ପ୍ରମୁଖ ଦଳଙ୍କୁ ଆଶାୟୀ ଚ୍ୟାଲେଞ୍ଜ

ପାଲଲହଡା,୨୩ା୨(ଦିବ୍ୟଜ୍ୟୋତି ଦାଶ):ଅନୁଗୋଳ ଜିଲା ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ସବୁ ଦଳ ପାଇଁ ଗୋଷ୍ଠୀ କନ୍ଦଳ ଏବେ ମୁଖ୍ୟ ସମସ୍ୟା ହୋଇଛି। ନିର୍ବାଚନ ତାରିଖ ଧାର୍ଯ୍ୟ ନ ହେଉଣୁ ପ୍ରମୁଖ ରାଜନୈତିକ ଦଳ ଯଥା-ବିଜେଡି, ଭାଜପା ଏବଂ କଂଗ୍ରେସରେ ଟିକେଟ ଆଶାୟୀଙ୍କ ସଂଖ୍ୟା ବଢ଼ି ଚାଲିଥିବା ଦେଖିବାକୁ ମିଳୁଛି। ୨୦୧୯ ନିର୍ବାଚନରେ ବିଜେଡି ତତ୍କାଳୀନ ପାଲଲହଡ଼ା ବ୍ଲକ ଅଧ୍ୟକ୍ଷ ମୁକେଶ କୁମାର ପାଲଙ୍କୁ ଭାଜପାରୁ ଆମଦାନୀ କରି ଟିକେଟ ଦେଇଥିଲା। ସେହିପରି ଭାଜପାରୁ ଅଶୋକ ମହାନ୍ତି ଏବଂ କଂଗ୍ରେସରୁ ସୁବ୍ରତ ଗଡ଼ନାୟକ ନିର୍ବାଚନ ଲଢ଼ିଥିଲେ। ତେବେ ବିଜେଡି ପ୍ରାର୍ଥୀ ମୁକେଶ ପାଲ ଭାଜପାର ଅଶୋକ ମହାନ୍ତିଙ୍କୁ ୬,୨୧୪ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ବିଜେଡି-ଭାଜପା ମେଣ୍ଟ ସମୟରେ ଏହି ଆସନଟି ଭାଜପା ଭାଗରେ ପଡ଼ିଥିଲା। ଫଳରେ ୨୦୦୦ ମସିହାରେ ଏଠାରୁ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଥର ବିଧାନସଭାକୁ ଯିବାର ସୁଯୋଗ ପାଇଥିଲେ। ପରେ ଏହି ଆସନ ୨୦୦୪ରେ କଂଗ୍ରେସ ହାତକୁ ଯାଇଥିଲା। ଭାଜପାର ଡା.ଦେବେନ୍ଦ୍ର ପ୍ରଧାନଙ୍କୁ ହରାଇ କଂଗ୍ରେସର ଡା.ନୃସିଂହ ଚରଣ ସାହୁ ବିଜୟୀ ହୋଇଥିଲେ। ୨୦୦୯ରେ ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ଭାଙ୍ଗିବା ପରେ ଏହି ଆସନରେ ଉଭୟ ଦଳ ପ୍ରାର୍ଥୀ ଦେଇଥିଲେ। ଭାଜପାରୁ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେଡି ରବି ନାରାୟଣ ପାଣିଙ୍କୁ ଟିକେଟ ଦେଇଥିଲା। ଧର୍ମେନ୍ଦ୍ରଙ୍କୁ ରବି ନାରାୟଣ ହରାଇଥିଲେ। ସେବେଠାରୁ ଏହି ଆସନରେ ବିଜେଡି ଲଗାତର ୩ ଥର ବିଜୟୀ ହୋଇଛି। ଏକଦା ଏହି ନିର୍ବାଚନମଣ୍ଡଳୀ କଂଗ୍ରେସର ଗଡ଼ ଥିଲା। ୨୦୦୪ ପରଠାରୁ କଂଗ୍ରେସ ଦୁର୍ବଳ ନେତୃତ୍ୱ ପାଇଁ ବାରମ୍ବାର ପରାଜୟ ଦେଖି ଆସୁଥିବାବେଳେ ଭୁଲ୍‌ ରଣନୀତି ଯୋଗୁ ଭାଜପା ମଧ୍ୟ ଶେଷ ୩ ଟି ନିର୍ବାଚନରେ ପରାଜିତ ହୋଇଆସୁଛି। ତେବେ ଭାଜପା ସକାଶେ ଆଶ୍ୱାସନାର କଥା ଯେ, ଶେଷ ୨ଟି ନିର୍ବାଚନରେ ତା’ର ଭୋଟ ପ୍ରତିଶତ ବଢ଼ିଥିଲା। ଅନ୍ୟପକ୍ଷରେ ବିଜେଡି ଗତ ୩ଟି ଯାକ ନିର୍ବାଚନରେ ନୂଆ ପ୍ରାର୍ଥୀ ଦେବା ନେଇ ଯେଉଁ ରଣନୀତି ଆପଣାଇ ଥିଲା, ତାହା ଦଳକୁ ସୁହାଇଥିଲା।
ଆଗାମୀ ସାଧାରଣ ନିର୍ବାଚନରେ ୩ ପ୍ରମୁଖ ଦଳ ଭିତରେ ଗୋଷ୍ଠୀ କନ୍ଦଳ ଓ ଆଶାୟୀଙ୍କ ସଂଖ୍ୟା ବଢ଼ୁଥିବା ଦେଖିବାକୁ ମିଳୁଛି। ବିଜେଡିର ବର୍ତ୍ତମାନ ବିଧାୟକ ମୁକେଶ କୁମାର ପାଲ ଚଳିତ ଥର ଦଳୀୟ ଟିକେଟ ପାଇଁ ପ୍ରମୁଖ ଦାବିଦାର ଥିବାବେଳେ ବିଧାୟକଙ୍କ ବିରୋଧୀ ତଥା ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ (ଓଏସ୍‌ଏଫ୍‌ସି) ଅଧ୍ୟକ୍ଷ ଅବନୀକାନ୍ତ ସାହୁ ମଧ୍ୟ ଟିକେଟ ପାଇଁ ଆଶାୟୀ ଥିବା ଚର୍ଚ୍ଚା ହେଉଛି। ସେହିପରି ବିଜେଡିରେ ଏବେ ଯୋଗ ଦେଇଥିବା କଣିହାଁ ଅଞ୍ଚଳର ଅବସରପ୍ରାପ୍ତ ଡାକ୍ତର ପ୍ରତାପ ପାଣି ମଧ୍ୟ ନିର୍ବାଚନମଣ୍ଡଳୀ ବୁଲିବା ଆରମ୍ଭ କରିଛନ୍ତି। ଅନୁରୂପ ଭାବେ ଢେଙ୍କାନାଳ ଏମ୍‌ପି ମହେଶ ସାହୁ ଲୋକ ସଭା ପରିବର୍ତ୍ତେ ପାଲଲହଡ଼ା ବିଧାନସଭା ଆସନରୁ ଲଢ଼ିବା ସକାଶେ ଆଶାୟୀ ଥିବା ଦଳ ଭିତରେ ଚର୍ଚ୍ଚା ହେଉଛି।
ଭାଜପାକୁ ଦେଖିଲେ ଗତ ୨ ଥର ପରାଜୟର ସ୍ବାଦ ଚାଖିଥିବା ପୂର୍ବତନ ଜିଲା ସଭାପତି ଅଶୋକ ମହାନ୍ତି ଚଳିତଥର ପୁଣି ଦଳୀୟ ଟିକେଟ ପାଇଁ ଦାବିଦାର ଅଛନ୍ତି। ସେହିପରି ନିଜିଗଡ଼ ସରପଞ୍ଚ ତଥା ଏକଦା ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗତ ଥିବା ଶଶୀ ଭୂଷଣ ଆଚାର୍ଯ୍ୟ ଗାଁ ଗାଁ ବୁଲି ଭାଜପା କର୍ମୀଙ୍କୁ ଏକ୍‌ କରୁଥିବା ଓ ଖୋଲାଖୋଲି ଟିକେଟ ଦାବି କରୁଥିବା ଦେଖିବାକୁ ମିଳୁଛି। ଏମାନଙ୍କ ବ୍ୟତୀତ କଣିହଁାର ଜଗମୋହନ ପ୍ରଧାନ ଓ ଖମାର ଅଞ୍ଚଳର ପୂର୍ବତନ ଜିଲା ପରିଷଦ ସଦସ୍ୟ ସରୋଜ କୁମାର ସାହୁ ମଧ୍ୟ ଟିକେଟ ଆଶାୟୀ ଅଛନ୍ତି। ପୁଣି ଶୁଣିବାକୁ ମିଳୁଛି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ତ୍ରୀ ମୃଦୁଳା ଠାକୁର ପ୍ରଧାନ ପାଲଲହଡ଼ା ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛନ୍ତି। କଂଗ୍ରେସରେ ମଧ୍ୟ ସମାନ ଅବସ୍ଥା। ଗତଥରର ପ୍ରାର୍ଥୀ ହୋଇଥିବା ସୁବ୍ରତ ଗଡ଼ନାୟକ ଚଳିତଥର ଟିକେଟ ଆଶାୟୀ ଥିବାବେଳେ ବିଜେଡି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା ଶ୍ରମିକନେତା ମନୋଜ କୁମାର ସାହୁ ଓ କଣିହାଁ ବ୍ଲକ କଂଗ୍ରେସ ସଭାପତି ଶଶୀକାନ୍ତ ସାମଲ ଟିକେଟ ଦୌଡ଼ରେ ଥିବା କୁହାଯାଉଛି।
ବିଜେଡି ଚତୁର୍ଥ ଥର ପାଇଁ ଏହି ଆସନକୁ ଜିତିବା ପାଇଁ ଲକ୍ଷ୍ୟ ରଖିଛି। ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ୨ ଥର ପାଲଲହଡ଼ା ଗସ୍ତ ହେଉ ଅବା ବରିଷ୍ଠ ବିଜେଡି ନେତାମାନଙ୍କ ନିର୍ବାଚନମଣ୍ଡଳୀ ଗସ୍ତ ଦ୍ୱାରା ଦଳ ନିଜର ସବୁ ବଳ ଏଠାରେ ଖଟାଉଥିବା କୁହାଯାଉଛି। ଅନ୍ୟପଟେ ଭାଜପା ରାଜ୍ୟ ନେତୃମଣ୍ଡଳୀ ମଧ୍ୟ ସମାନ ଢଙ୍ଗରେ ରଣନୀତି ପ୍ରସ୍ତୁତ କରୁଛନ୍ତି। କଂଗ୍ରେସ ତା’ର ପାରମ୍ପରିକ ଗଡ଼ ବଞ୍ଚାଇ ରଖି ନିଜ ଭୋଟ ହାର ବଢ଼ାଇବା ନିମନ୍ତେ ସ୍ଥାନୀୟ ପ୍ରାର୍ଥୀ ଉପରେ ଗୁରୁତ୍ୱ ଦେଉଛି। ଏଥିସହିତ ଆଦିବାସୀ ଭୋଟକୁ ନିଜ ସପକ୍ଷରେ ଆଣିବା ପାଇଁ ରାଜ୍ୟ ନେତୃତ୍ୱ ନିଜ ନେତାମାନଙ୍କୁ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri