Posted inଜାତୀୟ

ଭାରତରେ ସାଇବର ଅପରାଧ ଅଧିକ

ବେଙ୍ଗାଲୁରୁ,୨୦ା୧୧(ପି.ଟି.): ବିଶ୍ୱରେ ଘଟୁଥିବା ହାରାହାରି ସାଇବର ଅପରାଧ ତୁଳନାରେ ଭାରତରେ ଏହା ପାଖାପାଖି ୨ ଗୁଣ ବୋଲି ନ୍ୟାଶନାଲ ସାଇବରସିକ୍ୟୁରିଟି କୋଅର୍ଡିନେଟର ଏମ୍‌.ୟୁ. ନାୟାର ରବିବାର କହିଛନ୍ତି। ସିନର୍ଜିଆ କନ୍‌କ୍ଲେଭ୍‌ ୨୦୨୩ରେ ‘ଆଲାଇନିଂ ଟେକ୍‌ନୋଲୋଜିଜ୍‌ ଟୁ ଫ୍ୟୁଚର କନ୍‌ଫ୍ଲିକ୍ଟସ୍‌’ ଉପରେ ଉଦ୍‌ବୋଧନ ଦେଇ ନାୟାର କହିଛନ୍ତି, ଗତ ୧୦ ମାସରେ ହାରାହାରି ରାନ୍‌ସମ୍‌ଓ୍ବେର ଆଟାକ୍‌ ପାଖାପାଖି ୧.୫୪ ବିଲିୟନ ଡଲାର ଉପରେ ହୋଇଛି, ଯାହାକି ୨୦୨୨ ପରଠାରୁ ଦୁଇଗୁଣ। ଏଭଳି ଅପରାଧ ମଧ୍ୟରୁ ଅଧିକାଂଶର ରିପୋର୍ଟ ହେଉ ନ ଥିବାରୁ ଉଲ୍ଲେଖ ହୋଇଥିବା ପେମେଣ୍ଟ ପ୍ରକୃତ ସାଇବର ଠକେଇ ତୁଳନାରେ ଯଥେଷ୍ଟ କମ୍‌ ବୋଲି ସେ କହିଛନ୍ତି। ଗତ ୬ ମାସରେ ହାରାହାରି ୨,୧୨୭ ଥର ସାଇବର ଘଟଣା ଘଟିଥିବା ଭାରତୀୟ ସାଇବରସ୍ପେସ୍‌ ଦେଖିବାକୁ ପାଇଛି। ବିଶ୍ୱ ସ୍ତରରେ ଏହା ହାରାହାରି ୧,୧୦୮ ଥର।

ସାଇବରସ୍ପେସ୍‌ରେ ଏଭଳି କ୍ଷତିକାରକ କାର୍ଯ୍ୟକୁ ରୋକିବା ପାଇଁ ବାସ୍ତବରେ ସବୁ ଦେଶ ଏକାଠି ହେବାର ସମୟ ଆସିଥିବା ନାୟାର କହିଛନ୍ତି। ଜାତିସଂଘ ଏବଂ ଆଞ୍ଚଳିକ ଫୋରମ୍‌ଗୁଡ଼ିକ ଏ ଦିଗରେ ଅନେକ ପଦକ୍ଷେପ ନେଇଛନ୍ତି। ସାଇବରସ୍ପେସ୍‌ କୌଣସି ଦେଶ ମଧ୍ୟରେ ସୀମିତ ନ ଥିବାରୁ ଏହାର ସମାଧାନ ପାଇଁ ସମସ୍ତ ଦେଶର ମିଳିତ ଉଦ୍ୟମ ଆବଶ୍ୟକ। ସାଇବର ସୁରକ୍ଷା ସହ ସମ୍ପୃକ୍ତ ଚ୍ୟାଲେଞ୍ଜଗୁଡ଼ିକର ସମାଧାନ ପାଇଁ ଅନେକ ଅନ୍ତର୍ଜାତୀୟ ପଦକ୍ଷେପ ନିଆଗଲାଣି। ସେଥିରୁ ଉଲ୍ଲେଖନୀୟ ଉଦ୍ୟମ ହେଲା ଜାତିସଂଘର ସରକାରୀ ବିଶେଷଜ୍ଞମାନଙ୍କ ଗ୍ରୁପ୍‌ (ୟୁଏନ୍‌ ଜିଜିଇ)। ଜାତିସଂଘ ସାଧାରଣ ସଭା ଏହାକୁ ନିଯୁକ୍ତି ଦେଇଛି। ୨୦୨୧ରେ ୟୁଏନ୍‌ ଜିଜିଇ ଏକ ରିପୋର୍ଟ ଗ୍ରହଣ କରିଥିଲା, ଯାହାର ଅନ୍ତର୍ଜାତୀୟ ସାଇବର ସିକ୍ୟୁରିଟି ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଏହା ଅନ୍ତର୍ଜାତୀୟ ନିୟମ ଓ ସିଦ୍ଧାନ୍ତର ବିକାଶ କରିବା, ଅନ୍ତର୍ଜାତୀୟ ସହଯୋଗ ବଢ଼ାଇବା, ଜାତୀୟ ସାଇବର ସୁରକ୍ଷା ସାମର୍ଥ୍ୟକୁ ବଢ଼ାଇବା ପାଇଁ ସୁପାରିସ କରିଥିଲା। ଆପରାଧିକ ଉଦ୍ଦେଶ୍ୟରେ ବ୍ୟବହୃତ ଆଇସିଟିର ମୁକାବିଲା ପାଇଁ ବିସ୍ତୃତ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରିବାରେ ଏକ ଅସ୍ଥାୟୀ କମିଟି ସହଯୋଗ କରୁଥିବା ନାୟାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?