Posted inଜାତୀୟ

୮ ଦିନ ପରେ ବି ଉଦ୍ଧାର ଆଗଉନି

ଉତ୍ତରକାଶୀ/ଡେରାଡୁନ୍‌,୨୦ା୧୧: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଭୁଶୁଡ଼ିଥିବା ସିଲ୍‌କ୍ୟାରା ସୁଡ଼ଙ୍ଗ ତଳେ ୫ ଓଡ଼ିଆଙ୍କ ସମେତ ୪୧ ଶ୍ରମିକ ୮ ଦିନ ହେଲା ଫସିରହିଥିବାବେଳେ ଉଦ୍ଧାର କାର୍ଯ୍ୟରେ କୌଣସି ଅଗ୍ରଗତି ହୋଇପାରି ନାହିଁ। ଆମେରିକାରୁ ଅଣାଯାଇଥିବା ବିଶାଳ ଡ୍ରିଲିଂ ମେଶିନରେ ଭୂସମାନ୍ତରାଳ ଭାବେ ଖନନ କରାଯାଉଥିବାବେଳେ ତାହା ଆଉ କାମ କରୁନାହିଁ। ସପ୍ତାହେ ପରେ ଇନ୍ଦୋରରୁ ଅନ୍ୟ ଏକ ମେଶିନ ଅଣାଯାଇଥିବାବେଳେ ଏବେ ପାହାଡ଼ ଉପରୁ ଭୂଲମ୍ବ ଦିଗରେ ଖନନ କରିବାକୁ ଯୋଜନା ହେଉଛି। ସେଥିପାଇଁ ସୀମାନ୍ତ ସଡ଼କ ନିର୍ମାଣକାରୀ ସଂସ୍ଥା ସେଠାକୁ ବିକଳ୍ପ ରାସ୍ତା ନିର୍ମାଣ କରୁଛି। ହେଲେ ଫସିଥିବା ଶ୍ରମିକଙ୍କ ଭାଗ୍ୟକୁ ନେଇ ଏପର୍ଯ୍ୟନ୍ତ କୌଣସି ନିଶ୍ଚିତ ପ୍ରତିଶ୍ରୁତି ମିଳିପାରୁ ନାହିଁ। ସବୁକିଛି ଭଗବାନଙ୍କ ଉପରେ ଛାଡ଼ିଦିଆଯାଇଥିବା ଇଞ୍ଜିନିୟର ତଥା ଡ୍ରିଲିଂ ମୁଖ୍ୟ ଆଦେଶ ଜୈନ କହିଛନ୍ତି।
ସେପଟେ ଶ୍ରମିକମାନଙ୍କଠାରେ କୋଷ୍ଠକାଠିନ୍ୟ, ମୁଣ୍ଡବ୍ୟଥା ଭଳି ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଦେଖାଯିବା ସହ ଭୟ ଓ ଆଶଙ୍କା ମଧ୍ୟରେ ସେମାନେ ବିଚଳିତ ହୋଇପଡ଼ିଲେଣି। ସେମାନଙ୍କ ପାଖକୁ ଖାଦ୍ୟ, ପାଣି, ଅକ୍ସିଜେନ୍‌ ପଠାଯାଉଥିଲେ ମଧ୍ୟ ତାହା ଯଥେଷ୍ଟ ନୁହେଁ। ଦୈନିକ ୩ ଥର ପୂରା ମିଲ୍‌ ସ୍ଥାନରେ ଶୁଖିଲା ଫଳ, ମୁଢ଼ି, ପପ୍‌କର୍ନ ସେମାନଙ୍କୁ ସୁସ୍ଥ ରଖିବା ପାଇଁ ଯଥେଷ୍ଟ ନୁହେଁ। ଦୀର୍ଘଦିନ ଏଭଳି ଶୁଖିଲା ଖାଦ୍ୟରେ ବଞ୍ଚତ୍ଥିବା ଶ୍ରମିକଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି। ସୁଡ଼ଙ୍ଗ ଭିତରେ ପ୍ରଚୁର ସିଲିକା ରହିଥିବାରୁ ଶ୍ରମିକମାନଙ୍କୁ ତୁରନ୍ତ ଚିକିତ୍ସା କରା ନ ଗଲେ ସେମାନଙ୍କର ଗୁରୁତର ଶ୍ୱାସକ୍ରିୟାଜନିତ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ଡେରାଡୁନ୍‌ର ଜଣେ ବରିଷ୍ଠ ଡାକ୍ତର ସତର୍କ କରାଇଛନ୍ତି। ସ୍ବଳ୍ପ ଅକ୍ସିଜେନ୍‌ କାରଣରୁ କେତେଜଣ ଶ୍ରମିକ ସମସ୍ୟାର ସମ୍ମୁଖୀନ ହେବା ସହ ସେମାନଙ୍କର ପଲ୍ସ ରେଟ୍‌ ଓ ରକ୍ତଚାପ ପ୍ରଭାବିତ ହୋଇପାରେ ବୋଲି ଡାକ୍ତର କହିଛନ୍ତି। ଫସିଥିବା ଶ୍ରମିକଙ୍କ ମାନସିକ ସ୍ବାସ୍ଥ୍ୟକୁ ନେଇ ଇଣ୍ଡିଆନ୍‌ ସାଇକିଆଟ୍ରିକ୍‌ ସୋସାଇଟି ଚିନ୍ତାବ୍ୟକ୍ତ କରିଛି। ଉଦ୍ଧାର ହେବା ପରେ ମଧ୍ୟ ସେମାନଙ୍କଠାରେ ଏସବୁ ଲକ୍ଷଣକୁ ଚିହ୍ନଟ କରି କାଉନସେଲିଂ କରିବାକୁ ହେବ ବୋଲି ସୋସାଇଟିର ଉପାଧ୍ୟକ୍ଷ ଲକ୍ଷ୍ମୀକାନ୍ତ ରଥୀ କହିଛନ୍ତି।
ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଉଦ୍‌ବେଗ ପ୍ରକାଶ କରିବା ପରେ ସରକାର ଶ୍ରମିକମାନଙ୍କ ପାଖକୁ ମଲ୍ଟିଭିଟାମିନ୍‌ ଏବଂ ଆଣ୍ଟିଡିପ୍ରେସାଣ୍ଟ ଔଷଧ ପଠାଇଥିବା ସଡ଼କ ପରିବହନ ଓ ରାଜପଥ ସଚିବ ଅନୁରାଗ ଜୈନ କହିଛନ୍ତି। ଟନେଲ ଭିତରେ ସୌଭାଗ୍ୟକୁ ବିଦ୍ୟୁତ୍‌ ରହିଥିବା ସେ କହିଛନ୍ତି। ସୁଡ଼ଙ୍ଗ ନିକଟରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ପହଞ୍ଚତ୍ ଉଦ୍ଧାର କାର୍ଯ୍ୟର ଅଗ୍ରଗତି ତଦାରଖ କରିଛନ୍ତି। ଫସିଥିବା ଶ୍ରମିକ ଓ ସେମାନଙ୍କ ପରିବାର ସଦସ୍ୟମାନଙ୍କ ମନୋବଳ ବୃଦ୍ଧି କରିବା ପ୍ରତ୍ୟେକଙ୍କର ମିଳିତ ଦାୟିତ୍ୱ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ହିମାଳୟ ଅଞ୍ଚଳର ମାଟିର ସ୍ତର ସମାନ ନ ଥିବାରୁ ଉଦ୍ଧାର କାର୍ଯ୍ୟ ଚ୍ୟାଲେଞ୍ଜିଂ ହୋଇଛି। କେତେକ ସ୍ତରକୁ ଡ୍ରିଲିଂ କରିବା କଷ୍ଟକର ହୋଇପଡ଼ିଛି। ଆମେରିକା ନିର୍ମିତ ମେଶିନ୍‌ ଅଚଳ ହୋଇପଡ଼ିବା ପରେ ଏବେ ଅନ୍ୟ ଏକ ମେଶିନ ଆଣି ଭୂଲମ୍ବ ଦିଗରେ ଖନନ କରିବାକୁ ଯୋଜନା ହୋଇଛି। ଶ୍ରମିକମାନଙ୍କୁ ତୁରନ୍ତ ଉଦ୍ଧାର ପାଇଁ ସମସ୍ତ ସମ୍ଭାବ୍ୟ ପଦ୍ଧତି ଉପରେ ଉଦ୍ୟମ ଜାରି ରହିଛି ବୋଲି ଗଡ଼କରୀ କହିଛନ୍ତି। ଏକସଙ୍ଗେ ୬ଟି ବିକଳ୍ପକୁ ନେଇ ଉଦ୍ୟମ ଜାରି ରହିଛି। ଉଦ୍ଧାର କାର୍ଯ୍ୟ ଉପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତୀକ୍ଷ୍ଣ ନଜର ରଖିଛି। ଶ୍ରମିକଙ୍କୁ ଯଥାଶୀଘ୍ର ସମ୍ଭବ ବାହାର କରିବା ଆମର ପ୍ରାଥମିକତା ଏବଂ ଏଥିପାଇଁ ଯାହା ଆବଶ୍ୟକ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ତାଙ୍କ ସହ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଧ୍ୟ ଟନେଲ ନିକଟକୁ ଯାଇ କାର୍ଯ୍ୟ ତଦାରଖ କରିଥିଲେ। ଉଦ୍ଧାର କାର୍ଯ୍ୟକୁ ଆଉ ୪/୫ ଦିନ ଲାଗିବ ବୋଲି ଜଣେ ଅଧିକାରୀ କହିଛନ୍ତି। ପିଏମ୍‌ଓରୁ ଆସିଥିବା ଅଫିସର ଟିମ୍‌ ଓ ବିଶେଷଜ୍ଞମାନେ ଶ୍ରମିକଙ୍କ ଉଦ୍ଧାର ନେଇ ଏକସଙ୍ଗେ ୫ଟି ଯୋଜନା ଉପରେ କାର୍ଯ୍ୟ କରୁଥିବା ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ଉପଦେଷ୍ଟା ଭାସ୍କର ଖୁଲ୍‌ବେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?