Posted inଖେଳ

ବୁଢ଼ା ହୋଇଗଲେ ବି ସିଂହ

ରାୟପୁର,୫।୩ : ବୁଢ଼ା ହୋଇଗଲେ ବି ସିଂହ। ଏଠାରେ ଆମେ ଜଙ୍ଗଲର ରାଜା ସିଂହ ସମ୍ପର୍କରେ ନୁହେଁ କ୍ରିକେଟର ସିଂହ କଥା କହୁଛୁ ଅର୍ଥାତ ବୀରେନ୍ଦ୍ର ସେହ୍ବାଗ। ୮ ବର୍ଷ ତଳେ ଅନ୍ତର୍ଜାତୀୟ କ୍ରିକେଟ ଛାଡ଼ି ସାରିଥିବା ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ ଆଜି ବି ବ୍ୟାଟିଂ ଭୁଲି ନାହାନ୍ତି। ଶହୀଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ରୋଡ୍‌ ସେଫ୍ଟି ଓ୍ବାଲର୍‌ଡ ଟି୨୦ ସିରିଜ୍‌ ଏକ ମ୍ୟାଚ୍‌ରେ ସେହ୍ବାଗଙ୍କୁ ପୁଣି ଥରେ ସେହି ପୁରୁଣା ରୂପରେ ଦେଖିବାକୁ ମିଳିଛି। ତାଙ୍କର ବିସ୍ଫୋରକ ୮୦ ରନ୍‌ର ଇନିଂସ ଯୋଗୁ ବାଂଲାଦେଶ ଲିଜେଣ୍ଡ୍ସକୁ ୫୯ ବଲ ପୂର୍ବରୁ ୧୦ ଉଇକେଟରେ ହରାଇ ଦେଇଛି ଇଣ୍ଡିଆ ଲିଜେଣ୍ଡ୍ସ।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ଲିଜେଣ୍ଡ୍ସ ଭଲ ଆରମ୍ଭ ସତ୍ତ୍ୱେ ମାତ୍ର ୧୦୯ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଦଳ ପାଇଁ ନାଜିମୁଦ୍ଦିନ ୪୯ ରନ୍‌ କରିଥିଲେ। ଇଣ୍ଡିଆ ଲିଜେଣ୍ଡ୍ସ ପକ୍ଷରୁ ବିନୟ କୁମାର, ଯୁବରାଜ ସିଂ ଓ ପ୍ରଜ୍ଞାନ ଓଝା ହାତେଇଥିଲେ ୨ ଲେଖାଏ ଉଇକେଟ। ଜବାବରେ ସଚିନ ତେନ୍ଦୁଲକର ଓ ସେହ୍ବାଗଙ୍କ ଓପନିଂ ଯୋଡ଼ି ୧୦.୧ ଓଭରରେ ହିଁ ହାସଲ କରିନେଇଥିଲେ ବିଜୟ ଲକ୍ଷ୍ୟ। ମ୍ୟାଚ୍‌ରେ ଛକା ଓ ଚୌକା ବର୍ଷା କରିଥିଲେ ସେହ୍ବାଗ। ମାତ୍ର ୩୫ ବଲରେ ଖେଳିଥିଲେ ବିସ୍ଫୋରକ ୮୦ ରନ୍‌ର ଇନିଂସ। ତାଙ୍କ ପାଳିରେ ଥିଲା ୧୦ ଚୌକା ଓ ୫ ଛକା। ଆଉ ସଚିନ ୫ ଚୌକା ସହ ୩୩ ରନ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦକ୍ଷିଣ ଆଫ୍ରିକାର ପ୍ରଥମ ବିଜୟ

କାର୍ଡିଫ୍‌,୧୬।୬(ଏଏଫ୍‌ପି)- ଚଳିତ ବିଶ୍ୱକପ୍‌ରେ ୫ଟି ମ୍ୟାଚ୍‌ ଖେଳିବା ପରେ ଦକ୍ଷିଣ ଆଫ୍ରିକା ପ୍ରଥମଥର ପାଇଁ ବିଜୟର ସ୍ବାଦ ଚାଖିଛି। ସ୍ଥାନୀୟ ସୋଫିଆ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା...

ସାନିଆଙ୍କ ପୁଅ ଓ ଭଉଣୀଙ୍କୁ ଭିଜା ମିଳିଲା

ନୂଆଦିଲ୍ଲୀ,୪।୬(ପି.ଟି.): ଟୋକିଓ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ମହିଳା ଟେନିସ ତାରକା ସାନିଆ ମିର୍ଜା ୟୁନାଇଟେଡ କିଙ୍ଗ୍‌ଡମ୍‌ (ୟୁକେ)ରେ କେତେକ ଟୁର୍ନାମେଣ୍ଟ ଖେଳିବେ। ଏଥିପାଇଁ ସେ ନିଜ...

ନ୍ୟୁଜିଲାଣ୍ଡ ଆଗରେ ୨୯୭ ରନ୍‌ର ବିଜୟଲକ୍ଷ୍ୟ

ମାଉଣ୍ଟ ମଙ୍ଗୁନୁଇ,୧୧।୨- ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳ ଘରୋଇ ନ୍ୟୁଜିଲାଣ୍ଡ ଆଗରେ ୨୯୭ ରନ୍‌ର ବିଜୟ...

ଅଷ୍ଟ୍ରେଲିୟ କ୍ରିକେଟରଙ୍କ ବଡ଼ ଭବିଷ୍ୟବାଣୀ; ବିଶ୍ୱକପ୍‌ ଫାଇନାଲ ଖେଳିବେ…

ଦୁବାଇ, ୩୧।୧୦: ଏବେ ଟି-୨୦ ବିଶ୍ୱକପ୍‌ର ସୁପର-୧୨ ମୁକାବିଲା ଖେଳାଯାଉଛି। ଏହାପରେ ସେମିଫାଇନାଲ ଏବଂ ଫାଇନାଲ ଖେଳାଯିବ। ଏଣୁ ପୂର୍ବରୁ ବିଶ୍ୱକପ୍‌ରେ କିଏ ବାଜି ମାରିବ...

ପଦାର୍ପଣର ପ୍ରଥମ ଓଭରରେ ଦେଖାଇଲେ ଚମତ୍କାର ବୋଲିଂ

ସିଡ୍‌ନୀ,୨।୧: ବିଗ୍‌ ବାଶ ଲିଗ୍‌ (ବିବିଏଲ)ର ପଦାର୍ପଣ ମ୍ୟାଚ୍‌ରେ ଚମତ୍କାର ବୋଲିଂ କରିଛନ୍ତି ପାକିସ୍ତାନ ପେସର ମହମ୍ମଦ ହାସନେନ। ସିଡ୍‌ନୀ ଥଣ୍ଡର ପାଇଁ ଖେଳୁଥିବା ହାସନେନ...

୨୦୨୩ ବିଶ୍ୱକପ ପର୍ଯ୍ୟନ୍ତ ଖେଳିବାକୁ ଚାହାନ୍ତି ଏହି ଅଷ୍ଟ୍ରେଲୀୟ ଖେଳାଳି

ମେଲବୋର୍ନ, ୧୯।୮(ପି.ଟି.)- କୋରୋନ ଭାଇରସ ସଂକ୍ରମଣ ଜନିତ ବ୍ରେକ୍‌ ଯୋଗୁ ଅଷ୍ଟ୍ରେଲିଆର ସୀମିତ ଓଭର କ୍ରିକେଟ ଅଧିନାୟକ ଆରୋନ ଫିଞ୍ଚ୍‌ ୨୦୨୩ ଆଇସିସି ବିଶ୍ୱକପ ପର୍ଯ୍ୟନ୍ତ...

ଜୟ ଶାହାଙ୍କ କାର୍ଯ୍ୟକାଳ ବଢ଼ିଲା

କଲମ୍ବୋ,୧୯।୩: ବିସିସିଆଇ ସଚିବ ଜୟ ଶାହାଙ୍କ ଏସିଆନ୍‌ କ୍ରିକେଟ୍‌ ପରିଷଦ (ଏସିସି) ସଭାପତି ଭାବରେ କାର୍ଯ୍ୟକାଳ ଶନିବାର ଗୋଟିଏ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ଏସିସିର...

ଲଜ୍ଜାଜନକ ପରାଜୟକୁ ନେଇ ଇଂଲଣ୍ଡ ଅଧିନାୟକ କହିଲେ ଏଭଳି

ଚେନ୍ନାଇ,୧୬।୨: ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ୩୧୭ରନ୍‌ ବ୍ୟବଧାନରେ ହାରିଛି ଇଂଲଣ୍ଡ ଟିମ୍‌। ଫଳରେ ସିରିଜ୍‌ ୧-୧ ସମାନ ସ୍ଥିତିରେ ପହଞ୍ଚିଛି। ଏହି ଜିତ୍‌...

Advertisement
Archives

Model This Week