ଜେଲ୍‌ ଯିବୁ ପଛେ ପୂର୍ବତନ ପ୍ରଧାନଶିକ୍ଷକଙ୍କୁ ବିଦ୍ୟାଳୟରେ ପୂରାଇ ଦେବୁନି, ୪ ଦିନ ହେଲା ଚାଲିଛି ଧାରଣା

କେସିଙ୍ଗା,୧୭ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବାଲସିସ୍ଥିତ ଜବାହର ଉଚ୍ଚ ବିଦ୍ୟାପୀଠ ବାଲସି (କ)ର ପୂର୍ବତନ ପ୍ରଧାନଶିକ୍ଷକ ବଂଶୀଧର ରାଉତଙ୍କୁ ଶିକ୍ଷା କମିଟି ଜିଦ୍‌ ଧରି କହୁଛନ୍ତି ଯେ, ଜେଲ୍‌ ପଛେ ଯିବୁ ଯୋଗଦାନ କରେଇ ଦେବୁ ନାହିଁ ବୋଲି ଶିକ୍ଷା କମିଟିର ସଭାପତି ଗୋପାଳ ସାହୁ ଗୁରୁବାର ପ୍ରକାଶ କରି ଗଣଧାରଣା ବସି ରହିଛନ୍ତି। ଉକ୍ତ ବିଦ୍ୟାପୀଠ ପୂର୍ବତନ ପ୍ରଧାନଶିକ୍ଷକ ବଂଶୀଧର ରାଉତଙ୍କୁ ଏହି ବ୍ଲକର କନ୍ତେଶିର ଗ୍ରାମ ସ୍ଥିତି କପିଳେଶ୍ୱର ହାଇସ୍କୁଲରୁ ଜବାହର ଉଚ୍ଚ ବିଦ୍ୟାପୀଠକୁ ଫେରାଇ ଆଣିବା ପାଇଁ ଜିଲାପାଳ, କଳାହାଣ୍ଡିଙ୍କ ଚିଠି ସଂଖ୍ୟା ୬୩୮୯/ ୭.୧୦.୨୪ ଆଦେଶ ଦେଇଛନ୍ତି। ଗତ ସୋମବାର ପ୍ରଧାନଶିକ୍ଷକ ଉକ୍ତ ପଦ୍ୟାପୀଠକୁ ଯୋଗଦାନ କରିବାକୁ ଆସିଥିଲେ। ଶିକ୍ଷା କମିଟି ସଭାପତିଙ୍କ ନେତୃତ୍ୱରେ ସ୍କୁଲ ସମ୍ମୁଖରେ ତାଲା ପକାଇ ଗଣଧାରଣା ରେ ଅନିର୍ଦ୍ଦିଷ୍ଟ କାଳ ଯାଏ ବସି ଥିବାରୁ ନିରାଶରେ ଫେରି ଯାଇଛନ୍ତି। ଗତ ୧୦ ତାରିଖରୁ ସ୍କୁଲର ମୁଖ୍ୟ ଗେଟ୍‌ରେ ତାଲା ପକାଇ ବନ୍ଦ କରାଯାଇଛି ଏବଂ ଗତ ୧୪ ତାରିଖରୁ ଶିକ୍ଷା କମିଟି ଦାରା ଗଣଧାରଣାରେ ବସିଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ସ୍କୁଲ ଦଶହରା ଛୁଟି ଥିଲା। ଆସନ୍ତାକାଲି ଶୁକ୍ରବାର ସ୍କୁଲ ଖୋଲିବ। କିନ୍ତୁ ଶିକ୍ଷା କମିଟିର ସଭାପତି ଗୋପାଳ ସାହୁ କହିଛନ୍ତି ଯେ, ଜେଲ୍‌ ପଛେ ଯିବୁ ପୂର୍ବତନ ପ୍ରଧାନଶିକ୍ଷକଙ୍କୁ ସ୍କୁଲରେ ଯୋଗଦାନ କରେଇ ଦେବୁ ନାହିଁ ବୋଲି ଜିଦ୍‌ରେ ଅଟଳ ରହି ୪ଦିନ ହେଲା ଗଣଧାରଣାରେ ବସିଛନ୍ତି। କିନ୍ତୁ ତିନି ବର୍ଷ ତଳେ ଜିଲା ଶିକ୍ଷା ଅଧିକାରୀ, କଳାହାଣ୍ଡି କନ୍ତେସିର ହାଇସ୍କୁଲକୁ ଡେପୁଟେସନ୍‌ରେ ପଠାଇଥିଲେ।

ବର୍ତ୍ତମାନ ଜିଲାପାଳ କଳାହାଣ୍ଡିଙ୍କ ଚିଠି ସଂଖ୍ୟା ୬୩୮୯/ ୦୭-୧୦-୨୦୨୪ ଅନୁଯାଇ ଶ୍ରୀ ରାଉତ ପୁଣିଥରେ ବିଦ୍ୟାଳୟକୁ ଆସିବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲାପାଳଙ୍କ ଆଦେଶକୁ ଉକ୍ତ ସ୍କୁଲ ପରିଚାଳନା କମିଟି ଅଣଦେଖା କରି ପୂର୍ବତନ ପ୍ରଧାନଶିକ୍ଷକଙ୍କୁ ଫେରାଇ ଦେଇଥିଲେ। ସ୍କୁଲ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଲା ପକାଇ ଗଣଧାରଣା ଦେଇଛନ୍ତି।

ଏ ସଂକ୍ରାନ୍ତରେ ଶିକ୍ଷା କମିଟି ସଭାପତି ଗୋପାଳ ସାହୁଙ୍କୁ ପଚାରିବାରୁ ଜେଲ୍‌ ପଛେ ଯିବୁ ପୂର୍ବତନ ପ୍ରଧାନଶିକ୍ଷକଙ୍କୁ ସ୍କୁଲରେ ଯୋଗଦାନ କରେଇ ଦେବୁ ନାହିଁ, ସେ ଯୋଗଦାନ କଲେ ବହୁ ପିଲା ଟିସି ନେଇ ପଳେଇବେ ବୋଲି ପ୍ରକାଶ କରିଥିଲେ। ଏ ନେଇ ପୂର୍ବତନ ପ୍ରଧାନଶିକ୍ଷକ ବଂଶୀଧର ରାଉତଙ୍କୁ ପଚାରିବାରୁ ମୁଁ ଜିଲାପାଳ ନିର୍ଦ୍ଦେଶ କ୍ରମେ ଆସନ୍ତାକାଲି ଏକ ଶୋଭାଯାତ୍ରାରେ ବାହାରି ଯୋଗଦାନ କରିବି। ମୁଁ କୌଣସି ଦୁର୍ନୀତି କରି ନାହିଁ ବୋଲି ପ୍ରକାଶ କରିଥିଲେ। ମୋତେ କନ୍ତେଶିର ହାଇସ୍କୁଲକୁ ଡେପୁଟେଶନରେ ପଠାଇଥିଲେ। ଜିଲାପାଳ ତାକୁ ବାତିଲ କରି ପୁଣି ମୋତେ ଉକ୍ତ ସ୍କୁଲରେ ଯୋଗଦାନ କରିବା ପାଇଁ ଆଦେଶ ଦେଇଛନ୍ତି। ଶିକ୍ଷା କମିଟି ସଭାପତି ଅଣଦେଖା କରି ତାଲା ପକାଇ ସ୍କୁଲକୁ ବନ୍ଧ ରଖିଛନ୍ତି।

ଏ ନେଇ ଇନ୍‌ଚାର୍ଜ ପ୍ରଧାନଶିକ୍ଷକ ଉମେଶ ଚନ୍ଦ୍ର ସାହୁଙ୍କୁ ପଚାରିବାରୁ ଆସନ୍ତା କାଲି ସ୍କୁଲ ଖୋଲିବ, ଶିକ୍ଷା କମିଟି ତାଲା ବନ୍ଦ ଜାରି ରହିବ ବୋଲି ପ୍ରକାଶ କରିଥିଲେ। ମୋତେ ଶିକ୍ଷା କମିଟି ତାଲା ଖୋଲିବା ପାଇଁ ମନା କରି ଲିଖିତ ଦେଇଛନ୍ତି ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?