ହନୁମାନ ହାଟିଂ, ଡିବିସିଂ ଛକରୁ ଉଚ୍ଛେଦ

ଯୋଡ଼ା,୩ା୩(ଡି.ଏନ.ଏ): କେନ୍ଦୁଝର ଜିଲା ଯୋଡ଼ା ସହର ମଧ୍ୟ ଦେଇ ଯାଇଥିବା ବିଜୁ ପଟ୍ଟନାୟକ ଏକ୍ସପ୍ରେସ ୱେ-୨ ନଂରେ ବହୁ ପ୍ରତିକ୍ଷୀତ ଫ୍ଲାଏଓଭର ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି। ଏହି କ୍ରମରେ ଗୁରୁବାର ଯୋଡ଼ା ବଜାର ନିକଟ ହନୁମାନ ହାଟିଂ ଓ ଡିବିସିଂ ଛକ ନିକଟରେ ଥିବା ବାସଗୃହ ଗୁଡ଼ିକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ଫ୍ଲାଏ ଓଭର ନିର୍ମାଣ କାର୍ଯ୍ୟକୁ ତ୍ୱାରାନ୍ବିତ କରିବା ଓ ପ୍ରଶସ୍ତିକରଣ କରିବା ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଘର ଗୁଡ଼ିକୁ ଉଚ୍ଛେଦ କରିବାକୁ ପୂର୍ବରୁ ପୌରପାଳିକା ପକ୍ଷରୁ ଚିହ୍ନଟ କରାଯାଇ ନୋଟିସ୍‌ ଜାରିହୋଇଥିଲା। ତେବେ ସ୍ଥାନୀୟ ଲୋକେ ନୋଟିସ୍‌ ଜାରି ପରେ ମଧ୍ୟ ଜାଗା ଖାଲି କରି ନ ଥିଲେ। ପୂର୍ବାହ୍ନରେ ଯୋଡ଼ା ପୋଲିସ, ଚମ୍ପୁଆ ଉପଜିଲାପାଳ ସୁକାନ୍ତ ମାଝୀ, ଚମ୍ପୁଆ ଏସ୍‌ଡିପିଓ ରାମରାୟ ମୁର୍ମୁ, ବଡ଼ବିଲ ତହସିଲଦାର ଆଲୋକ ପଟେଲ, ଯୋଡ଼ା ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡାଙ୍କ ଉପସ୍ଥିତିରେ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଘର ଗୁଡ଼ିକୁ ଜେସିବି ମେସିନ ଲଗାଇ ଭାଙ୍ଗି ଦିଆଯାଇଛି। ଫ୍ଲାଏଓଭର ଦୁଇ ପାର୍ଶ୍ୱରେ ସର୍ଭିସ ରୋଡ ନିର୍ମାଣ ନିମନ୍ତେ ଉଚ୍ଛେଦ କରାଯାଇଥିବା ସୂଚନା ମିଳିଛି। ତେବେ ଏହି ଉଚ୍ଛେଦ ପ୍ରକ୍ରିୟା ପରେ ବହୁ ଗରିବ ଲୋକ ଖରାରେ ରହିଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଉନସୁଗାର ଜବତ: ୩ ଗିରଫ

ବେତନଟୀ,୪।୧୦(ସ୍ବ. ପ୍ର.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ୧୮ ନଂ. ଜାତୀୟ ରାଜପଥର କଳମା ଛକ ନିକଟରୁ ୩ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରାଯାଇଛି।...

ଘରୋଇ ବିଦ୍ୟାଳୟ ଶିକ୍ଷକ, ଛାତ୍ରୀଛାତ୍ରଙ୍କ ବିରୋଧ: ସହର ଅଳିଆ ଫେରିଲା ସହରକୁ

ଅନୁଗୋଳ ଅଫିସ, ୩୦।୮-ଅନୁଗୋଳ ପୌର ସଂସ୍ଥାକୁ ଛାଡ଼ୁନି ଅଳିଆ ବିବାଦ। ସହରର ଅଳିଆ ଯେଉଁଠି ପକାଯିବାକୁ ସ୍ଥାନ ଚିହ୍ନଟ ହେଉଛି ସେଠାରେ ବିରୋଧର ସ୍ବର ଦେଖିବାକୁ...

ବନ୍ଧୁକ ଦେଖାଇ ଦମ୍ପତିଙ୍କ ଠାରୁ ଗହଣା ଲୁଟ୍‌

ପାତ୍ରପୁର,୮ା୧୨ (ଡି.ଏନ୍‌.ଏ.)- ଜରଡ଼ା ଥାନା ପାତ୍ରପୁର ବ୍ଲକ କେଲୁଆ-ପଦାଦିଗି କେନାଲ ରାସ୍ତାରେ ବନ୍ଧୁକ ଦେଖାଇ ଦମ୍ପତ୍ତିଙ୍କ ଠାରୁ ପ୍ରାୟ ୩ଭରି ଓଜନର ୨ଟି ସୁନା ଚେନ୍‌...

କ୍ୟାଣ୍ଡେଲ, ମୋବାଇଲ ଆଲୁଅରେ ଚିକିତ୍ସା

ପୋଲସରା,୧୮।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅବ୍ୟବସ୍ଥା ମଧ୍ୟରେ ଚାଲିଛି। ରବିବାର ସନ୍ଧ୍ୟାରେ ବିଦ୍ୟୁତ୍‌ କାଟ ହୋଇଥିବା ବେଳେ କ୍ୟାଣ୍ଡେଲ ଓ ମୋବାଇଲ ଫୋନ୍‌ ଆଲୁଅରେ...

ପାଇପ ଲାଇନ ପାଇଁ ରାସ୍ତା ଖୋଳିଦେଲେ, ଲୋକେ ହୀନସ୍ତା

ଯୋଡ଼ା, ୧୮।୧(ଡି.ଏନ.ଏ.) – କେନ୍ଦୁଝର ଜିଲା ଯୋଡା ସହରରେ ଜନ ସ୍ବାସ୍ଥ୍ୟ ବିଭାଗର ମନମୁଖୀ ରାସ୍ତା ଖୋଳା ଯୋଗୁ କଂକ୍ରିଟ ରାସ୍ତା ଖରାପ ହେବା ସହିତ...

କନ୍ୟାଯାତ୍ରୀଙ୍କ ଉପରେ ମାଡିଗଲା ସ୍କର୍ପିଓ: ୩ ମୃତ,୧୨ ଆହତ

ଗୋପାଳପୁର,୧୫।୨(ଡି.ଏନ.ଏ.): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅଧୀନ ମାଣ୍ଡିଆପଲ୍ଲୀ ଗ୍ରାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ...

ଗଁ।ରେ ହାତୀ, ସହରରେ କର୍ମଚାରୀ

ଭଞ୍ଜନଗର,୧୧।୧(ଡି.ଏନ.ଏ)-ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ଜଙ୍ଗଲ ନିକଟବର୍ତ୍ତୀ କେତେକ ଗ୍ରାମରେ ହାତୀ, ବାର୍‌ହା ଆତଙ୍କ ଦେଖାଦେଇଛି। ହାତୀ ଜଙ୍ଗଲରୁ ବାହାରି ଖଳାରେ ଥିବା ଚାଷୀଙ୍କ ଧାନ...

କୂଅରେ ପଡ଼ି ବୃଦ୍ଧାଙ୍କ ପ୍ରାଣ ଗଲା

ପାଟଣା,୧୫ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଚେମେଣା ପଞ୍ଚାୟତ ଅନ୍ତର୍ଗତ ବଳିଆ ପଶି ଗ୍ରାମର ଏକ କୂଅରୁ ମଙ୍ଗଳବାର ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ...

Advertisement
Archives

Model This Week