ହ୍ରାସ କରିବ ହାତୀ ଉପଦ୍ରବ

ବଇଣ୍ଡା,୧୦।୬ (ଡି.ଏନ.ଏ.)

ଗାଁ ମୁହଁା ହାତୀଙ୍କୁ ଘଉଡ଼ାଇବାକୁ ପ୍ରବେଶ ପଥରେ ଲଗାଯାଇଛି ମହୁମାଛି ବାକ୍ସ। ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ଅଧୀନ ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି) ପକ୍ଷରୁ ଅନୁଗୋଳ ଜିଲାର ଆଠମଲ୍ଲିକ ଓ ହଣ୍ଡପା ରେଞ୍ଜରେ ଆରମ୍ଭ ହୋଇଥିବା ପାଇଲଟ ପ୍ରକଳ୍ପକୁ ନେଇ ଚାଷୀମାନଙ୍କ ଆଶା ବଢ଼ିଯାଇଛି। କାରଣ ଦୀର୍ଘବର୍ଷ ହେଲା ଏହି ଦୁଇ ରେଞ୍ଜରେ ଥିବା ବିଭିନ୍ନ ଗାଁରେ ହାତୀପଲ ପଶି ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି। ଫସଲସବୁ ଖାଇବା ସହ ଦଳିଚକଟି ନଷ୍ଟ କରୁଛନ୍ତି। ମଣିଷଙ୍କ ସହ ମୁହଁାମୁହିଁ ହେଲେ ଜୀବନ ନେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏଠାରେ ରିଡ୍ୟୁସ୍‌ ଏଲିଫ୍ୟାଣ୍ଟ -ହ୍ୟୁମାନ ଆଟାକ୍ସ ୟୁଜିଙ୍ଗ୍‌ ବିଜ୍‌ (ରି-ହ୍ୟାବ୍‌) ନାମକ ପାଇଲଟ ପ୍ରକଳ୍ପ ଆରମ୍ଭ କରାଯାଇଛି। ରାତିରେ ଜଙ୍ଗଲରୁ ଏହି ପ୍ରବେଶ ପଥ ଦେଇ ହାତୀପଲ ଗଁାକୁ ଆସିବାକୁ ଉଦ୍ୟମ କଲେ ପ୍ରଥମେ ମହୁମାଛି ବାକ୍ସ ସଂସ୍ପର୍ଶରେ ଆସିବେ। ମହୁମାଛିଙ୍କୁ ହାତୀ ଭୟ କରୁଥିବାରୁ ଆଘାତପ୍ରାପ୍ତ ମହୁମାଛିମାନେ ହାତୀପଲଙ୍କୁ ଆକ୍ରମଣ କରିବେ। ଫଳରେ ଗଁାକୁ ପଶିବା ପୂର୍ବରୁ ଭୟଭୀତ ହାତୀପଲ ଜଙ୍ଗଲକୁ ଫେରିଯିବେ। ଏହାଦ୍ୱାରା ଚାଷୀଙ୍କ ଫସଲ କ୍ଷୟକ୍ଷତିରୁ ବର୍ତ୍ତିଯାଇପାରିବ। ଉକ୍ତ ପାଇଲଟ ପ୍ରକଳ୍ପର ଉଦ୍ଦେଶ୍ୟ ସଫଳ ହେଲେ ଏହା ରାଜ୍ୟର ଅନ୍ୟ ହାତୀ ଉପଦ୍ରବ ଅଞ୍ଚଳରେ କାର୍ଯ୍ୟକାରୀ କରାଯିବାର ଲକ୍ଷ୍ୟ ରଖାଯାଇଛି।
କିଛି ବର୍ଷ ହେଲା ହଣ୍ଡପା ରେଞ୍ଜରେ ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଦେବଗଡ, ରେଢାଖୋଲ ଜଙ୍ଗଲରୁ ଅନେକ ସମୟରେ ହାତୀପଲ ଏହି ରେଞ୍ଜକୁ ଚାଲି ଆସି ଗଁାଗୁଡ଼ିକରେ ଆତଙ୍କ ଖେଳାଉଛନ୍ତି। ୨୦୧୪ରୁ ୨୦୨୦ ମାର୍ଚ୍ଚ ମଧ୍ୟରେ ଏଠାକାର ୭ଜଣ ଲୋକଙ୍କ ଜୀବନ ନେଇଛନ୍ତି। ୨୦୧୪ରୁ ୨୦୨୧ ଡିସେମ୍ବର ମଧ୍ୟରେ ୧୮୫ଟି ଘର ଭାଙ୍ଗିଛନ୍ତି। ୬୫୦ ଏକର ଜମିରେ ଧାନ, ୨୮୫ ଏକରରେ ପରିବା ଚାଷ, ୧୮୦ ଏକରରେ ଲାଗିଥିବା ଆମ୍ବ, ପଣସ, ଆଖୁ ଚାଷ ନଷ୍ଟ କରିଛନ୍ତି। ତେଣୁ ଗତ ୭ ତାରିଖରେ ହଣ୍ଡପା ରେଞ୍ଜ ଲକ୍ଷ୍ମୀପୁର ଓ ଆଠମଲ୍ଲିକ ରେଞ୍ଜ ରଥିପୁର ଗ୍ରାମରେ ଉକ୍ତ ପାଇଲଟ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇ ହାତୀ ପ୍ରବେଶ ପଥରେ ମହୁମାଛି ବାକ୍ସ ଲଗାଯାଇଛି। ଖଦି ବୋର୍ଡ ନିର୍ଦ୍ଦେଶକ ସମୀର କୁମାର ମହାନ୍ତି, ଆଠମଲ୍ଲିକ ଡିଏଫଓ ଏସ୍‌. ଆନନ୍ଦ, ଫରେଷ୍ଟର ସୁବ୍ରତ ଶତପଥୀଙ୍କ ସମେତ ବହୁ ଅଧିକାରୀଙ୍କ ଉପସ୍ଥିତିରେ ଏହାର ଶୁଭାରମ୍ଭ କରାଯାଇଛି। ଖଦି ବୋର୍ଡ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୧୦୦ଟି ମହୁମାଛି ବାକ୍ସ ଲଗାଯାଇଛି। ଏଥିସହ ୧୦ ଜଣଙ୍କୁ ଏ ନେଇ ପ୍ରଶିକ୍ଷଣ ଦିଆଯିବ। ଏହାଛଡ଼ା ମହୁମାଛି ପାଳନ ମାଧ୍ୟମରେ ଗ୍ରାମବାସୀ ନିଜର ଆୟ ମଧ୍ୟ ବଢ଼ାଇପାରିବେ। ପୂର୍ବରୁ ଏହି ପ୍ରକଳ୍ପ କର୍ଣ୍ଣାଟକ ଓ ଉତ୍ତରାଖଣ୍ଡରେ ସଫଳତା ଲାଭ କରିଥିବାରୁ ଆଠମଲ୍ଲିକ ଓ ହଣ୍ଡପା ରେଞ୍ଜରେ ମଧ୍ୟ ସମାନ ଆଶା କରାଯାଉଛି। ତେଣୁ ଏହାକୁ ନେଇ ସ୍ଥାନୀୟ ଚାଷୀମାନଙ୍କ ମନରେ ନୂଆ ଆଶା ସୃଷ୍ଟି ହୋଇଛି। ଯଦି ହାତୀପଲଙ୍କୁ ରୋକିବାରେ ମହୁମାଛି ସଫଳ ହୁଅନ୍ତି ତା’ହେଲେ ହାତୀଜନିତ କ୍ଷୟକ୍ଷତିରୁ ଚାଷୀ ଓ ଜନସାଧାରଣ ରକ୍ଷା ପାଇପାରିବେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ମହିଳା ବିଜେଡି ଜିଲା ଉପସଭାପତି ହେଲେ କର୍ଲାମୁଣ୍ଡାର ମନ୍ଦିରା ନାଏକ, ଛୁଟିଲା ଶୁଭେଚ୍ଛା

କର୍ଲାମୁଣ୍ଡା,୨୩।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଏଥିରେ କର୍ଲାମୁଣ୍ଡା ବ୍ଲକ ପୂର୍ବତନ ଜିଲା ପରିଷଦ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri