ଦଳ ନିଷ୍ପତ୍ତିକୁ ସଭିଙ୍କ ନଜର

ଭୁବନେଶ୍ୱର,୭।୪(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିଥିବା ବେଳେ ଏବେ ଡେପୁଟି ମେୟର ନିର୍ବାଚନ ନେଇ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ଶାସକ ଦଳ ୬୭ଟି କର୍ପୋରେଟର ଆସନ ମଧ୍ୟରୁ ୪୮ଟି ନିଜ ଅକ୍ତିଆରକୁ ନେଇଥିବା ବେଳେ ଭାଜପା ଖାତାକୁ ୧୦ ଏବଂ ସ୍ବାଧୀନ ୯ଜଣ ପ୍ରାର୍ଥୀ ବିଜୟୀ ହୋଇଥିଲେ। ହେଲେ କେତେଜଣ ସ୍ବାଧୀନ ପ୍ରାର୍ଥୀ ଏବେ ବିଜେଡିରେ ଯୋଗ ଦେଇ ସାରିଥିବା ବେଳେ ଶୁକ୍ରବାର ସୁଦ୍ଧା ଆଉ କେତେଜଣଙ୍କୁ ଦଳରେ ମିଶାଇବା ଲାଗି ଜୋର୍‌ଦାର ଉଦ୍ୟମ ଆରମ୍ଭ ହୋଇଯାଇଛି। ଶନିବାର ଡେପୁଟି ମେୟର ପଦବୀ ଲାଗି ଭୋଟ୍‌ ହେବ। ତେବେ ଦଳ କାହାକୁ ସେହି ପଦବୀରେ ବସାଇବ ତାକୁ ନେଇ ଏହା ଭିତରେ ଦୁଇଥର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବୈଠକ ବସି ସାରିଲାଣି। ଆଶାୟୀମାନେ ଡେପୁଟି ମେୟର ହେବା ଲାଗି ନେତାଙ୍କ ପାଖରେ ନିଜ ନିଜର ଲବି ଆରମ୍ଭ କରିଦେଇଛନ୍ତି। ତେବେ ଦଳ ସେମାନଙ୍କ ମଧ୍ୟରୁ କେଉଁ ଜଣଙ୍କୁ ପ୍ରାର୍ଥୀ କରିବ ତାହା ସମସ୍ୟାର କାରଣ ପାଲଟିଛି। ଭୁବନେଶ୍ୱରରେ ଆସୁଥିବା ୩ ବିଧାୟକଙ୍କ ମତାମତ ଏପର୍ଯ୍ୟନ୍ତ ଲୋଡା ଯାଇ ନ ଥିବା ଜଣାପଡିଥିଲେ ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କ ସହ ଆଲୋଚନା ଚାଲିଥିବା କୁହାଯାଉଛି। ଅନ୍ୟପଟେ ବିଗତ ବର୍ଷଗୁଡିକ ଭଳି ଏଥର କୌଣସି ବାହାର ନେତାଙ୍କୁ କର୍ପୋରେଟର ଟିକେଟ ବାଣ୍ଟିବା କିମ୍ବା ସେମାନଙ୍କ କଥାକୁ ଗୁରୁତ୍ୱ ଦିଆଯାଇ ନାହିଁ। କେବଳ ସ୍ଥାନୀୟ ବିଧାୟକଙ୍କ ନିଷ୍ପତ୍ତିରେ କର୍ପୋରେଟର ଟିକେଟ ବଣ୍ଟନ କରାଯିବା କଥାକୁ ଏଡାଇ ଦିଆଯାଇପାରିବ ନାହିଁ। ସେହିଭଳି ଡେପୁଟି ମେୟର ପଦବୀ ଲାଗି ସ୍ଥାନୀୟ ୩ ବିଧାୟକଙ୍କ ମତାମତ ଲୋଡାଯାଇପାରେ। ତେବେ ଦଳ ମୁଖ୍ୟ ଦୁଇ ଡେପୁଟି ମେୟର ଦାବିଦାର ଅମରେଶ ଜେନା ନା ବିରଞ୍ଚି ନାରାୟଣ ମହାସୁପକାରଙ୍କ ମଧ୍ୟରୁ କାହାକୁ ପ୍ରାର୍ଥୀ କରିବ ସେଥି ଉପରେ ସମସ୍ତଙ୍କ ନଜର ରହିଛି। ତେବେ ଏହି ଦୁଇ ଜଣଙ୍କୁ ବାଦ୍‌ ଦେଇ ୩ୟ ବ୍ୟକ୍ତି କାହାକୁ ଦଳ ପ୍ରାର୍ଥୀ ଯେ ନ କରିବ ସେକଥା ବିଜେଡିରେ ଅସମ୍ଭବ ନୁହେଁ ବୋଲି ଜଣେ ବରିଷ୍ଠ ବିଧାୟକ ମତ ରଖିଛନ୍ତି। ହେଲେ ଉଭୟ ଅମରେଶ ଏବଂ ବିରଞ୍ଚି ଏକାଠି ସବୁ ବିଧାୟକଙ୍କ ଘରକୁ ଯାଇ ସେମାନେ ଦୁଇଜଣଙ୍କ ମଧ୍ୟରୁ କାହାକୁ ପ୍ରାର୍ଥୀ କରାଯାଉ ବୋଲି ମିଶିକି କହି ବୁଲୁଛନ୍ତି। ହେଲେ ଦଳର ନିଷ୍ପତ୍ତି କ’ଣ ହେବ ତା ଉପରେ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିଙ୍କ ସଫଳତା

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଗୁଣପୁରର ଶୁଭମ୍ ଦାସଙ୍କ ଯୋଡ଼ି ଚମ୍ପିୟାନ…

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri