ଉଦ୍ୟୋଗୀ ସାଜିବେ କେନ୍ଦୁଝର ଜିଲାର ଯୁବପିଢ଼ି

କେନ୍ଦୁଝର,୩୦।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ ଦୀପକ ମିଶ୍ର): କେନ୍ଦୁଝର ଜିଲାରେ ବସବାସ କରୁଥିବା ବିଭିନ୍ନ ଗୋଷ୍ଠୀ ଏବଂ ସମ୍ପ୍ରଦାୟଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ପାଇଁ ଜିଲା ପ୍ରଶାସନ ପ୍ରୟାସ ଜାରି ରଖିଛି। ଏହି ପରିପ୍ରେକ୍ଷୀରେ ପ୍ରସ୍ତାବିତ ‘ଉଦ୍ୟମୀ’ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଲାଗି ମଙ୍ଗଳବାର ଭାରତୀୟ ଉଦ୍ୟୋଗ ବିକାଶ ପ୍ରତିଷ୍ଠାନ (ଇଡିଆଇଆଇ) ଏବଂ ଜିଲା ପ୍ରଶାସନ ମଧ୍ୟରେ ଏକ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଯାଇଛି।
ଏହି ପ୍ରକଳ୍ପ ଜରିଆରେ ଜିଲାର ଗ୍ରାମାଞ୍ଚଳରେ ବିଶେଷ କରି ୭ଟି ଖଣି ପ୍ରଭାବିତ ବ୍ଲକରେ କ୍ଷୁଦ୍ର ବ୍ୟବସାୟୀ ଏବଂ ଅନ୍ୟମାନଙ୍କୁ ତାଲିମ ଓ ପ୍ରୋତ୍ସାହନ ଯୋଗାଇ ସେମାନଙ୍କୁ ଆଗକୁ ବଢ଼ିବାରେ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରାଯିବ। ଏଥିପାଇଁ ଜିଲାସ୍ତରରେ ଏକ ଇନକ୍ୟୁବେସନ ସେଣ୍ଟର ଖୋଲାଯିବା ସାଙ୍ଗକୁ ପ୍ରତିଟି ଖଣି ପ୍ରଭାବିତ ବ୍ଲକରେ ଗୋଟିଏ ଲେଖାଏ ମାଇକ୍ରୋ ଏଣ୍ଟରପ୍ରାଇଜ ରିସୋର୍ସ ସେଣ୍ଟର ମଧ୍ୟ ଖୋଲିବ। ଆଗାମୀ ୫ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ସିଧାସଳଖ ଜିଲାର ୧୦ ହଜାରରୁ ଊର୍ଦ୍ଧ୍ୱ ଯୁବପିଢ଼ିଙ୍କୁ ଲାଭାନ୍ବିିତ କରିବା ସହ ଅଣ ଚାଷ ଏବଂ କୃଷି ସହଯୋଗୀ କ୍ଷେତ୍ରରେ ୩୨୦୦ ଉଦ୍ୟୋଗୀ ସୃଷ୍ଟି କରିବାରେ ସହାୟକ ହେବ। ଏହାସହ ବିଭିନ୍ନ ଉଚ୍ଚଶିକ୍ଷାନୁଷ୍ଠାନ ଏବଂ ବୈଷୟିକ ଓ ଭୋକେସନାଲ ଶିକ୍ଷାନୁଷ୍ଠାନରେ ଏହି ପ୍ରକଳ୍ପ ଅଧୀନରେ ୧୫ଟି ଉଦ୍ୟୋଗ ବିକାଶ ସେଲ ଖୋଲାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ଯାହାକି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା, ଅଭିନବ ଚିନ୍ତାଧାରା ଏବଂ ଉଦ୍ୟମିତା କୌଶଳ ବୃଦ୍ଧି କରିବାରେ ବେଶ ସହାୟକ ହେବ। ଆଶାୟୀ ଯୁବପିଢ଼ିଙ୍କୁ ଦକ୍ଷତା ତାଲିମ ପ୍ରଦାନ କରିବା ଏବଂ ସେମାନଙ୍କ ବ୍ୟବସାୟ ସମ୍ପର୍କିତ ସମସ୍ୟାର ସମାଧାନ କରିବା ହେଉଛି ଏହି ପ୍ରକଳ୍ପର ମୂଳ ଲକ୍ଷ୍ୟ। ଏହା ସ୍ଥାନୀୟ ଅଞ୍ଚଳରେ ଆତ୍ମ-ଉଦ୍ୟୋଗ ସୃଷ୍ଟି ଏବଂ ଉଦ୍ୟୋଗିକ ବାତାବରଣ ସୃଷ୍ଟିରେ କାର୍ଯ୍ୟକରିବ। ଏହି ପ୍ରକଳ୍ପ ଉଦ୍ୟୋଗ ବିକାଶ ସମ୍ପର୍କିତ ବିଭିନ୍ନ ସରକାରୀ ଯୋଜନା ଏବଂ କାର୍ଯ୍ୟକ୍ରମ ସହ ମିଶିକରି କାର୍ଯ୍ୟକରିବ। ଏହି ପ୍ରକଳ୍ପ ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନ, ଶିକ୍ଷା ସଂସ୍ଥାନ, ନବସୃଜନ ଏବଂ ଇନକ୍ୟୁବେସନ ସେଲ, ତାଲିମ ଅନୁଷ୍ଠାନ, ସିଏସଆର୍‌, ଥିଙ୍କଟ୍ୟାଙ୍କ ସଂସ୍ଥା ଏବଂ ଅନ୍ୟ ଅଗ୍ରଣୀ ଅନୁଷ୍ଠାନ ପାଇଁ ସମ୍ମିଳନୀ ଏବଂ ସହଯୋଗ ମାଧ୍ୟମରେ ଏକ ସୁଯୋଗ ସୃଷ୍ଟି କରିବ।
ଜିଲା ପ୍ରଶାସନ ପକ୍ଷରୁ ଜିଲା ନିଯୁକ୍ତି ଅଧିକାରୀ ଗଣେଶ୍ୱର ନାୟକ ଏବଂ ଇଡିଆଇଆଇ ପକ୍ଷରୁ ମହାନିର୍ଦ୍ଦେଶକ ଡ. ସୁନୀଲ ଶୁକ୍ଲା ଚୁକ୍ତିପତ୍ର ସ୍ବାକ୍ଷର କରିଥିଲେ। ଏହି ଅବସରରେ ଜିଲାପାଳ ଆଶିଷ ଠାକରେ ଏବଂ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଜିଲାପାଳ ଠାକରେ କହିଥିଲେ, ଆତ୍ମ-ଉଦ୍ୟୋଗକୁ ପ୍ରୋତ୍ସାହନ ଦେବା ସହିତ ଉଦ୍ୟୋଗୀ ଇକୋସିଷ୍ଟମକୁ ମଜବୁତ କରିବା ଏବଂ ଯୁବପିଢ଼ି ଓ ମହିଳାମାନଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରିବା ପାଇଁ ଏହି ପ୍ରକଳ୍ପ ଏକ ଅଭିନବ ପ୍ରୟାସ ଅଟେ। ଏହି ପ୍ରକଳ୍ପ ଉଦ୍ୟୋଗୀ ଇକୋସିଷ୍ଟମକୁ ଦୃଢ଼ କରିବା ସାଙ୍ଗକୁ ସ୍ଥାନୀୟ ଅର୍ଥନୀତିରେ ସକରାତ୍ମକ ପ୍ରଭାବ ପକାଇବ ଏବଂ କେନ୍ଦୁଝର ଜିଲା ତଥା ଓଡ଼ିଶା ରାଜ୍ୟପାଇଁ ଏକ ଅନ୍ତର୍ଭୂକ୍ତି ଉଦ୍ୟୋଗୀ ମଡେଲ ହେବ ବୋଲି ଇଡିଆଇଆଇର ପୂର୍ବାଞ୍ଚଳ ମୁଖ୍ୟ ଡ. ସୁବ୍ରତ କୁମାର ବିଶ୍ୱାଳ କହିଥିଲେ। ଏଥିରେ ଏଏସ୍‌ସିଆଇର ଆଞ୍ଚଳିକ ମୁଖ୍ୟ ସନ୍ତୋଷ ପଣ୍ଡା ସାମିଲ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇଡିଆଇଆଇ କର୍ପୋରେଟ ପ୍ରୋଜେକ୍ଟ ନିର୍ଦ୍ଦେଶକ ଡ. ରମଣ ଗୁଜରାଲ ଏବଂ ଜିଲା ପ୍ରଶାସନ ଓ ଜିଲା ଖଣିଜ ପ୍ରତିଷ୍ଠାନର ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?