ଶେୟାର ବଜାରରେ ନିବେଶ କରିବ ଇଏସ୍‌ଆଇ

ନୂଆଦିଲ୍ଲୀ: କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି) ତା’ର ପ୍ରାୟ ୯୧ ହଜାର କୋଟି ଟଙ୍କାର କିଛି ଅଂଶକୁ ଷ୍ଟକ୍‌ ବଜାର ଓ କର୍ପୋରେଟ୍‌ ବଣ୍ଡ୍‌ ବଜାରରେ ନିବେଶ କରିବା ବିଷୟରେ ସରକାର ବିଚାର କରୁଛନ୍ତି। ବର୍ତ୍ତମାନ ସମୟରେ କମ୍‌ ସୁଧ ମିଳୁଥିବା ଫିକ୍ସଡ୍‌ ଡିପୋଜିଟ୍‌ ଭାବେ ଏହି ଟଙ୍କା ରହିଛି। ଅଧିକ ରିଟର୍ନ ମିଳିବା ଆଶା ଥିବା ସ୍ଥାନରେ ସେହି ପାଣ୍ଠି ନିବେଶ କରିବାକୁ ସରକାର ଯୋଜନା କରିଛନ୍ତି। ଫଳରେ ଏହି ନିବେଶରୁ ଅଧିକ ରିଟର୍ନ ମିଳିଲେ ସେହି ଟଙ୍କାରେ ନିଗମ ଏହାର ସଦସ୍ୟମାନଙ୍କୁ ଆହୁରି ଉନ୍ନତ ସୁବିଧା ଯୋଗାଇପାରିବ। ବର୍ତ୍ତମାନ ସମୟରେ ନିଗମ ଏହାର ପାଣ୍ଠିକୁ ସରକାରୀ ବ୍ୟାଙ୍କରେ ଫିକ୍ସଡ୍‌ ଡିପୋଜିଟ୍‌ ଭାବେ ଓ ସରକାରୀ ଉଦ୍ୟୋଗର ବଣ୍ଡ ଆକାରରେ ନିବେଶ କରୁଛି। ଇଏସ୍‌ଆଇ ଅଧୀନରେ ୪୧ ନିୟୁତ ବୀମାଭୁକ୍ତ ହିତାଧିକାରୀ ଅଛନ୍ତି। ହିତାଧିକାରୀଙ୍କ ପରିବାରବର୍ଗଙ୍କୁ ସାମିଲ କରାଗଲେ ଇଏସ୍‌ଆଇର ମୋଟ ହିତାଧିକାରୀଙ୍କ ସଂଖ୍ୟା ହେଉଛି ୧୩.୨୪ କୋଟି। ଇଏସ୍‌ଆଇସିର ପାଣ୍ଠିକୁ ମ୍ୟୁଚୁଆଲ୍‌ ଫଣ୍ଡ୍‌, କର୍ପୋରେଟ୍‌ ବଣ୍ଡ୍‌, ଘରୋଇ କ୍ଷେତ୍ରର ବ୍ୟାଙ୍କ ଜାରି କରୁଥିବା କମର୍ସିଆଲ୍‌ ପେପର ଓ ଇକ୍ବିଟି ଆଦିରେ ନିବେଶ କରିବା ବିଷୟରେ ବିଚାରବିମର୍ଶ ଚାଲିଛି। ଫଳରେ ମାସିକ ୨୧ ହଜାର ଟଙ୍କାରୁ କମ୍‌ ଦରମା ପାଉଥିବା କର୍ମଚାରୀମାନଙ୍କ ବେତନର ଏକ ନିର୍ଦ୍ଦିଷ୍ଟ ଭାଗ ଇଏସ୍‌ଆଇସିରେ ଜମା କରାଯାଏ। ଶିଳ୍ପ କାରଖାନାଗୁଡ଼ିକରେ କାର୍ଯ୍ୟ କରୁଥିବା ଅନେକ ଶ୍ରମିକ ଏହା ଅଧୀନରେ ରହିଛନ୍ତି। ଇଏସ୍‌ଆଇସି ଏହାର ସଦସ୍ୟ ଓ ସେମାନଙ୍କ ପରିବାରକୁ ଚିକିତ୍ସା ସୁବିଧା ଯୋଗାଇ ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri