ନିଃସଙ୍ଗତା ମହାମାରୀ

ମଣିଷ ସମ୍ପର୍କ ସୂତ୍ରରେ ବାନ୍ଧିହୋଇ ରହିଥାଏ ଅନ୍ୟମାନଙ୍କ ସହ। ତେବେ ତାକୁ ଏକ ବିକଶିତ ପ୍ରାଣୀର ପରିଚୟ ପ୍ରଦାନ କରିଥିବା ଏଭଳି ଜୀବନରେ କ୍ରମେ ଅବକ୍ଷୟ ଆସିବାରେ ଲାଗିଛି। ପରିଣାମ ସ୍ବରୂପ, ବୃଦ୍ଧି ପାଇ ଚାଲିଛି ନିଃସଙ୍ଗତା, ଯାହାକି କ୍ରମେ ଏକ ମହାମାରୀର ରୂପ ନେଇ କେବଳ ଯେ ଲକ୍ଷ ଲକ୍ଷ ଜୀବନହାନୀ ଘଟାଉଛି ତାହା ନୁହେଁ, ସମଗ୍ର ମାନବ ସମାଜର ମହାନ୍‌ ଢାଞ୍ଚାମୂଳରେ କୁଠାରାଘାତ କଲାଣି।
ନିକଟରେ(୩୦ ଜୁନ୍‌ ୨୦୨୫) ପ୍ରକାଶିତ ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥାର ‘କମିଶନ ଅନ୍‌ ସୋସିଆଲ କନେକ୍‌ଶନ’ର ଏକ ବିବରଣୀ ଅନୁସାରେ ଏବେ ବିଶ୍ୱର ପ୍ରତି ୬ ଜଣରେ ଜଣେ ନିଃସଙ୍ଗତାର ଶିକାର ହେଉଛନ୍ତି ଏବଂ ତାହା ପ୍ରତି ଘଣ୍ଟାରେ ନେଉଛି ପ୍ରାୟ ଏକଶତ ଜୀବନ, ଅର୍ଥାତ୍‌ ବାର୍ଷିକ ପ୍ରାୟ ୮ ଲକ୍ଷ ୭୧ ହଜାର।
ଆଜିକାଲି ନିଃସଙ୍ଗତା ପ୍ରାୟ ସବୁ ବୟସର ଲୋକଙ୍କୁ ଅଳ୍ପବହୁତେ ପ୍ରଭାବିତ କଲାଣି। ବୟସ୍କ ଲୋକଙ୍କ ମାଧ୍ୟମରେ ଏହା ପ୍ରତି ୩ ଜଣରେ ଜଣେ ହେଲା ବେଳେ ଯୁବଗୋଷ୍ଠୀ ମଧ୍ୟରେ ପ୍ରତି ୪ ଜଣରେ ଜଣେ। ଅର୍ଥାତ୍‌ ୧୩ରୁ ୨୯ ବର୍ଷ ବୟସ୍କ ଲୋକଙ୍କ ମଧ୍ୟରୁ ୧୮ରୁ ୨୨ ଶତାଂଶ ଏପରି ଅନୁଭବ କଲାବେଳେ ୬୦ରୁ ୮୦ ବର୍ଷ ବୟସ୍କଙ୍କ ମଧ୍ୟରେ ତାହା ୩୦ରୁ ୩୫ ଶତାଂଶ। ଏହା ସଂଘାତ, ବିବିଧ ପ୍ରକାର ହୃଦ୍‌ରୋଗ, ସ୍ମୃତିହୀନତା, ମଧୁମେହ, ଉଚ୍ଚ ରକ୍ତଚାପ ଆଦିର କାରଣ ହେଉଛି। ତେବେ ଏହାର ସବୁଠାରୁ ବ୍ୟାପକ ପ୍ରଭାବ ହେଲା ବୋଧଶକ୍ତିର ଅବନତି। ‘ଫ୍ରଣ୍ଟିୟର ଇନ୍‌ ସାଇକୋଲୋଜି’ ପତ୍ରିକାର ଜାନୁଆରୀ ୨୦୨୫ ସଂଖ୍ୟାରେ ଦର୍ଶାଯାଇଛି ଯେ ନିଃସଙ୍ଗତା ସ୍ମୃତିଶକ୍ତି, ଚିନ୍ତାଶକ୍ତି ଏବଂ ସମସ୍ୟା ସମାଧାନ କରିବା ଆଦିର ସାମର୍ଥ୍ୟ ହ୍ରାସକରେ। ବୟସ୍କ ଲୋକଙ୍କଠାରେ ଏହା ବେଶ୍‌ ଅଧିକ ମାତ୍ରାରେ ଦେଖାଯାଉଛି। ଏ ଅବସ୍ଥା ମାନସିକ ଚାପ ବୃଦ୍ଧିକରେ। ଫଳରେ ଚାପ ହର୍‌ମୋନ ‘କୋର୍ଟିସଲ’ର କ୍ଷରଣ ଅଧିକ ହୁଏ; ଯାହାକି ମସ୍ତିଷ୍କର ଜୀବକୋଷଗୁଡ଼ିକୁ କ୍ଷତି ପହଞ୍ଚାଇପାରେ ଏବଂ ସୃଜନାମତ୍କ କାର୍ଯ୍ୟକଳାପର ଦକ୍ଷତା ହ୍ରାସକରେ। ଏସବୁ ଯୋଗୁ ଜୀବନଧାରଣର ମାନ ନିମ୍ନଗାମୀ ହୁଏ ଏବଂ ବିଭିନ୍ନ ଅଂଶ ଉପରେ ତାହାର ନକାରାମତ୍କ ପ୍ରଭାବ ପରିଲକ୍ଷିତ ହୁଏ। ବିଶେଷକରି ମସ୍ତିଷ୍କ ଓ ହୃତ୍‌ପିଣ୍ଡ ଏହାଦ୍ୱାରା ଅଧିକ ପ୍ରଭାବିତ ହୁଅନ୍ତି । ତେଣୁ ଏହାକୁ ଅତ୍ୟଧିକ ଧୂମପାନ ବା ପୃଥୁଳତା ସହ ସମାନ ଘାତକ ରୂପେ ବିବେଚନା କରାଯାଏ। ଏହାଦ୍ୱାରା ସ୍ବାସ୍ଥ୍ୟସେବା, ଶିକ୍ଷା, କର୍ମନିଯୁକ୍ତ ଏବଂ ମାନବ ସମ୍ବଳ କ୍ଷେତ୍ରରେ ସୃଷ୍ଟି ହେଉଥିବା ସମସ୍ୟା ବିଶ୍ୱବ୍ୟାପୀ ବିଲିୟନ ବିଲିୟନ ଡଲାର ଅର୍ଥନୈତିକ କ୍ଷତିର କାରଣ ହେଉଛି।
ଅନେକ ସମୟରେ ଦେଖାଯାଉଛି , ନିଃସଙ୍ଗତା ଅନୁଭବ କରୁଥିବା ଯୁବଗୋଷ୍ଠୀ ପରବର୍ତ୍ତୀ ଅବସ୍ଥାରେ କର୍ମତତ୍ପର ହୋଇପଡୁଛନ୍ତି। ପରିବାର ଚଳାଇବାକୁ ସେମାନଙ୍କୁ ବିଭିନ୍ନ ବ୍ୟକ୍ତି ଓ କାର୍ଯ୍ୟକଳାପ ସହ ସମ୍ପୃକ୍ତ ହେବାକୁ ପଡୁଥିବାରୁ ଏହା ହ୍ରାସ ପାଉଛି। ଅନ୍ୟପକ୍ଷରେ ବୃଦ୍ଧମାନଙ୍କ କ୍ଷେତ୍ରରେ ଏହା ବୟସ ସହ ତାଳଦେଇ ବଢ଼ି ବଢ଼ି ଚାଲୁଛି। ମନୋବିଜ୍ଞାନୀମାନଙ୍କ ମତରେ ଏହାର କାରଣଗୁଡ଼ିକ ହେଲା-
(୧) ସେମାନଙ୍କ ନିଃସଙ୍ଗତା ସୃଷ୍ଟି ହୋଇଥାଏ ତାଙ୍କ ଆଶା ସହ ବାସ୍ତବ ସମ୍ପର୍କ ମଧ୍ୟରେ ଅସଂଯୁକ୍ତ ଯୋଗୁ।
(୨) ପୁନଶ୍ଚ ବୟସ୍କ ଲୋକେ ଚାହାନ୍ତି, ଅନ୍ୟମାନେ(ବିଶେଷକରି ପରିବାରବର୍ଗ) ତାଙ୍କ କଥା ଶୁଣନ୍ତୁ ଏବଂ ତାଙ୍କର ପରିବାର ଓ ସମାଜ ପାଇଁ କିଛି ଅର୍ଥପୂର୍ଣ୍ଣ ଅବଦାନ ରହୁ। ତାଙ୍କର ଏ ଇଚ୍ଛା ପୂରଣ ହୋଇପାରେ ନାହିଁ।
(୩) ସେଥିଯୋଗୁ ଖୁବ୍‌ କମ୍‌ ସମୟ ଏକାକୀ କଟାଇଲେ ମଧ୍ୟ ସେମାନେ ନିଃସଙ୍ଗତା ଅନୁଭବ କରନ୍ତି।
ଲଣ୍ଡନସ୍ଥିତ କିଙ୍ଗ୍‌ କଲେଜର ଗବେଷକ ସୋମିଆ ଅକ୍‌ତର ଖଁା ଏବଂ ତାଙ୍କ ସହଯୋଗୀମାନଙ୍କ ଦ୍ୱାରା ଅନୁଷ୍ଠିତ ମନସ୍ତାତ୍ତ୍ୱିକ ଅଧ୍ୟୟନରୁ ଜଣାପଡ଼ିଛି, ବାର୍ଦ୍ଧକ୍ୟକାଳରେ ନିଃସଙ୍ଗତା ଅନୁଭବ ଆଶା ସହିତ ବାସ୍ତବତା ଖାପଖୁଆଇ ନ ପାରିବାରୁ ପ୍ରଧାନତଃ ସୃଷ୍ଟିହୁଏ। ଡ୍ୟୁକ୍‌ ବିଶ୍ୱବିଦ୍ୟାଳୟଠାରେ ୨୦୨୨ ନଭେମ୍ବରରେ ଅନୁଷ୍ଠିତ ଏକ ସମ୍ମିଳନୀ ଅବସରରେ ପ୍ରେସ୍‌ ବିବୃତିରେ ସେ ସୂଚନା ଦେଇଥିଲେ ଯେ, ବର୍ତ୍ତମାନର ଗବେଷଣାରେ ସେମାନେ ଚିହ୍ନଟ କରିଥିବା ସମସ୍ୟାଗୁଡ଼ିକ ଏପରି ଯାହାବି ସେମାନେ ଆଗରୁ କେବେ ଭାବିପାରୁ ନ ଥିଲେ।
ବୟସ୍କ ଲୋକେ ସେମାନଙ୍କ ସମ୍ପର୍କୀୟଙ୍କଠାରୁ କ’ଣ ଆଶା କରନ୍ତି ତାହା ବୁଝିିବା ପାଇଁ ପ୍ରଥମେ ସେମାନେ ଏହାର କାରଣ ନିରୂପଣ କରିବାକୁ ଆରମ୍ଭକଲେ। ତେବେ, ତାହା ସ୍ଥାନ-କାଳ-ପାତ୍ର ଅନୁସାରେ ଅଲଗା ଅଲଗା ହେବାର ଜଣାପଡ଼ିଲା ଯେ ତାହା ନିର୍ଦ୍ଦିଷ୍ଟଭାବେ ସ୍ଥିର କରିବା ସମ୍ଭବ ହେଲା ନାହିଁ। ତଥାପି ନିଃସଙ୍ଗତା ଯେ ଏକୁଟିଆ ରହିବାଠାରୁ କିଛି ଅଧିକ ଏକଥା ସେମାନେ ବୁଝିପାରିଲେ।
ତତ୍ପରେ ଅକ୍‌ତର ଖଁା ଏବଂ ତାଙ୍କ ସହଯୋଗୀମାନେ ମ୍ୟାନ୍‌ମାରଠାରେ ବର୍ଷଟିଏ ରହି ବାର୍ଦ୍ଧକ୍ୟ ମନସ୍ତତ୍ତ୍ୱ ଉପରେ ଅଧ୍ୟୟନ କରିବାକୁ ଲାଗିଲେ। ସେମାନେ ସଂଗ୍ରହ କରିଥିବା ତଥ୍ୟାବଳୀରୁ ଜଣାପଡ଼ିଲା ଯେ, ଅଧିକାଂଶ ସମୟ ଏକାକୀ ନ କଟାଇଲେ ମଧ୍ୟ ଲୋକେ ତଥାପି ନିଃସଙ୍ଗ ଅନୁଭବ କରନ୍ତି, ଏହାକୁ ନେଇ ସେମାନେ ଏକ ମତବାଦ ତିଆରି କରିଛନ୍ତି। ତଦନୁଯାୟୀ ବୟସ୍କ ଲୋକଙ୍କର ସମ୍ପର୍କୀୟଙ୍କୁ ନେଇ କିଛି ଆଶାଥାଏ; ଯାହାକି ଅନେକ ସ୍ଥଳେ ଉପେକ୍ଷିତ ହୋଇଥାଏ। ଅଧ୍ୟୟନ ଅନୁସାରେ ସେମାନେ ସାଧାରଣଭାବେ ତାଙ୍କ ସାମାଜିକ ସମ୍ପର୍କରୁ ଦୁଇଟି କଥା ଚାହାନ୍ତି। ତହିଁରୁ ପ୍ରଥମଟି ହେଲା ଅନ୍ୟମାନେ ତାଙ୍କ କଥା ଶୁଣନ୍ତୁ ଏବଂ ଦ୍ୱିତୀୟରେ ସେମାନେ ନିଜେ ସମାଜ ବା ପରିବାର ପାଇଁ କିଛି ଅବଦାନ ଦେବାର ସୁଯୋଗ ତାଙ୍କୁ ମିଳୁ, ଏପରିସ୍ଥଳେ ନିକଟରେ ଲୋକମାନେ ସେମାନଙ୍କ ଅନୁଭୂତିଗୁଡ଼ିକରୁ କିଛି ଶିକ୍ଷା କରିବା ଏବଂ ଜୀବନଧାରାକୁ ପସନ୍ଦ କରିବା ବୟସ୍କ ଲୋକଙ୍କ ମଧ୍ୟରେ ନିଃସଙ୍ଗତାର ଘାତକ ପ୍ରଭାବ ହ୍ରାସ କରିବାରେ ବିଶେଷ ସହାୟକ ହୋଇପାରିବ। ତେବେ ନିଃସଙ୍ଗତା ଅନୁଭବ କେବଳ ବୟସ୍କମାନଙ୍କ ମଧ୍ୟରେ ସୀମାବଦ୍ଧ ନୁହେଁ। ଏହା ହେଉଛି ଏକ ଭାବପ୍ରବଣତାର ଅବସ୍ଥା ଯାହାକି ଯେକୌଣସି ବୟସର ଯେ ଲୋକକୁ ପରିସ୍ଥିତି ଉପରେ ନିର୍ଭରକରି ଅନୁଭୂତ ହୋଇପାରେ। ଉଦାହରଣ ସ୍ବରୂପ, କୋଭିଡ୍‌ ମହାମାରୀ ସମୟରେ ବହୁ ଲୋକ ଏହାଦ୍ୱାରା ପ୍ରଭାବିତ ହୋଇଥିଲେ। ସେଥିପାଇଁ ଜାପାନ ଏବଂ ଇଂଲଣ୍ଡ ଜଣେ ଜଣେ ମନ୍ତ୍ରୀଙ୍କ ଅଧୀନରେ ଗୋଟିଏ ଗୋଟିଏ ନିଃସଙ୍ଗ ମନ୍ତ୍ରଣାଳୟ ସ୍ଥାପନ କରିଥିଲେ ଏଥିପ୍ରତି ଧ୍ୟାନଦେବାକୁ।
ନିଃସଙ୍ଗତା ଗ୍ରାଫ୍‌ରେ ଜୀବନକାଳ ମଧ୍ୟରେ ଦୁଇଟି ଶୀର୍ଷ ଥିବାର ଦେଖିବାକୁ ମିଳେ। ତହିଁରୁ ଗୋଟିଏ ଯୁବକ ଅବସ୍ଥାରେ ହେଲା ବେଳେ ଅନ୍ୟଟି ବୃଦ୍ଧାବସ୍ଥାକୁ ସୂଚିତ କରେ। ଡ. ଅକ୍‌ତର ଖଁାଙ୍କ ମତରେ ଏହାର କାରଣଗୁଡ଼ିକୁ ଉତ୍ତମରୂପେ ବୁଝିପାରିଲେ ଆମେ ହୁଏତ ତାହା ସମାଧାନ କରିବାରେ ଅଧିକ ଫଳପ୍ରଦ ପନ୍ଥାଟିଏ ନିରୂପଣ କରିପାରିବା।
ବର୍ତ୍ତମାନ ପୃଥିବୀରେ ବୟସ୍କମାନଙ୍କ ସଂଖ୍ୟା ବଢ଼ିଚାଲିଛି। ଅନ୍ୟପକ୍ଷରେ, ଯୁବଗୋଷ୍ଠୀ ମଧ୍ୟ ଅଧିକରୁ ଅଧିକ ମାନସିକ ଚାପର ସମ୍ମୁଖୀନ ହେଉଛନ୍ତି। ଫଳରେ ନିଃସଙ୍ଗତା ମହାମାରୀ ରୂପ ନେଇ କାୟାବିସ୍ତାର କରିଚାଲିଛି। ଏହାକୁ ନିୟନ୍ତ୍ରଣ କରିବା ଲାଗି ମନସ୍ତତ୍ତ୍ୱବିତ୍‌ ଏବଂ ଚିକିତ୍ସାବିଜ୍ଞାନୀମାନେ ଉଦ୍ୟମ କରିବା ଦରକାର। ସମାଜ ବିଜ୍ଞାନୀମାନଙ୍କର ମଧ୍ୟ ଏ କ୍ଷେତ୍ରକୁ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବା ଉଚିତ। ଶେଷରେ ସରକାରୀସ୍ତରରେ ଇଂଲଣ୍ଡ ଓ ଜାପାନର ପଦାଙ୍କ ଅନୁସରଣକରି ପଦକ୍ଷେପମାନ ଆରମ୍ଭକଲେ ଏ ମହାମାରୀର ତୀବ୍ରତା ହ୍ରାସ ପାଆନ୍ତି।
ଉଷାନିବାସ, ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ: ୯୯୩୭୩୦୧୪୬୦


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?