କାଳିମାଡ଼ ଘଟଣାକୁ ନିନ୍ଦା

ସାକ୍ଷୀଗୋପାଳ,୨୦।୮(ପ୍ରଶାନ୍ତ ବାରିକ/କିଶୋର ମହାପାତ୍ର)ପୁରୀ ଜିଲାରେ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଗସ୍ତର ଶନିବାର ଦ୍ୱିତୀୟ ଦିନରେ କାକଟପୁର, ନିମାପଡ଼ା ପରେ ଶେଷରେ ସତ୍ୟବାଦୀରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ଖେଳପଡ଼ିଆରେ ହେଉଥିବା ଜନସମାବେଶକୁ ସଚିବ ଯାଉଥିଲେ। ଏହାପୂର୍ବରୁ ସଚିବ ବାରିକେଡ୍‌ ପଟକୁ ଯାଇ ପୂର୍ବରୁ ବିଭିନ୍ନ ଦାବିପତ୍ର ଓ ସ୍ବାଗତ କରିବା ପାଇଁ ଉପସ୍ଥିତ ମହିଳାମାନଙ୍କ ପାଖକୁ ଯିବା ସହ ବାରିକେଡ୍‌ର ଅପରପାର୍ଶ୍ୱରେ ଥିବା ଲୋକଙ୍କ ସହ ହାତ ମିଳାଇଥିଲେ। ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା କଣାସ ବ୍ଲକ ବଡ଼ାଲ ପଞ୍ଚାୟତର ହରିପୁର ଗଁାର ଭାସ୍କର ସାହୁ ପ୍ଲାଷ୍ଟିକ୍‌ କାଳି ସଚିବଙ୍କ ଉପରକୁ ପକାଇଥିଲେ। ଏହି କାଳି ଜିଲାପାଳଙ୍କ ଉପରେ ମଧ୍ୟ ପଡ଼ିଥିଲା। ନିକଟରେ ଥିବା ୫ରୁ ୭ ସୁରକ୍ଷା କର୍ମୀ ଉକ୍ତ ଯୁବକଙ୍କୁ କାବୁ କରିନେଇଥିଲେ। କିନ୍ତୁ ସଚିବଙ୍କ ମୁହଁରୁ କାଳିକୁ ଉପସ୍ଥିତ ଥିବା ମହିଳାମାନେ ନିଜ ଶାଢ଼ିରେ ସଫାକରି ସ୍ବାଗତ କରିଥିଲେ। ପରେ ମଞ୍ଚ ନିକଟରେ ଥିବା ଏକ ଅସ୍ଥାୟୀ ପ୍ରକୋଷ୍ଠରେ ଉଭୟ ପରିଷ୍କାର ହୋଇଥିଲେ। ଏହାପରେ ସଚିବ ମଞ୍ଚ ଉପରକୁ ଆସି ସାକ୍ଷୀଗୋପାଳର ବିକାଶ ଉପରେ କହିବା ସହ ଲୋକଙ୍କଠାରୁ ସମସ୍ୟା ସବୁ ଶୁଣିଥିଲେ। ଏଥିସହ ଗତବର୍ଷ ହୋଇଥିବା ସୁଆଣ୍ଡୋ ଗ୍ରାମର ବିକାଶ ସହ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ମ୍ୟୁଜିୟମ୍‌ ନିର୍ମାଣ କଥା ମୁଖ୍ୟମନ୍ତ୍ରୀ ଯେପରି ଯୋଜନା କରିଥିଲେ, ଠିକ୍‌ ସେହିଭଳି ଆଗକୁ ମଧ୍ୟ ସାକ୍ଷୀଗୋପାଳ ଅଞ୍ଚଳକୁ ଆହୁରି ଉନ୍ନତ କରିବା ନେଇ ମନସ୍ଥ କରିଥିବା ସଚିବ ପ୍ରକାଶ କରିଥିଲେ। ଅପରପକ୍ଷେ ସଚିବଙ୍କ ଉପରେ ହୋଇଥିବା କାଳିମାଡ଼ ଘଟଣାକୁ ସମସ୍ତେ ନିନ୍ଦା କରିବା ସହ ଏଭଳି କାର୍ଯ୍ୟକୁ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବୁଦ୍ଧିଜୀବୀ, ରାଜନୈତିକ ଦଳ ପକ୍ଷରୁ ନାପସନ୍ଦ କରାଯାଇଛି।

ସାକ୍ଷୀଗୋପାଳ କଲେଜ ପାଇଁ କିଛି କହିଲେ ନାହିଁ
ସତ୍ୟବାଦୀ ଅଞ୍ଚଳର ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ଖେଳପଡ଼ିଆ ଯାହା ବଡ଼ ସଭାସମିତି, ଅଞ୍ଚଳରେ ଥିବା ଅନେକ ସ୍କୁଲର ଆଥ୍‌ଲେଟ ଓ ଅନ୍ୟ କାର୍ଯ୍ୟକ୍ରମ ପାଇଁ ବ୍ୟବହାର କରାଯାଇଥାଏ। ସତ୍ୟବାଦୀ ପଞ୍ଚସଖା ପଡ଼ିଆର କିଛି ଅଂଶ ଓଡ଼ିଆ ବିଶ୍ୱବିଦ୍ୟାଳୟକୁ ଯିବା ପରେ ପଡ଼ିଆଟି ଆଉ ବ୍ୟବହାରଯୋଗ୍ୟ ନୁହେଁ। ଏଥିପାଇଁ ଏହି କଲେଜ ପଡ଼ିଆକୁ ଏକ ଇନ୍‌ଡୋର ଷ୍ଟାଡିୟମ ଭାବେ ବିକାଶ କରାଯିବା ସହ କଲେଜର ଶ୍ରେଣୀଗୃହ, ଅତ୍ୟାଧୁନିକ ଲାବରେଟୋରି, ସ୍ମାର୍ଟ ଲାଇବ୍ରେରି ସହ ଏକ ମଡେଲ କଲେଜ ଭାବେ ବିକାଶ କରିବା ପାଇଁ କଲେଜ କର୍ତ୍ତୃପକ୍ଷ ଦୀର୍ଘଦିନରୁ ଦାବିକରି ଆସୁଥିଲେ। କିନ୍ତୁ ସଚିବ ଏ ସମ୍ପର୍କରେ କିଛି କହି ନ ଥିବାରୁ କଲେଜ କର୍ତ୍ତୃପକ୍ଷ ଦୁଃଖ ପ୍ରକାଶ କରିଛନ୍ତି।

ସୁରକ୍ଷା ବ୍ୟବସ୍ଥା ଉପରେ ଉଠୁଛି ପ୍ରଶ୍ନ
ସତ୍ୟବାଦୀରେ ୫-ଟି ସଚିବଙ୍କ ସୁରକ୍ଷା ବ୍ୟବସ୍ଥାରେ ଜିଲାପାଳ ଓ ଏସ୍‌ପି ନିଜେ ପ୍ରତ୍ୟକ୍ଷ ଭାବେ ପରିଚାଳନା କରୁଥିଲେ। ଏଥିପାଇଁ କଲେଜ ପଡ଼ିଆରେ ୨ ପ୍ଲାଟୁନ ଫୋର୍ସ ସହ ଆଡିଶନାଲ ଏସ୍‌ପି ଜଣେ, ଏସ୍‌ଡିପିଓ ପିପିଲି, ୩ଜଣ ଇନ୍ସପେକ୍ଟର, ମହିଳା ପୋଲିସ ଅଧିକାରୀ, ସାଦା ପୋଷାକରେ ମଧ୍ୟ ସୁରକ୍ଷା ଅଧିକାରୀ ନିୟୋଜିତ ଥିଲେ। ଏଥିସହ ଉପଜିଲାପାଳ ଭବତାରଣ ସାହୁ ପୂରା କାର୍ଯ୍ୟକ୍ରମର ଅନୁଧ୍ୟାନ କରୁଥିଲେ। ଏପରିକି ବିଡିଓ ଲୋଚନ ଦାଶ, ତହସିଲଦାର ଜୟନ୍ତ କୁମାର ଜୟସିଂ, ଅଗ୍ନିଶମ ଅଧିକାରୀ ମନୋଜ ପାତ୍ର, ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଏହାସତ୍ତ୍ୱେ ସଚିବଙ୍କ ଉପରେ କାଳିମାଡ଼ ଘଟଣାକୁ ନେଇ ଜିଲା ଓ ପୋଲିସ ପ୍ରଶାସନର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri