ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ ମୋ ସହ କାମ କରିଥିବା ବ୍ୟକ୍ତିମାନେ ପରିବେଶ ପ୍ରତି ମୋ ଆଗ୍ରହକୁ ବଢ଼ାଇଛନ୍ତି। ମୋର ପ୍ରେରଣା ସେହି ଶିଶୁମାନଙ୍କଠାରୁ ମଧ୍ୟ ଆସିଛି, ଯେଉଁମାନେ ଆଖିରେ ଚମକ ସହ ଜଗତକୁ ଦେଖିଥାଆନ୍ତି।“ ଖୁବ୍‌ ଶାନ୍ତ ଭାବେ ଏଭଳି ବାକ୍ୟ ବ୍ୟକ୍ତ କରିଥିବା ବ୍ୟକ୍ତି ହେଉଛନ୍ତି ତାମିଲନାଡୁ କ୍ୟାଡରର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀ ସୁପ୍ରିୟା ସାହୁ। କେନିଆର ନାଇରୋବିଠାରେ ୧୦ ଡିସେମ୍ବରରେ ‘ଚାମ୍ପିୟନ୍ସ ଅଫ୍‌ ଦି ଆର୍ଥ ଆଓ୍ବାର୍ଡ-୨୦୨୫’ ପାଇବା ପରେ ତାଙ୍କ ବ୍ୟକ୍ତିତ୍ୱ ସର୍ବବ୍ୟାପୀ ହୋଇଛି। ଉଲ୍ଲେଖଯୋଗ୍ୟ, ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନ୍‌ଇପି) ଦ୍ୱାରା ୨୦୦୫ରେ ଏହି ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା। ସରକାରୀ, ବେସରକାରୀ ଓ ଭଦ୍ର ସମାଜ ମଧ୍ୟରୁ ଉତ୍ତମ ପରିବେଶ ଦିଗରେ କାର୍ଯ୍ୟ କରୁଥିବା ଉଚ୍ଚ ନେତୃବର୍ଗଙ୍କୁ ମାନ୍ୟତା ଦେବା ଉଦ୍ଦେଶ୍ୟରେ ଏହି ପୁରସ୍କାର ପ୍ରଦାନ କରାଯାଇଆସୁଛି। ଜଳବାୟୁ ନେତୃତ୍ୱ ବର୍ଗରେ ୨୦୨୫ ପାଇଁ ସୁପ୍ରିୟାଙ୍କୁ ଚୟନ କରାଯିବା ଲାଗି ପରିବେଶ ସୁରକ୍ଷା ଦିଗରେ ତାଙ୍କ ଗଭୀର ମନନଶୀଳତାକୁ ଶ୍ରେୟ ଦିଆଯାଉଛି। ଭାରତରେ ପ୍ରମୁଖ ପରିବେଶଗତ ଆହ୍ବାନର ମୁକାବିଲା ଦିଗରେ ସୁପ୍ରିୟାଙ୍କ ଅଗ୍ରଣୀ ତଥା ଦୀର୍ଘକାଳୀନ ନେତୃତ୍ୱ ପ୍ଲାଷ୍ଟିକ୍‌ ବର୍ଜନ ଓ ବନ୍ୟଜନ୍ତୁ ସଂରକ୍ଷଣ ଦିଗରେ ଅଭିପ୍ରେତ ରହିଥିବାରୁ ତାଙ୍କ ପ୍ରଚେଷ୍ଟାକୁ ଏହି ପୁରସ୍କାର ଜରିଆରେ ସ୍ବୀକୃତି ଦିଆଯାଇଥିବା କୁହାଯାଉଛି।
୫୭ ବର୍ଷୀୟା ସୁପ୍ରିୟା ତାମିଲନାଡୁ ବାସିନ୍ଦା। ୧୯୯୧ ବ୍ୟାଚ୍‌ର ଏହି ଆଇଏଏସ୍‌ ଅଧିକାରୀ ବିଭିନ୍ନ ସମୟରେ ରାଜ୍ୟ ଓ କେନ୍ଦ୍ରରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ଅନେକ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି। ଦୂରଦର୍ଶନର ମହାନିର୍ଦ୍ଦେଶିକା ରହିଥିବା ବେଳେ ସେ ଅନେକ ଶିକ୍ଷଣୀୟ କାର୍ଯ୍ୟକ୍ରମ ରୂପାୟନ କରି ସଂସ୍ଥାର ଅଭୂତପୂର୍ବ ରାଜସ୍ବ ବଢ଼ାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସୁପ୍ରିୟା ବିଗତ ଚାରିବର୍ଷ ଧରି ତାମିଲନାଡୁର ପରିବେଶ, ଜଳବାୟୁ ପରିବର୍ତ୍ତନ ଏବଂ ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରିଆସୁଛନ୍ତି।
ମନଲାଖି ବିଭାଗ ମିଳିଥିବାରୁ ସେ ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ବନ୍ୟପ୍ରାଣୀ ସଂରକ୍ଷଣ ଆଦି ଦିଗରେ ବିଶେଷ ଆଗ୍ରହ ରଖିଛନ୍ତି। ପ୍ରକୃତି ପ୍ରତି ପ୍ରେମ ତାଙ୍କର ପିଲାଦିନରୁ ଆରମ୍ଭ ହୋଇଥିଲା। ବାପାଙ୍କ ଚାକିରି ପାଇଁ ସେ ଦେଶର ବିଭିନ୍ନ ପ୍ରାନ୍ତରେ ରହିବାର ସୁଯୋଗ ପାଇଥିଲେ। ତାଙ୍କ ପ୍ରୋଫାଇଲରୁ ପରିବାର ବିଷୟରେ ବିଶେଷ ତଥ୍ୟ ନ ଥିବାରୁ ଲେଖା ତାଙ୍କ ଉପରେ ମୁଖ୍ୟତଃ କେନ୍ଦ୍ରିତ। ସେ ହାତୀଙ୍କୁ ଅତି ଭଲପାଆନ୍ତି। ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ସେମାନଙ୍କ ବିଷୟରେ ପୋଷ୍ଟ୍‌ରେ ଭର୍ତ୍ତି। ତାଙ୍କ ଅନ୍ବେଷଣ କହେ ହାତୀ ଆମକୁ ଅସୁବିଧାରୁ ତୁରନ୍ତ ରକ୍ଷା ପାଇବାର ଦକ୍ଷତା ବଢ଼ାଇବା, ପରିବାର ବନ୍ଧନ ଏବଂ ନେତୃତ୍ୱ ବିଷୟରେ ଶିକ୍ଷା ଦେଇଥାଏ।
ଅମଲାତନ୍ତ୍ରୀ ଭାବେ ୩୦ ବର୍ଷରୁ ଊର୍ଦ୍ଧ୍ୱ ଅଭିଜ୍ଞତା ହାସଲ କରିଥିବା ସୁପ୍ରିୟା ସାର୍ବଜନୀନ ଜୀବନରେ ଭାରତର ସମୃଦ୍ଧ ଜୈବବିବିଧତା ପ୍ରତି ବିଶେଷ ଆକର୍ଷିତ ହୋଇଛନ୍ତି।
ପ୍ଲାଷ୍ଟିକ୍‌ ଆବର୍ଜନା ଖାଉଥିବା ପଶୁଙ୍କୁ ଦେଖି ଆମ ଗ୍ରହ କିଭଳି ଦିନକୁ ଦିନ ଶ୍ୱାସରୁଦ୍ଧ ହୋଇଯାଉଛି, ତାହା ସୁପ୍ରିୟା ଅନୁଭବ କରିଛନ୍ତି। ନୀଳଗିରିର ଜିଲାପାଳ ଥିବା ସମୟରେ ଏହି ଦୃଶ୍ୟ ବାରମ୍ବାର ଦେଖିବା ପରେ ପରିବେଶ ସଚେତନତା ପ୍ରତି ବିଶେଷ ଆଗ୍ରହ ସୃଷ୍ଟି ହୋଇଥିଲା ବୋଲି ସେ କହିଥାଆନ୍ତି। ଜାତିସଂଘ ପକ୍ଷରୁ କୁହାଯାଇଛି ଯେ, ତାମିଲନାଡୁରେ ନିରନ୍ତର ଜଳବାୟୁ କାର୍ଯ୍ୟ, ପରିସଂସ୍ଥାନର ପୁନରୁଦ୍ଧାର ଏବଂ ସସ୍‌ଷ୍ଟେନେବଲ କୁଲିଂ ଇନୋଭେଶନ୍ସର ସ୍କେଲିଂରେ ତାଙ୍କର ଯୁଗାନ୍ତକାରୀ ନେତୃତ୍ୱ ତାଙ୍କୁ ପରିବେଶ ଓ ଜଳବାୟୁ ନୀତି ନିର୍ଦ୍ଧାରକ ଭାବେ ସ୍ବୀକୃତି ଦେଇଛି। ତାଙ୍କର କାର୍ଯ୍ୟ ଅନେକ ଲକ୍ଷ ଗ୍ରୀନ ଜବ୍ସ ସୃଷ୍ଟି କରିବା ସହ ତାମିଲନାଡୁକୁ ବିଜ୍ଞାନ ଆଧାରିତ, ସମ୍ପ୍ରଦାୟ ପରିଚାଳିତ ଜଳବାୟୁ ସହନଶୀଳତାର ଏକ ମଡେଲ ରାଜ୍ୟ ଭାବେ ସ୍ଥାପନ କରିଛି।
ସବୁଜଗୃହ ବାଷ୍ପ ହ୍ରାସ କରି ଶକ୍ତି ଦକ୍ଷତା ବଢ଼ାଇବା ଲକ୍ଷ୍ୟରେ ସୁପ୍ରିୟାଙ୍କ ପଦକ୍ଷେପ ଜଙ୍ଗଲ ଆଚ୍ଛାଦନ ବଢ଼ାଇଛି ଏବଂ ପ୍ରାୟ ୧ କୋଟି ୨୦ ଲକ୍ଷ ଲୋକଙ୍କ ଜୀବନରେ ଉନ୍ନତି ଆଣିପାରିଥିବା କୁହାଯାଉଛି।
୨୦୦୦ ମସିହାରେ ସେ ନୀଳଗିରିରେ ଏକକ ବ୍ୟବହୃତ ପ୍ଲାଷ୍ଟିକ୍‌ ନିର୍ମୂଳ ଲକ୍ଷ୍ୟରେ ‘ଅପରେସନ ବ୍ଲୁ ମାଉଣ୍ଟେନ୍‌’ ଅଭିଯାନ ଆରମ୍ଭ କରିଥିଲେ। ପରେ ତାହା ଜନଆନ୍ଦୋଳନରେ ପରିଣତ ହୋଇଥିଲା। ଇତିମଧ୍ୟରେ ସେ ‘ତାମିଲନାଡୁ ଗ୍ରୀନ୍‌ କ୍ଲାଇମେଟ କମ୍ପାନୀ’ ବ୍ୟବସ୍ଥା କରିଛନ୍ତି। ଏହା ଅଣ-ଲାଭଦାୟକ ସଂସ୍ଥା ଭାବେ ଉପକୂଳ ସ୍ଥାୟିତ୍ୱ ବଜାୟ ରଖିବା ଦିଗରେ ଧ୍ୟାନ କେନ୍ଦ୍ରିତ କରି ସହରାଞ୍ଚଳ ତାପମାତ୍ରା ହ୍ରାସ ଓ ଥଣ୍ଡା ପରିବେଶ ଚାହିଦାକୁ ବୃଦ୍ଧି କରିବା ପାଇଁ ଅଭିପ୍ରେତ। ସେଭଳି ପ୍ରକଳ୍ପକୁ ସୁପ୍ରିୟା ପ୍ରୋତ୍ସାହନ ଦେଉଛନ୍ତି। ସେ ତାମିଲନାଡୁରେ ୧୦ କୋଟିରୁ ଅଧିକ ଚାରାରୋପଣ ଏବଂ ୬୫ଟି ନୂଆ ରିଜର୍ଭ ଫରେଷ୍ଟ ସୃଷ୍ଟି କରିବା ପ୍ରୟାସର ନେତୃତ୍ୱ ନେଇଛନ୍ତି। ରାଜ୍ୟରେ ହେନ୍ତାଳବଣ ଆଚ୍ଛାଦନ ଦୁଇଗୁଣିତ ହେବା, ୱେଟଲ୍ୟାଣ୍ଡ୍‌ ସଂଖ୍ୟା ୧ରୁ ୨୦କୁ ବଢ଼ିବା ଏବଂ ୬୦ ମିଲିୟନ ଡଲାରର ବିଲୁପ୍ତପ୍ରାୟ ପ୍ରଜାତିର ସଂରକ୍ଷଣ ପାଣ୍ଠି ଗଠନ ତାଙ୍କ ପରିବେଶୀୟ ନେତୃତ୍ୱର ସଫଳ ପରାକାଷ୍ଠା।
ବାସ୍ତବରେ ଜଣେ ଅମଲାତନ୍ତ୍ରୀ ଚାହିଁଲେ ପରିବେଶ ହେଉ ବା ସମାଜରେ କେତେ ବଡ଼ ପରିବର୍ତ୍ତନ ଆଣିପାରିବେ, ସୁପ୍ରିୟା ହେଉଛନ୍ତି ତାହାର ଶ୍ରେଷ୍ଠ ଦୃଷ୍ଟାନ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?