Posted inଖେଳ

ଫେଲ୍‌ ମାରିଲା ଏକ୍ସପେରିମେଣ୍ଟ

ଅହମ୍ମଦାବାଦ,୯।୨: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁରୁବାର ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ବଡ଼ ଏକ୍ସପେରିମେଣ୍ଟ କରିଥିଲା ଭାରତୀୟ ଦଳ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆ ଲାଗି ଓପନିଂ କରିବାକୁ ରୋହିତ ଶର୍ମାଙ୍କ ସହ ଓହ୍ଲାଇଥିଲେ ରିଷଭ ପନ୍ତ। ଦଳରେ ଲୋକେଶ ରାହୁଲଙ୍କ ଉପସ୍ଥିତି ସତ୍ତ୍ୱେ ଟିମ୍‌ ମ୍ୟାନେଜମେଣ୍ଟ ପନ୍ତଙ୍କୁ ପଠାଇ ସଭିଙ୍କୁ ଚକିତ କରି ଦେଇଥିଲା। ବାମ-ଡାହାଣ କମ୍ବିନେଶନ ଏହି ନିଷ୍ପତ୍ତି ପଛର କାରଣ ହୋଇଥାଇପାରେ। କିନ୍ତୁ ଏହି ଏକ୍ସପେରିମେଣ୍ଟ ପୂରା ଫେଲ ମାରିଥିଲା।

ଆରମ୍ଭରୁ ଅଧିନାୟକ ରୋହିତ (୫)ଙ୍କ ଉଇକେଟ ପଡ଼ିବା ପରେ ପ୍ରଥମ ଥର ଓପନିଂ କରିଥିବା ପନ୍ତ ପେସରଙ୍କ ଆଗରେ ସଂଘର୍ଷ କରିଥିଲେ। ୩୪ ବଲରେ ୧୮ ରନ୍‌ କରି ଲେଗ୍‌ ସାଇଡ୍‌କୁ ଉଠାଇ ମାରିବାକୁ ଯାଇ କ୍ୟାଚ୍‌ ଆଉଟ୍‌ ହୋଇଥିଲେ ପନ୍ତ। ସେହି ଓଭରରେ ଆଉଟ୍‌ ହୋଇଥିଲେ ପୂର୍ବତନ ଅଧିନାୟକ ବିରାଟ କୋହଲି (୧୮ ରନ୍‌, ୩ ଚୌକା)। ପୂର୍ବ ମ୍ୟାଚ୍‌ ଭଳି ଏଥର ମଧ୍ୟ ସେ ବିଫଳ ହୋଇଥିଲେ। ରିପୋର୍ଟ ଲେଖା ହେବା ସୁଦ୍ଧା ଟିମ୍‌ ଇଣ୍ଡିଆ ୧୮ ଓଭରରେ ୩ ଉଇକେଟ ହରାଇ ୬୩ ରନ୍‌ କରିଛି। ଏବେ ଲୋକେଶ ରାହୁଲ (୪) ଏବଂ ସୂର୍ଯ୍ୟକୁମାର ଯାଦବ (୧୫) ଖେଳୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଫ୍‌ଙ୍କ ଅନଧିକାର ପ୍ରବେଶ: ଫିଫାର ସମୀକ୍ଷା

ଜୁରିଚ୍‌, ୨୪।୧୨(ଏପି): କାତାର ବିଶ୍ୱକପ୍‌ ବେଳେ ଜଣେ ଶେଫ୍‌ (ରୋଷେୟା)ଙ୍କ ‘ଅନଧିକାର ପ୍ରବେଶ’କୁ ନେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଫିଫା (ଫେଡେରେଶନ ଅଫ୍‌ ଇଣ୍ଟରନ୍ୟାଶନାଲ...

ଫାଇନାଲରେ ଭାରତ

ସାଲାଲା (ଓମାନ), ୧।୬: ଏଠାରେ ଚାଲିଥିବା ଏସିଆ କପ୍‌ ଜୁନିୟର ହକି ଟୁର୍ନାମେଣ୍ଟର ଫାଇନାଲରେ ଭାରତ ପ୍ରବେଶ କରିଛି। ବୁଧବାର ଅନୁଷ୍ଠିତ ସେମିଫାଇନାଲରେ ଭାରତ ବବିଂ...

ସ୍ବତନ୍ତ୍ର ଟି୨୦ ବ୍ୟାଟ୍ସମ୍ୟାନଙ୍କ କ୍ଲବରେ ଧାଓ୍ବନ

ବାଙ୍ଗାଲୋର,୨୨।୯(ପିଟି): ସ୍ଥାନୀୟ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ୟ ଟି୨୦ ମ୍ୟାଚ୍‌ରେ ଶିଖର ଧାଓ୍ବନ ୩୬ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ।...

ଧୋନୀଙ୍କୁ ପଛରେ ପକାଇ ରେକର୍ଡ କଲେ ପନ୍ତ

ବ୍ରିସ୍‌ବେନ୍‌, ୧୯।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ଭାରତ ଐତିହାସିକ ବିଜୟ ହାସଲ କରିଛି। ତେବେ ରିଷଭ ଭାରତର...

ଟି-୨୦ ଜିତିବା ଖୁସିରେ କୋହଲିଙ୍କୁ ଏମିତି କହିଲେ ଅନୁଷ୍କା

ସିଡନୀ,୭।୧୨: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ସାଙ୍ଗକୁ ଶିଖର ଧୱନ ଓ କ୍ୟାପଟେନ ବିରାଟ କୋହଲିଙ୍କ ଦମଦାର ଇନିଂସ ବଳରେ ଟିମ ଇଣ୍ଡିଆ ଏଠାରେ ଖେଳାଯାଇଥିବା...

ଲକ୍‌ଡାଉନ ପରେ ବୋଲରମାନେ ଲୟକୁ ଫେରିବା କଷ୍ଟକର: ଲି

ମୁମ୍ବାଇ,୨୭।୫(ପି.ଟି.): ଲକ୍‌ଡାଉନ ଉଠିବା ପରେ ବୋଲରମାନେ ସେମାନଙ୍କ ଲୟ ଫେରିପାଇବା ପାଇଁ ସଂଘର୍ଷ କରିବେ ଓ ଏହା କଷ୍ଟକର ବୋଲି ପୂର୍ବତନ ଅଷ୍ଟ୍ରେଲିଆ ଦ୍ରୁତ ବୋଲର...

ଫର୍ମ ଫେରିବା ସଙ୍କେତ ଦେଲେ କୋହଲି

କେପ୍‌ ଟାଉନ,୧୩।୧: ଭାରତୀୟ ଟେଷ୍ଟ ଅଧିନାୟକ ବିରାଟ କୋହଲି ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌ରେ ଫର୍ମକୁ ଫେରିଥିବା ସଙ୍କେତ...

କୋହଲୀ ନୁହେଁ, ହେଡେନଙ୍କ ପସନ୍ଦ ଧୋନୀ

ନୂଆଦିଲ୍ଲୀ,୧୧।୧୨: ଶେଷ ହେବାକୁ ଯାଉଛି ବର୍ଷ ୨୦୨୦। ଏହାସହ ଏକ ଦଶନ୍ଧି ସମୟ ବିତିଯିବ। ତେବେ ଗତ ୧୦ ବର୍ଷ ମଧ୍ୟରେ ଅନେକ କିଛି ବଦଳିଛି।...

Advertisement
Archives

Model This Week