ମ୍ୟାଟ୍ରିକ ନମୁନା ପ୍ରଶ୍ନପତ୍ରରେ ତ୍ରୁଟି

ଭୁବନେଶ୍ୱର, ୧୦।୧୨(ଅସମାପିକା ସାହୁ)- ଆସନ୍ତା ବର୍ଷ ହେବାକୁ ଥିବା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ପ୍ରଶ୍ନପତ୍ର ନମୁନାରେ ତ୍ରୁଟି ରହିଥିବା ଅଭିଯୋଗ ହୋଇଛି। ଏହି ତ୍ରୁଟି ଦେଖି ଯେତିକି ଛାତ୍ରୀଛାତ୍ର ହରଡ଼ ଗଣାରେ ପଡ଼ିଛନ୍ତି, ତା’ଠାରୁ ଅଧିକ ବିଦ୍ୟାଳୟର ଶିକ୍ଷକମାନେ। ପ୍ରଶ୍ନପତ୍ର ନମୁନାରେ ଥିବା ବିଷୟ ଚଳିତ ବର୍ଷର ପାଠ୍ୟକ୍ରମରେ ନାହିଁ। ପରୀକ୍ଷା(ଫେବୃୟାରୀ ୨୦ ତାରିଖ)ମାତ୍ର ଆଉ କେତେଟା ମାସ ପରେ ଆରମ୍ଭ ହେବାକୁ ଥିବା ବେଳେ ଛାତ୍ରୀଛାତ୍ର ଏବେ ମଝି ନଈର ଦୁଇ ନାଆରେ ଗୋଡ଼ ରଖି ଚିନ୍ତାରେ। କାହାକୁ ପଢ଼ିବେ ନିଜ ପାଠ୍ୟକ୍ରମକୁ ନା ପ୍ରଶ୍ନପତ୍ର ନମୁନାକୁ ବୁଝି ପାରୁ ନାହାନ୍ତି।
ସୂଚନା ମୁତାବକ କିଛି ଦିନ ପୂର୍ବେ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ୨୦୨୪ ରେ ହେବାକୁ ଥିବା ମାଟ୍ରିକ ବୋର୍ଡ ପରୀକ୍ଷା ପାଇଁ ୭୧ ପୃଷ୍ଠା ବିଶିଷ୍ଟ ଏକ ଚଳିତ ବର୍ଷ ପରୀକ୍ଷାରେ କିଭଳି ପ୍ରଶ୍ନ ଆସିବ ସେ ନେଇ ଏକ ନମୁନା ସମସ୍ତ ବିଦ୍ୟାଳୟକୁ ପଠାଇବା ପାଇଁ ଜିଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶନାମା ଜାରି କରିଥିଲେ। ଯେଉଁଥିରେ କିଛି ପ୍ରଶ୍ନ ଚଳିତ ବର୍ଷର ପାଠ୍ୟକ୍ରମରେ ନାହିଁ। ଯାହାକୁ ନେଇ ଏବେ ଦଶମ ଶ୍ରେଣୀ ଛାତ୍ରୀଛାତ୍ର ସହ ସମସ୍ତ ଶିକ୍ଷକମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ଯେଉଁ ବିଷୟ ଚଳିତ ବର୍ଷର ପାଠ୍ୟକ୍ରମରେ ନାହିଁ ଏବଂ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଯାଇନାହିଁ ତାକୁ ଛାତ୍ରଛାତ୍ରୀ କିପରି ଅଭ୍ୟାସ କରିବେ। ଉକ୍ତ ୭୧ ପୃଷ୍ଠାର ନମୁନାରେ ଇଂଲିଶ ବିଭାଗର ପ୍ରଶ୍ନ ନଂ ୧, ୪, ୫, ୬, ୭, ୨୦, ୨୧ ଏବଂ ୨୨ ଚଳିତ ବର୍ଷ ଇଂଲିଶ ପାଠ୍ୟକ୍ରମରେ ନାହିଁ। ଉକ୍ତ ଆଠଟି ପ୍ରଶ୍ନପତ୍ର କିଛି ବର୍ଷ ପୂର୍ବରୁ ପାଠ୍ୟକ୍ରମରେ ଥିଲା କିନ୍ତୁ ଏବେ ସେ ବିଷୟ ଆଉ ପଢ଼ାଯାଉନାହିଁ। ଏହା ବୋର୍ଡ କର୍ତ୍ତୃପକ୍ଷଙ୍କ ତ୍ରୁଟି ନା ଆଉ କିଛି ବୁଝାପଡୁନି। କିଏ ଏ ପ୍ରଶ୍ନପତ୍ର କରିଥିଲେ କାହିଁକି ଏଭଳି ତ୍ରୁଟି ହେଲା, କିଏ ଏଥିପାଇଁ ଦାୟୀ, କିଏ ଏଭଳି ପିଲାଙ୍କ ଭବିଷ୍ୟତ ସହ ଖେଳିବାକୁ ସାହସ କଲା ଏ ନେଇ ତୁରନ୍ତ ମାଧ୍ୟମିକ ଶିକ୍ଷା ନିର୍ଦ୍ଧେଶାଳୟ କିମ୍ବା ବୋର୍ଡ ତରଫରୁ ସ୍ପଷ୍ଟୀକରଣ ଦେବାକୁ ମାଧ୍ୟମିକ ଶିକ୍ଷକ ସଙ୍ଘର ନେତା ପ୍ରଦୀପ୍ତ କୁମାର ପ୍ରଧାନ, ଅମରେନ୍ଦ୍ର ସ୍ବାଇଁ ପ୍ରମୁଖ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

୨୮ ବିଧାନସଭା ଆସନ ପାଇଁ ୨୫୬ ପ୍ରାର୍ଥତ୍ପତ୍ର କାଏମ

ଭୁବନେଶ୍ୱର,୨୮ା୪(ଅନିଲ ଦାସ)ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଯାଞ୍ଚ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୨୮ଟି ବିଧାନସଭା ଆସନ ପାଇଁ ୨୬୬ ଜଣ ପ୍ରାର୍ଥୀ...

ଅରିନ୍ଦମ୍‌ଙ୍କୁ ଗ୍ରହଣ କରିପାରୁନାହାନ୍ତି ଦଳୀୟ କର୍ମୀ

ସାଲେପୁର,୨୮।୪(ଅରବିନ୍ଦ ଭୂୟାଁ)ବହୁ କଳ୍ପନାଜଳ୍ପନା ପରେ ଶେଷରେ ସାଲେପୁର ବିଧାନସଭା ଆସନର ଭାଜପା ପ୍ରାର୍ଥୀଭାବେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କଟକର ଯୁବନେତା ଅରିନ୍ଦମ ରାୟଙ୍କ ନାମ...

ରାସ୍ତାକଡ଼ ଜଙ୍ଗଲରେ ପଖାଳ ଖାଇଲେ ପାଣ୍ଡିଆନ

ଭୁବନେଶ୍ୱର,୨୮।୪(ଅସମାପିକା ସାହୁ)ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ତୃତୀୟ ଦିନରେ ପ୍ରଚାର ମଇଦାନରେ ଓହ୍ଲାଇ କଳାହାଣ୍ଡି ଲୋକ ସଭା କ୍ଷେତ୍ରର ବିଭିନ୍ନ...

ଏଥର ଯୋଡ଼ା ପଦ୍ମ ଫୁଟିବ: ଜଗଦ୍ଦେବ

ଖୋର୍ଦ୍ଧା,୨୮ା୪(ପ୍ରଭାତ ପାଣିଗ୍ରାହୀ)ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଶନିବାର ବିଧାନସଭା ଆସନ ପାଇଁ ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ୩ ଆସନ ମଧ୍ୟରୁ...

ମହାନଦୀକୁ ନେଇ ଭାଜପା-ବିଜେଡି ଦୋଷ ଲଦାଲଦି

ସମ୍ବଲପୁର,୨୮ା୪ (ଭବାନୀ ଶଙ୍କର ଭୋଇ/ପ୍ରମୋଦ ବହିଦାର)ଗ୍ରୀଷ୍ମଋତୁର ସୂର୍ଯ୍ୟ ତାପଠୁଁ ବଳିଗଲାଣି ସମ୍ବଲପୁରର ରାଜନୈତିକ ତାତି। ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ଭାଜପା ମଧ୍ୟରେ ଆରୋପ-ପ୍ରତ୍ୟାରୋପ...

ଆଞ୍ଚଳିକ ସମସ୍ୟା ପ୍ରତି ବିତୃଷ୍ଣାର ପ୍ରତିଫଳନ ନୋଟା

କେନ୍ଦ୍ରାପଡ଼ା,୨୮ା୪ (ଜଗନ୍ନାଥ ଧଳ)ଦେଶରେ ଭୋଟଦାନ ଚାଲିଛି। ଏଭଳି ସମୟରେ ପ୍ରାର୍ଥୀଙ୍କ ବିଷୟରେ ଯେଭଳିି ଚର୍ଚ୍ଚା ହେଉଛି ନୋଟା (ନନ୍‌ ଅଫ୍‌ ଦି ଏବଭ) ମଧ୍ୟ ଆଲୋଚନା...

ଚମ୍ପୁଆରୁ ମୁରଲୀ, ଫକୀରମୋହନ ତେଲକୋଇରୁ ଭାଜପା ବିଧାୟକ ପ୍ରାର୍ଥୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ)ଦୀର୍ଘଦିନ ଧରି ଘୋଷଣା ହୋଇପାରୁ ନ ଥିବା ଚମ୍ପୁଆ ଓ ତେଲକୋଇ ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଶନିବାର ପ୍ରାର୍ଥୀଙ୍କ ନାମ ଘୋଷଣା କରିିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri