୯ରେ ବଡ଼ ଘୋଷଣା କରିପାରନ୍ତି ପୁଟିନ୍‌

ମସ୍କୋ,୨ା୫: ୟୁକ୍ରେନ୍‌ର ବିଭିନ୍ନ ସହର ଧ୍ୱସ୍ତବିଧ୍ୱସ୍ତ ହେବା ସହ ଆକ୍ରମଣରେ ହଜାର ହଜାର ହୋକଙ୍କ ପ୍ରାଣ ଯିବା ପରେ ରୁଷିଆ ଖୁବଶୀଘ୍ର ପୂର୍ବ ୟୁରୋପୀୟ ଦେଶରେ ଶେଷ ଆକ୍ରମଣ କରିବାକୁ ଯାଉଛି। ରୁଷିଆ ଓ ପାଶ୍ଚାତ୍ୟ ଅଧିକାରୀଙ୍କ ସୂତ୍ରରୁ ଏହା ଜଣାପଡ଼ିଛି। ଫେବୃୟାରୀ ୨୪ରୁ ୟୁକ୍ରେନ୍‌ରେ ‘ସ୍ବତନ୍ତ୍ର ସାମରିକ ଅଭିଯାନ’ ଚଳାଇଥିବା ରୁଷିଆ ମାତ୍ର କିଛି ଦିନରେ ଲକ୍ଷ୍ୟ ହାସଲ କରିନେବାକୁ ଚିନ୍ତା କରିଥିବା ଏକ ରିପୋର୍ଟ ପ୍ରକାଶ ପାଇଛି। ଅନ୍ୟପକ୍ଷେ ରୁଷୀୟ ସେନାମୁଖ୍ୟ ନିରାଶ ହୋଇ ବହୁ ସଂଖ୍ୟାରେ ସୈନ୍ୟଙ୍କୁ ୟୁକ୍ରେନ୍‌ ପଠାଇବା ସହ ଯୁଦ୍ଧକୁ ତୀବ୍ର କରିବା ନିମନ୍ତେ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ କହିଥିବା ଜଣାପଡ଼ିଛି।

ପ୍ରତିରକ୍ଷା ସଚିବ ବେନ୍‌ ଓ୍ବାଲାସେ କହିଛନ୍ତି, ଆସନ୍ତା ୯ ତାରିଖରେ ରୁଷିଆର ବିଜୟ ଦିବସରେ ପୁଟିନ୍‌ ବହୁସଂଖ୍ୟାରେ ସୈନ୍ୟ ଠୁଳ କରି ୟୁକ୍ରେନ୍‌ ଉପରେ ଶେଷ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇପାରନ୍ତି। ୟୁକ୍ରେନ୍‌ ରାଜଧାନୀ କିଭ୍‌କୁ କବ୍‌ଜା କରିବାରେ ବିଫଳ ହେବା ପରେ ରୁଷିଆ ସେନା ଏହାର ପ୍ରତିଶୋଧ ନେବାକୁ ଚାହୁଁଛନ୍ତି। ତେଣୁ ସେମାନେ ୟୁକ୍ରେନ୍‌ ଉପରେ ବଡ଼ ଧରଣର ଆକ୍ରମଣ ଯୋଜନା କରିଛନ୍ତି। ଏହାପୂର୍ବରୁ ନାଟୋର ପୂର୍ବତନ ମୁଖ୍ୟ ରିଚାର୍ଡ ଶେରିଫ୍‌ ୟୁକ୍ରେନ୍‌ ସ୍ଥିତି ଆହୁରି ଖରାପ ହେବା ନେଇ ସତର୍କ କରାଇବା ସହ ଏ ଦିଗରେ ପ୍ରସ୍ତୁତ ରହିବାକୁ ପାଶ୍ଚାତ୍ୟ ଦେଶକୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଣ-ବାସୁମତୀ ଚାଉଳ ରପ୍ତାନୀ ବନ୍ଦ କଲା ଭାରତ: ଆମେରିକା ସୁପର ମାର୍କେଟରେ ଲମ୍ବାଲାଇନ…

ଓ୍ବାଶିଂଟନ,୨୬।୭ : ନିକଟରେ ଚାଉଳ ରପ୍ତାନି ସମ୍ପର୍କରେ ଭାରତ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏହା ଅନ୍ତର୍ଗତ କେନ୍ଦ୍ର ସରକାର ବାସୁମତୀ ଚାଉଳ ବ୍ୟତୀତ...

ଆମେରିକାର ବାଲତିମୋରରେ ଭୟଙ୍କର ଗୁଳିକାଣ୍ଡ, ଗୁଳିମାଡରେ ୬ଗୁରୁତର

ଓ୍ବାଶିଂଟନ୍‌,୧୭।୬: ଆମେରିକାରେ ଗୁଳିକାଣ୍ଡ ଘଟଣା ଥମିବାର ନାଁ ନେଉନାହିଁ। ଗୋଟିକ ପରେ ଗୋଟିଏ ଗୁଳିକାଣ୍ଡରେ ବହୁ ଲୋକଙ୍କ ଜୀବନ ଯିବା ସହ ବହୁଜଣ ଗୁରୁତର ଆହତ...

କୁଖ୍ୟାତ ଆତଙ୍କବାଦୀଙ୍କୁ କଳା ତାଲିକାଭୁକ୍ତ କରିବା ପ୍ରସ୍ତାବକୁ ବାଧା ଦେବା ଅତ୍ୟନ୍ତ ବିପଜ୍ଜନକ, ଜାତିସଂଘ ବୈଠକରେ ଚାଇନାକୁ କହିଲା ଭାରତ…

ଜେନେଭା, ୧୦।୮ : ଚାଇନାର ଅଧ୍ୟକ୍ଷତାରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଏକ ବୈଠକରେ ଭାରତ କହିଛି ଯେ ଏହା ଅତ୍ୟନ୍ତ ଦୁଃଖର ବିଷୟ ଯେ...

ଶିଡ଼ିରେ ଝୁଣ୍ଟିଲେ ବାଇଡେନ, ସାହାରା ଦେଲେ ଜୋକୋ, ଭିଡ଼ିଓ ଭାଇରାଲ…

ବାଲି,୧୬।୧୧ : ଇଣ୍ଡୋନେସିଆର ବାଲିରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀର ବୁଧବାର ଦ୍ୱିତୀୟ ଦିନ। ଏଠାରେ ବିଭିନ୍ନ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି।...

ସମୁଦ୍ରର ୪୫କି.ମି ଗଭୀରରୁ ଠାବ ହେଲା ରୟାଲ୍‌ ଓ୍ବାରସିପ୍‌ ଜାହାଜ

ଲଣ୍ଡନ,୧୧।୬: ଇଂଲଣ୍ଡର ଏକ ରାଜକୀୟ ଯୁଦ୍ଧ ଜାହାଜ ଶୁକବ୍ରାର ଠାବ କରାଯାଇଛି। ଯାହା ବ୍ରିଟେନର ପୂର୍ବତଟରେ ୩୦୦ ବର୍ଷ ପୂର୍ବେ ବୁଡ଼ିଯାଇଥିବା ବେଳେ ଶୁକ୍ରବାର ସମୁଦ୍ରବୁଡ଼ାଳିଙ୍କ...

ରାଜନୀତି ଛାଡ଼ିଲେ ନ୍ୟୁଜିଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ

ଓ୍ବେଲିଂଟନ, ୮ା୪: ନ୍ୟୁଜିଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ନ ରାଜନୀତିରୁ ବିଦାୟ ନେଇଛନ୍ତି। ଦେଶର ସଙ୍କଟ ସମୟରେ ଜେସିଣ୍ଡା ନେତୃତ୍ୱ ନେଇଥିଲେ। ତାଙ୍କର ୫ ବର୍ଷର...

ମିଳିତ ସୈନ୍ୟ ବାହିନୀ-ତାଲିବାନ ବିଦ୍ରୋହୀ ମୁହାଁମୁହିଁ

କାବୁଲ, ୧୮।୧୦: ଆଫଗାନିସ୍ତାନରେ ମିଳିତ ସୈନ୍ୟ ବାହିନୀ ଏବଂ ତାଲିବାନ ବିଦ୍ରୋହୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୭ ସୈନ୍ୟ ନିହତ ହୋଇଥିବାବେଳେ ୫ ତାଲିବାନ ବିଦ୍ରୋହୀଙ୍କ...

୩ ସପ୍ତାହରେ ବେଘର ହୋଇଛନ୍ତି ଲକ୍ଷେ ୪୦ ହଜାର ଶିଶୁ

ନ୍ୟୁୟର୍କ,୩।୧: ସିରିଆରେ ଗୃହଯୁଦ୍ଧ ଜାରି ରହିଛି। ଦେଶର ଉତ୍ତର-ପଶ୍ଚିମ ଅଞ୍ଚଳରେ ଲାଗି ରହିଥିବା ଗୃହଯୁଦ୍ଧ ଯୋଗୁ ଗତ ୩ ସପ୍ତାହ ମଧ୍ୟରେ ଲକ୍ଷେ ୪୦ ହଜାର...

Advertisement
Archives

Model This Week