ନିଶା କାରବାରରେ ଟିଟୋ ଗ୍ୟାଙ୍ଗ୍‌

ଭୁବନେଶ୍ୱର,୨୦।୮ (ସୂର୍ଯ୍ୟକାନ୍ତ ବେହେରା)କମିଶନରେଟ ପୋଲିସର ସ୍ବତନ୍ତ୍ର କ୍ରାଇମ ୟୁନିଟ୍‌ ପାଣ୍ଡରାରେ ଚଢ଼ାଉ କରି ନିଶା ରାକେଟର ପର୍ଦ୍ଦାଫାଶ କରିଛି। ଏହାସହ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କଠାରୁ ୩୫୦ ଗ୍ରାମ ବ୍ରାଉନସୁଗାର, ଗୋଟିଏ ଦେଶୀ ପିସ୍ତଲ, ତିନି ରାଉଣ୍ଡ ଗୁଳି, ୫ଟି ମୋବାଇଲ, ନଗଦ ୪ ହଜାର ୪୦୦ ଟଙ୍କା ଆଦି ଜବତ କରିଛି। ଅଭିଯୁକ୍ତମାନେ ହେଲେ କେନ୍ଦ୍ରାପଡା ରାଜନଗରର ଅଶ୍ରୁମୋଚନ ରାଉତ, ଖୋର୍ଦ୍ଧା ଅଞ୍ଚଳର ମୀନକେତନ ବେହେରା ଓ କେଉଁଝର ଆନନ୍ଦପୁରର ଅଭିଳାଷ ମିଶ୍ର। ଏମାନଙ୍କ ମଧ୍ୟରେ ଅଶ୍ରୁମୋଚନ ବିଟେକ ଗ୍ରାଜୁଏଟ ହୋଇଥିବାବେଳେ ଅଭିଳାଷ ହେଉଛନ୍ତି ଡିପ୍ଲୋମାଧାରୀ ଓ ମୀନକେତନ ଜଣେ ବସ୍‌ ଡ୍ରାଇଭର ବୋଲି ଜଣାପଡିଛି। ତେବେ ଜବତ ନିଶାଦ୍ରବ୍ୟର ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ। ଜାମିନ ନାମଞ୍ଜୁର ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏମାନେ ଟିଟୋ ଗ୍ୟାଙ୍ଗ୍‌ ଲିଙ୍କ୍‌ରେ ଥିବା ପୋଲିସ ସୂଚନା ପାଇବା ପରେ ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତକୁ ତ୍ୱରାନ୍ବିତ କରିଛି। ଅଭିଯୁକ୍ତମାନେ ଓଡ଼ିଶା ସମେତ ଅନ୍ୟ ରାଜ୍ୟରେ ନିଶାଦ୍ରବ୍ୟ ସହ ଅସ୍ତ୍ରଶସ୍ତ୍ର ଓ ବେଆଇନ ଅର୍ଥ କାରବାର କରୁଥିବା ଆଶଙ୍କା କରାଯାଉଛି। ତେଣୁ ସ୍ପେଶାଲ କ୍ରାଇମ ୟୁନିଟ୍‌ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି ।
ସୂଚନାନୁସାରେ, ପାଣ୍ଡରା ଅଞ୍ଚଳରେ ଲୋକଙ୍କୁ ବ୍ରାଉନସୁଗାର ବିକ୍ରି କରୁଥିବାବେଳେ ପ୍ରଥମେ ଅଭିଯୁକ୍ତ ମୀନକେତନ ଓ ଅଭିଳାଷଙ୍କୁ ପୋଲିସ ଗିରଫ କରିଥିଲା। ସେମାନଙ୍କଠାରୁ ୬ଟି ଛୋଟ ପ୍ୟାକେଟ (୫ ଗ୍ରାମ) ବ୍ରାଉନସୁଗାର ଜବତ କରାଯାଇଥିଲା। ପଚରାଉଚରା ପରେ ଅଭିଯୁକ୍ତଦ୍ୱୟ ଏହି ନିଶାଦ୍ରବ୍ୟ ଅଶ୍ରୁମୋଚନଙ୍କଠାରୁ ଆଣି ପ୍ରତ୍ୟେକ ପ୍ୟାକେଟ ପିଛା ୬୦୦ ଟଙ୍କାରେ ବିକ୍ରି କରୁଥିଲେ। ପରେ ପ୍ରାଚୀ ବିହାରର ଅଭିଯୁକ୍ତ ଅଶ୍ରୁମୋଚନଙ୍କ ଘରେ ଚଢ଼ାଉକରି ପୋଲିସ ତାଙ୍କୁ କାବୁକରିବା ସହ ୩୦୪ ଗ୍ରାମ ବ୍ରାଉନସୁଗାର, ଗୋଟିଏ ଦେଶୀ ବନ୍ଧୁକ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି: ରୋଗୀସେବା ବ୍ୟାହତ

ରାଇକିଆ,୨।୭(ପ୍ରଦୀପ ବେହେରା): ଓମସାର ଆହ୍ବାନ କ୍ରମେ ଡାକ୍ତରମାନେ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୦ ଦଫା ଦାବି ପୂରଣ ନ…

ଚାଇନାକୁ ଅଲ୍ଟିମେଟମ ଦେଲା ଆମେରିକା: ଟ୍ରମ୍ପ କହିଲେ, ନଜର ପକାଇଲେ ଛାଡ଼ିବୁନି

ଓ୍ବାଶିଂଟନ୍‌,୨।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ପାନାମା କେନାଲ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ମନ୍ତବ୍ୟ ଦେଇଛନ୍ତି ଯେ, ଆମେରିକା କେବେବି…

ବାପା ହେବା ପରେ ନିଜକୁ ‘ଗେ’ ବୋଲି କହିଲେ ସ୍ୱାମୀ, ତାଜୁବ ହୋଇଗଲେ ସ୍ତ୍ରୀ…

ନୂଆଦିଲ୍ଲୀ, ୨ା୭: ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଥିବା ଏକ ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ଜଣେ ମହିଳା ନିଜ ବୈବାହିକ ଜୀବନର…

IMD କଲା ଆଲର୍ଟ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, କାଲିଠୁ ଏସବୁ ଜିଲାରେ ପ୍ରବଳ ବର୍ଷା!

ନୂଆଦିଲ୍ଲୀ, ୨ା୭: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଆଜି ଦେଶର ୧୯ଟି ରାଜ୍ୟରେ ମୂଷଳଧାରାରେ ବର୍ଷା ହେବ। ଆଜି ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ବିହାର,…

ପଡ଼ୋଶୀ ଦେଶରେ ପେଟ୍ରୋଲ-ଡିଜେଲ ଶସ୍ତା! LPG ସିଲିଣ୍ଡର ଦାମ ୧୦୦ ଟଙ୍କା କମିଲା…

ନୂଆଦିଲ୍ଲୀ, ୨ା୭: ଜୁଲାଇ ପହିଲାରେ ଭାରତରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଥିବା ବେଳେ, ପଡ଼ୋଶୀ ଦେଶ ନେପାଳର ଲୋକମାନଙ୍କୁ ମଧ୍ୟ ଏକ ବଡ଼ ଆଶ୍ୱସ୍ତି…

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri