ଦଳ ନିଷ୍ପତ୍ତିକୁ ସଭିଙ୍କ ନଜର

ଭୁବନେଶ୍ୱର,୭।୪(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିଥିବା ବେଳେ ଏବେ ଡେପୁଟି ମେୟର ନିର୍ବାଚନ ନେଇ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ଶାସକ ଦଳ ୬୭ଟି କର୍ପୋରେଟର ଆସନ ମଧ୍ୟରୁ ୪୮ଟି ନିଜ ଅକ୍ତିଆରକୁ ନେଇଥିବା ବେଳେ ଭାଜପା ଖାତାକୁ ୧୦ ଏବଂ ସ୍ବାଧୀନ ୯ଜଣ ପ୍ରାର୍ଥୀ ବିଜୟୀ ହୋଇଥିଲେ। ହେଲେ କେତେଜଣ ସ୍ବାଧୀନ ପ୍ରାର୍ଥୀ ଏବେ ବିଜେଡିରେ ଯୋଗ ଦେଇ ସାରିଥିବା ବେଳେ ଶୁକ୍ରବାର ସୁଦ୍ଧା ଆଉ କେତେଜଣଙ୍କୁ ଦଳରେ ମିଶାଇବା ଲାଗି ଜୋର୍‌ଦାର ଉଦ୍ୟମ ଆରମ୍ଭ ହୋଇଯାଇଛି। ଶନିବାର ଡେପୁଟି ମେୟର ପଦବୀ ଲାଗି ଭୋଟ୍‌ ହେବ। ତେବେ ଦଳ କାହାକୁ ସେହି ପଦବୀରେ ବସାଇବ ତାକୁ ନେଇ ଏହା ଭିତରେ ଦୁଇଥର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବୈଠକ ବସି ସାରିଲାଣି। ଆଶାୟୀମାନେ ଡେପୁଟି ମେୟର ହେବା ଲାଗି ନେତାଙ୍କ ପାଖରେ ନିଜ ନିଜର ଲବି ଆରମ୍ଭ କରିଦେଇଛନ୍ତି। ତେବେ ଦଳ ସେମାନଙ୍କ ମଧ୍ୟରୁ କେଉଁ ଜଣଙ୍କୁ ପ୍ରାର୍ଥୀ କରିବ ତାହା ସମସ୍ୟାର କାରଣ ପାଲଟିଛି। ଭୁବନେଶ୍ୱରରେ ଆସୁଥିବା ୩ ବିଧାୟକଙ୍କ ମତାମତ ଏପର୍ଯ୍ୟନ୍ତ ଲୋଡା ଯାଇ ନ ଥିବା ଜଣାପଡିଥିଲେ ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କ ସହ ଆଲୋଚନା ଚାଲିଥିବା କୁହାଯାଉଛି। ଅନ୍ୟପଟେ ବିଗତ ବର୍ଷଗୁଡିକ ଭଳି ଏଥର କୌଣସି ବାହାର ନେତାଙ୍କୁ କର୍ପୋରେଟର ଟିକେଟ ବାଣ୍ଟିବା କିମ୍ବା ସେମାନଙ୍କ କଥାକୁ ଗୁରୁତ୍ୱ ଦିଆଯାଇ ନାହିଁ। କେବଳ ସ୍ଥାନୀୟ ବିଧାୟକଙ୍କ ନିଷ୍ପତ୍ତିରେ କର୍ପୋରେଟର ଟିକେଟ ବଣ୍ଟନ କରାଯିବା କଥାକୁ ଏଡାଇ ଦିଆଯାଇପାରିବ ନାହିଁ। ସେହିଭଳି ଡେପୁଟି ମେୟର ପଦବୀ ଲାଗି ସ୍ଥାନୀୟ ୩ ବିଧାୟକଙ୍କ ମତାମତ ଲୋଡାଯାଇପାରେ। ତେବେ ଦଳ ମୁଖ୍ୟ ଦୁଇ ଡେପୁଟି ମେୟର ଦାବିଦାର ଅମରେଶ ଜେନା ନା ବିରଞ୍ଚି ନାରାୟଣ ମହାସୁପକାରଙ୍କ ମଧ୍ୟରୁ କାହାକୁ ପ୍ରାର୍ଥୀ କରିବ ସେଥି ଉପରେ ସମସ୍ତଙ୍କ ନଜର ରହିଛି। ତେବେ ଏହି ଦୁଇ ଜଣଙ୍କୁ ବାଦ୍‌ ଦେଇ ୩ୟ ବ୍ୟକ୍ତି କାହାକୁ ଦଳ ପ୍ରାର୍ଥୀ ଯେ ନ କରିବ ସେକଥା ବିଜେଡିରେ ଅସମ୍ଭବ ନୁହେଁ ବୋଲି ଜଣେ ବରିଷ୍ଠ ବିଧାୟକ ମତ ରଖିଛନ୍ତି। ହେଲେ ଉଭୟ ଅମରେଶ ଏବଂ ବିରଞ୍ଚି ଏକାଠି ସବୁ ବିଧାୟକଙ୍କ ଘରକୁ ଯାଇ ସେମାନେ ଦୁଇଜଣଙ୍କ ମଧ୍ୟରୁ କାହାକୁ ପ୍ରାର୍ଥୀ କରାଯାଉ ବୋଲି ମିଶିକି କହି ବୁଲୁଛନ୍ତି। ହେଲେ ଦଳର ନିଷ୍ପତ୍ତି କ’ଣ ହେବ ତା ଉପରେ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସିକା ସବ୍‌ଜେଲର ୩ କର୍ମଚାରୀଙ୍କୁ କରୋନା

ଆସିକା,୬ା୮(ଡି.ଏନ୍‌.ଏ.)- ଆସିକା ବ୍ଲକ୍‌, ତହସିଲ୍‌, ଥାନା, ଡାକ୍ତରଖାନାରୁ ପୂର୍ବରୁ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଏବେ ସବ୍‌ଜେଲରେ ପହଞ୍ଚତ୍ଛି ସଂକ୍ରମଣ। ଆସିକା ସବ୍‌ଜେଲରେ ମଙ୍ଗଳବାର କର୍ମଚାରୀଙ୍କ...

୧୫ ଦୋକାନ, ମଲ୍‌ ସିଲ୍‌ କଲା ବିଏମ୍‌ସି

ଭୁବନେଶ୍ୱର, ୧୧ା୬ (ବ୍ୟୁରୋ)- ବର୍ତ୍ତମାନ ସାରା ଦେଶ ଅନ୍‌ଲକ୍‌-୧ରେ ଗତି କରୁଛି। କିନ୍ତୁ ଓଡ଼ିଶାରେ ଏବେ ବି ଲକ୍‌ଡାଉନ୍‌ ଜାରି ରହିଛି। ଅବଶ୍ୟ ରାଜ୍ୟ ସରକାର...

ଡାକ୍ତରଙ୍କୁ ମାଡ଼

ପଦ୍ମପୁର,୩୦ା୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ ଡାକ୍ତର ଅମରେନ୍ଦ୍ର ଜେନାଙ୍କୁ ବୁଧବାର ବିଳମ୍ବିତ ରାତିରେ ଜନୈକ ମହିଳା...

ଜଟଣୀ: ୧୯ ବିଦେଶ ଫେରନ୍ତା ହୋମ୍‌ ଆଇସୋଲେଶନ୍‌ରେ

ଜଟଣୀ/ଯାଁଳା,୨୨।୩(ଡି.ଏନ.ଏ.): ଜଟଣୀ ଥାନା ଅଞ୍ଚଳକୁ ଆଉ ୩ ଜଣ ବିଦେଶରୁ ଫେରିଥିବା ଶନିବାର ଜଣାପଡ଼ିଥିଲା। ସେମାନଙ୍କୁ ହୋମ୍‌ ଆଇସୋଲେଶନ୍‌ରେ ରଖାଯାଇଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର...

ବଢ଼ିଲା ଯାନବାହନ ବୈଧତା ଅବଧି

କଟକ ଅଫିସ୍‌,୧୬ା୪: ଲକ୍‌ଡାଉନ୍‌ ସମୟ ବଢ଼ିବା ଯୋଗୁ ଯାନବାହନଗୁଡ଼ିକର ବିଭିନ୍ନ ପ୍ରକାର ବୈଧତା ଅବଧି ମଧ୍ୟ ବଢ଼ିଛି। ବୁଧବାର ଏନେଇ ରାଜ୍ୟ ପରିବହନ କମିଶନର ତଥା...

ଜିଲାପାଳ କ୍ଷମତାପ୍ରାପ୍ତ ସରପଞ୍ଚଙ୍କୁ ପିଟିଲା ପୋଲିସ

କବିସୂର୍ଯ୍ୟନଗର,୨୪ା୭(ଡି.ଏନ୍‌.ଏ.)- କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ ଜିଲାପାଳ କ୍ଷମତା ପ୍ରଦାନ କରିଛନ୍ତି। ମାତ୍ର ଜଣେ ସରପଞ୍ଚ ସଙ୍ଗରୋଧ କେନ୍ଦ୍ର ତଦାରଖ ସାରି ଫେରୁଥିବାବେଳେ ପୋଲିସ...

ସୁରକ୍ଷା ଚିନ୍ତାରେ ସହରବାସୀ

ଅନୁଗୋଳ ଅଫିସ, ୨୪ା୭ ଅନୁଗୋଳ ସହରରେ ବଢ଼ୁଛି ଆପରାଧିକ କାର୍ଯ୍ୟକଳାପ। ବାଇକ୍‌ରେ ଘୂରି ବୁଲୁଥିବା ଦୁର୍ବୃତ୍ତମାନେ ମହିଳା ଓ ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ୍‌ କରୁଛନ୍ତି। ନିଛାଟିଆ...

ଆସନ୍ତା ୧୬ରୁ ବଲାଙ୍ଗୀର, ୨୩ରୁ କୋରାପୁଟ, ୩୧ରୁ ବାରିପଦାରେ କୋଭିଡ ପରୀକ୍ଷା: ସ୍ବାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡା ଅଫିସ,୧୪।୫- ସମଗ୍ର ବିଶ୍ବରେ ମହାମାରୀ କରୋନା କାୟା ବିସ୍ତାର କରୁଥିବା ବେଳେ ଏହାକୁ ନେଇ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଦେଶ ତଥା ରାଜ୍ୟରେ...

Advertisement
Archives

Model This Week