Posted inଜାତୀୟ

୧୯ ବର୍ଷ ନାବାଳକ ବି ରହିପାରିବେ ଲିଭ୍‌ଇନ୍‌ରେ…

ଚଣ୍ଡିଗଡ଼,୧୨।୭: ଜଣେ ପ୍ରାପ୍ତ ବୟସ୍କା ଯୁବତୀଙ୍କ ସହିତ ନାବାଳକ ଲିଭ୍‌ଇନ୍‌ରେ ରହିପାରିବେ। ଏନେଇ କୌଣସି ଅସୁବିଧା ନାହିଁ ବୋଲି ପଞ୍ଜାବ ହରିୟାଣା ହାଇକୋର୍ଟଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦିଆଯାଇଛି। ଜଣେ ୨୧ ବର୍ଷ ବୟସ୍କା ଯୁବତୀଙ୍କ ସହିତ ଲିଭ୍‌ଇନ୍‌ରେ ରହୁଥିବା ୧୯ ବର୍ଷର ନାବାଳକଙ୍କ ବିରୋଧରେ ଦାଖଲ ହୋଇଥିବା ଏକ ମାମଲାର ବିଚାର କରି କୋର୍ଟ ଏଭଳି ରାୟ ଦେଇଛନ୍ତି। ଲିଭ୍‌ଇନ୍‌ରେ ରହିବା ଲାଗି ସେମାନଙ୍କର ଅଧିକାର ରହିଛି। ଏଥିରେ କେହି ହସ୍ତକ୍ଷେପ କରିବେ ନାହିଁ। ସେମାନଙ୍କର ବିବାହକୁ ସ୍ବୀକୃତି ପ୍ରଧାନ କରାଯିବ ନାହିଁ। ମାତ୍ର ଲିଭ୍‌ଇନ୍‌ରେ ରହିବା ଅଧିକାରରୁ ସେମାନଙ୍କୁ ବଞ୍ଚିତ କରାଯିବ ନାହିଁ ବୋଲି କୋର୍ଟ କହିଛନ୍ତି। ବିଚାରପତି ଅରୁଣ କୁମାର ତ୍ୟାଗିଙ୍କ ନେତୃତ୍ୱରେ ଗଠିତ ଜଣିକିଆ ଖଣ୍ଡପୀଠ ଏହି ମାମଲାର ବିଚାର କରି ଏଭଳି ରାୟ ଦେଇଛନ୍ତି। ଏହା ସହିତ ସେମାନଙ୍କ ଜୀବନ ସୁରକ୍ଷା ଲାଗି କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ସୂଚନାଯୋଗ୍ୟ, ଲିଭ୍‌ଇନ୍‌ରେ ରହୁଥିବା ଯୁବତୀ ଏବଂ ସମ୍ପୃକ୍ତ ନାବାଳକ ସୁରକ୍ଷା ବ୍ୟବସ୍ଥା ନେଇ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଚିଠି ଲେଖିଥିଲେ। ମାତ୍ର କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବାରୁ ସେମାନେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

କୃଷକ ଆନ୍ଦୋଳନ ଯୋଗୁ ୯,୦୦୦ କମ୍ପାନୀଙ୍କ କ୍ଷତି, କେନ୍ଦ୍ର ସହିତ ୪ ରାଜ୍ୟକୁ ଏନ୍‌ଏଚ୍‌ଆର୍‌ସି ନୋଟିସ୍‌…

ନୂଆଦିଲ୍ଲୀ,୧୪।୯: କୃଷକଙ୍କ ଆନ୍ଦୋଳନ ଦ୍ୱାରା ୯,୦୦୦ରୁ ଅଧିକ କ୍ଷୁଦ୍ର ଏବଂ ମଧ୍ୟମ କମ୍ପାନୀ କ୍ଷତିଗ୍ରସ୍ତ ହୋଇଛନ୍ତି। ଏନେଇ କେନ୍ଦ୍ର ସରକାରଙ୍କ ସମେତ ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା...

କେରଳରେ ପୁଣି ନିପା ଭାଇରସ୍‌ ଭୟ: ୨ ସନ୍ଦିଗ୍ଧଙ୍କ ମୃତ୍ୟୁ ପରେ ଆଲର୍ଟ ଜାରି

ଥିରୁଭାନନ୍ତପୁରମ୍‌,୧୨।୯: କେରଳରେ ପୁଣି ନିପା ଭାଇରସ୍‌ ଭୟ ଦେଖଦେଇଛି। କୋଜିକୋଡେ ଜିଲାରେ ଏହି ଭାଇରସ୍‌ ସଂକ୍ରମଣ ହେତୁ ଦୁଇ ଜଣ ସନ୍ଦିଗ୍ଧଙ୍କ ମୃତ୍ୟୁ ପରେ ରାଜ୍ୟ...

ନୂଆ ରାଜ୍ୟ ଗଠନ କରିବାର କୌଣସି ପ୍ରସ୍ତାବ ନାହିଁ: ଲୋକସଭାରେ ନିତ୍ୟାନନ୍ଦ ରାୟଙ୍କ ସୂଚନା…

ନୂଆଦିଲ୍ଲୀ,୧୪।୩ : କେନ୍ଦ୍ର ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକସଭାରେ କହିଛନ୍ତି ଯେ ଦେଶରେ ଏକ ନୂତନ ରାଜ୍ୟ ଗଠନ ସମ୍ପର୍କରେ କେନ୍ଦ୍ର ସହ କୌଣସି...

୫୦୦ ବର୍ଷ ଭିତରେ ମୋଦି ସବୁଠୁ ବଡ ନେତା, କହିଲେ ଏହି ରାଜ୍ୟର ମନ୍ତ୍ରୀ

ଭୋପାଳ,୫।୮: ଉତ୍ତରପ୍ରଦେଶର ଅଯୋଧ୍ୟାରେ ଥିବା ରାମ ମନ୍ଦିରର ଭୁମି ପୂଜନ ସମାରୋହ ବୁଧବାର ଅନୁଷ୍ଠିତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି।...

ପରିବେଶ ସଂରକ୍ଷଣ ତାଲିକାରେ ଭାରତ ତଳେ…

ନୂଆଦିଲ୍ଲୀ, ୭।୬ : ପରିବେଶ ସଂରକ୍ଷଣ ନେଇ ସମଗ୍ର ବିଶ୍ୱରେ ଏକ ଅଭିଯାନ ଚାଲିଛି ଏବଂ ଏହାର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରାଯାଉଛି। ବିଭିନ୍ନ...

ମହଙ୍ଗା ଯୋଗୁ ଲୋକେ ଗାଡ଼ି କିଣୁନାହାନ୍ତି: ମାରୁତି ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୧-୯:ଓଲା,ଉବର କ୍ୟାବ୍‌ ଯୋଗୁ ଦେଶରେ କାର୍‌ ବିକ୍ରି ପ୍ରଭାବିତ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ଯୁକ୍ତି ସହ ଏକମତ ନୁହନ୍ତି ମାରୁତି ସୁଜୁକି ଅଧ୍ୟକ୍ଷ...

ରୁଷିଆକୁ ଶସ୍ତାରେ ତୈଳ ଦେବାକୁ ଦାବି କଲା ଭାରତ

ନୂଆଦିଲ୍ଲୀ/ମସ୍କୋ,୫।୫: ଗତ ୨ମାସ ହେଲାଣି ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି। ଏହି ଆକ୍ରମଣ ଯୋଗୁ ସମସ୍ତ ପଶ୍ଚିମ ଦେଶ ରୁଷିଆକୁ ବିରୋଧ କରିବା...

ଆଜମ୍‌ ଖାନ୍‌ଙ୍କ ମନ୍ତବ୍ୟ ଦେଶ ପାଇଁ ଲଜ୍ଜାଜନକ

ନୂଆଦିଲ୍ଲୀ, ୨୬।୭: ସମାଜବାଦୀ ପାର୍ଟି (ଏସପି) ଏମ୍‌ପି ଆଜମ ଖାନଙ୍କୁ ନେଇ ଲୋକ ସଭାରେ ପ୍ରବଳ ହଟ୍ଟଗୋଳ ଜାରି ରହିଛି। ଶୁକ୍ରବାର ଗୃହ ଆରମ୍ଭ ହେବା...

Advertisement
Archives

Model This Week