ହ୍ରାସ କରିବ ହାତୀ ଉପଦ୍ରବ

ବଇଣ୍ଡା,୧୦।୬ (ଡି.ଏନ.ଏ.)

ଗାଁ ମୁହଁା ହାତୀଙ୍କୁ ଘଉଡ଼ାଇବାକୁ ପ୍ରବେଶ ପଥରେ ଲଗାଯାଇଛି ମହୁମାଛି ବାକ୍ସ। ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ଅଧୀନ ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି) ପକ୍ଷରୁ ଅନୁଗୋଳ ଜିଲାର ଆଠମଲ୍ଲିକ ଓ ହଣ୍ଡପା ରେଞ୍ଜରେ ଆରମ୍ଭ ହୋଇଥିବା ପାଇଲଟ ପ୍ରକଳ୍ପକୁ ନେଇ ଚାଷୀମାନଙ୍କ ଆଶା ବଢ଼ିଯାଇଛି। କାରଣ ଦୀର୍ଘବର୍ଷ ହେଲା ଏହି ଦୁଇ ରେଞ୍ଜରେ ଥିବା ବିଭିନ୍ନ ଗାଁରେ ହାତୀପଲ ପଶି ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି। ଫସଲସବୁ ଖାଇବା ସହ ଦଳିଚକଟି ନଷ୍ଟ କରୁଛନ୍ତି। ମଣିଷଙ୍କ ସହ ମୁହଁାମୁହିଁ ହେଲେ ଜୀବନ ନେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏଠାରେ ରିଡ୍ୟୁସ୍‌ ଏଲିଫ୍ୟାଣ୍ଟ -ହ୍ୟୁମାନ ଆଟାକ୍ସ ୟୁଜିଙ୍ଗ୍‌ ବିଜ୍‌ (ରି-ହ୍ୟାବ୍‌) ନାମକ ପାଇଲଟ ପ୍ରକଳ୍ପ ଆରମ୍ଭ କରାଯାଇଛି। ରାତିରେ ଜଙ୍ଗଲରୁ ଏହି ପ୍ରବେଶ ପଥ ଦେଇ ହାତୀପଲ ଗଁାକୁ ଆସିବାକୁ ଉଦ୍ୟମ କଲେ ପ୍ରଥମେ ମହୁମାଛି ବାକ୍ସ ସଂସ୍ପର୍ଶରେ ଆସିବେ। ମହୁମାଛିଙ୍କୁ ହାତୀ ଭୟ କରୁଥିବାରୁ ଆଘାତପ୍ରାପ୍ତ ମହୁମାଛିମାନେ ହାତୀପଲଙ୍କୁ ଆକ୍ରମଣ କରିବେ। ଫଳରେ ଗଁାକୁ ପଶିବା ପୂର୍ବରୁ ଭୟଭୀତ ହାତୀପଲ ଜଙ୍ଗଲକୁ ଫେରିଯିବେ। ଏହାଦ୍ୱାରା ଚାଷୀଙ୍କ ଫସଲ କ୍ଷୟକ୍ଷତିରୁ ବର୍ତ୍ତିଯାଇପାରିବ। ଉକ୍ତ ପାଇଲଟ ପ୍ରକଳ୍ପର ଉଦ୍ଦେଶ୍ୟ ସଫଳ ହେଲେ ଏହା ରାଜ୍ୟର ଅନ୍ୟ ହାତୀ ଉପଦ୍ରବ ଅଞ୍ଚଳରେ କାର୍ଯ୍ୟକାରୀ କରାଯିବାର ଲକ୍ଷ୍ୟ ରଖାଯାଇଛି।
କିଛି ବର୍ଷ ହେଲା ହଣ୍ଡପା ରେଞ୍ଜରେ ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଦେବଗଡ, ରେଢାଖୋଲ ଜଙ୍ଗଲରୁ ଅନେକ ସମୟରେ ହାତୀପଲ ଏହି ରେଞ୍ଜକୁ ଚାଲି ଆସି ଗଁାଗୁଡ଼ିକରେ ଆତଙ୍କ ଖେଳାଉଛନ୍ତି। ୨୦୧୪ରୁ ୨୦୨୦ ମାର୍ଚ୍ଚ ମଧ୍ୟରେ ଏଠାକାର ୭ଜଣ ଲୋକଙ୍କ ଜୀବନ ନେଇଛନ୍ତି। ୨୦୧୪ରୁ ୨୦୨୧ ଡିସେମ୍ବର ମଧ୍ୟରେ ୧୮୫ଟି ଘର ଭାଙ୍ଗିଛନ୍ତି। ୬୫୦ ଏକର ଜମିରେ ଧାନ, ୨୮୫ ଏକରରେ ପରିବା ଚାଷ, ୧୮୦ ଏକରରେ ଲାଗିଥିବା ଆମ୍ବ, ପଣସ, ଆଖୁ ଚାଷ ନଷ୍ଟ କରିଛନ୍ତି। ତେଣୁ ଗତ ୭ ତାରିଖରେ ହଣ୍ଡପା ରେଞ୍ଜ ଲକ୍ଷ୍ମୀପୁର ଓ ଆଠମଲ୍ଲିକ ରେଞ୍ଜ ରଥିପୁର ଗ୍ରାମରେ ଉକ୍ତ ପାଇଲଟ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇ ହାତୀ ପ୍ରବେଶ ପଥରେ ମହୁମାଛି ବାକ୍ସ ଲଗାଯାଇଛି। ଖଦି ବୋର୍ଡ ନିର୍ଦ୍ଦେଶକ ସମୀର କୁମାର ମହାନ୍ତି, ଆଠମଲ୍ଲିକ ଡିଏଫଓ ଏସ୍‌. ଆନନ୍ଦ, ଫରେଷ୍ଟର ସୁବ୍ରତ ଶତପଥୀଙ୍କ ସମେତ ବହୁ ଅଧିକାରୀଙ୍କ ଉପସ୍ଥିତିରେ ଏହାର ଶୁଭାରମ୍ଭ କରାଯାଇଛି। ଖଦି ବୋର୍ଡ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୧୦୦ଟି ମହୁମାଛି ବାକ୍ସ ଲଗାଯାଇଛି। ଏଥିସହ ୧୦ ଜଣଙ୍କୁ ଏ ନେଇ ପ୍ରଶିକ୍ଷଣ ଦିଆଯିବ। ଏହାଛଡ଼ା ମହୁମାଛି ପାଳନ ମାଧ୍ୟମରେ ଗ୍ରାମବାସୀ ନିଜର ଆୟ ମଧ୍ୟ ବଢ଼ାଇପାରିବେ। ପୂର୍ବରୁ ଏହି ପ୍ରକଳ୍ପ କର୍ଣ୍ଣାଟକ ଓ ଉତ୍ତରାଖଣ୍ଡରେ ସଫଳତା ଲାଭ କରିଥିବାରୁ ଆଠମଲ୍ଲିକ ଓ ହଣ୍ଡପା ରେଞ୍ଜରେ ମଧ୍ୟ ସମାନ ଆଶା କରାଯାଉଛି। ତେଣୁ ଏହାକୁ ନେଇ ସ୍ଥାନୀୟ ଚାଷୀମାନଙ୍କ ମନରେ ନୂଆ ଆଶା ସୃଷ୍ଟି ହୋଇଛି। ଯଦି ହାତୀପଲଙ୍କୁ ରୋକିବାରେ ମହୁମାଛି ସଫଳ ହୁଅନ୍ତି ତା’ହେଲେ ହାତୀଜନିତ କ୍ଷୟକ୍ଷତିରୁ ଚାଷୀ ଓ ଜନସାଧାରଣ ରକ୍ଷା ପାଇପାରିବେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ରାଜନୈତିକ ଗୋଷ୍ଠୀ ମୁହାଁମୁହିଁ ଆଶଙ୍କା, ବରାଳ ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ୧୬୩ ଧାରା ଜାରି

ସାକ୍ଷୀଗୋପାଳ,୧୧ା୧୦(କିଶୋର ମହାପାତ୍ର/ପ୍ରଶାନ୍ତ ବାରିକ): ଶାସକ ଓ ବିରୋଧୀ ଦୁଇ ରାଜନୈତିକ ଗୋଷ୍ଠୀ ମୁହାଁମୁହିଁ ଆଶଙ୍କା ଥିବାରୁ ସତ୍ୟବାଦୀ ପ୍ରଶାସନ ପକ୍ଷରୁ ବରାଳ ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ବିଏନଏସ୍‌ର…

ଖଡ଼ିଆଳ କଲେଜ ସାଇନ୍‌ ଡାଏ: ଅଧ୍ୟକ୍ଷଙ୍କ ଇସ୍ତଫା ଦାବି ନେଇ ତେଜିଲା ଛାତ୍ର ଆନ୍ଦୋଳନ

ଖଡ଼ିଆଳ,୧୧ା୧୦(ସୁଜିତ୍‌ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବା ଘଟଣାକୁ ନେଇ କ୍ୟାମ୍ପସରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।…

ବାଘଛାଲ କାରବାର ଘଟଣାର ୪ ଅଭିଯୁକ୍ତ ଗିରଫ, କେତେଦୂର ଲମ୍ବିଛି ଚେର, ଜାରି ରହିଛି ଖୋଳତାଡ଼

ମୋହନା,୧୧ା୧୦(ମନ୍ମଥ ମିଶ୍ର): କଲରାପତରିଆ ବାଘଛାଲ କାରବାର ଘଟଣାରେ ବନ ବିଭାଗ ୪ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗଜପତି ଜିଲା ମୋହନା ବନାଞ୍ଚଳ…

କର୍ଲାମୁଣ୍ଡା ଉତ୍ସବମୁଖର: ଆରମ୍ଭ ହେଲା ମା’ ଦୁର୍ଗାଙ୍କ ଶାରଦୀୟ ନବରାତ୍ର ପୂଜା, ୨୨ରେ ଭସାଣି

କର୍ଲାମୁଣ୍ଡା,୧୧ା୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାସ୍ଥିତ ଦୁର୍ଗା ମଣ୍ଡପଠାରେ ଡୁକେରମାଲ ଦୁର୍ଗାପୂଜା କମିଟି ପକ୍ଷରୁ ରବିବାରଠାରୁ ସାର୍ବଜନୀନ ଶାରଦୀୟ ନବରାତ୍ର ପୂଜା…

ଗାଧୋଇବାକୁ ଯାଇ ଘାଇରେ ବୁଡ଼ିଗଲେ ଯୁବକ, ଦୀର୍ଘ ୮ ଘଣ୍ଟାର କସରତ ପରେ…

ମୋହନା,୧୧ା୧୦(ମନ୍ମଥ ମିଶ୍ର): ଗାଧୋଇବାକୁ ଯାଇ ଘାଇରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ଆର ଉଦୟଗିରି ଥାନା ଅନ୍ତର୍ଗତ…

ଆଜି ଅତାବିରା ଆସୁଛନ୍ତି ରାଜ୍ୟପାଳ: ଶିକ୍ଷା ଓ ସାଂସ୍କୃତିକ କ୍ଷେତ୍ରରେ ନୂଆ ଅଧ୍ୟାୟର କରିବେ ଶୁଭାରମ୍ଭ

ଅତାବିରା,୧୧ା୧୦(ଯୁଧିଷ୍ଠିର ମହାପାତ୍ର): ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପାଟି ରବିବାର ବରଗଡ଼ ଜିଲାର ଅତାବିରା ଗସ୍ତରେ ଆସୁଥିବାରୁ ଅଞ୍ଚଳରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି। ରାଜ୍ୟପାଳଙ୍କ ଗସ୍ତକୁ…

ଚେକିଂ ବେଳେ ଧରାପଡ଼ିଲେ ବାପ-ପୁଅ, ୨ ଦେଶୀ ବନ୍ଧୁକ ସହ ବିପୁଳ ଗୁଳି ଜବତ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୧ା୧୦(ଶୁଭକାନ୍ତ ନାୟକ/ ଶ୍ରୀଧର ମହାରଣା/ ନିରାକାର ପରିଡ଼ା): ପାର୍ବଣକୁ ଦୃଷ୍ଟିରେ ରଖି କେନ୍ଦୁଝର ପୋଲିସ କଡ଼ା ପଦକ୍ଷେପ ନେଇଛି। ଆନନ୍ଦପୁର ଉପଖଣ୍ଡରେ ପ୍ରଥମଥର ପାଇଁ ପୋଲିସ ଏକ…

ମାନସିକ ଅସୁସ୍ଥ ମହିଳାଙ୍କୁ ବଳାତ୍କାର ଉଦ୍ୟମ କଲାବେଳେଯୁବକଙ୍କୁ ମାଡ଼ିବସିଲେ ଲୋକେ: ବହେ ଛେଚିଲେ

ପୁରୀ,୧୧।୧୦: ପୁରୀ ଜିଲା ଚନ୍ଦନପୁର ଥାନା ଅନ୍ତର୍ଗତ ଜଳକବର ନିକଟରେ ଜଣେ ମାନସିକ ଅସୁସ୍ଥ ମହିଳାଙ୍କୁ ଜଣେ ନିଶାସକ୍ତ ଯୁବକ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?