ମଡେଲ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଉଚ୍ଛେଦ

ଆନନ୍ଦପୁର,୫।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଫକୀରମୋହନ ବସ୍‌ଷ୍ଟାଣ୍ଡକୁ ମଡେଲ ବସ୍‌ଷ୍ଟାଣ୍ଡରେ ପରିଣତ କରିବା ପାଇଁ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏ ନେଇ ପରିସରରେ ଥିବା ଏକ ବ୍ୟବସାୟ ପ୍ରତିଷ୍ଠାନକୁ ଶୁକ୍ରବାର ପ୍ରଶାସନ ଉଚ୍ଛେଦ କରିଛି। ମାତ୍ର ବିନା ଥଇଥାନରେ ଉଚ୍ଛେଦକୁ ନେଇ ବ୍ୟବସାୟୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ମୁତାବକ, ନିର୍ମାଣାଧୀନ ମଡେଲ ବସ୍‌ଷ୍ଟାଣ୍ଡ୍‌ ପରିସରରେ ରହିଥିବା ବହୁ ବ୍ୟବସାୟ ପ୍ରତିଷ୍ଠାନକୁ ପୂର୍ବରୁ ଉଚ୍ଛେଦ କରାଯାଇଛି। ମାତ୍ର ଖାତା ନଂ. ୧୨୭୯ ଓ ପ୍ଲଟ୍‌ ନଂ. ୪୯୯୪ରେ ଥିବା ପୌର ପରିଷଦର ଏକ ଗୃହକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏ ନେଇ ପ୍ରତିଷ୍ଠାନ ଉଚ୍ଛେଦ ହୋଇ ନ ଥିଲା। ଗୁରୁବାର ସନ୍ଧ୍ୟାରେ ପୌର ପରିଷଦ ଚିଠି ନଂ. ୪୬୩୪/୩ ନଭେମ୍ବର୨୦୨୨ ରେ ପ୍ରତିଷ୍ଠାନ କାନ୍ଥରେ ନୋଟିସ୍‌ ଲଗାଇ ସ୍ଥାନକୁ ଖାଲି କରିବାକୁ କୁହାଯାଇଥିଲା। ଆନନ୍ଦପୁର ତହସିଲକୁ ମଧ୍ୟ ସୂଚନା ଦିଆଯାଇଥିଲା। ଶୁକ୍ରବାର ପୂର୍ବାହ୍ନରେ ଆନନ୍ଦପୁର ରାଜସ୍ବ ଅଧିକାରୀ ପ୍ରଦୀପ ପାଢ଼ୀ, ତହସିଲଦାର ମାନସ ତ୍ରିପାଠୀ, ପୌର ଅଧିକାରୀ ଲଳିତ ନାୟକ ଉପସ୍ଥିତ ରହି ହୋଟେଲ ପ୍ରତିଷ୍ଠାନକୁ ଉଚ୍ଛେଦ କରିଥିଲେ।
ବ୍ୟବସାୟୀ ସରୋଜ ସିହ୍ନା କହିଛନ୍ତି ଯେ, ମଡେଲ ବସ୍‌ଷ୍ଟାଣ୍ଡ୍‌ ପାଇଁ ଜମି ଚିହ୍ନଟ ପ୍ରକ୍ରିୟାରେ ତାଙ୍କ ହୋଟେଲ୍‌ ଚିହ୍ନଟ ହୋଇଥିଲା। ଏଥିପାଇଁ ସେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ଉଚ୍ଚ ନ୍ୟାୟାଳୟ ମାମଲାର ବିଚାର କରି ପ୍ରତିଷ୍ଠାନକୁ ଭାଙ୍ଗିବା ନେଇ ୧୫ ଦିନ ରହିତାଦେଶ ଦେଇଥିଲେ। ଏଥିସହ ବ୍ୟବସାୟୀଙ୍କୁ ଥଇଥାନ କରିବା ପାଇଁ ପୌର ପରିଷଦକୁ ନିର୍ଦ୍ଦେଶ ହୋଇଥିଲା। ଅବଧି ଶେଷ ହୋଇଥିଲେ ବି ଥଇଥାନ କରା ନ ଯାଇ ଉଚ୍ଛେଦ କରାଯାଇଛି ବୋଲି ବ୍ୟବସାୟୀ କହିଛନ୍ତି।
ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଉଚ୍ଛେଦ କରାଯାଇଥିବା ତହସିଲଦାର କହିଥିଲେ। ବ୍ୟବସାୟୀଙ୍କ ଥଇଥାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିବା ପୌର ଅଧିକାରୀ ନାୟକ ସୂଚନା ଦେଇଛନ୍ତି। ପୌର ଉପନଗରପାଳ ଦୁର୍ଗା ଚରଣ ଦଳେଇ ବ୍ୟବସାୟୀଙ୍କୁ ଆବଶ୍ୟକ ଥଇଥାନ କରିବାକୁ ପୌର ଅଧିକାରୀଙ୍କୁ କହିଥିଲେ। ଆନନ୍ଦପୁର ଏସ୍‌ଡିପିଓ ପ୍ରଶାନ୍ତ ବେହେରାଙ୍କ ନେତୃତ୍ୱରେ ଆନନ୍ଦପୁର ଥାନା ଅଧିକାରୀ ସୁଶାନ୍ତ ଦାଶ ପୋଲିସ ଫୋର୍ସ ସହିତ ଘଟଣାସ୍ଥଳରେ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri