ଇହ୍ନି ଲୋଗୋ ନେ ଲେ ଲିନା ଦୁପଟ୍ଟା ମେରା….

ମୁମ୍ବାଇ: ଫିଲ୍ମ ପରଦାରେ ନିଖୁଣ ଅଭିନୟ କରି ପ୍ରଶଂସା ସାଉଁଟିଥିବା ବଲିଉଡ୍‌ ଅଭିନେତ୍ରୀ ମୀନା କୁମାରୀଙ୍କ ଦୁଃଖଭରା କାହାଣୀ ଶୁଣିଲେ ମନରେ ସମବେଦନା ଜାତ ହୋଇଥାଏ। ଜନ୍ମ ପରେ ପରେ ତାଙ୍କର ଦୁଃଖ ଆରମ୍ଭ ହୋଇଥିଲା। ସେ ୧୯୩୩ ଅଗଷ୍ଟ ୧ରେ ମୁମ୍ବାଇର ଦାଦରଠାରେ ଜନ୍ମଗ୍ରହଣ କରିଥିଲେ। ଝିଅ ହୋଇଥିବାରୁ ପିତା ତାଙ୍କୁ ନେଇ ଅନାଥାଶ୍ରମରେ ଛାଡି ଆସିଥିଲେ। ତେବେ ମା’ଙ୍କର କାନ୍ଦ ଦେଖି ଶେଷରେ ମୀନା କୁମାରୀଙ୍କୁ ପିତା ଘରକୁ ଫେରାଇ ଆଣିଥିଲେ। ଜନ୍ମ ସମୟରେ ତାଙ୍କ ନାମ ମାହଜେବିନ୍‌ ବାନୋ ରଖାଯାଇଥିଲା। ପରେ ତାଙ୍କର ସ୍କ୍ରିନ୍‌ ନାମ ମୀନା କୁମାରୀ ରଖାଯାଇଥିଲା। ଖୁବ୍‌ କମ୍‌ ବୟସରେ ସେ ବଲିଉଡ୍‌ରେ ପାଦ ଦେଇଥିଲେ। ୧୯୩୯ରେ ସେ ମାତ୍ର ୪ ବର୍ଷ ବୟସରେ ବିଜୟ ଭଟ୍ଟଙ୍କ ଫିଲ୍ମ ଲେଦରଫେସ୍‌ରେ ଅଭିନୟ କରିଥିଲେ। ୧୯୫୪ରେ ତାଙ୍କର ଫିଲ୍ମ ବିରଜୁ ବାବରା ୧୦୦ ସପ୍ତାହ ପର୍ଯ୍ୟନ୍ତ ହଲରେ ପ୍ରଦର୍ଶିତ ହୋଇଥିଲା। ମୀନା କୁମାରୀ ବଲିଉଡ୍‌ରେ ଟ୍ରାଜେଡି କୁଇନ ଭାବେ ବେଶ୍‌ ପରିଚିତିି ହାସଲ କରିଥିଲେ। ରିଲ୍‌ ଲାଇଫ୍‌ ଭଳି ତାଙ୍କ ରିୟଲ ଲାଇଫ୍‌ ମଧ୍ୟ ବେଶ୍‌ ଦୁଃଖଭରା ଥିଲା। ସେ ତିନି ତଲାକ୍‌ର ଶିକାର ହୋଇଥିଲେ। ଏହାପରେ ହଲାଲା ପରମ୍ପରା ମାଧ୍ୟମରେ ପ୍ରଥମ ସ୍ବାମୀଙ୍କ ପାଖକୁ ଫେରିଥିଲେ ମଧ୍ୟ ଏହା ତାଙ୍କୁ ମାନସିକସ୍ତରରେ ଗଭୀର ଆଘାତ ଦେଇଥିଲା। ୧୯୫୧ରେ ତମାସା ଶୁଟିଂ ସେଟରେ କମଲ ଆମରୋହିଙ୍କୁ ମୀନା କୁମାରୀ ଭେଟିଥିଲେ। ଚିହ୍ନା ପରିଚୟ ତାପରେ ଦୁହିଁଙ୍କ ମଧ୍ୟରେ ବିବାହ ହୋଇଥିଲା। ତେବେ ବୈବାହିକ ଜୀବନ ୧୨ ମାସ ବି ତିଷ୍ଠି ପାରି ନ ଥିଲା। ଦୁହିଁଙ୍କ ମଧ୍ୟରେ ତଲାକ ହୋଇଥିଲା। ଏହାପରେ କମଲ ନିଜର ଭୁଲ ବୁଝିପାରିଥିଲେ। ସେ ମୀନା କୁମାରୀଙ୍କୁ ପୁଣିଥିରେ ବିବାହ କରିବାକୁ ଚାହିଁଥିଲେ। ତେବେ ମୁସଲମାନ ଧାର୍ମିକ ପରମ୍ପରା ହଲାଲା ଅନୁସାରେ ଅନ୍ୟ ଜଣଙ୍କୁ ମୀନା କୁମାରୀ ବିବାହ କରିବା ପରେ ହିଁ ସେ ପୁଣି କମଲଙ୍କୁ ବିବାହ କରିପାରିବେ ବୋଲି ଧର୍ମଗୁରୁ କହିଥିଲେ। ଏହାପରେ ମୀନା କୁମାରୀଙ୍କ ବିବାହ ଜିନତ୍‌ ଅମନଙ୍କ ପିତା ଉମାନଉଲ୍ଲା ଖାଁଙ୍କ ସହିତ କମଲ କରାଇଥିଲେ। ପରେ ଏକ ମାସ ପରେ ପୁଣି ମୀନା କୁମାରୀ କମଲଙ୍କୁ ବିବାହ କରିଥିଲେ। ମନର ମଣିଷ ପାଖକୁ ଫେରିବା ଲାଗି ତାଙ୍କ ବାଟରେ ବାଧା ସାଜିଥିଲା ଧାର୍ମିକ ପରମ୍ପରା। ଏଥିରେ ମୀନା କୁମାରୀଙ୍କ ହୃଦୟ ଦୁଃଖରେ ଭାଙ୍ଗି ପଡ଼ିଥିଲା। ମୀନା କୁମାରୀ ଦୁଃଖ ଭୁଲାଇବା ପାଇଁ ମଦ୍ୟପାନ କରୁଥିଲେ। ଶେଷରେ ୧୯୭୨ ମାର୍ଚ୍ଚ ୩୧ରେ ମୁମ୍ବାଇରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ପାକିଜା ଫିଲ୍ମରେ ମୀନା କୁମାରୀଙ୍କ ଗୀତ ଚଲୋ ଦିଲ୍‌ଦାର୍‌ ଚଲୋ ଚାନ୍ଦ୍‌ କେ ପାର୍‌ ଚଲୋ… ଏବଂ ଇହ୍ନି ଲୋଗୋ ନେ ଲେ ଲିନା ଦୁପଟ୍ଟା ମେରା…. ଆଜି ବି ମନରେ ଭାବାବେଗ ସୃଷ୍ଟି କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?