ଧି କରିଚାଲିଛି। ଅବଧି ବୃଦ୍ଧି ପରେ ଆସନ୍ତା ଡିସେମ୍ବର ୩୦ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟ ସରିବା ନେଇ ଲକ୍ଷ୍ୟ ରହିଛି। ଏହି ସଂସ୍ଥାକୁ ଏପର୍ଯ୍ୟନ୍ତ ୧୩୭କୋଟି ୫୪ଲକ୍ଷ ପ୍ରଦାନ କରାଯାଇଛି। କିନ୍ତୁ ଏ ପର୍ଯ୍ୟନ୍ତ ୯୦% କାମ ସମ୍ପୂର୍ଣ୍ଣ ହୋଇନି। ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୧ଲକ୍ଷ ୪୭ହଜାର ୪୩୭ ଲୋକ ଉପକୃତ ହେବେ। ମାତ୍ର ପ୍ରକଳ୍ପର ଅଗ୍ରଗତିକୁ ଦେଖିଲେ ଲକ୍ଷ୍ୟ ପୂରଣ ନେଇ ଅନିଶ୍ଚତତା ସୃଷ୍ଟି ହୋଇଛି। ତରଭା ବ୍ଲକର ୩ଟି ପଞ୍ଚାୟତର ୨୭ଟି ଗାଁକୁ ପାଇପ ଯୋଗେ ପାନୀୟ ଜଳଯୋଗାଣ ପାଇଁ ୧୯କୋଟି ୧୭ଲକ୍ଷ ବ୍ୟୟରେ କାମ ଚାଲିଛି। ୨୦୨୧ ଜୁଲାଇ ମାସରୁ କାମ ଆରମ୍ଭ ହୋଇଥିଲା ବେଳେ ଏଯାଏ ୯୫% କାମ ସରିଛି। ଏଠାରେ ଟେଷ୍ଟିଂ କାମ ଚାଲିଥିବା ଜଣାପଡିଛି। ବିନିକା ବ୍ଲକର ଅବଶିଷ୍ଟ ୬ଟି ପଞ୍ଚାୟତର ୨୭ଟି ଗ୍ରାମକୁ ପାନୀୟ ଜଳଯୋଗାଣ ପାଇଁ ୪୪କୋଟି ୫୧ଲକ୍ଷ ବ୍ୟୟରେ ନିର୍ମାଣ କାର୍ଯ୍ୟ ଜାରି ରହିଛି। ପ୍ରକଳ୍ପ କାମ ୨୦୨୩ ଅଗଷ୍ଟରେ ସମ୍ପୂର୍ଣ୍ଣ ହେବା କଥା। ମାତ୍ର ଏ ପର୍ଯ୍ୟନ୍ତ ୮୫% କାମ ସରିଛି। କାମ ବିଳମ୍ବ ନେଇ ଜିଲା ପରିଷଦ ବୈଠକରେ ଉଦ୍‌ବେଗ ପ୍ରକାଶ ପାଉଛି। ନିକଟରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସମୀକ୍ଷା କରିବା ସମୟରେ ମେଗା ଜଳଯୋଗାଣ ପ୍ରକଳ୍ପର ବିଳମ୍ବିତ କାର୍ଯ୍ୟକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଠିକାସଂସ୍ଥା ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବିଲ୍‌ ପ୍ରଦାନ ନ କରିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏ ସବୁର ପ୍ରଭାବ ଠିକାସଂସ୍ଥା ଉପରେ ପଡୁ ନ ଥିବା ପରିଲକ୍ଷିତ ହେଉଛି। ଜିଲାର ସୋନପୁର, ତରଭା ଓ ବୀରମହାରାଜପୁର ବ୍ଳକ ଅଞ୍ଚଳରେ ପାଣିରେ ଆଇରନ ଓ ଫ୍ଲୋରାଇଡ୍‌ ଭାଗ ରହୁଛି। ଏଥିଯୋଗୁ କେତେକ ଅଞ୍ଚଳରେ କିଡ୍‌ନୀ ରୋଗ ବ୍ୟାପୁଛି। ମେଗା ପ୍ରକଳ୍ପରୁ ନଦୀ ଜଳ ଟ୍ୟାପ୍‌ ଯୋଗେ ମିଳିଲେ ଲୋକଙ୍କ ସ୍ବାସ୍ଥ୍ୟ ଠିକ୍‌ ରୁହନ୍ତା। କିନ୍ତୁ ବିଳମ୍ବିତ କାର୍ଯ୍ୟ ଯୋଗୁ ଲୋକେ ଯୋଜନାର ସୁଫଳ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଏ ସମ୍ପର୍କରେ ସୁବର୍ଣ୍ଣପୁର ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ତପନ କୁମାର ପ୍ରଧାନଙ୍କୁ ପଚାରିବାରୁ କାର୍ଯ୍ୟ ବିଳମ୍ବ ପାଇଁ ଠିକାସଂସ୍ଥା ବିରୋଧରେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜୁଭେରି ଇନିଞ୍ଜିନିୟରିଂ କନଷ୍ଟ୍ରକଶନ ପ୍ରାଇଭେଟ୍‌ ଲିମିଟେଡ ଉପରେ ପେନାଲଟ୍‌ି ଇମ୍ପୋଜ କରାଯାଇଛି। ତରଭା ବ୍ଲକର ୩ଟି ପଞ୍ଚାୟତର କାମ ସରି ଆସିଲାଣି। ବାକି ମେଗା ପ୍ରକଳ୍ପ ଗୁଡିକ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ଉଦ୍ୟମ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ସବମୁଖର ପଶ୍ଚିମ ଓଡ଼ିଶା: ହାଟବଜାରରେ ନାହିଁ ନ ଥିବା ଭିଡ଼, ମୁଖ୍ୟ ଆକର୍ଷଣ ପାଲଟିଛି…

ରିଷିଡ଼ା,୧୨ା୯(ସୁଶାନ୍ତ ମଲ୍ଲିକ): ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ‘ନୂଆଖାଇ’ ପାଇଁ ଏବେ ପୁରପଲ୍ଲୀ ଉତ୍ସବମୁଖର। ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବାକୁ ଥିବା ବେଳେ ଘରେ…

ମିଳୁନି ପାନୀୟ ଜଳ, ଶୋଷ ମେଣ୍ଟାଉଛି ପରିତ୍ୟକ୍ତ କୁଣ୍ଡ

ପଟ୍ଟାଙ୍ଗି,୧୨।୯(ଶରତ କୁମାର ଧଳ): କୋରାପୁଟ ଜିଲାର ପଟ୍ଟାଙ୍ଗି ବ୍ଲକ ଅଧିନରେ ରହିଥିବା ସୁଙ୍କି ପଞ୍ଚାୟତର ଆନ୍ଧ୍ର ସୀମାକୁ ଲାଗି ରହିଥିବା ଓଡ଼ିଶାର ଅନ୍ୟତମ ଗ୍ରାମ ବାନ୍ଧା। ଉକ୍ତ…

ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ! ଏହି ଜିଲାରେ ରଚିବ ପ୍ରଳୟ…

ନୂଆଦିଲ୍ଲୀ, ୧୨।୯ : ମାଡ଼ି ଆସିବ ମହାବାତ୍ୟା ! ୧୯୯୯ ଠୁ ବି ହେବ ଭୟଙ୍କର। ନିମିଷକେ ସବୁ ହୋଇଯିବ ଛାରଖାର। ମାଡ଼ିଆସିବ ସମୁଦ୍ର ଜୁଆର। କିଛି…

ରାସ୍ତା ସାଜିଛି ବାଧକ, ଭାରରେ ବୁହା ହେଲେ ମହିଳା ରୋଗୀ

ପଟ୍ଟାଙ୍ଗି,୧୨।୯(ଶରତ କୁମାର ଧଳ): ପ୍ରତ୍ୟେକ ଗ୍ରାମରେ ପହଞ୍ଚିବ ରାସ୍ତା, ଆଉ କୌଣସି ସମସ୍ୟାର ସମ୍ମୁଖିନ ହେବେନି ଗ୍ରାମବାସୀ । ଏହି ନାରା ଦେଇ ଚାଲିଛନ୍ତି ସରକାରୀ ଦଳ…

ସମୟରେ ପହଞ୍ଚିଲା ଆମ୍ବୁଲାନ୍ସ, ହେଲେ ୩ କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ

ଗୁଡାରି,୧୨।୯,(ପ୍ରମୋଦ କୁମାର ପତି): ଗୁଡାରି ବ୍ଲକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳା ଚାମି ମାମ୍ବାଲାକା ସ୍ବାମୀ ଲାଜାରା କାଡ୍ରାକାଙ୍କୁ ପ୍ରସବ ବେଦନା ହେବା…

ଖୋଲିଲା ପ୍ରୀତିଙ୍କ ଗୁମର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇ,୯।୧୨: ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏବେ ତାଙ୍କ ଆଗାମୀ ଫିଲ୍ମ ‘ଭାଇବ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମର ପ୍ରମୋସନ୍‌ରେ ବ୍ୟସ୍ତ ଥିବା ପ୍ରୀତି ନିକଟରେ…

୮ ଫୌଜଦାରୀ ମାମଲାର ଫଇସଲା: ଋଣ ବାବଦରେ ୧ ଲକ୍ଷ ଟଙ୍କା ଆଦାୟ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ଆନୁକୂଲ୍ୟରେ ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ ଶନିବାର ସ୍ଥାନୀୟ କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ…

୨ ଦିନ ପରେ ନବପଞ୍ଚମ ଯୋଗ: ମିଥୁନ ସମେତ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ! ବୃହସ୍ପତିଙ୍କ କୃପାରୁ ବର୍ଷିିବ ଟଙ୍କା!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଚଳନ ଓ ସେମାନଙ୍କର ପରସ୍ପର ସ୍ଥିତିକୁ ବେଶ ଗୁରୁତ୍ୱ ଦିଆଯାଏ। ଦୁଇଟି ଗ୍ରହ ନିର୍ଦ୍ଦିଷ୍ଟ ସ୍ଥିତିରେ ଆସିଲେ ବିଭିନ୍ନ ଯୋଗ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?