କାଳିମାଡ଼ ଘଟଣାକୁ ନିନ୍ଦା

ସାକ୍ଷୀଗୋପାଳ,୨୦।୮(ପ୍ରଶାନ୍ତ ବାରିକ/କିଶୋର ମହାପାତ୍ର)ପୁରୀ ଜିଲାରେ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଗସ୍ତର ଶନିବାର ଦ୍ୱିତୀୟ ଦିନରେ କାକଟପୁର, ନିମାପଡ଼ା ପରେ ଶେଷରେ ସତ୍ୟବାଦୀରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ଖେଳପଡ଼ିଆରେ ହେଉଥିବା ଜନସମାବେଶକୁ ସଚିବ ଯାଉଥିଲେ। ଏହାପୂର୍ବରୁ ସଚିବ ବାରିକେଡ୍‌ ପଟକୁ ଯାଇ ପୂର୍ବରୁ ବିଭିନ୍ନ ଦାବିପତ୍ର ଓ ସ୍ବାଗତ କରିବା ପାଇଁ ଉପସ୍ଥିତ ମହିଳାମାନଙ୍କ ପାଖକୁ ଯିବା ସହ ବାରିକେଡ୍‌ର ଅପରପାର୍ଶ୍ୱରେ ଥିବା ଲୋକଙ୍କ ସହ ହାତ ମିଳାଇଥିଲେ। ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା କଣାସ ବ୍ଲକ ବଡ଼ାଲ ପଞ୍ଚାୟତର ହରିପୁର ଗଁାର ଭାସ୍କର ସାହୁ ପ୍ଲାଷ୍ଟିକ୍‌ କାଳି ସଚିବଙ୍କ ଉପରକୁ ପକାଇଥିଲେ। ଏହି କାଳି ଜିଲାପାଳଙ୍କ ଉପରେ ମଧ୍ୟ ପଡ଼ିଥିଲା। ନିକଟରେ ଥିବା ୫ରୁ ୭ ସୁରକ୍ଷା କର୍ମୀ ଉକ୍ତ ଯୁବକଙ୍କୁ କାବୁ କରିନେଇଥିଲେ। କିନ୍ତୁ ସଚିବଙ୍କ ମୁହଁରୁ କାଳିକୁ ଉପସ୍ଥିତ ଥିବା ମହିଳାମାନେ ନିଜ ଶାଢ଼ିରେ ସଫାକରି ସ୍ବାଗତ କରିଥିଲେ। ପରେ ମଞ୍ଚ ନିକଟରେ ଥିବା ଏକ ଅସ୍ଥାୟୀ ପ୍ରକୋଷ୍ଠରେ ଉଭୟ ପରିଷ୍କାର ହୋଇଥିଲେ। ଏହାପରେ ସଚିବ ମଞ୍ଚ ଉପରକୁ ଆସି ସାକ୍ଷୀଗୋପାଳର ବିକାଶ ଉପରେ କହିବା ସହ ଲୋକଙ୍କଠାରୁ ସମସ୍ୟା ସବୁ ଶୁଣିଥିଲେ। ଏଥିସହ ଗତବର୍ଷ ହୋଇଥିବା ସୁଆଣ୍ଡୋ ଗ୍ରାମର ବିକାଶ ସହ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ମ୍ୟୁଜିୟମ୍‌ ନିର୍ମାଣ କଥା ମୁଖ୍ୟମନ୍ତ୍ରୀ ଯେପରି ଯୋଜନା କରିଥିଲେ, ଠିକ୍‌ ସେହିଭଳି ଆଗକୁ ମଧ୍ୟ ସାକ୍ଷୀଗୋପାଳ ଅଞ୍ଚଳକୁ ଆହୁରି ଉନ୍ନତ କରିବା ନେଇ ମନସ୍ଥ କରିଥିବା ସଚିବ ପ୍ରକାଶ କରିଥିଲେ। ଅପରପକ୍ଷେ ସଚିବଙ୍କ ଉପରେ ହୋଇଥିବା କାଳିମାଡ଼ ଘଟଣାକୁ ସମସ୍ତେ ନିନ୍ଦା କରିବା ସହ ଏଭଳି କାର୍ଯ୍ୟକୁ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବୁଦ୍ଧିଜୀବୀ, ରାଜନୈତିକ ଦଳ ପକ୍ଷରୁ ନାପସନ୍ଦ କରାଯାଇଛି।

ସାକ୍ଷୀଗୋପାଳ କଲେଜ ପାଇଁ କିଛି କହିଲେ ନାହିଁ
ସତ୍ୟବାଦୀ ଅଞ୍ଚଳର ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ଖେଳପଡ଼ିଆ ଯାହା ବଡ଼ ସଭାସମିତି, ଅଞ୍ଚଳରେ ଥିବା ଅନେକ ସ୍କୁଲର ଆଥ୍‌ଲେଟ ଓ ଅନ୍ୟ କାର୍ଯ୍ୟକ୍ରମ ପାଇଁ ବ୍ୟବହାର କରାଯାଇଥାଏ। ସତ୍ୟବାଦୀ ପଞ୍ଚସଖା ପଡ଼ିଆର କିଛି ଅଂଶ ଓଡ଼ିଆ ବିଶ୍ୱବିଦ୍ୟାଳୟକୁ ଯିବା ପରେ ପଡ଼ିଆଟି ଆଉ ବ୍ୟବହାରଯୋଗ୍ୟ ନୁହେଁ। ଏଥିପାଇଁ ଏହି କଲେଜ ପଡ଼ିଆକୁ ଏକ ଇନ୍‌ଡୋର ଷ୍ଟାଡିୟମ ଭାବେ ବିକାଶ କରାଯିବା ସହ କଲେଜର ଶ୍ରେଣୀଗୃହ, ଅତ୍ୟାଧୁନିକ ଲାବରେଟୋରି, ସ୍ମାର୍ଟ ଲାଇବ୍ରେରି ସହ ଏକ ମଡେଲ କଲେଜ ଭାବେ ବିକାଶ କରିବା ପାଇଁ କଲେଜ କର୍ତ୍ତୃପକ୍ଷ ଦୀର୍ଘଦିନରୁ ଦାବିକରି ଆସୁଥିଲେ। କିନ୍ତୁ ସଚିବ ଏ ସମ୍ପର୍କରେ କିଛି କହି ନ ଥିବାରୁ କଲେଜ କର୍ତ୍ତୃପକ୍ଷ ଦୁଃଖ ପ୍ରକାଶ କରିଛନ୍ତି।

ସୁରକ୍ଷା ବ୍ୟବସ୍ଥା ଉପରେ ଉଠୁଛି ପ୍ରଶ୍ନ
ସତ୍ୟବାଦୀରେ ୫-ଟି ସଚିବଙ୍କ ସୁରକ୍ଷା ବ୍ୟବସ୍ଥାରେ ଜିଲାପାଳ ଓ ଏସ୍‌ପି ନିଜେ ପ୍ରତ୍ୟକ୍ଷ ଭାବେ ପରିଚାଳନା କରୁଥିଲେ। ଏଥିପାଇଁ କଲେଜ ପଡ଼ିଆରେ ୨ ପ୍ଲାଟୁନ ଫୋର୍ସ ସହ ଆଡିଶନାଲ ଏସ୍‌ପି ଜଣେ, ଏସ୍‌ଡିପିଓ ପିପିଲି, ୩ଜଣ ଇନ୍ସପେକ୍ଟର, ମହିଳା ପୋଲିସ ଅଧିକାରୀ, ସାଦା ପୋଷାକରେ ମଧ୍ୟ ସୁରକ୍ଷା ଅଧିକାରୀ ନିୟୋଜିତ ଥିଲେ। ଏଥିସହ ଉପଜିଲାପାଳ ଭବତାରଣ ସାହୁ ପୂରା କାର୍ଯ୍ୟକ୍ରମର ଅନୁଧ୍ୟାନ କରୁଥିଲେ। ଏପରିକି ବିଡିଓ ଲୋଚନ ଦାଶ, ତହସିଲଦାର ଜୟନ୍ତ କୁମାର ଜୟସିଂ, ଅଗ୍ନିଶମ ଅଧିକାରୀ ମନୋଜ ପାତ୍ର, ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଏହାସତ୍ତ୍ୱେ ସଚିବଙ୍କ ଉପରେ କାଳିମାଡ଼ ଘଟଣାକୁ ନେଇ ଜିଲା ଓ ପୋଲିସ ପ୍ରଶାସନର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri