ଅବଧି ପରେ ବି କାମ ସରୁନି

ବ୍ରହ୍ମପୁର,୯ା୧୧(ସ୍ମୃତି ରଞ୍ଜନ ମହାଲିକ)ସହରର ବିଭିନ୍ନ ୱାର୍ଡରେ ଜାରି ରହିଥିବା ଉନ୍ନୟନମୂଳକ କାର୍ଯ୍ୟ ୧୦୦ ଦିନ ମଧ୍ୟରେ ସାରିବା ପାଇଁ ବ୍ରହ୍ମପୁର ମହାନଗର ନିଗମ (ବିିଇଏମ୍‌ସି) ପକ୍ଷରୁ କାଉନସିଲ ବୈଠକରେ ଯନ୍ତ୍ରୀଙ୍କୁ ବାରମ୍ବାର ନିର୍ଦ୍ଦେଶ ଦିଆଯାଉଛି। ଏହି ମର୍ମରେ ନିଗମର ୱାର୍ଡଗୁଡିକରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରହିଛି। କିନ୍ତୁ ଏଭଳି କିଛି ୱାର୍ଡ ରହିଛି, ଯେଉଁଠାରେ କାର୍ଯ୍ୟ ବିଳମ୍ବ କାରଣରୁ ସ୍ଥାନୀୟ ବାସିନ୍ଦା ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏବେ ସବୁଠି ଅସନ୍ତୋଷ କୁହୁଳିବାରେ ଲାଗିଛି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ୪୨ନଂ. ୱାର୍ଡରେ। ଉକ୍ତ ୱାର୍ଡରେ ଥିବା ଶରଧାବାଲି ପ୍ରଥମ ଲେନରେ ବିଇଏମସି ପକ୍ଷରୁ ବାହାନା ନାଳ ଉପରେ କଲଭର୍ଟ କାର୍ଯ୍ୟ ୩ ମାସ ହେଲା ଆରମ୍ଭ ହୋଇଛି। କେତେବେଳ କାର୍ଯ୍ୟ ବନ୍ଦ ହେଉଛି ତ ଆଉ କେତେବେଳେ କାର୍ଯ୍ୟ ଜାରି ରହୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।
ବିଇଏମସି ସୂଚନା ପ୍ରକାରେ, ୧୬ ଲକ୍ଷ ୯୬ ହଜାର ଟଙ୍କା ବ୍ୟୟରେ ଏହି କଲଭର୍ଟ ନିର୍ମାଣ ନିମନ୍ତେ ଗତ ଜୁଲାଇ ୨୧ ତାରିଖରେ କାର୍ଯ୍ୟାଦେଶ ଦିଆଯାଇଥିଲା। ବିଇଏମସି ପକ୍ଷରୁ ପ୍ରଥମେ ୩ ମିଟର ଓସାର ବିଶିଷ୍ଟ କଲଭର୍ଟ ନିର୍ମାଣ ଯୋଜନା ଥିଲା। ନିର୍ମାଣ କାର୍ଯ୍ୟ ୩ ମାସ ମଧ୍ୟରେ ସାରିବା ପାଇଁ ନିଗମ ପକ୍ଷରୁ ସମୟ ଦିଆଯାଇଥିଲା। କିନ୍ତୁ ଡ୍ରେନେଜ ବିଭାଗ ପକ୍ଷରୁ ବାହାନା ନାଳରେ ବର୍ଷା ଜଳ ନିଷ୍କାସନର ସୁବିଧା ନିମନ୍ତେ କଲଭର୍ଟକୁ ଅଧିକ ପ୍ରଶସ୍ତ କରିବା ପାଇଁ ବିଇଏମସିକୁ ପ୍ରସ୍ତାବ ଦିଆଯାଇଥିଲା। ଫଳରେ ବିଇଏମସି ପକ୍ଷରୁ କଲଭର୍ଟକୁ ଆଉ ୧ ମିଟର ଅର୍ଥାତ ୪ ମିଟର ପ୍ରଶସ୍ତ କରିବାକୁ ଯୋଜନା କରାଯାଇଥିଲା। କଲଭର୍ଟର ଲମ୍ବ ୯ ମିଟର ରହିଛି। କିନ୍ତୁ ଅବଧି ସମୟ ପୂରି ଥିବା ବେଳେ ବର୍ତ୍ତମାନ ସୁଦ୍ଧା କଲଭର୍ଟ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରି ନାହିଁ। ସୂଚନା ଥାଉ କି, ଏହି କଲଭର୍ଟ ରାସ୍ତାଟି ଶରଧାବାଲି ୧ମରୁ ୫ ଲେନ ଯାଏଁ ସଂଯୋଗ କରୁଛି। କିନ୍ତୁ କଲଭର୍ଟ କାର୍ଯ୍ୟରେ ବିଳମ୍ବ କାରଣରୁ ଉକ୍ତ ଲେନର ବାସିନ୍ଦାଙ୍କ କ୍ଷେତ୍ରରେ ଯାତାୟାତରେ ବାଧା ଉପୁଜୁଛି। ଫଳରେ ଲୋକେ୬ଷ୍ଠ ଲେନ ଦେଇ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। କିନ୍ତୁ ସନ୍ଧ୍ୟା ସମୟରେ ଉକ୍ତ ରାସ୍ତା ଦେଇ ମହିଳାମାନେ ଯାତାୟାତ କରିବା ପାଇଁ ନିଜକୁ ସୁରକ୍ଷିତ ମନେ କରୁ ନାହାନ୍ତି। ଅନ୍ୟପଟେ ନିର୍ମାଣାଧୀନ କଲଭର୍ଟ ସ୍ଥାନଟିରେ ଲୁହା ରଡ ଓ ଗଭୀର ଖାଲ ରହିଛି। କିନ୍ତୁ କଲଭର୍ଟ କାର୍ଯ୍ୟ ହେଉଥିବା ନେଇ ବିଇଏମସି ପକ୍ଷରୁ କାୈଣସି ସୂଚନା ଫଳକ ଲାଗି ନାହିଁ। ଫଳରେ ରାତିରେ ନିର୍ମାଣାଧୀନ କଲଭର୍ଟ ଉପରୁ ଖସିପଡ଼ିବା ସମ୍ଭାବନା ଅଧିକା ରହିଛି। ଏଣୁ ନିର୍ମାଣାଧୀନ କଲଭର୍ଟ କାର୍ଯ୍ୟ ସ୍ଥଳରେ ସୂଚନା ଫଳକ ସହ କାର୍ଯ୍ୟ ତୁରନ୍ତ ସାରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏ ନେଇ ବିଇଏମସି ଅଧିକ୍ଷଣ ଯନ୍ତ୍ରୀ ତପନ କୁମାର ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ବର୍ତ୍ତମାନ କଲଭର୍ଟର ଛାତ କାର୍ଯ୍ୟ ବାକି ରହିଛି। ଲଗାଣ ବର୍ଷା ଓ ନିର୍ମାଣରେ ପରିବର୍ତ୍ତନ କାରଣରୁ ସମୟ ଅତିବାହିତ ହୋଇଛି। ଏଣୁ ଆସନ୍ତା ୧ ସପ୍ତାହ ମଧ୍ୟରେ କଲଭର୍ଟ ନିର୍ମାଣ କାର୍ଯ୍ୟ ସରିବା ନେଇ ଲକ୍ଷ୍ୟ ରଖାଯାଇଛି। ତେବେ ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ସମନ୍ବୟର ଅଭାବ କାରଣରୁ କଲଭର୍ଟ କାର୍ଯ୍ୟ ବିଳମ୍ବ ହେଉଥିବା ନେଇ ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୮ ବିଧାନସଭା ଆସନ ପାଇଁ ୨୫୬ ପ୍ରାର୍ଥତ୍ପତ୍ର କାଏମ

ଭୁବନେଶ୍ୱର,୨୮ା୪(ଅନିଲ ଦାସ)ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଯାଞ୍ଚ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୨୮ଟି ବିଧାନସଭା ଆସନ ପାଇଁ ୨୬୬ ଜଣ ପ୍ରାର୍ଥୀ...

ଅରିନ୍ଦମ୍‌ଙ୍କୁ ଗ୍ରହଣ କରିପାରୁନାହାନ୍ତି ଦଳୀୟ କର୍ମୀ

ସାଲେପୁର,୨୮।୪(ଅରବିନ୍ଦ ଭୂୟାଁ)ବହୁ କଳ୍ପନାଜଳ୍ପନା ପରେ ଶେଷରେ ସାଲେପୁର ବିଧାନସଭା ଆସନର ଭାଜପା ପ୍ରାର୍ଥୀଭାବେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କଟକର ଯୁବନେତା ଅରିନ୍ଦମ ରାୟଙ୍କ ନାମ...

ରାସ୍ତାକଡ଼ ଜଙ୍ଗଲରେ ପଖାଳ ଖାଇଲେ ପାଣ୍ଡିଆନ

ଭୁବନେଶ୍ୱର,୨୮।୪(ଅସମାପିକା ସାହୁ)ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ତୃତୀୟ ଦିନରେ ପ୍ରଚାର ମଇଦାନରେ ଓହ୍ଲାଇ କଳାହାଣ୍ଡି ଲୋକ ସଭା କ୍ଷେତ୍ରର ବିଭିନ୍ନ...

ଏଥର ଯୋଡ଼ା ପଦ୍ମ ଫୁଟିବ: ଜଗଦ୍ଦେବ

ଖୋର୍ଦ୍ଧା,୨୮ା୪(ପ୍ରଭାତ ପାଣିଗ୍ରାହୀ)ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଶନିବାର ବିଧାନସଭା ଆସନ ପାଇଁ ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ୩ ଆସନ ମଧ୍ୟରୁ...

ମହାନଦୀକୁ ନେଇ ଭାଜପା-ବିଜେଡି ଦୋଷ ଲଦାଲଦି

ସମ୍ବଲପୁର,୨୮ା୪ (ଭବାନୀ ଶଙ୍କର ଭୋଇ/ପ୍ରମୋଦ ବହିଦାର)ଗ୍ରୀଷ୍ମଋତୁର ସୂର୍ଯ୍ୟ ତାପଠୁଁ ବଳିଗଲାଣି ସମ୍ବଲପୁରର ରାଜନୈତିକ ତାତି। ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ଭାଜପା ମଧ୍ୟରେ ଆରୋପ-ପ୍ରତ୍ୟାରୋପ...

ଆଞ୍ଚଳିକ ସମସ୍ୟା ପ୍ରତି ବିତୃଷ୍ଣାର ପ୍ରତିଫଳନ ନୋଟା

କେନ୍ଦ୍ରାପଡ଼ା,୨୮ା୪ (ଜଗନ୍ନାଥ ଧଳ)ଦେଶରେ ଭୋଟଦାନ ଚାଲିଛି। ଏଭଳି ସମୟରେ ପ୍ରାର୍ଥୀଙ୍କ ବିଷୟରେ ଯେଭଳିି ଚର୍ଚ୍ଚା ହେଉଛି ନୋଟା (ନନ୍‌ ଅଫ୍‌ ଦି ଏବଭ) ମଧ୍ୟ ଆଲୋଚନା...

ଚମ୍ପୁଆରୁ ମୁରଲୀ, ଫକୀରମୋହନ ତେଲକୋଇରୁ ଭାଜପା ବିଧାୟକ ପ୍ରାର୍ଥୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ)ଦୀର୍ଘଦିନ ଧରି ଘୋଷଣା ହୋଇପାରୁ ନ ଥିବା ଚମ୍ପୁଆ ଓ ତେଲକୋଇ ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଶନିବାର ପ୍ରାର୍ଥୀଙ୍କ ନାମ ଘୋଷଣା କରିିଛି।...

ଟୁକୁନୀଙ୍କ ମନ୍ତବ୍ୟକୁ ନେଇ ପଦ୍ମପୁରରେ ଝଡ଼

ପଦ୍ମପୁର, ୨୮ା୪(ପ୍ରଦୀପ୍ତ ଦାଶ)ବଲାଙ୍ଗୀର ଜିଲା ଟିଟିଲାଗଡ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟକ ପ୍ରାର୍ଥତ୍ନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri