ପୂର୍ବତଟ ରେଳପଥ ପକ୍ଷରୁ ବିଭିନ୍ନ ଷ୍ଟେଶନରେ ପରୀକ୍ଷାମୂଳକ ଟ୍ରେନ୍‌ ରହଣି

ଭୁବନେଶ୍ୱର,୨୦।୮(ଅଭିଜିତ ଦାସ):ଯାତ୍ରୀଙ୍କ ଚାହିଦା ଓ ସୁବିଧାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ବିଭିନ୍ନ ଷ୍ଟେଶନରେ ପରୀକ୍ଷାମୂଳକ ଭାବେ ଟ୍ରେନ୍‌ଗୁଡିକର ରହଣି ପାଇଁ ବ୍ୟବସ୍ଥା ହୋଇଛି। କାଳୁପଡାଘାଟରେ ପ୍ରଶାନ୍ତି ଏକ୍ସପ୍ରେସ, ନରାଜ ମାର୍ଥାପୁରରେ ପୁରୀ-ଅଜମେର ଏକ୍ସପ୍ରେସ, ଯଖପୁରାରେ ଜନଶତାବ୍ଦୀ ଏକ୍ସପ୍ରେସ, ଦାମନଯୋଡିରେ ସମଲେଶ୍ୱରୀ ଏକ୍ସପ୍ରେସ, ମେରାମଣ୍ଡଳୀରେ ପୁରୀ-ଦୁର୍ଗ ଏକ୍ସପ୍ରେସ ଏବଂ ନରାଜ ମାର୍ଥାପୁର ଓ ମେରାମଣ୍ଡଳୀ ଷ୍ଟେଶନରେ ଭୁବନେଶ୍ୱର-ରାଉରକେଲା ଏକ୍ସପ୍ରେସ ପ୍ରାରମ୍ଭିକ ଭାବେ ରହଣି କରିବ।
ସୂଚନା ଅନୁଯାୟୀ, ଯଖପୁରା ଷ୍ଟେଶନରେ ଭୁବନେଶ୍ୱର-ହାୱଡ଼ା-ଭୁବନେଶ୍ୱର ଜନ ଶତାବ୍ଦୀ ଏକ୍ସପ୍ରେସ ୨୦ ଅଗଷ୍ଟରୁ ରହଣି କରିବ। ଉକ୍ତ ଟ୍ରେନ୍‌ଟି ସକାଳ ୭ଟା ୧୧ରେ ପହଞ୍ଚତ୍ ୭ଟା ୧୩ରେ ହାୱଡ଼ା ଅଭିମୁଖେ ଯାତ୍ରା କରିବ। ସେହିପରି ହାୱଡ଼ାରୁ ଆସୁଥିବା ଏହି ଟ୍ରେନଟି ସା ୬ଟା ୧୩ରେ ଯଖପୁରାରେ ପହଞ୍ଚତ୍ ୬ଟା ୧୫ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ। ମେରାମଣ୍ଡଳୀ ଷ୍ଟେଶନରେ ଅଗଷ୍ଟ ୨୦ରୁ ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସ ରହଣି କରିବ। ଟ୍ରେନ୍‌ଟି ଉକ୍ତ ଷ୍ଟେଶନରେ ରାତି ୧୦ଟା ୩୦ରେ ପହଞ୍ଚତ୍ ୧୦ଟା ୩୨ରେ ଦୁର୍ଗ ଅଭିମୁଖେ ଯାତ୍ରା କରିବ ଓ ଫେରିବା ମାର୍ଗରେ ଭୋର୍‌ ୫ଟାରେ ପୁରୀ ଅଭିମୁଖେ ଯାତ୍ରା କରିବ। ଏଥିସହ ମେରାମଣ୍ଡଳୀ ଷ୍ଟେଶନରେ ରାଉରକେଲା-ଭୁବନେଶ୍ୱର-ରାଉରକେଲା ଏକ୍ସପ୍ରେସର ମଧ୍ୟ ରହଣି ବ୍ୟବସ୍ଥା କରାଯାଇଛି। ରାଉରକେଲାରୁ ଆସୁଥିବା ଏହି ଟ୍ରେନ ମେରାମଣ୍ଡଳୀରେ ଦିନ ୧୦ଟା ୧୪ରେ ପହଞ୍ଚତ୍ ୧୦ଟା ୧୫ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବା ସହ ଫେରିବା ମାର୍ଗରେ ଭୁବନେଶ୍ୱରରୁ ଏହି ଟ୍ରେନ ଅପରାହ୍ନ ୩ଟା ୯ରେ ପହଞ୍ଚତ୍ ୩ଟା ୧୧ରେ ରାଉରକେଲା ଅଭିମୁଖେ ଯାତ୍ରା କରିବ। ନରାଜ ମାର୍ଥାପୁର ଷ୍ଟେଶନରେ ପୁରୀ-ଅଜମେର-ପୁରୀ ଏକ୍ସପ୍ରେସ ସପ୍ଟେମ୍ବର ୨ରୁ ରହଣି କରିବ। ରାତି ୧୨ଟା ୫୩ରେ ପହଞ୍ଚତ୍ ୧୨ଟା ୫୫ରେ ଅଜ୍‌ମେର ଅଭିମୁଖେ ଯାତ୍ରା କରିବ ଓ ଫେରିବା ମାର୍ଗରେ ଅଜମେରରୁ ଏହି ଟ୍ରେନ ନରାଜ ମାର୍ଥାପୁରରେ ଦିନ ୧୧ଟା ୫୫ରେ ପହଞ୍ଚତ୍ ୧୧ଟା ୫୭ରେ ପୁରୀ ଅଭିମୁଖେ ଯାତ୍ରା କରିବ। ସେହିପରି ଉକ୍ତ ଷ୍ଟେଶନରେ ରାଉରକେଲା-ଭୁବନେଶ୍ୱର-ରାଉରକେଲା ଏକ୍ସପ୍ରେସ ଅଗଷ୍ଟ ୨୦ରୁ ରହଣି କରିବ। ଟ୍ରେନ୍‌ଟି ମାର୍ଥାପୁର ଷ୍ଟେଶନରେ ଦିନ ୧୧ଟା ୨୫ରେ ପହଞ୍ଚତ୍ ୧୧ଟା ୨୭ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ ଓ ଫେରିବା ମାର୍ଗରେ ଭୁବନେଶ୍ୱରରୁ ଏହି ଟ୍ରେନ ନରାଜ ମାର୍ଥାପୁରରେ ଅପରାହ୍ନ ୨ଟାରେ ପହଞ୍ଚତ୍ ୨ଟା ୫ରେ ରାଉରକେଲା ଅଭିମୁଖେ ଯାତ୍ରା କରିବ। ଉକ୍ତ ଷ୍ଟେଶନଗୁଡିକରେ ଅଧିକ ସଂଖ୍ୟକ ଯାତ୍ରୀ ଯାତ୍ରା କରୁଥିବାରୁ ପୂର୍ବତଟ ରେଳପଥ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?