ସ୍ବାମୀ ମୃତ୍ୟୁର ୧୦ ବର୍ଷ ପରେ ବି ମହିଳାଙ୍କୁ ମିଳୁନି ବିଧବା ଭତ୍ତା

କେନ୍ଦୁଝର,୩।୩ ( ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଲୋକଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟକାରୀ କରୁଥିଲେ ମଧ୍ୟ ତାହା ସଠିକ ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ। ଏହାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ବଣ ଜଙ୍ଗଲ ପାହାଡ ପର୍ବତ ଘେରା କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ତଳ ଚମ୍ପେଇ ଗ୍ରାମ ପଞ୍ଚାୟତ ରୁଗୁଡି ଗ୍ରାମରେ। ଏହି ଗ୍ରାମଟି ବ୍ଲକ ମୁଖ୍ୟାଳୟ ରୁ ପ୍ରାୟ ୫୦ କିମି ଦୂରତାରେ ଅବସ୍ଥିତ। ଏହି ଗ୍ରାମରେ ମରୁଆ ବାରିକ ବସବାସ କରି ଆସୁଛନ୍ତି। ଦୀର୍ଘ ୧୦ ବର୍ଷ ପୂର୍ବରୁ ତାଙ୍କ ସ୍ବାମୀ ଅଜଣା ରୋଗରେ ପଡ଼ି ମୃତ୍ୟୁବରଣ କରିଥିବାବେଳେ ସେ ଅସହାୟ ହୋଇ ପଡିଛନ୍ତି। ସେ ନିଜେ ଚଳିବା କଷ୍ଟକର ହୋଇପଡ଼ିଥିବା ବେଳେ ୩ ଛୁଆ ଓ ପରିବାର କିପରି ପ୍ରତିପୋଷଣ କରିବ ଚିନ୍ତାରେ ଦିନ କାଟୁଛନ୍ତି।
ମରୁଆ ନିୟମ ଅନୁସାରେ ବିଧବା ଭତ୍ତା ପାଇବାକୁ ହକଦାର ଥିବାବେଳେ ତାଙ୍କୁ କେହି ସହଯୋଗ କରୁନଥିବା କାନ୍ଦି କାନ୍ଦି କହିଛନ୍ତି। ସେ ନିକଟରେ ଥିବା ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କୁ ବହୁବାର ଦରଖାସ୍ତ କରିଥିଲେ ମଧ୍ୟ ସରପଞ୍ଚ ଆଜି କାଲି ଭତ୍ତା କରିଦେବା କହି ସମୟ ଗଡ଼େଇ ଚାଲିଥିବା ସେ ଅଭିଯୋଗ କରିଛନ୍ତି। ସେ ବାଂଶପାଳ ବ୍ଲକକୁ ବହୁ ଥର ଯାଇଛନ୍ତି କିନ୍ତୁ ବ୍ଲକରେ ଥିବା ବିଡ଼ିଓ ଓ କର୍ମଚାରୀ ଭତ୍ତା କରିଦେବେ କହି ଆଶ୍ୱାସନା ଦେଇ ପଠେଇ ଦେଇଥିବା ସେ କହିଛନ୍ତି। ଏମିତି ଜିଲାର ବିଭିନ୍ନ କୋଣେ ଅନୁକୋଣେ ବହୁ ଅସହାୟ ଲୋକ ଅଛନ୍ତି ଓଳିଏ ଖାଇ ଓଳିଏ ଉପବାସରେ ରହୁଛନ୍ତି ଓ ବହୁ ଦୁର୍ବିସହ ଜୀବନଯାପନ କରୁଛନ୍ତି ବୋଲି ଯୁବ ଓ ଶ୍ରମ ବିକାଶ ମଞ୍ଚ କେନ୍ଦୁଝରଗଡ ଉପସଭାପତି ଜୟକୃଷ୍ଣ ନାଏକ କହିଛନ୍ତି । ଏଣୁ ମରୁଆ ବାରିକଙ୍କୁ ତୁରନ୍ତ ସରପଞ୍ଚ ମହୋଦୟ ଓ ବ୍ଲକ ପ୍ରଶାସନ ମିଶି ବିଧବା ଭତ୍ତା ପ୍ରଦାନ ଜୟକୃଷ୍ଣ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର: ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର,୩୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ମଙ୍ଗଳବାର ଅସୁସ୍ଥ ହୋଇ କେନ୍ଦୁଝର ଜିଲା...

ଏନ୍‌କାଉଣ୍ଟରେ ୪ ମାଓବାଦୀ ନିପାତ

ରାୟପୁର/ମାଲକାନଗିରି,୩୦।୪: ଏନକାଉଣ୍ଟରେ ମଙ୍ଗଳବାର ୪ ମାଓବାଦୀ ଟଳିପଡିଛନ୍ତି। ଛତିଶଗଡର ନାରାୟଣପୁର ଆବୁଜମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୪ ମାଓବାଦୀ ନିହତ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

କଣ୍ଟେନରରେ ଲାଗିଲା ଭୟଙ୍କର ନିଆଁ: ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ

କଟକ, ୩୦।୦୪ (କାର୍ତ୍ତିକ ସାହୁ): ଜଗତପୁର ଥାନା ଅନ୍ତର୍ଗତ ନଜରପୁରଠାରେ ଥିବା ଶ୍ରମିକ ମାନଙ୍କର ରହିବା ପାଇଁ ଛ’ଟି କଣ୍ଟେନରରେ ସୋମବାର ବିଳମ୍ବିତ ରାତି ପ୍ରାୟ...

ଚିନ୍ତା ବଢ଼ାଇଲାଣି ଜଙ୍ଗଲ ନିଆଁ

ନୟାଗଡ଼,୩୦।୪(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ଜଙ୍ଗଲରେ ଲାଗୁଥିବା ନିଆଁ ଚିନ୍ତା ବଢାଇ ଦେଲାଣି। ଅଗ୍ନିବର୍ଷା ବେଳେ ଜଙ୍ଗଲର ନିଆଁର ତାତି...

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ

ରେମୁଣା,୩୦।୪(ରବୀନ୍ଦ୍ର ମହାକୁଡ଼): ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀ ଅଧୀନ କୁରୁଡ଼ା ଯାତ୍ରାପଡ଼ିଆଠାରେ କଂଗ୍ରେସର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ଏମ୍‌ପି ପ୍ରାର୍ଥୀ ଶ୍ରୀକାନ୍ତ ଜେନା...

କଟକ ଲୋକ ସଭା ଆସନ: ଅଭିଜ୍ଞ ବନାମ ନୂଆ ଚେହେରା

କଟକ,୩୦।୪(ଶିଳ୍ପା ପ୍ରିୟଦର୍ଶିନୀ):କଟକ ସଂସଦୀୟ କ୍ଷେତ୍ରରେ ତ୍ରିମୁଖୀ ଲଢେଇ ହେବା ନେଇ ଆଲୋଚନା ହେଉଛି। ଲୋକ ସଭା ଆସନ ପାଇଁ ବିଜେଡି ସଂତୃପ୍ତ ମିଶ୍ର, ଭାଜପା ଭର୍ତ୍ତୃହରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri