ହିଂସାରୁ କିଛି ମିଳିନି

ମୁହାନନ୍ଦ ଆଲେଝି

 

ଅକ୍ଟୋବର ୭ରେ ଇସ୍ରାଏଲର ସୀମା ମଧ୍ୟରେ ହମାସ୍‌ ଏକ ବଡ଼ ଆକ୍ରମଣ କରିଥିଲା। ଏଥିରେ ବହୁ ଇସ୍ରାଏଲୀ ନିହତ ଓ ଆହତ ହେବା ପରେ ଇସ୍ରାଏଲ ହମାସ୍‌ ଉପରେ ଆକ୍ରମଣ ଜାରିରଖିଛି। ଏହି କ୍ରୂର ଆକ୍ରମଣ ମଧ୍ୟପ୍ରାଚ୍ୟରେ ହିଂସାକୁ ପୁନର୍ଜୀବିତ କରିପାରିଛି। ଏହାର ଶେଷ କେବେ ହେବ ତାହା କହିହେଉ ନାହିଁ। ଏଭଳି ହିଂସା ନୂଆ ନୁହେଁ, ପୂର୍ବରୁ ବାରମ୍ବାର ଦେଖାଯାଇଛି। ଏବେ ଏହାକୁ ରୋକିବା ଲାଗି କୌଣସି ଗମ୍ଭୀର ଉଦ୍ୟମ ହେଉ ନାହିଁ। ଫଳରେ ଇସ୍ରାଏଲ-ପାଲେଷ୍ଟାଇନ ବିବାଦର ସମାଧାନ ହେବାର ସମ୍ଭାବନା ନାହିଁ। ଯେଉଁମାନେ ଶାନ୍ତି ଚାହାନ୍ତି ସେମାନେ ଉଭୟ ଇସ୍ରାଏଲୀ ଏବଂ ଉଗ୍ରବାଦୀ ଇସ୍‌ଲାମିକ ମୌଳବାଦୀଙ୍କୁ ସତ କହିବାକୁ ପଡ଼ିବ। ଆମମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଶିକ୍ଷା ଦିଆଗଲା ଯେ ଜଣଙ୍କର ନିଜର ଅତୀତକୁ ଜାଣିବା ଏବଂ ତା’ ଉପରେ ଯତ୍ନର ସହିତ ବିଚାର କରିବା ହେଉଛି ବାସ୍ତବ ଚରିତ୍ରର ପ୍ରତୀକ। କିନ୍ତୁ ଏବେ ଆମେ ଯେଉଁ ଦଳଗୁଡ଼ିକ ସହିତ କାମ କରୁଛୁ ତାହା ଅତୀତର ଅନୁଭୂତିର ମୂଲ୍ୟାୟନ କରିବାକୁ କିମ୍ବା ସେଗୁଡ଼ିକର ଭବିଷ୍ୟତ ପାଇଁ ଯୋଜନା କରିବାକୁ ଚାହୁଁନାହିଁ।
ଇସ୍ରାଏଲ ଉପରେ ହମାସ୍‌ ୨୦୦୮, ୨୦୧୪ ଏବଂ ୨୦୨୧ରେ ଆକ୍ରମଣ କରିଥିଲେ ମଧ୍ୟ ଅକ୍ଟୋବର ୭ରେ ଏକ ଅତ୍ୟାଧୁନିକ ତଥା ନିଆରା ଧରଣର ଆକ୍ରମଣ କରିଥିଲା। ଏହାର ତଥାକଥିତ ଲକ୍ଷ୍ୟ ହେଉଛି ପୂର୍ବ ଜେରୁଜେଲମର ଅଲ-ଆକ୍‌ସା ମସ୍‌ଜିଦ ଚାରିପାଖକୁ ଜୋରଜବରଦସ୍ତ ତଥା ଉତ୍ତେଜନାମୂଳକ ଦଖଲକୁ ଜବାବ ଦେବା ଏବଂ ପାଲେଷ୍ଟିନୀୟ ବନ୍ଦୀମାନଙ୍କୁ ମୁକ୍ତ କରିବା। କିନ୍ତୁ ଅତୀତରୁ ଏହିସବୁ ଆକ୍ରମଣ ଗାଜା ମାଟିରେ କୌଣସି ପରିବର୍ତ୍ତନ ଆଣିିନାହିଁ; ବରଂ ଏହିସବୁ ଆକ୍ରମଣ ଉଭୟ ପକ୍ଷର ଅଧିକ ମୃତ୍ୟୁ ଘଟାଇ ଚାଲିଛନ୍ତି । ଇସ୍ରାଏଲ ତୁଳନାରେ ୫ଗୁଣ ଅଧିକ ପାଲେଷ୍ଟିନୀୟ ନିହତ ହୋଇଛନ୍ତି। ଯୁଦ୍ଧରେ ଭିତ୍ତିଭୂମିର ବିନାଶ ହେବା ନିଶ୍ଚିତ। ଏହାସହ ଭବିଷ୍ୟତ ଲକ୍ଷ୍ୟରେ ଅବରୋଧକୁ କଡ଼ାକଡ଼ି କରିବା ଏବଂ ପାଲେଷ୍ଟିନୀୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ (ଯେପରିକି ଅତ୍ୟଧିକ ସଂଖ୍ୟାରେ ଅଲ୍‌-ଆକ୍‌ସରେ ଗିରଫ କରାଯାଉଛି) ଲାଗିରହିଛି। ସେହିପରି, ଅକ୍ଟୋବର ୭ ରେ ହମାସ୍‌ ୧୪୦୦ ଇସ୍ରାଏଲୀଙ୍କୁ ହତ୍ୟା କରିବା ପରେ ତାହାର ସାମରିକ ଜବାବ ଦେବାକୁ ଇସ୍ରାଏଲ ବିଳମ୍ବ କରିନାହିଁ। ଗାଜା ଉପରେ ହୋଇଥିବା ପୂର୍ବ ଆକ୍ରମଣଗୁଡିକର ଲକ୍ଷ୍ୟ ଥିଲା ହମାସ୍‌କୁ ନିୟନ୍ତ୍ରଣ କରିବା। କିନ୍ତୁ ସେହି ମୂଳ ଲକ୍ଷ୍ୟ ହାସଲ କରାଯାଇପାରି ନାହିଁ। କାରଣ ଇସ୍ରାଏଲର ଆଭିମୁଖ୍ୟ ଭିନ୍ନ ରହୁଛି। ଏହା ମୂଳ କାରଣକୁ ଛାଡ଼ି ପ୍ରକାଶ ପାଉଥିବା ସ୍ଥିତିର ମୁକାବିଲା କରିବାକୁ ବାହାରିପଡ଼ୁଛି। ଆରମ୍ଭରୁ ଇସ୍ରାଏଲ ଏହାର ସୁରକ୍ଷା ପ୍ରସଙ୍ଗକୁ ଆଳ କରି ଅନେକ ରକ୍ତାକ୍ତ ଯୁଦ୍ଧ କରିଆସିଛି, ଯାହା ପାଲେଷ୍ଟିନୀୟଙ୍କ ଜୀବନ, ଅଧିକାର ଏବଂ ଭବିଷ୍ୟତକୁ କ୍ଷତି କରିଛି। ସମ୍ପ୍ରତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଦକ୍ଷିଣପନ୍ଥୀ ସରକାର ପ୍ରମୁଖ କ୍ୟାବିନେଟ ପଦବୀରେ ଧର୍ମୀୟ ଚରମପନ୍ଥୀଙ୍କୁ ସ୍ଥାନିତ କରିଥିଲେ, ଯେଉଁଠି ସେମାନେ ଅଲ୍‌-ଆକ୍‌ସା ଏବଂ ଅଧିକୃତ ଓ୍ବେଷ୍ଟ ବ୍ୟାଙ୍କକୁ ନେଇ ପାଲେଷ୍ଟିନୀୟଙ୍କ ସହ ଅଧିକ ତିକ୍ତତା ସୃଷ୍ଟି କରିଥିଲେ।
ଇସ୍ରାଏଲୀମାନେ ବିଶ୍ୱାସ କରିଆସୁଛନ୍ତି ଯେ କଠିନ ପରିସ୍ଥିତିରେ ଜୀବନ ବିତାଇବାର କ୍ଷୀଣ ଆଶା ଥିବା ସତ୍ତ୍ୱେ ପାଲେଷ୍ଟିନୀୟମାନେ ସ୍ଥିତାବସ୍ଥାକୁ ଗ୍ରହଣ କରିବେ । ଏଭଳି କରି ଇସ୍ରାଏଲୀମାନେ ଲଗାତର ଭୁଲ୍‌ କରିଆସୁଛନ୍ତି। ଆଲଜେରିଆ, ମରକୋ, ଟ୍ୟୁନିସିଆ, ସିରିଆ ଏବଂ ଇଜିପ୍ଟରେ ବିବାଦ ଓ ବଳପୂର୍ବକ ଦଖଲର ଇତିହାସ ସ୍ପଷ୍ଟ କରେ ଯେ ଏହିପରି ମାନସିକତା ବିଫଳତା ଆଣିବା ନିଶ୍ଚିତ। ଅବଦମିତ ଲୋକମାନେ ଗଭୀର ଦୁଃଖ ଦେଇ ଗତି କରିପାରନ୍ତି ସତ, କିନ୍ତୁ ସ୍ବାଧୀନତା ପାଇଁ ସେମାନଙ୍କର ଇଚ୍ଛା ସବୁବେଳେ ଜାଗ୍ରତ ରହିଥାଏ। ଏହା ନିଃସନ୍ଦେହ ଯେ, ସେମାନେ ଯେ କୌଣସି ସମୟରେ ସେମାନଙ୍କ ମଧ୍ୟରେ ଥିବା ଶୁପ୍ତ ଭାବନା କିମ୍ବା ନିଷ୍କ୍ରିୟତାର ଉଜାଗର କରିପାରିବେ। ଏବେ ଆରମ୍ଭ ହୋଇଥିବା ଯୁଦ୍ଧ ହମାସ୍‌ ଦ୍ୱାରା ନିହତମାନଙ୍କର ପ୍ରତିଶୋଧ ନେବା ଲାଗି ଉଦ୍ଦିଷ୍ଟ ବୋଲି ଜଣାପଡ଼ୁଛି। ଏହା ବ୍ୟତୀତ ଇସ୍ରାଏଲ ପ୍ରତିରକ୍ଷା ବାହିନୀର ପ୍ରତିରୋଧକାରୀ ଶକ୍ତି ପୁନଃସ୍ଥାପିତ କରିବା ଏବଂ ହମାସ୍‌କୁ ଗାଜାରୁ ହଟାଇବା ଇସ୍ରାଏଲର ଲକ୍ଷ୍ୟ ବୋଲି ମନେହୁଏ। କିନ୍ତୁ ଏହା ପରବର୍ତ୍ତୀ ଲକ୍ଷ୍ୟକୁ କିପରି ହାସଲ କରିବ କିମ୍ବା ପରବର୍ତ୍ତୀ ପରିସ୍ଥିତିକୁ କିପରି ମୁକାବିଲା କରିବ ତାହା ସ୍ପଷ୍ଟ ହେଉନାହିଁ ।
ପ୍ରତ୍ୟେକ ଥର ହମାସ୍‌ ଗାଜା ଏବଂ ଏହାର ଲୋକଙ୍କୁ ଇସ୍ରାଏଲ ସହିତ ରକ୍ତାକ୍ତ ଯୁଦ୍ଧ ବଳୟକୁ ଟାଣିନେଇଛି। ଏଭଳି ଯୁଦ୍ଧକୁ ନେଇ ଆରବ ଦେଶଗୁଡ଼ିକର ଭାବାବେଗ ଅବଶ୍ୟ ଉଚ୍ଚ ହୋଇଯାଏ। ଗାଜାର ଧ୍ୱଂସ ଚିତ୍ର କେବଳ ଆରବର ରାସ୍ତାରେ ନୁହେଁ, ବରଂ ଅନ୍ୟ ଶାନ୍ତ ଦେଶଗୁଡ଼ିକରେ ବି କ୍ରୋଧ ସୃଷ୍ଟି କରେ। ହମାସ୍‌ ପ୍ରତି ସମର୍ଥନ ଅତ୍ୟନ୍ତ ନୈରାଶ୍ୟଜନକ ହୋଇଥିବାବେଳେ ପାଲେଷ୍ଟିନୀୟଙ୍କୁ ଆୟତ୍ତ କରିବାରେ ଆରବୀୟ ଆଭିଜାତ୍ୟ ବର୍ଗର କେତେଜଣ ଶିକ୍ଷିତ ଏବଂ ପ୍ରତିଷ୍ଠିତ ସଦସ୍ୟ ହମାସ୍‌କୁ ସମର୍ଥନ କରିବା ଆଶ୍ଚର୍ଯ୍ୟଜନକ ନୁହେଁ। ହମାସ୍‌କୁ ସମାଲୋଚନା କରିଥିବାରୁ ଏହିପରି ଜଣେ ବ୍ୟକ୍ତି ମୋତେ ମଧ୍ୟ ସମାଲୋଚନା କରି କହିଛନ୍ତି ଯେ ଏହା ଆତଙ୍କବାଦୀ ସଂଗଠନ ନୁହେଁ ବରଂ ଏକ ପ୍ରତିରୋଧ ଅଭିଯାନ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ନିହତ ଇସ୍ରାଏଲୀମାନେ ସାଧାରଣ ନାଗରିକ ନୁହନ୍ତି ବରଂ ଉପନିବେଶୀ ବସ୍ତିବାସିନ୍ଦା, ଯେଉଁମାନେ ଅନ୍ୟ ଦେଶରୁ ଆସି ସେଠାରେ ରହିଛନ୍ତି। ହିଂସା ଏବଂ ଘୃଣାର ତରଙ୍ଗ କିପରି ସମସ୍ତଙ୍କୁ ଗ୍ରାସ କରେ, ତାହା ଏଭଳି ପ୍ରତିକ୍ରିୟା ଦର୍ଶାଉଛି। ଏପରିକି ବୁଦ୍ଧିଜୀବୀମାନେ ଭାବାବେଗ ଏବଂ କ୍ରୋଧର ଶିକାର ହୋଇପାରନ୍ତି, ଯାହା ସୋସିଆଲ ମିଡିଆ ଏବଂ ପ୍ରଚାର ଦ୍ୱାରା ଅଧିକ ବୃଦ୍ଧି ପାଉଛି।
ଯଦି ଇସ୍ରାଏଲ ହମାସ୍‌କୁ ହଟାଇବାରେ ଅସମର୍ଥ ହୁଏ କିମ୍ବା ଏହାର ସାମରିକ ଶକ୍ତି ଏବଂ ରାଜନୈତିକ ଅଧିକାରକୁ ଅବଦମିତ କରିବାରେ ଅସମର୍ଥ ହୁଏ, ତେବେ ଏହା ଅଳ୍ପ କିଛି ହାସଲ କରିବ। ଗାଜାରେ ଏବେ ଅତ୍ୟଧିକ କ୍ଷତି ଘଟୁଛି। ଏହାକୁ ପୂରଣ କରିବା ଲାଗି ଅନେକ ଦଶନ୍ଧି ଲାଗିଯିବ। ସେହିଭଳି, ହମାସ୍‌ ଯାହା କରିବ ତାହା ହେଉଛି ସେମାନଙ୍କ ଆତ୍ମକୈନ୍ଦ୍ରିକ ଶକ୍ତିର ଏକ ପ୍ରଦର୍ଶନ, ଯାହାପାଇଁ ଗାଜାର ନିରୀହ ଲୋକମାନଙ୍କୁ ରକ୍ତ ଦେବାକୁ ପଡ଼ିବ, ଘର ଏବଂ ଭବିଷ୍ୟତ ହରାଇବାକୁ ହେବ। ଯୁଦ୍ଧ ଶେଷହେବାବେଳକୁ ସାଧାରଣ ନାଗରିକଙ୍କ ପ୍ରତି ହମାସ୍‌ର ଅବହେଳା ବହୁତ ବଢିଯିବ। ସେତେବେଳେ ପୁଣିଥରେ ଏହାର ସମର୍ଥକମାନେ ଭାଙ୍ଗିଯାଇଥିବା ଘରଗୁଡ଼ିକର ଧ୍ୱଂସାବଶେଷ ଏବଂ ନିରୀହ ଗାଜାବାସୀଙ୍କ ଶବ ଉପରେ ଠିଆ ହୋଇ ବିଜୟ ପାଳନ କରିବେ।
ଉଭୟ ଆରବ ଏବଂ ଇସ୍ରାଏଲୀମାନେ ସେମାନଙ୍କର ନୀତି ଏବଂ କାର୍ଯ୍ୟରୁ କ’ଣ ପାଇବାର ସମ୍ଭାବନା ରହିଛି ସେ ବିଷୟରେ ଭଲ ଭାବରେ ଚିନ୍ତାକରିବା ଆବଶ୍ୟକ। ଅତୀତର ଅଭିଜ୍ଞତାକୁ ସ୍ମରଣ କରିବା ହେଉଛି ପଥକୁ ଫେରିବା ପାଇଁ ଏକମାତ୍ର ଉପାୟ, ଯାହା ଯୁଦ୍ଧର ଲିପ୍ତ ଉଭୟ ଦେଶର ଭବିଷ୍ୟତ ପାଇଁ ଅନ୍ତତଃପକ୍ଷେ କିଛି ଆଶା ସଞ୍ଚାର କରିବ।
ପୂର୍ବତନ ସଦସ୍ୟ, ଜୋର୍ଡାନ ସିନେଟ ତଥା ଅନ୍ତର୍ଜାତୀୟ ମାନବ ଅଧିକାର ବିଶେଷଜ୍ଞ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?