ପରିବାର ପାଇଁ ପରିବେଶ

ଘର ପରିବେଶକୁ ପ୍ରଦୂଷଣମୁକ୍ତ କରିବା ସହ ଘରକୁ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ଏବେ ଗୃହିଣୀମାନେ ଅଧିକରୁ ଅଧିକ ଇନ୍‌ଡୋର ପ୍ଲାଣ୍ଟ ଲଗାଉଛନ୍ତି। ସମୟ କାଟିବା ଲାଗି ଏବେ ସେମାନଙ୍କ ପାଇଁ ଏହା ଏକ ବେଶ୍‌ ଭଲ ମାଧ୍ୟମ। କରୋନା ପାଇଁ ସଚେତନ ଥିବା ଆଜିର ଗୃହିଣୀମାନେ ଏଥିପାଇଁ ଗଛ ଲଗାଇବା
ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି…

ପିଲାଙ୍କ ଭବିଷ୍ୟତ ଆଉ ପରିବାର ସଦସ୍ୟଙ୍କ ସୁରକ୍ଷା ନିମନ୍ତେ ମହିଳାମାନେ ପୁରୁଷଙ୍କ ତୁଳନାରେ ଅଧିକ ସଚେତନ ଥାଆନ୍ତି। ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସେମାନେ ସବୁ ପଦକ୍ଷେପ ନେବାପାଇଁ ଆଗେଇ ଆସନ୍ତି। କରୋନାର ଦ୍ୱିତୀୟ ଲହରରେ ଅଧିକାଂଶଙ୍କ କ୍ଷେତ୍ରରେ ଚିନ୍ତାର କାରଣ ପାଲଟିଛି ଅକ୍ସିଜେନର ସ୍ତର କମ୍‌ ହେବା। କୃତ୍ରିମ ଉପାୟରେ ଏବେ ସମସ୍ତଙ୍କୁ ଅକ୍ସିଜେନ ତ ଯୋଗାଇ ଦିଆଯାଉଛି, କିନ୍ତୁ ପ୍ରାକୃତିକ ଉପାୟରେ ବି ଅକ୍ସିଜେନର ଅଭାବକୁ ପୂରଣ କରିହେବ। ଏଥିପାଇଁ ଏକମାତ୍ର ବିକଳ୍ପ ହେଉଛି ଗଛ। ତେବେ ଗଛ ଲଗାଇବା ପାଇଁ କେବଳ ଯେ ବାଡି ବଗିଚାର ଆବଶ୍ୟକତା ରହିଛି ତା’ ନୁହେଁ। ଘର ଭିତରେ, ବାଲକୋନୀରେ ଏମିତି କି ଅନ୍ୟ ଯେକୌଣସି ସ୍ଥାନରେ ଝୁଲାରେ ମଧ୍ୟ ଗଛ ଲଗାଇ ହେବ। ଏମିତି ସୁନ୍ଦରଭାବେ ଗୃହିଣୀମାନେ ଏବେ ଘରକୁ ସଜାଇ ନିଜ ପରିବାରକୁ ଏକ ସୁରକ୍ଷିତ ବଳୟ ମଧ୍ୟରେ ରଖିବାର ଉଦ୍ୟମ କରୁଛନ୍ତି।
ଏବେ ଆବଶ୍ୟକତା: ଦିନେ ଘରର ଡିଜାଇନ୍‌ ପାଇଁ କିମ୍ବା ସଉକ ଦୃଷ୍ଟିରୁ ଗୃହିଣୀମାନେ ଲଗାଉଥିଲେ ଇନ୍‌ଡୋର ପ୍ଲାଣ୍ଟ, ଆଉ ବାଲକୋନୀକୁ ଗଛ ଲଗାଇ ସଜାଉଥିଲେ। କିନ୍ତୁ ସେମାନଙ୍କର ଏହି ସଉକ ଏବେ ଆବଶ୍ୟକତାରେ ପରିଣତ ହୋଇଯାଇଛି। ବର୍ତ୍ତମାନ ସମୟରେ ଅକ୍ସିଜେନର ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ଘର ଭିତରେ ଆଉ ବାହାରେ ଯଥାସମ୍ଭବ ଅଧିକ ଗଛ ଲଗାଇବା ଉପରେ ଗୁରୁତ୍ୱ ଦେବା ଉଚିତ। ଆଉ ସଚେତନ ଗୃହିଣୀମାନେ ଏସବୁ ଦୃଷ୍ଟିରୁ କୌଣସି ତ୍ରୁଟି କରିବାକୁ ଚାହୁଁନାହାନ୍ତି। ଗାଁ ହେଉ କି ସହର ମହିଳାମାନେ ଏବେ ଇନ୍‌ଡୋର ପ୍ଲାଣ୍ଟ ସହିତ ବିଭିନ୍ନ ପ୍ରକାରର ଅକ୍ସିଜେନ୍‌ ପ୍ଲାଣ୍ଟ ଲଗାଇବାକୁ ପସନ୍ଦ କରୁଛନ୍ତି।
ସକାରାତ୍ମକ ପ୍ରଭାବ: ଘର ଭିତରେ ବିଭିନ୍ନ ପ୍ରକାରର ଗଛ ଲଗାଇଲେ ତାହା ଏକ ସୁନ୍ଦର ପ୍ରାକୃତିକ ପରିବେଶ ସୃଷ୍ଟି କରିଥାଏ, ଏହା ସହିତ ମନ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଥାଏ। ବିଭିନ୍ନ ପ୍ରକାରର ଗଛ ରହିଥିବା ସ୍ଥାନରେ କିଛି ମୁହୂର୍ତ୍ତ ବିତାଇଲେ ମନ ପ୍ରଫୁଲ ହୋଇଯାଏ। ତା’ ଛଡା ଗଛର ଯତ୍ନ ନେବା ଫଳରେ ଏକୁଟିଆପଣ କିମ୍ବା ଡିପ୍ରେସନ ସମସ୍ୟା ବି ରହି ନ ଥାଏ। ଅନେକ ସମୟରେ ଘରର ସବୁ ସଦସ୍ୟଙ୍କୁ କିଛି ସମୟ ଯଥାର୍ଥଭାବେ ବିନିଯୋଗ କରିବାର ସୁଯୋଗ ବି ମିଳିଯାଏ।
ସବୁ କଥାକୁ ଗୁରୁତ୍ୱ: ସାଧାରଣତଃ ମହିଳାମାନେ ପୁରୁଷଙ୍କ ତୁଳନାରେ ପ୍ରତି ମୁହୂର୍ତ୍ତରେ ନିଜ ପରିବାର ଓ ପିଲାମାନଙ୍କ ପାଇଁ ଅଧିକ ଚିନ୍ତା କରିଥାନ୍ତି। ସେଥିପାଇଁ ସେମାନେ ଛୋଟ ଛୋଟ କଥାକୁ ବି ଗୁରୁତ୍ୱ ଦେଇଥାନ୍ତି। ଘରକୁ ସଫାସୁତୁରା ରଖିବାରେ ହେଉ କି ଘର ପରିବେଶକୁ ସଜାଡିବା ସବୁ କ୍ଷେତ୍ରରେ ସେମାନେ ସଜାଗ ରହିଥାନ୍ତି। ଆଉ ଏବେ ଘର ପରିବେଶରେ ମୁକ୍ତ ଏବଂ ଅକ୍ସିଜେନ୍‌ ଥିବା ବାୟୁ ନିମନ୍ତେ ଘରେ ବାହାରେ ସବୁଠି ଲଗାଉଛନ୍ତି ଗଛ।
ଏମାନେ ଯାହା କୁହନ୍ତି
ଘରେ ଭଲ ବାୟୁ ଚଳାଚଳ ହେଉଛି: ମତେ ଗଛ ଲଗାଇବାକୁ ବହୁତ ଭଲ ଲାଗେ। ସେଥିପାଇଁ ମୁଁ ଛାତ ଉପରେ ଆଉ ବାଲକୋନୀରେ ବିଭିନ୍ନ ପ୍ରକାରର ଗଛ ଲଗାଇଛି। ଏବେ ଘରେ ବାଲକୋନୀରେ ମୁଁ ବହୁତଗୁଡିଏ ଅକ୍ସିଜେନ ପ୍ଲାଣ୍ଟ ଲଗାଇଛି। ଏମିତି କି ରୋଷେଇ ଘରେ ବି ବିଭିନ୍ନ ପ୍ରକାରର ମନିପ୍ଲାଣ୍ଟ ସୁନ୍ଦରଭାବେ ସଜାଇଛି, ଯାହା ଦେଖିବାକୁ ବି ବହୁତ ଭଲ ଲାଗୁଛି। ଗୋଟିଏ ପଟେ ଏସବୁ ସୁନ୍ଦର ଦେଖାଯାଉଛି ଆଉ ଅନ୍ୟପଟେ ଏସବୁ ଗଛ ଦ୍ୱାରା ମୋ ଘର ପରିବେଶରେ ଅକ୍ସିଜେନଥିବା ବାୟୁ ଚଳାଚଳ ଅଧିକ ହୋଇପାରୁଛି ଭାବି ଆତ୍ମସନ୍ତୋଷ ମିଳୁଛି।
-କବିତା ପତି, ଗୃହିଣୀ, ନୟାପଲ୍ଲୀ ବ୍ରିଟ କଲୋନୀ, ଭୁବନେଶ୍ୱର
ଅନ୍ୟ କିଛି ଉପାୟ ନାହିଁ: ବର୍ତ୍ତମାନ ସମୟ ଯାହା ହେଲାଣି ଗଛ ଲଗାଇବା ବ୍ୟତୀତ ବଞ୍ଚିବାର ଅନ୍ୟ କିଛି ଉପାୟ ନାହିଁ। ଏମିତି କି ପ୍ରଚୁର ଟଙ୍କା ଥିଲେ ବି ଜୀବନ ବଞ୍ଚାଇବା ସମ୍ଭବ ହେଉ ନାହିଁ। ତେଣୁ ପରିବେଶରେ ପ୍ରଚୁର ଗଛ ଲଗାଇବାକୁ ହେବ। ଏଥିପାଇଁ ମୁଁ ତ ଘର ଚାରିପାଖରେ ବହୁତଗୁଡିଏ ତୁଳସୀ ଗଛ ଲଗାଇଛି। ଏହାଛଡା ବାଡିରେ ଅଶ୍ୱତ୍ଥ, ନିମ୍ବ ଆଦି ବିଭିନ୍ନ ଗଛ ଲଗାଇଛି। ଖାଲି ସେତିକି ନୁହେଁ ମୋର ସବୁ ହ୍ବାଟ୍ସଆପ୍‌ ଗ୍ରୁପରେ ବି ସାଙ୍ଗମାନଙ୍କୁ ଗଛ ଲଗାଇବାକୁ କହୁଛି।
-ସଂଯୁକ୍ତା ଦାସ, ଗୃହିଣୀ, ଆଶ୍ରା, ଜାଗୁଳା, ଧାମରା, ଭଦ୍ରକ
ଆଗରୁ ଗଛ ଲଗାଇବାର ଅଭ୍ୟାସ ଥିଲା: ଆମ ଘର ଆଗରେ ଓ ପଛରେ ବହୁତ ଜାଗା ଅଛି, ଯେଉଁଥିରେ ମୁଁ ସବୁ ପ୍ରକାରର ଗଛ ଲଗାଇଛି। ଆରମ୍ଭରୁ ମୋର ଗଛ ଲଗାଇବା ଅଭ୍ୟାସ ଥିଲା ବୋଲି ଏବେ ଆମ ବାଡିରେ ଏକ ସୁନ୍ଦର ପରିବେଶ ସୃଷ୍ଟି ହୋଇଛି। ପିଲାମାନେ ବାଡିରେ ବୁଲି ଆସିଲେ ବହୁତ ଖୁସି ହୋଇ ଯାଉଛନ୍ତି। ତା’ ଛଡା ଆମ୍ବ, ଲେମ୍ବୁ, ନଡିଆ, ପଣସ, ସଜନା, ବେଲ ଆଦି ସବୁ କିଛି ଏବେ ଘରେ ପ୍ରଚୁର ପରିମାଣରେ ମିଳୁଛି, ଯାହା ଆମେ ଖାଇ ଅନ୍ୟମାନଙ୍କୁ ବାଣ୍ଟି ପାରୁଛୁ। ଘର ଆଗରେ ତୁଳସୀ ବଣ କରିବା ସହିତ ପରିବାପତ୍ର ଫସଲ ବି କରୁଛି। ମୋ କାମ ଦେଖି ପିଲାମାନେ ବି ମତେ ଏବେ ଗଛ ଲଗାଇବା କାମରେ ସାହାଯ୍ୟ କରୁଛନ୍ତି।
-ସିପ୍ରାରାଣୀ ପଲାଇ, କ୍ଷେତ୍ରମୋହନ କଲେଜ ପାଖ, ମେଘଡମ୍ବରୁ, ବାଲେଶ୍ୱର
ପ୍ରକୃତିର ବିକଳ୍ପ ନାହିଁ: ସହର ହେଉ କି ଗାଁ ଅବା ଅନ୍ୟ ଯେକୌଣସି ସ୍ଥାନରେ ରହିଲେ ବି ସୁନ୍ଦର ପ୍ରାକୃତିକ ପରିବେଶର ବିକଳ୍ପ ନାହିଁ। ସେଥିପାଇଁ ମୁଁ ଏବେ ଗାଁ ଠୁ ଏତେ ଦୂରରେ ଥିଲେ ବି ବାଲକୋନୀରେ ଆଉ ଘର ଭିତରେ ଇନ୍‌ଡୋର ପ୍ଲାଣ୍ଟ ଲଗାଇଛି। ଆଗରୁ ଏସବୁ କାମ କରୁ ନ ଥିଲେ ବି ଏବେ ଏହି କାମ କରି ବେଶ୍‌ ଆନନ୍ଦ ଲାଗୁଛି। ଏମିତି କି ଗଛ ଲଗାଇ ଏହାର ଯତ୍ନ ନେବା ପରଠାରୁ ମତେ ବହୁତ ଖୁସି ଲାଗୁଛି। ସେଥିପାଇଁ ମତେ ବୋର ଲାଗିଲେ ମୁଁ ଟିକେ ଗଛ ପାଖକୁ ଆସି ସେସବୁର ଯତ୍ନ ନେଇଥାଏ।
-ସୁଭଦ୍ରା ଦାସ, ଶିକ୍ଷୟିତ୍ରୀ,
ପୋଲସରା, ଗଞ୍ଜାମ


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?