ବିକ୍ରି ହେଉଛି ଏକ୍ସପାଏରି ଔଷଧ

ରାୟଗଡ଼ା,୪।୮(ଆଶିଷ ରଞ୍ଜନ ପଣ୍ଡା): ଜିଲାର ବିଭିନ୍ନ ଔଷଧ ଦୋକାନରେ ବେଆଇନ ଭାବେ ଅବଧି ଶେଷ ହୋଇଯାଇଥିବା ବା ଏକ୍ସପାଏରି ଔଷଧ ବିକ୍ରି ହେଉଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଡ୍ରଗ୍ସ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି। ଏଭଳି ଏକ ଘଟଣା ବୁଧବାର ରାତି ପ୍ରାୟ ୮ଟାରେ ରାୟଗଡ଼ା ସହରସ୍ଥିତ କପିଳାସ ହୋଟେଲ ରୋଡ୍‌ ଅଞ୍ଚଳରେ ଦେଖିବାକୁ ମିଳିଛି। ନ୍ୟୁକଲୋନିରେ ଥିବା ଔଷଧ ଦୋକାନ ‘ଆଦିତ୍ୟ ମେଡିକାଲ ହଲ୍‌’ରେ ଏକ୍ସପାଏରି ମେଡିସିନ ବିକ୍ରି କରାଯାଉଥିବା ଜଣେ ଯୁବକ ଅଭିଯୋଗ କରିଥିଲେ। ହେଲେ ଔଷଧ ଦୋକାନୀ ଚତୁରତାର ସହ ଯୁବକ ଓ ତାଙ୍କ ସାଥୀଙ୍କୁ କିଛି ଟଙ୍କା ଦେଇ ଘଟଣାକୁ ଚାପିଦେବାକୁ ଉଦ୍ୟମ କରିଛନ୍ତି। ଏ ବିଷୟରେ ଡ୍ରଗ୍ସ ଇନସ୍ପେକ୍ଟର ବୁଧବାର ରାତିରୁ ଅବଗତ ଥିଲେ ମଧ୍ୟ ଏହାର ସତ୍ୟତା ଉପରେ ଏ ପର୍ଯ୍ୟନ୍ତ କୌଣସି ଯାଞ୍ଚ କରି ନ ଥିବା ଜଣାପଡ଼ିଛି। ଯଦି ଜିଲା ସଦର ମହକୁମାରେ ଏଭଳି ଏକ୍ସପାଏରି ମେଡିସିନ ବିକ୍ରି କରାଯାଉଛି, ତେବେ ଗ୍ରାମାଞ୍ଚଳର ସ୍ଥିତି କ’ଣ ଥିବ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଗ୍ରାମାଞ୍ଚଳରେ କ୍ୱାକ୍‌ଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ହେଲେ ଏହାକୁ ରୋକିବା ପାଇଁ ଜିଲା ସ୍ବାସ୍ଥ୍ୟ ବିଭାଗ ମଧ୍ୟ କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହେଉଛି।
ଘଟଣାରୁ ପ୍ରକାଶ ଯେ, ନ୍ୟୁକଲୋନିସ୍ଥିତ ଆଦିତ୍ୟ ମେଡ଼ିକାଲ ହଲ୍‌ ନିକଟରେ ଡକ୍ଟର ପ୍ଲାଜା ନାମକ ଏକ ସଂସ୍ଥା ରହିଛି। ଉକ୍ତ ସଂସ୍ଥାରେ ବିଭିନ୍ନ ସରକାରୀ ଡାକ୍ତରୀ ଆସି ରୋଗୀଙ୍କ ଚିକିତ୍ସା କରନ୍ତି। ଜଣେ ଯୁବକଙ୍କ କାନରେ କିଛି ସମସ୍ୟା ଥିବାରୁ ଜୁଲାଇ ୩୧ରେ ଡକ୍ଟର ପ୍ଲାଜାକୁ ଯାଇ ଇଏନ୍‌ଟି ସ୍ପେଶାଲିଷ୍ଟଙ୍କ ନିକଟରେ ଚିକିତ୍ସା କରାଇଥିଲେ। ଉକ୍ତ ଡାକ୍ତର ଜଣକ ଯୁବକଙ୍କୁ ୨ପ୍ରକାର ବଟିକା ଏବଂ ଗୋଟିଏ ଡ୍ରପ୍‌ ଲେଖିଥିଲେ। ତେଣୁ ସେ ସେଠାରେ ଥିବା ଆଦିତ୍ୟ ମେଡିକାଲ ହଲ୍‌ରେ ପ୍ରେସ୍କିପ୍‌ସନ ଦେଖାଇ ଉକ୍ତ ମେଡ଼ିସିନ ସବୁ କିଣି ନେଇଥିଲେ। ସେ ନେଇଥିବା ମେଡିସିନ ମଧ୍ୟରୁ ଗୁଡ୍‌ସେଫ୍‌-ଏକ୍ସଏଲ୍‌ ନାମକ ଔଷଧର ଏକ୍ସପାଏରି ତାରିଖ ଜୁନ ୨୦୨୩ରୁ ଶେଷ ହୋଇଯାଇଥିବା ନେଇ ବୁଧବାର ସନ୍ଧ୍ୟାରେ ଯୁବକ ଜଣକ ମେଡିସିନ ଷ୍ଟୋରକୁ ଆସି ଅଭିଯୋଗ କରିଥିଲେ। ତେବେ ସମ୍ପୃକ୍ତ ଔଷଧ ଦୋକାନୀ ତାଙ୍କୁ ବୁଝାଶୁଝା କରି ପଠାଇ ଦେଇଥିବା ଜଣାପଡ଼ିଛି। ସେଠାରେ ଉପସ୍ଥିତି କେତେଜଣ ଯୁବକ ଏ ନେଇ ଡ୍ରଗ୍ସ ଇନିସ୍ପେକ୍ଟର ପ୍ରିୟ ରଞ୍ଜନ ନାୟକଙ୍କୁ ଫୋନ ଯୋଗେ ଜଣାଇଥିଲେ ମଧ୍ୟ ସେ ତଦନ୍ତ ପାଇଁ ଆସି ନ ଥିବା ଜଣାପଡ଼ିଛି। ଗୁରୁବାର କିଛି ଗଣମାଧ୍ୟମ ପ୍ରତିନିଧି ଘଟଣା ବିଷୟରେ ଡ୍ରଗ୍ସ ଇନ୍‌ସ୍ପେକ୍ଟର ପ୍ରିୟରଞ୍ଜନଙ୍କୁ ପଚାରିବାରୁ ସେ ସନ୍ଧ୍ୟାରେ ଯାଇ ଏହାର ତଦନ୍ତ କରିବେ ଏବଂ ଘଟଣା ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଔଷଧର ଏକ୍ସପାଏରି ସମୟ ଶେଷ ହୋଇଥିଲେ ମଧ୍ୟ କିଛିଦିନ ପର୍ଯ୍ୟନ୍ତ ତାହାର ଔଷଧୀୟ କ୍ଷମତା କମ୍‌ ହୋଇ ନ ଥାଏ ବୋଲି ଡ୍ରଗ୍ସ ଇନସ୍ପେକ୍ଟର କହିଛନ୍ତି। ତେବେ କୌଣସି ଔଷଧ ଏକ୍ସପାଏରି ସମୟର ୩ ମାସ ମଧ୍ୟରେ ସମ୍ପୃକ୍ତ ହୋଲ୍‌ସେଲରକୁ ଫେରାଇ ଦେବା ପାଇଁ ନିୟମାବଳୀ ରହିଥିବା ବେଳେ ଔଷଧ ଦୋକାନୀ ଏହାକୁ ଫେରସ୍ତ ନ କରି ରୋଗୀଙ୍କୁ ବିକ୍ରି କରିବା କେତେଦୂର ଠିକ୍‌ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ସେହିଭଳି ଡକ୍ଟର ପ୍ଲାଜା କ୍ଲିନିକରେ ଯଦି କୌଣସି ରୋଗୀ ଚିକିତ୍ସିତ ହୁଅନ୍ତି ଆଉ ସେମାନେ ଆଦିତ୍ୟ ମେଡ଼ିକାଲ ହଲ୍‌ରୁ ଔଷଧ ନ କିଣନ୍ତି ତେବେ ଉକ୍ତ ଦୋକାନରେ ୧୦୦ ଟଙ୍କା ଦେବାକୁ ପଡିଥାଏ। ଜିଲା ସଦର ମହକୁମାରେ ଏହିଭଳି ଅବ୍ୟବସ୍ଥା ଚାଲିଥିଲେ ମଧ୍ୟ ସେଠାରେ ସରକାରୀ ଡାକ୍ତରମାନେ ଆସି ରୋଗୀ ଚିକିତ୍ସା କରୁଛନ୍ତି। ହେଲେ ଏ ନେଇ ଜିଲା ସ୍ବାସ୍ଥ୍ୟ ବିଭାଗ ଏବଂ ଡ୍ରଗ୍ସ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଶୂନ। ତେଣୁ ଜିଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଏହିଭଳି ବେଆଇନ କାର୍ଯ୍ୟକୁ ରୋକିବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

ବାଇକ୍‌କୁ ପଛରୁ ଧକ୍କା ଦେଲା ବୋଲେରୋ: ମା’ଙ୍କ ଜୀବନ ଗଲା, ପୁଅ ଗୁରୁତର

ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଉଖୁଣ୍ଡା ରାସ୍ତାର ବାଉଁଶୁଳି ହନୁମାନ ଛକ ନିକଟରେ ଶନିବାର ରାତିରେ ଦୁର୍ଘଟଣାରେ ମା’ଙ୍କର ମୃତ୍ୟୁ ହୋଇଥିବା...

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡି, ୧୨ ଶ୍ରମିକ ଆହତ

ଗଞ୍ଜାମ,୨୮।୪: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ଅରିନ୍ଦମ୍‌ଙ୍କୁ ଗ୍ରହଣ କରିପାରୁନାହାନ୍ତି ଦଳୀୟ କର୍ମୀ

ସାଲେପୁର,୨୮।୪(ଅରବିନ୍ଦ ଭୂୟାଁ)ବହୁ କଳ୍ପନାଜଳ୍ପନା ପରେ ଶେଷରେ ସାଲେପୁର ବିଧାନସଭା ଆସନର ଭାଜପା ପ୍ରାର୍ଥୀଭାବେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କଟକର ଯୁବନେତା ଅରିନ୍ଦମ ରାୟଙ୍କ ନାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri