ପରିବାର ପାଇଁ ପରିବେଶ

ଘର ପରିବେଶକୁ ପ୍ରଦୂଷଣମୁକ୍ତ କରିବା ସହ ଘରକୁ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ଏବେ ଗୃହିଣୀମାନେ ଅଧିକରୁ ଅଧିକ ଇନ୍‌ଡୋର ପ୍ଲାଣ୍ଟ ଲଗାଉଛନ୍ତି। ସମୟ କାଟିବା ଲାଗି ଏବେ ସେମାନଙ୍କ ପାଇଁ ଏହା ଏକ ବେଶ୍‌ ଭଲ ମାଧ୍ୟମ। କରୋନା ପାଇଁ ସଚେତନ ଥିବା ଆଜିର ଗୃହିଣୀମାନେ ଏଥିପାଇଁ ଗଛ ଲଗାଇବା
ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି…

ପିଲାଙ୍କ ଭବିଷ୍ୟତ ଆଉ ପରିବାର ସଦସ୍ୟଙ୍କ ସୁରକ୍ଷା ନିମନ୍ତେ ମହିଳାମାନେ ପୁରୁଷଙ୍କ ତୁଳନାରେ ଅଧିକ ସଚେତନ ଥାଆନ୍ତି। ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସେମାନେ ସବୁ ପଦକ୍ଷେପ ନେବାପାଇଁ ଆଗେଇ ଆସନ୍ତି। କରୋନାର ଦ୍ୱିତୀୟ ଲହରରେ ଅଧିକାଂଶଙ୍କ କ୍ଷେତ୍ରରେ ଚିନ୍ତାର କାରଣ ପାଲଟିଛି ଅକ୍ସିଜେନର ସ୍ତର କମ୍‌ ହେବା। କୃତ୍ରିମ ଉପାୟରେ ଏବେ ସମସ୍ତଙ୍କୁ ଅକ୍ସିଜେନ ତ ଯୋଗାଇ ଦିଆଯାଉଛି, କିନ୍ତୁ ପ୍ରାକୃତିକ ଉପାୟରେ ବି ଅକ୍ସିଜେନର ଅଭାବକୁ ପୂରଣ କରିହେବ। ଏଥିପାଇଁ ଏକମାତ୍ର ବିକଳ୍ପ ହେଉଛି ଗଛ। ତେବେ ଗଛ ଲଗାଇବା ପାଇଁ କେବଳ ଯେ ବାଡି ବଗିଚାର ଆବଶ୍ୟକତା ରହିଛି ତା’ ନୁହେଁ। ଘର ଭିତରେ, ବାଲକୋନୀରେ ଏମିତି କି ଅନ୍ୟ ଯେକୌଣସି ସ୍ଥାନରେ ଝୁଲାରେ ମଧ୍ୟ ଗଛ ଲଗାଇ ହେବ। ଏମିତି ସୁନ୍ଦରଭାବେ ଗୃହିଣୀମାନେ ଏବେ ଘରକୁ ସଜାଇ ନିଜ ପରିବାରକୁ ଏକ ସୁରକ୍ଷିତ ବଳୟ ମଧ୍ୟରେ ରଖିବାର ଉଦ୍ୟମ କରୁଛନ୍ତି।
ଏବେ ଆବଶ୍ୟକତା: ଦିନେ ଘରର ଡିଜାଇନ୍‌ ପାଇଁ କିମ୍ବା ସଉକ ଦୃଷ୍ଟିରୁ ଗୃହିଣୀମାନେ ଲଗାଉଥିଲେ ଇନ୍‌ଡୋର ପ୍ଲାଣ୍ଟ, ଆଉ ବାଲକୋନୀକୁ ଗଛ ଲଗାଇ ସଜାଉଥିଲେ। କିନ୍ତୁ ସେମାନଙ୍କର ଏହି ସଉକ ଏବେ ଆବଶ୍ୟକତାରେ ପରିଣତ ହୋଇଯାଇଛି। ବର୍ତ୍ତମାନ ସମୟରେ ଅକ୍ସିଜେନର ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ଘର ଭିତରେ ଆଉ ବାହାରେ ଯଥାସମ୍ଭବ ଅଧିକ ଗଛ ଲଗାଇବା ଉପରେ ଗୁରୁତ୍ୱ ଦେବା ଉଚିତ। ଆଉ ସଚେତନ ଗୃହିଣୀମାନେ ଏସବୁ ଦୃଷ୍ଟିରୁ କୌଣସି ତ୍ରୁଟି କରିବାକୁ ଚାହୁଁନାହାନ୍ତି। ଗାଁ ହେଉ କି ସହର ମହିଳାମାନେ ଏବେ ଇନ୍‌ଡୋର ପ୍ଲାଣ୍ଟ ସହିତ ବିଭିନ୍ନ ପ୍ରକାରର ଅକ୍ସିଜେନ୍‌ ପ୍ଲାଣ୍ଟ ଲଗାଇବାକୁ ପସନ୍ଦ କରୁଛନ୍ତି।
ସକାରାତ୍ମକ ପ୍ରଭାବ: ଘର ଭିତରେ ବିଭିନ୍ନ ପ୍ରକାରର ଗଛ ଲଗାଇଲେ ତାହା ଏକ ସୁନ୍ଦର ପ୍ରାକୃତିକ ପରିବେଶ ସୃଷ୍ଟି କରିଥାଏ, ଏହା ସହିତ ମନ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଥାଏ। ବିଭିନ୍ନ ପ୍ରକାରର ଗଛ ରହିଥିବା ସ୍ଥାନରେ କିଛି ମୁହୂର୍ତ୍ତ ବିତାଇଲେ ମନ ପ୍ରଫୁଲ ହୋଇଯାଏ। ତା’ ଛଡା ଗଛର ଯତ୍ନ ନେବା ଫଳରେ ଏକୁଟିଆପଣ କିମ୍ବା ଡିପ୍ରେସନ ସମସ୍ୟା ବି ରହି ନ ଥାଏ। ଅନେକ ସମୟରେ ଘରର ସବୁ ସଦସ୍ୟଙ୍କୁ କିଛି ସମୟ ଯଥାର୍ଥଭାବେ ବିନିଯୋଗ କରିବାର ସୁଯୋଗ ବି ମିଳିଯାଏ।
ସବୁ କଥାକୁ ଗୁରୁତ୍ୱ: ସାଧାରଣତଃ ମହିଳାମାନେ ପୁରୁଷଙ୍କ ତୁଳନାରେ ପ୍ରତି ମୁହୂର୍ତ୍ତରେ ନିଜ ପରିବାର ଓ ପିଲାମାନଙ୍କ ପାଇଁ ଅଧିକ ଚିନ୍ତା କରିଥାନ୍ତି। ସେଥିପାଇଁ ସେମାନେ ଛୋଟ ଛୋଟ କଥାକୁ ବି ଗୁରୁତ୍ୱ ଦେଇଥାନ୍ତି। ଘରକୁ ସଫାସୁତୁରା ରଖିବାରେ ହେଉ କି ଘର ପରିବେଶକୁ ସଜାଡିବା ସବୁ କ୍ଷେତ୍ରରେ ସେମାନେ ସଜାଗ ରହିଥାନ୍ତି। ଆଉ ଏବେ ଘର ପରିବେଶରେ ମୁକ୍ତ ଏବଂ ଅକ୍ସିଜେନ୍‌ ଥିବା ବାୟୁ ନିମନ୍ତେ ଘରେ ବାହାରେ ସବୁଠି ଲଗାଉଛନ୍ତି ଗଛ।
ଏମାନେ ଯାହା କୁହନ୍ତି
ଘରେ ଭଲ ବାୟୁ ଚଳାଚଳ ହେଉଛି: ମତେ ଗଛ ଲଗାଇବାକୁ ବହୁତ ଭଲ ଲାଗେ। ସେଥିପାଇଁ ମୁଁ ଛାତ ଉପରେ ଆଉ ବାଲକୋନୀରେ ବିଭିନ୍ନ ପ୍ରକାରର ଗଛ ଲଗାଇଛି। ଏବେ ଘରେ ବାଲକୋନୀରେ ମୁଁ ବହୁତଗୁଡିଏ ଅକ୍ସିଜେନ ପ୍ଲାଣ୍ଟ ଲଗାଇଛି। ଏମିତି କି ରୋଷେଇ ଘରେ ବି ବିଭିନ୍ନ ପ୍ରକାରର ମନିପ୍ଲାଣ୍ଟ ସୁନ୍ଦରଭାବେ ସଜାଇଛି, ଯାହା ଦେଖିବାକୁ ବି ବହୁତ ଭଲ ଲାଗୁଛି। ଗୋଟିଏ ପଟେ ଏସବୁ ସୁନ୍ଦର ଦେଖାଯାଉଛି ଆଉ ଅନ୍ୟପଟେ ଏସବୁ ଗଛ ଦ୍ୱାରା ମୋ ଘର ପରିବେଶରେ ଅକ୍ସିଜେନଥିବା ବାୟୁ ଚଳାଚଳ ଅଧିକ ହୋଇପାରୁଛି ଭାବି ଆତ୍ମସନ୍ତୋଷ ମିଳୁଛି।
-କବିତା ପତି, ଗୃହିଣୀ, ନୟାପଲ୍ଲୀ ବ୍ରିଟ କଲୋନୀ, ଭୁବନେଶ୍ୱର
ଅନ୍ୟ କିଛି ଉପାୟ ନାହିଁ: ବର୍ତ୍ତମାନ ସମୟ ଯାହା ହେଲାଣି ଗଛ ଲଗାଇବା ବ୍ୟତୀତ ବଞ୍ଚିବାର ଅନ୍ୟ କିଛି ଉପାୟ ନାହିଁ। ଏମିତି କି ପ୍ରଚୁର ଟଙ୍କା ଥିଲେ ବି ଜୀବନ ବଞ୍ଚାଇବା ସମ୍ଭବ ହେଉ ନାହିଁ। ତେଣୁ ପରିବେଶରେ ପ୍ରଚୁର ଗଛ ଲଗାଇବାକୁ ହେବ। ଏଥିପାଇଁ ମୁଁ ତ ଘର ଚାରିପାଖରେ ବହୁତଗୁଡିଏ ତୁଳସୀ ଗଛ ଲଗାଇଛି। ଏହାଛଡା ବାଡିରେ ଅଶ୍ୱତ୍ଥ, ନିମ୍ବ ଆଦି ବିଭିନ୍ନ ଗଛ ଲଗାଇଛି। ଖାଲି ସେତିକି ନୁହେଁ ମୋର ସବୁ ହ୍ବାଟ୍ସଆପ୍‌ ଗ୍ରୁପରେ ବି ସାଙ୍ଗମାନଙ୍କୁ ଗଛ ଲଗାଇବାକୁ କହୁଛି।
-ସଂଯୁକ୍ତା ଦାସ, ଗୃହିଣୀ, ଆଶ୍ରା, ଜାଗୁଳା, ଧାମରା, ଭଦ୍ରକ
ଆଗରୁ ଗଛ ଲଗାଇବାର ଅଭ୍ୟାସ ଥିଲା: ଆମ ଘର ଆଗରେ ଓ ପଛରେ ବହୁତ ଜାଗା ଅଛି, ଯେଉଁଥିରେ ମୁଁ ସବୁ ପ୍ରକାରର ଗଛ ଲଗାଇଛି। ଆରମ୍ଭରୁ ମୋର ଗଛ ଲଗାଇବା ଅଭ୍ୟାସ ଥିଲା ବୋଲି ଏବେ ଆମ ବାଡିରେ ଏକ ସୁନ୍ଦର ପରିବେଶ ସୃଷ୍ଟି ହୋଇଛି। ପିଲାମାନେ ବାଡିରେ ବୁଲି ଆସିଲେ ବହୁତ ଖୁସି ହୋଇ ଯାଉଛନ୍ତି। ତା’ ଛଡା ଆମ୍ବ, ଲେମ୍ବୁ, ନଡିଆ, ପଣସ, ସଜନା, ବେଲ ଆଦି ସବୁ କିଛି ଏବେ ଘରେ ପ୍ରଚୁର ପରିମାଣରେ ମିଳୁଛି, ଯାହା ଆମେ ଖାଇ ଅନ୍ୟମାନଙ୍କୁ ବାଣ୍ଟି ପାରୁଛୁ। ଘର ଆଗରେ ତୁଳସୀ ବଣ କରିବା ସହିତ ପରିବାପତ୍ର ଫସଲ ବି କରୁଛି। ମୋ କାମ ଦେଖି ପିଲାମାନେ ବି ମତେ ଏବେ ଗଛ ଲଗାଇବା କାମରେ ସାହାଯ୍ୟ କରୁଛନ୍ତି।
-ସିପ୍ରାରାଣୀ ପଲାଇ, କ୍ଷେତ୍ରମୋହନ କଲେଜ ପାଖ, ମେଘଡମ୍ବରୁ, ବାଲେଶ୍ୱର
ପ୍ରକୃତିର ବିକଳ୍ପ ନାହିଁ: ସହର ହେଉ କି ଗାଁ ଅବା ଅନ୍ୟ ଯେକୌଣସି ସ୍ଥାନରେ ରହିଲେ ବି ସୁନ୍ଦର ପ୍ରାକୃତିକ ପରିବେଶର ବିକଳ୍ପ ନାହିଁ। ସେଥିପାଇଁ ମୁଁ ଏବେ ଗାଁ ଠୁ ଏତେ ଦୂରରେ ଥିଲେ ବି ବାଲକୋନୀରେ ଆଉ ଘର ଭିତରେ ଇନ୍‌ଡୋର ପ୍ଲାଣ୍ଟ ଲଗାଇଛି। ଆଗରୁ ଏସବୁ କାମ କରୁ ନ ଥିଲେ ବି ଏବେ ଏହି କାମ କରି ବେଶ୍‌ ଆନନ୍ଦ ଲାଗୁଛି। ଏମିତି କି ଗଛ ଲଗାଇ ଏହାର ଯତ୍ନ ନେବା ପରଠାରୁ ମତେ ବହୁତ ଖୁସି ଲାଗୁଛି। ସେଥିପାଇଁ ମତେ ବୋର ଲାଗିଲେ ମୁଁ ଟିକେ ଗଛ ପାଖକୁ ଆସି ସେସବୁର ଯତ୍ନ ନେଇଥାଏ।
-ସୁଭଦ୍ରା ଦାସ, ଶିକ୍ଷୟିତ୍ରୀ,
ପୋଲସରା, ଗଞ୍ଜାମ


Enter your email to get our daily news in your inbox.

All Right Reserved By Dharitri.Com

ଭାଗ୍ୟଶାଳୀ ହୋଇଥାନ୍ତି ଏହି ୩ ରାଶିରେ ଜନ୍ମିତ ଯୁବତୀ; ବିବାହ ପରେ ଚମକିଥାଏ ସ୍ବାମୀଙ୍କ ଭାଗ୍ୟ..

ଜ୍ୟୋତିଷଶାସ୍ତ୍ରରେ ମୋଟ ୧୨ଟି ରାଶି ରହିଛି। ସବୁ ରାଶି ସ୍ବତନ୍ତ୍ର। ସମସ୍ତ ରାଶିର ସ୍ବାମୀ ଗ୍ରହ ଭିନ୍ନ। କୁହାଯାଏ ଏହି ଗ୍ରହମାନଙ୍କର ପ୍ରଭାବ ବ୍ୟକ୍ତିର ସ୍ବଭାବ...

ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ କରେ ଦହି

ଉଚ୍ଚ ରକ୍ତଚାପ ଯୋଗୁ ଚିନ୍ତିତ ଲୋକଙ୍କ ପାଇଁ ଦହି ବେଶ୍‌ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଦହି ରକ୍ତରେ ନିର୍ମିତ ହେଉଥିବା କୋଲେଷ୍ଟରୋଲ୍‌ର ଅତ୍ୟଧିକ ମାତ୍ରାକୁ ନିୟନ୍ତ୍ରିତ...

ସକାଳେ ଗ୍ଲାସେ ଉଷୁମ ପାଣି…

ସକାଳୁ ଖାଲି ପେଟରେ ଗ୍ଲାସେ ଉଷୁମ ପାଣି ପିିଇଲେ ଅନେକ ସୁଫଳ ମିଳିଥାଏ। ଏହା ମ୍ୟୁକୋଲାଇଟିସ୍‌ ଭାବେ କାର୍ଯ୍ୟ କରିଥାଏ। ଏହାଦ୍ୱାରା ଫୁସ୍‌ଫୁସ୍‌ରେ ଜମିଥିବା କଫ...

ମୋଟା ଲୋକଙ୍କ ମାନସିକ, ଶାରୀରିକ ସମସ୍ୟା ବଢ଼ାଇଛି କରୋନା

ନ୍ୟୁୟର୍କ,୧୫ା୬: ମହାମାରୀ କରୋନା ମେଦବହୁଳ ଲୋକଙ୍କ ଉପରେ ବିଶେଷ ପ୍ରଭାବ ପକାଉଛି। କାରଣ ସେମାନେ ନିଜ ଓଜନ ଏବଂ ମାନସିକ ସ୍ବାସ୍ଥ୍ୟ ପରିଚାଳନା ପାଇଁ ସଂଘର୍ଷ...

କର୍ମଜୀବୀ ହୋଇଥିଲେ…

ଏଣେ ଘର କାମ ଆଉ ପିଲାମାନଙ୍କର ଦାୟିତ୍ୱ। ସବୁକିଛି ଠିକ୍‌ ସମୟରେ ଶେଷ କରି ଅଫିସ୍‌ ବି ଯିବାକୁ ହେବ। ତେଣୁ କେତେବେଳେ କେଉଁ କାମ...

ମାଇଗ୍ରେନ୍‌ ସମସ୍ୟାର ଘରୋଇ ଉପଚାର

ମାଇଗ୍ରେନ ସମସ୍ୟା ନେଇ ଚିନ୍ତିତ କି? ଯଦି ହଁ, ତେବେ ଏ ନେଇ ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ଖାଆନ୍ତୁ। ହେଲେ ଏପରି କେତେକ...

ଘରୋଇ ଉପାୟ: ହଳଦୀ ଦାଗ କିପରି ଛଡାଇବେ

ମସଲାଦାର ଖାଦ୍ୟ, ତରକାରୀ ଆଦି ଖାଇବାର ମଜା ନେବା ସମୟରେ ବେଳେ ବେଳେ ଆମ ଶାର୍ଟ ବା ଡ୍ରେସ୍‌ ଆଦିରେ ହଳଦୀ ଦାଗ ଲାଗିଯାଏ ।...

ଜାଣନ୍ତି କରୋନା ମହାମାରୀ ସମୟରେ କେତେଥର ହାତ ଧୋଇବା ଉଚିତ୍‌, ନଚେତ୍‌…

ଓ୍ବାଶିଂଟନ,୮।୫: ଭାରତରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ଏହି ସମୟରେ ମୁହଁରେ ମାସ୍କ ବାନ୍ଧିବା ସହିତ ହାତ ଧୋଇବା ଅଭ୍ୟାସ ସହ ସାମାଜିକ ଦୂରତା...

Advertisement
Archives

Model This Week