୪୫ ଆପ୍‌ ହଟାଇବାକୁ ଗୁଗଲ୍‌କୁ ଚିଠି ଲେଖିଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର,୧୦।୬(ବ୍ୟୁରୋ): ଗ୍ରାହକଙ୍କୁ ବିଭିନ୍ନ ଆପ୍‌ ଦ୍ୱାରା ଲୋନ୍‌ ଦେଇ ପରବର୍ତ୍ତୀ ସମୟରେ ମାନସିକ ନିର୍ଯାତନା ଦେବା ସହ ଅଧିକ ଟଙ୍କା ଠକି ନିଆଯାଉଛି। ନିକଟରେ କୋକୋ ଓ ଜୋଜୋ ଲୋନ ଆପ୍‌ ଠକେଇ ମାମଲାରେ ମହାଗ୍ରାମ ପେମେଣ୍ଟ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ରାମ ଶ୍ରୀରାମ ପଠାଡ଼େଙ୍କ ସମେତ ୩ଜଣ ଅଭିଯୁକ୍ତ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଦ୍ୱାରା ଗିରଫ ହୋଇ ଜେଲ ଯାଇଛନ୍ତି। ତେବେ ଏହି ମାମଲାରେ ତଦନ୍ତ ସମୟରେ ୪୫ଟି ଫେକ୍‌ ଲୋନ୍‌ ଆପ ଗୁଗଲ୍‌ ପ୍ଲେ ଷ୍ଟୋରରେ ଥିବା ଇଓଡବ୍ଲ୍ୟୁ ଜାଣିବାକୁ ପାଇଛି। ଏସବୁ ଆପ୍‌ ମଧ୍ୟରେ ବେଲୁନ ଆପ୍‌, କ୍ୟାଶ୍‌ ପକେଟ, ରୁପି ସ୍ପାର୍କ, ଧନି ଲୋନ୍‌, ଫ୍ଲାସ ରୁପି କ୍ରେଡିଟ୍‌ ୱାଲେଟ, ମନି ଟ୍ରି, ୟେସ୍‌ ରୁପି, ଇଜି କ୍ରେଡିଟ୍‌, ଓକେ ରୁପି ଲୋନ୍‌, ଡିସ୍‌କଭର୍‌ ଲୋନ୍‌, କ୍ୟାଶ୍‌ କୋଲା ଆପ୍‌ ଆଦି ରହିଛି। ତେଣୁ ଉକ୍ତ ଆପ୍‌ଗୁଡ଼ିକୁ ଯାଞ୍ଚ କରାଯାଇ ଅତିଶୀଘ୍ର ପ୍ଲେ’ ଷ୍ଟୋରରୁ ହଟାଇବାକୁ ଇଓଡବ୍ଲ୍ୟୁ ଗୁଗଲକୁ ଚିଠି ଲେଖିଛି।
ଇଓଡବ୍ଲ୍ୟୁ ସୂଚନା ଅନୁଯାୟୀ, ଏଭଳି ଆପ୍‌ ଅଳ୍ପ ପରିମାଣର ଲୋନ ଦେଇ ଗ୍ରାହକଙ୍କୁ ଜାଲରେ ଫସାଉଛନ୍ତି। ଏହାପରେ ଗ୍ରାହକଙ୍କ ସମସ୍ତ ଗୁପ୍ତ ତଥ୍ୟ ନେଇ ସେମାନଙ୍କୁ ବ୍ଲାକମେଲ କରିବା ସହ ଧମକ ଦେଉଛନ୍ତି। ଏହାପରେ ମୂଳ ଟଙ୍କାକୁ ମିଶାଇ ୧୦ଗୁଣା ଟଙ୍କା ନେଉଛନ୍ତି। ଏଭଳି ନିର୍ଯାତନାର ଶିକାର ହୋଇ ଅନେକ ଲୋକ ଆତ୍ମହତ୍ୟା ମଧ୍ୟ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏସବୁ ଆପ୍‌ ସଂସ୍ଥା ଗୁଗଲ ଗାଇଡ୍‌ଲାଇନ୍‌କୁ ମାନୁନାହାନ୍ତି। ଏଥିସହ ଆପ୍‌ ସଂସ୍ଥା ପକ୍ଷରୁ ଆର୍‌ବିଆଇରେ ପଞ୍ଜୀକରଣ କରାଯାଉନାହିଁ। ଏପରି କି ଗୁଗଲ ପ୍ଲେ ଷ୍ଟୋରରେ ଆପ୍‌ ସମ୍ପର୍କରେ କୌଣସି ତଥ୍ୟାବଳୀ ରହୁନାହିଁ। ତେଣୁ ଡାଉନ୍‌ଲୋଡ କରିବା ସମୟରେ ଆପ୍‌ର ମାଲିକ କିଏ, ଆର୍‌ବିଆଇରେ ପଞ୍ଜୀକୃତ ହୋଇଛି କି ନାହିଁ ଓ ଆପ୍‌ ଡେଭଲପର୍‌, କ୍ରିଏଟର ଏବଂ ଅପରେଟରଙ୍କ ପ୍ରକୃତ ଠିକଣା ଗ୍ରାହକ ଜାଣିପାରୁନାହାନ୍ତି। ତେଣୁ ଗୁଗଲ୍‌ ପ୍ଲେ ଷ୍ଟୋରରେ ଲୋନ ଦେଉଥିବା ଆପ୍‌ଗୁଡ଼ିକ ଉପରୋକ୍ତ ତଥ୍ୟ ଦେଉ ବୋଲି ଇଓଡବ୍ଲ୍ୟୁ ଚିଠିରେ ଉଲ୍ଲେଖ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଖରା ସହ କାଳବୈଶାଖୀ; ୧୫ ଯାଏ ସତର୍କ ରହିବାକୁ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ)- ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ମଙ୍ଗଳବାର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଏବଂ…

ଜୋଡିମାଦିଲି ଘାଟିରେ ଭୟଙ୍କର ଦୁର୍ଘଟଣା: କାର୍‌କୁ ଧକ୍କା ଦେଇ ଗାତକୁ ଖସି ପଡିଲା ମକା ବୋଝେଇ ଟ୍ରକ୍, ଚାଲିଗଲା…

ପଟ୍ଟାଙ୍ଗି, ୯।୬ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଥାନା ଅଧୀନ ଜୋଡିମାଦିଲି ଘାଟିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଓଡ଼ିଆ ଚଳଚ୍ଚିତ୍ର ‘ମେହେର ମୁଣ୍ଡା’କୁ କରମୁକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ) – ସିନେ ନିର୍ଦ୍ଦେଶକ ନିକୁଞ୍ଜ ହୋତାଙ୍କ ଦ୍ୱାରା ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ମେହେର ମୁଣ୍ଡା’କୁ କରମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଗ୍ୟାସ୍ ସିଲିଣ୍ଡର ଲିକେଜ୍‌! କାଦୋବେଡା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୩ ବଖରା ଘର, ସର୍ବସ୍ୱ ହରାଇଲା…

ଥୁଆମୂଳ ରାମପୁର, ୯।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମହୁଲପାଟଣା ପଞ୍ଚାୟତର କାଦୋବେଡା ଗ୍ରାମରେ ସୋମବାର ସମୟରେ ଏକ ସଂଘାତିକ ଅଗ୍ନିକାଣ୍ଡ ଘଟିଯାଇଛି।…

ହୋମଗାର୍ଡଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ବଢ଼ିଲା ଦୈନିକ ଭତ୍ତା, ଜାଣନ୍ତୁ ଏବେ ମିଳିବ କେତେ..?

ଭୁବନେଶ୍ୱର,୯।୬(ସୁନୀତ ମିଶ୍ର): ରାଜ୍ୟର ଗୃହରକ୍ଷୀ (Home Guards) ମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ଗୃହରକ୍ଷୀମାନଙ୍କର ଦୈନିକ ଭତ୍ତା ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି…

ପ୍ରଥମ ଥର ଘର କିଣିବାକୁ ଯାଉଛନ୍ତି କି? କରନ୍ତୁନି ଏଭଳି ଭୁଲ, ନଚେତ ବୁଡ଼ିଯିବ ସାରା ଜୀବନର କଷ୍ଟାର୍ଜିତ ସଞ୍ଚୟ!

ନୂଆଦିଲ୍ଲୀ,୯।୬: ନିଜର ଗୋଟିଏ ସୁନ୍ଦର ଘରଟିଏ ହେଉ ବୋଲି ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ ଥାଏ। କିନ୍ତୁ ପ୍ରଥମ ଥର ପାଇଁ ଘର କିଣୁଥିବା ଲୋକଙ୍କ ପାଇଁ ଏହି…

ଅସରପା ବି ଅଟନ୍ତି ବିୟରପ୍ରେମୀ, କାରଣ ଜାଣିଲେ ତାଜୁବ ହେବେ…

ଆଜିକାଲି ଇଣ୍ଟରନେଟ ଏବଂ ସୋସିଆଲ ମିଡିଆ ଦୁନିଆରେ କକ୍ରୋଚ (ଅସରପା) ନାମଟି ବେଶ୍‌ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ଏହି ଜୀବର ନାମ ଶୁଣିବା ମାତ୍ରେ ଲୋକଙ୍କ…

ଏମ୍‌କେସିଜି ଚିକିତ୍ସକଙ୍କୁ ସମ୍ବର୍ଦ୍ଧନା

ଦିଗପହଣ୍ଡି,୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜର ସ୍ନାୟୁ ଶଲ୍ୟ ବିଭାଗ ମୁଖ୍ୟ ଚିକିତ୍ସକଙ୍କ ସମେତ ଅନ୍ୟସମସ୍ତ ଚିକିତ୍ସକଙ୍କୁ ଖେମୁଣ୍ଡି ଓକିଲ ସଂଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri