ପ୍ରମୁଖ ଦଳଙ୍କୁ ଆଶାୟୀ ଚ୍ୟାଲେଞ୍ଜ

ପାଲଲହଡା,୨୩ା୨(ଦିବ୍ୟଜ୍ୟୋତି ଦାଶ):ଅନୁଗୋଳ ଜିଲା ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ସବୁ ଦଳ ପାଇଁ ଗୋଷ୍ଠୀ କନ୍ଦଳ ଏବେ ମୁଖ୍ୟ ସମସ୍ୟା ହୋଇଛି। ନିର୍ବାଚନ ତାରିଖ ଧାର୍ଯ୍ୟ ନ ହେଉଣୁ ପ୍ରମୁଖ ରାଜନୈତିକ ଦଳ ଯଥା-ବିଜେଡି, ଭାଜପା ଏବଂ କଂଗ୍ରେସରେ ଟିକେଟ ଆଶାୟୀଙ୍କ ସଂଖ୍ୟା ବଢ଼ି ଚାଲିଥିବା ଦେଖିବାକୁ ମିଳୁଛି। ୨୦୧୯ ନିର୍ବାଚନରେ ବିଜେଡି ତତ୍କାଳୀନ ପାଲଲହଡ଼ା ବ୍ଲକ ଅଧ୍ୟକ୍ଷ ମୁକେଶ କୁମାର ପାଲଙ୍କୁ ଭାଜପାରୁ ଆମଦାନୀ କରି ଟିକେଟ ଦେଇଥିଲା। ସେହିପରି ଭାଜପାରୁ ଅଶୋକ ମହାନ୍ତି ଏବଂ କଂଗ୍ରେସରୁ ସୁବ୍ରତ ଗଡ଼ନାୟକ ନିର୍ବାଚନ ଲଢ଼ିଥିଲେ। ତେବେ ବିଜେଡି ପ୍ରାର୍ଥୀ ମୁକେଶ ପାଲ ଭାଜପାର ଅଶୋକ ମହାନ୍ତିଙ୍କୁ ୬,୨୧୪ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ବିଜେଡି-ଭାଜପା ମେଣ୍ଟ ସମୟରେ ଏହି ଆସନଟି ଭାଜପା ଭାଗରେ ପଡ଼ିଥିଲା। ଫଳରେ ୨୦୦୦ ମସିହାରେ ଏଠାରୁ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଥର ବିଧାନସଭାକୁ ଯିବାର ସୁଯୋଗ ପାଇଥିଲେ। ପରେ ଏହି ଆସନ ୨୦୦୪ରେ କଂଗ୍ରେସ ହାତକୁ ଯାଇଥିଲା। ଭାଜପାର ଡା.ଦେବେନ୍ଦ୍ର ପ୍ରଧାନଙ୍କୁ ହରାଇ କଂଗ୍ରେସର ଡା.ନୃସିଂହ ଚରଣ ସାହୁ ବିଜୟୀ ହୋଇଥିଲେ। ୨୦୦୯ରେ ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ଭାଙ୍ଗିବା ପରେ ଏହି ଆସନରେ ଉଭୟ ଦଳ ପ୍ରାର୍ଥୀ ଦେଇଥିଲେ। ଭାଜପାରୁ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେଡି ରବି ନାରାୟଣ ପାଣିଙ୍କୁ ଟିକେଟ ଦେଇଥିଲା। ଧର୍ମେନ୍ଦ୍ରଙ୍କୁ ରବି ନାରାୟଣ ହରାଇଥିଲେ। ସେବେଠାରୁ ଏହି ଆସନରେ ବିଜେଡି ଲଗାତର ୩ ଥର ବିଜୟୀ ହୋଇଛି। ଏକଦା ଏହି ନିର୍ବାଚନମଣ୍ଡଳୀ କଂଗ୍ରେସର ଗଡ଼ ଥିଲା। ୨୦୦୪ ପରଠାରୁ କଂଗ୍ରେସ ଦୁର୍ବଳ ନେତୃତ୍ୱ ପାଇଁ ବାରମ୍ବାର ପରାଜୟ ଦେଖି ଆସୁଥିବାବେଳେ ଭୁଲ୍‌ ରଣନୀତି ଯୋଗୁ ଭାଜପା ମଧ୍ୟ ଶେଷ ୩ ଟି ନିର୍ବାଚନରେ ପରାଜିତ ହୋଇଆସୁଛି। ତେବେ ଭାଜପା ସକାଶେ ଆଶ୍ୱାସନାର କଥା ଯେ, ଶେଷ ୨ଟି ନିର୍ବାଚନରେ ତା’ର ଭୋଟ ପ୍ରତିଶତ ବଢ଼ିଥିଲା। ଅନ୍ୟପକ୍ଷରେ ବିଜେଡି ଗତ ୩ଟି ଯାକ ନିର୍ବାଚନରେ ନୂଆ ପ୍ରାର୍ଥୀ ଦେବା ନେଇ ଯେଉଁ ରଣନୀତି ଆପଣାଇ ଥିଲା, ତାହା ଦଳକୁ ସୁହାଇଥିଲା।
ଆଗାମୀ ସାଧାରଣ ନିର୍ବାଚନରେ ୩ ପ୍ରମୁଖ ଦଳ ଭିତରେ ଗୋଷ୍ଠୀ କନ୍ଦଳ ଓ ଆଶାୟୀଙ୍କ ସଂଖ୍ୟା ବଢ଼ୁଥିବା ଦେଖିବାକୁ ମିଳୁଛି। ବିଜେଡିର ବର୍ତ୍ତମାନ ବିଧାୟକ ମୁକେଶ କୁମାର ପାଲ ଚଳିତ ଥର ଦଳୀୟ ଟିକେଟ ପାଇଁ ପ୍ରମୁଖ ଦାବିଦାର ଥିବାବେଳେ ବିଧାୟକଙ୍କ ବିରୋଧୀ ତଥା ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ (ଓଏସ୍‌ଏଫ୍‌ସି) ଅଧ୍ୟକ୍ଷ ଅବନୀକାନ୍ତ ସାହୁ ମଧ୍ୟ ଟିକେଟ ପାଇଁ ଆଶାୟୀ ଥିବା ଚର୍ଚ୍ଚା ହେଉଛି। ସେହିପରି ବିଜେଡିରେ ଏବେ ଯୋଗ ଦେଇଥିବା କଣିହାଁ ଅଞ୍ଚଳର ଅବସରପ୍ରାପ୍ତ ଡାକ୍ତର ପ୍ରତାପ ପାଣି ମଧ୍ୟ ନିର୍ବାଚନମଣ୍ଡଳୀ ବୁଲିବା ଆରମ୍ଭ କରିଛନ୍ତି। ଅନୁରୂପ ଭାବେ ଢେଙ୍କାନାଳ ଏମ୍‌ପି ମହେଶ ସାହୁ ଲୋକ ସଭା ପରିବର୍ତ୍ତେ ପାଲଲହଡ଼ା ବିଧାନସଭା ଆସନରୁ ଲଢ଼ିବା ସକାଶେ ଆଶାୟୀ ଥିବା ଦଳ ଭିତରେ ଚର୍ଚ୍ଚା ହେଉଛି।
ଭାଜପାକୁ ଦେଖିଲେ ଗତ ୨ ଥର ପରାଜୟର ସ୍ବାଦ ଚାଖିଥିବା ପୂର୍ବତନ ଜିଲା ସଭାପତି ଅଶୋକ ମହାନ୍ତି ଚଳିତଥର ପୁଣି ଦଳୀୟ ଟିକେଟ ପାଇଁ ଦାବିଦାର ଅଛନ୍ତି। ସେହିପରି ନିଜିଗଡ଼ ସରପଞ୍ଚ ତଥା ଏକଦା ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗତ ଥିବା ଶଶୀ ଭୂଷଣ ଆଚାର୍ଯ୍ୟ ଗାଁ ଗାଁ ବୁଲି ଭାଜପା କର୍ମୀଙ୍କୁ ଏକ୍‌ କରୁଥିବା ଓ ଖୋଲାଖୋଲି ଟିକେଟ ଦାବି କରୁଥିବା ଦେଖିବାକୁ ମିଳୁଛି। ଏମାନଙ୍କ ବ୍ୟତୀତ କଣିହଁାର ଜଗମୋହନ ପ୍ରଧାନ ଓ ଖମାର ଅଞ୍ଚଳର ପୂର୍ବତନ ଜିଲା ପରିଷଦ ସଦସ୍ୟ ସରୋଜ କୁମାର ସାହୁ ମଧ୍ୟ ଟିକେଟ ଆଶାୟୀ ଅଛନ୍ତି। ପୁଣି ଶୁଣିବାକୁ ମିଳୁଛି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ତ୍ରୀ ମୃଦୁଳା ଠାକୁର ପ୍ରଧାନ ପାଲଲହଡ଼ା ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛନ୍ତି। କଂଗ୍ରେସରେ ମଧ୍ୟ ସମାନ ଅବସ୍ଥା। ଗତଥରର ପ୍ରାର୍ଥୀ ହୋଇଥିବା ସୁବ୍ରତ ଗଡ଼ନାୟକ ଚଳିତଥର ଟିକେଟ ଆଶାୟୀ ଥିବାବେଳେ ବିଜେଡି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା ଶ୍ରମିକନେତା ମନୋଜ କୁମାର ସାହୁ ଓ କଣିହାଁ ବ୍ଲକ କଂଗ୍ରେସ ସଭାପତି ଶଶୀକାନ୍ତ ସାମଲ ଟିକେଟ ଦୌଡ଼ରେ ଥିବା କୁହାଯାଉଛି।
ବିଜେଡି ଚତୁର୍ଥ ଥର ପାଇଁ ଏହି ଆସନକୁ ଜିତିବା ପାଇଁ ଲକ୍ଷ୍ୟ ରଖିଛି। ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ୨ ଥର ପାଲଲହଡ଼ା ଗସ୍ତ ହେଉ ଅବା ବରିଷ୍ଠ ବିଜେଡି ନେତାମାନଙ୍କ ନିର୍ବାଚନମଣ୍ଡଳୀ ଗସ୍ତ ଦ୍ୱାରା ଦଳ ନିଜର ସବୁ ବଳ ଏଠାରେ ଖଟାଉଥିବା କୁହାଯାଉଛି। ଅନ୍ୟପଟେ ଭାଜପା ରାଜ୍ୟ ନେତୃମଣ୍ଡଳୀ ମଧ୍ୟ ସମାନ ଢଙ୍ଗରେ ରଣନୀତି ପ୍ରସ୍ତୁତ କରୁଛନ୍ତି। କଂଗ୍ରେସ ତା’ର ପାରମ୍ପରିକ ଗଡ଼ ବଞ୍ଚାଇ ରଖି ନିଜ ଭୋଟ ହାର ବଢ଼ାଇବା ନିମନ୍ତେ ସ୍ଥାନୀୟ ପ୍ରାର୍ଥୀ ଉପରେ ଗୁରୁତ୍ୱ ଦେଉଛି। ଏଥିସହିତ ଆଦିବାସୀ ଭୋଟକୁ ନିଜ ସପକ୍ଷରେ ଆଣିବା ପାଇଁ ରାଜ୍ୟ ନେତୃତ୍ୱ ନିଜ ନେତାମାନଙ୍କୁ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?