ବିକ୍ରି ହେଉଛି ଏକ୍ସପାଏରି ଔଷଧ

ରାୟଗଡ଼ା,୪।୮(ଆଶିଷ ରଞ୍ଜନ ପଣ୍ଡା): ଜିଲାର ବିଭିନ୍ନ ଔଷଧ ଦୋକାନରେ ବେଆଇନ ଭାବେ ଅବଧି ଶେଷ ହୋଇଯାଇଥିବା ବା ଏକ୍ସପାଏରି ଔଷଧ ବିକ୍ରି ହେଉଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଡ୍ରଗ୍ସ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି। ଏଭଳି ଏକ ଘଟଣା ବୁଧବାର ରାତି ପ୍ରାୟ ୮ଟାରେ ରାୟଗଡ଼ା ସହରସ୍ଥିତ କପିଳାସ ହୋଟେଲ ରୋଡ୍‌ ଅଞ୍ଚଳରେ ଦେଖିବାକୁ ମିଳିଛି। ନ୍ୟୁକଲୋନିରେ ଥିବା ଔଷଧ ଦୋକାନ ‘ଆଦିତ୍ୟ ମେଡିକାଲ ହଲ୍‌’ରେ ଏକ୍ସପାଏରି ମେଡିସିନ ବିକ୍ରି କରାଯାଉଥିବା ଜଣେ ଯୁବକ ଅଭିଯୋଗ କରିଥିଲେ। ହେଲେ ଔଷଧ ଦୋକାନୀ ଚତୁରତାର ସହ ଯୁବକ ଓ ତାଙ୍କ ସାଥୀଙ୍କୁ କିଛି ଟଙ୍କା ଦେଇ ଘଟଣାକୁ ଚାପିଦେବାକୁ ଉଦ୍ୟମ କରିଛନ୍ତି। ଏ ବିଷୟରେ ଡ୍ରଗ୍ସ ଇନସ୍ପେକ୍ଟର ବୁଧବାର ରାତିରୁ ଅବଗତ ଥିଲେ ମଧ୍ୟ ଏହାର ସତ୍ୟତା ଉପରେ ଏ ପର୍ଯ୍ୟନ୍ତ କୌଣସି ଯାଞ୍ଚ କରି ନ ଥିବା ଜଣାପଡ଼ିଛି। ଯଦି ଜିଲା ସଦର ମହକୁମାରେ ଏଭଳି ଏକ୍ସପାଏରି ମେଡିସିନ ବିକ୍ରି କରାଯାଉଛି, ତେବେ ଗ୍ରାମାଞ୍ଚଳର ସ୍ଥିତି କ’ଣ ଥିବ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଗ୍ରାମାଞ୍ଚଳରେ କ୍ୱାକ୍‌ଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ହେଲେ ଏହାକୁ ରୋକିବା ପାଇଁ ଜିଲା ସ୍ବାସ୍ଥ୍ୟ ବିଭାଗ ମଧ୍ୟ କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହେଉଛି।
ଘଟଣାରୁ ପ୍ରକାଶ ଯେ, ନ୍ୟୁକଲୋନିସ୍ଥିତ ଆଦିତ୍ୟ ମେଡ଼ିକାଲ ହଲ୍‌ ନିକଟରେ ଡକ୍ଟର ପ୍ଲାଜା ନାମକ ଏକ ସଂସ୍ଥା ରହିଛି। ଉକ୍ତ ସଂସ୍ଥାରେ ବିଭିନ୍ନ ସରକାରୀ ଡାକ୍ତରୀ ଆସି ରୋଗୀଙ୍କ ଚିକିତ୍ସା କରନ୍ତି। ଜଣେ ଯୁବକଙ୍କ କାନରେ କିଛି ସମସ୍ୟା ଥିବାରୁ ଜୁଲାଇ ୩୧ରେ ଡକ୍ଟର ପ୍ଲାଜାକୁ ଯାଇ ଇଏନ୍‌ଟି ସ୍ପେଶାଲିଷ୍ଟଙ୍କ ନିକଟରେ ଚିକିତ୍ସା କରାଇଥିଲେ। ଉକ୍ତ ଡାକ୍ତର ଜଣକ ଯୁବକଙ୍କୁ ୨ପ୍ରକାର ବଟିକା ଏବଂ ଗୋଟିଏ ଡ୍ରପ୍‌ ଲେଖିଥିଲେ। ତେଣୁ ସେ ସେଠାରେ ଥିବା ଆଦିତ୍ୟ ମେଡିକାଲ ହଲ୍‌ରେ ପ୍ରେସ୍କିପ୍‌ସନ ଦେଖାଇ ଉକ୍ତ ମେଡ଼ିସିନ ସବୁ କିଣି ନେଇଥିଲେ। ସେ ନେଇଥିବା ମେଡିସିନ ମଧ୍ୟରୁ ଗୁଡ୍‌ସେଫ୍‌-ଏକ୍ସଏଲ୍‌ ନାମକ ଔଷଧର ଏକ୍ସପାଏରି ତାରିଖ ଜୁନ ୨୦୨୩ରୁ ଶେଷ ହୋଇଯାଇଥିବା ନେଇ ବୁଧବାର ସନ୍ଧ୍ୟାରେ ଯୁବକ ଜଣକ ମେଡିସିନ ଷ୍ଟୋରକୁ ଆସି ଅଭିଯୋଗ କରିଥିଲେ। ତେବେ ସମ୍ପୃକ୍ତ ଔଷଧ ଦୋକାନୀ ତାଙ୍କୁ ବୁଝାଶୁଝା କରି ପଠାଇ ଦେଇଥିବା ଜଣାପଡ଼ିଛି। ସେଠାରେ ଉପସ୍ଥିତି କେତେଜଣ ଯୁବକ ଏ ନେଇ ଡ୍ରଗ୍ସ ଇନିସ୍ପେକ୍ଟର ପ୍ରିୟ ରଞ୍ଜନ ନାୟକଙ୍କୁ ଫୋନ ଯୋଗେ ଜଣାଇଥିଲେ ମଧ୍ୟ ସେ ତଦନ୍ତ ପାଇଁ ଆସି ନ ଥିବା ଜଣାପଡ଼ିଛି। ଗୁରୁବାର କିଛି ଗଣମାଧ୍ୟମ ପ୍ରତିନିଧି ଘଟଣା ବିଷୟରେ ଡ୍ରଗ୍ସ ଇନ୍‌ସ୍ପେକ୍ଟର ପ୍ରିୟରଞ୍ଜନଙ୍କୁ ପଚାରିବାରୁ ସେ ସନ୍ଧ୍ୟାରେ ଯାଇ ଏହାର ତଦନ୍ତ କରିବେ ଏବଂ ଘଟଣା ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଔଷଧର ଏକ୍ସପାଏରି ସମୟ ଶେଷ ହୋଇଥିଲେ ମଧ୍ୟ କିଛିଦିନ ପର୍ଯ୍ୟନ୍ତ ତାହାର ଔଷଧୀୟ କ୍ଷମତା କମ୍‌ ହୋଇ ନ ଥାଏ ବୋଲି ଡ୍ରଗ୍ସ ଇନସ୍ପେକ୍ଟର କହିଛନ୍ତି। ତେବେ କୌଣସି ଔଷଧ ଏକ୍ସପାଏରି ସମୟର ୩ ମାସ ମଧ୍ୟରେ ସମ୍ପୃକ୍ତ ହୋଲ୍‌ସେଲରକୁ ଫେରାଇ ଦେବା ପାଇଁ ନିୟମାବଳୀ ରହିଥିବା ବେଳେ ଔଷଧ ଦୋକାନୀ ଏହାକୁ ଫେରସ୍ତ ନ କରି ରୋଗୀଙ୍କୁ ବିକ୍ରି କରିବା କେତେଦୂର ଠିକ୍‌ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ସେହିଭଳି ଡକ୍ଟର ପ୍ଲାଜା କ୍ଲିନିକରେ ଯଦି କୌଣସି ରୋଗୀ ଚିକିତ୍ସିତ ହୁଅନ୍ତି ଆଉ ସେମାନେ ଆଦିତ୍ୟ ମେଡ଼ିକାଲ ହଲ୍‌ରୁ ଔଷଧ ନ କିଣନ୍ତି ତେବେ ଉକ୍ତ ଦୋକାନରେ ୧୦୦ ଟଙ୍କା ଦେବାକୁ ପଡିଥାଏ। ଜିଲା ସଦର ମହକୁମାରେ ଏହିଭଳି ଅବ୍ୟବସ୍ଥା ଚାଲିଥିଲେ ମଧ୍ୟ ସେଠାରେ ସରକାରୀ ଡାକ୍ତରମାନେ ଆସି ରୋଗୀ ଚିକିତ୍ସା କରୁଛନ୍ତି। ହେଲେ ଏ ନେଇ ଜିଲା ସ୍ବାସ୍ଥ୍ୟ ବିଭାଗ ଏବଂ ଡ୍ରଗ୍ସ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଶୂନ। ତେଣୁ ଜିଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଏହିଭଳି ବେଆଇନ କାର୍ଯ୍ୟକୁ ରୋକିବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପେନଶନଭୋଗୀଙ୍କ ପାଇଁ ବଡ଼ ଖବର, UPI ରେ ଟଙ୍କା ଖର୍ଚ୍ଚ କରୁଥିଲେ…

ନୂଆଦିଲ୍‌ଲୀ,୨୦।୯: ପେନଶନ ଫଣ୍ଡ ନିୟାମକ ଏବଂ ବିକାଶ ପ୍ରାଧିକରଣ (PFRDA) କହିଛି ଯେ, ଇ-ଶ୍ରମ (e-Shram) ଡାଟାବେସରେ ପଞ୍ଜୀକୃତ ହୋଇଥିବା ଅସଂଗଠିତ କ୍ଷେତ୍ରର କର୍ମଚାରୀମାନେ ଖୁବ ଶୀଘ୍ର…

ରେଙ୍ଗାଲିରେ ଏନକାଉଣ୍ଟର: କୋଡିନ୍‌ କଫ୍‌ସିରପ୍‌ ଚାଲାଣକାରୀଙ୍କୁ….

ସମ୍ବଲପୁର, ୨୦।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ନିଶା କାରବାର ବିରୋଧରେ ପୋଲିସର ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ଅନ୍ତର୍ଗତ ରେଙ୍ଗାଲି ଥାନା…

ଏହି ୭ ପ୍ରକାରର UPI ପେମେଣ୍ଟ୍‌ ଉପରେ କୌଣସି ଚାର୍ଜ ଲାଗିବ ନାହିଁ; ଜାଣନ୍ତୁ କ’ଣ?

ନୂଆଦିଲ୍ଲୀ,୨୦ା୯: UPI ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ୧୫ ଅକ୍ଟୋବର, ୨୦୨୬ ଠାରୁ, ଏକ ନୂତନ ବାଣିଜ୍ୟ ରିହାତି ହାର (MDR) ଢାଞ୍ଚା କିଛି…

ସିମନବାଡ଼ି ସବ୍‌ଷ୍ଟେସନ କାର୍ଯ୍ୟ ଶେଷକୁ ବିତିଲା ଦୀର୍ଘଦିନ : ଲୋକଙ୍କୁ ମିଳୁନି ସେବା, ବିଭାଗର ଅହେତୁକ ବିଳମ୍ବକୁ ନେଇ ବଢ଼ୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି, ୨୦/୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଦୀର୍ଘଦିନ ହେଲା ୩୩/୧୧ କେଭି ବିଦ୍ୟୁତ ସବ୍‌ଷ୍ଟେସନ ସ୍ଥାପନ କାର୍ଯ୍ୟ ଶେଷ ହୋଇସାରିଛି। ହେଲେ…

ଭାରତରେ ପ୍ରବେଶ କରିବ ଆପଲ ପେ’

ନୂଆଦିଲ୍ଲୀ,୨୦ା୯: ଭାରତରେ ସର୍ୱାଧିକ ପ୍ରଚଳିତ ୟୁପିଆଇ ପେମେଣ୍ଟ ବ୍ୟବସ୍ଥା ଫୋନ୍‌ ପେ’ ଭଳି ଆମେରିକାରେ ଆପଲ ପେ’ ମଧ୍ୟ ଗ୍ରାହକ ମହଲରେ ବେଶ୍‌ ପରିଚିତ। ତେବେ ଆମେରିକାରେ…

ପେଟ୍ରୋଲିୟମ ମନ୍ତ୍ରଣାଳୟର ବଡ଼ ଘୋଷଣା, ଅକ୍ଟୋବର ୧ରୁ ଏମାନଙ୍କୁ ମିଳିବନି LPG ସିଲିଣ୍ଡର

ନୂଆଦିଲ୍ଲୀ,୨୦ା୯: ନିୟନ୍ତ୍ରିତ ଖୁଚୁରା ବିକ୍ରୟ ମୂଲ୍ୟରେ ଉପଯୁକ୍ତ ସବ୍‌ସିଡି ସହ ସିଲିଣ୍ଡର ରିଫିଲ ପାଇବାକୁ ଚାହୁଁଥିବା ଘରୋଇ ଏଲ୍‌ପିଜି ଗ୍ରାହକମାନଙ୍କ ପାଇଁ ଆସନ୍ତା ଅକ୍ଟୋବର ୧ରୁ ବାୟୋମେଟ୍ରିକ୍‌…

ବୁଧ-ଗୁରୁଙ୍କ ଯୁତିରେ ୪ ରାଶିଙ୍କ ଫିଟିବ ଭାଗ୍ୟ, ଟଙ୍କାରେ ଭରିଯିବ ସିନ୍ଦୁକ, ଚାକିରିରେ ବଡ଼ ପଦବୀ…

ବୈଦିକ ଜ୍ୟୋତିଷରେ ବୁଧ ଏବଂ ବୃହସ୍ପତି (ଗୁରୁ) ଉଭୟ ଅତ୍ୟନ୍ତ ଶୁଭ ଗ୍ରହ, କାରଣ ଶୁକ୍ରଙ୍କ ତୁଳନାରେ ଏମାନଙ୍କ ମଧ୍ୟରେ ଦେବତ୍ୱ ରହିଛି। ଯେତେବେଳେ ବୁଧ-ଗୁରୁଙ୍କ ଯୁତି,…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?