Posted inଖେଳ

ପୂଜାରାଙ୍କୁ ଦେଖି ଇଂଲଣ୍ଡ ବୋଲରଙ୍କୁ ଆସିଲା ରାଗ, କଲେ ଲଜ୍ଜାଜନକ କାମ, ଦେଖନ୍ତୁ ଭିଡିଓ

ଓଭାଲ,୫।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ଭାରତ ଏକ ଦୃଢ ସ୍ଥିତିରେ ରହିଛି। ରୋହିତ ଶର୍ମା, କେଏଲ ରାହୁଲ ଏବଂ ଚେତେଶ୍ୱର ପୂଜାରାଙ୍କ ଜବରଦସ୍ତ ବ୍ୟାଟିଂ ଫଳରେ ଭାରତ ଦ୍ୱିତୀୟ ଇନିଂସରେ ୩ ଉଇକେଟ୍‌ ହରାଇ ୨୭୦ ରନ୍‌ କରିଛି। ତେବେ ପୂଜାରା ବ୍ୟାଟିଂ କରୁଥିବାବେଳେ ଏକ ଲଜ୍ଜାଜନକ ଘଟଣା ଘଟିଥିଲା। ସେ ବ୍ୟାଟିଂ କରୁଥିବାବେଳେ ଇଂଲଣ୍ଡ ପେସ୍‌ ବୋଲର କ୍ରେଗ୍‌ ଓଭରଟନ୍‌ ପୂଜାରାଙ୍କ ଉପରେ ପ୍ରଭାବ ପକାଇବାକୁ ବହୁତ ଚାହୁଁଥିଲେ। କିନ୍ତୁ ସେ ସଫଳ ହୋଇ ପାରି ନଥିଲେ। ପୂଜାରା ଓଭରଟନଙ୍କ ବିପକ୍ଷରେ ଭଲ ବୋଲିଂ କରିଥିଲେ। ପୂଜାରାଙ୍କ ବ୍ୟାଟିଂ ଦେଖି ଓଭରଟନ୍‌ ଏତେ ରାଗିଯାଇଥିଲେ ଯେ ୪୯ ତମ ଓଭରରେ ସେ ଏକ ଲଜ୍ଜାଜନକ ହରକତ କରିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଓଭରରେ ପୂଜାରା ଓଭରଟନଙ୍କ ବଲ୍‌ରେ ୨ଟି ଚୌକା ମାରିଥିଲେ। ଏହାପେରେ ଓଭରଟନ୍‌ ଏତେ ରାଗିଯାଇଥିଲେ ଯେ, ପୂଜାରା ଗୋଟିଏ ବଲ୍‌ ଡିଫେଣ୍ଡ୍‌ କରିବା କ୍ଷଣି ସେହି ବଲ୍‌କୁ ଆଣି ତାଙ୍କ ଉପରକୁ ଫୋପାଡି ଭଲି ଅଭିନୟ କରିଥିଲେ। ଏହି କାରଣରୁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି। ଏହି ମ୍ୟାଚ୍‌ରେ ପୂଜାରା ୬୧ ରନ୍‌ର ପାଳି ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଷ୍ଟ୍ରେଲିଆ ଆଗରେ ମାଟି କାମୁଡ଼ିଲା ଭାରତ

ଟୋକିଓ,୨୫।୭: ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ କରିଥିବା ଭାରତୀୟ ଦଳକୁ ଦ୍ୱିତୀୟ ମୁକାବିଲାରେ ମାଟି କାମୁଡ଼ି ପକାଇଛି। ରବିବାର ଖେଳାଯାଇଥିବା ଗ୍ରୁପ ଏ’ ମ୍ୟାଚ୍‌ରେ ଶକ୍ତିଶାଳୀ...

ତଦନ୍ତ ପାଇଁ ଏଜେନ୍ସି ନିଯୁକ୍ତ କରିପାରେ ବିସିସିଆଇ

ନୂଆଦିଲ୍ଲୀ,୨୨।୨: ସାକ୍ଷାତ୍‌କାର ପାଇଁ ଜଣେ ଜର୍ନାଲିଷ୍ଟ ଧମକ ଦେଉଥିବା ହ୍ବାଟ୍ସଆପ୍‌ ଚାଟ୍‌ ସ୍କ୍ରିନଶଟ୍‌କୁ ଶେୟାର କରିବା ପରେ ରିଦ୍ଧିମାନ ଶାହାଙ୍କୁ ବିଭିନ୍ନ ମହଲରୁ ସମର୍ଥନ ମିଳୁଛି।...

ଏସିଆ କପ୍‌ ପୂର୍ବରୁ ନୂଆ ଲୁକ୍‌ରେ ହାର୍ଦ୍ଦିକ

ନୂଆଦିଲ୍ଲୀ,୧୬।୮: ଅଗଷ୍ଟ ୧୮ରୁ ଜିମ୍ବାଓ୍ବେ ବିପକ୍ଷରେ ଦିନିକିଆ ସିରିଜ ଖେଳିବ ଭାରତ। ଏହାକୁ ନେଇ କେଏଲ୍‌ ରାହୁଲ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ଜିମ୍ବାଓ୍ବେ ଗସ୍ତ କରିଛି।...

ଫେଲ୍‌ ମାରିଲା ଏକ୍ସପେରିମେଣ୍ଟ

ଅହମ୍ମଦାବାଦ,୯।୨: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁରୁବାର ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ବଡ଼ ଏକ୍ସପେରିମେଣ୍ଟ କରିଥିଲା ଭାରତୀୟ ଦଳ। ଆମନ୍ତ୍ରଣ ପାଇ...

୨୦ ବର୍ଷ ବୟସରେ ମାରିଥିଲେ ୨୦ ଛକା: ମଦ ନିଶା ଯୋଗୁ ନଷ୍ଟ ହୋଇଯାଇଥିଲା କ୍ରିକେଟ୍‌ କ୍ୟାରିୟର୍‌

ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ଆଣ୍ଡ୍ର୍ୟୁ ସାଇମଣ୍ଡସ୍‌ ଆଜି ୪୬ତମ ଜନ୍ମଦିନ ପାଳନ କରୁଛନ୍ତି। ସାଇମଣ୍ଡସ ଜଣେ ମହାନ ଅଲରାଉଣ୍ଡର ଥିଲେ। ସେ ପଡ଼ିଆରେ ଯାହା ବି...

ଧୋନୀଙ୍କ ଅବସର ପରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ହୋଇପାରନ୍ତି ଏହି ୨ ଖେଳାଳି

୨୦୧୯ ବିଶ୍ୱକପ୍‌ ପରେ କ୍ରିକେଟରୁ ଦୂରେଇ ଅଛନ୍ତି ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ସେ କେବେ ପୁଣି କ୍ରିକେଟକୁ ଫେରିବେ କି ଅବସର...

ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନର ପ୍ରଥମ ମହିଳା ସଭାପତି ହେଲେ ପି.ଟି. ଉଷା

ନୂଆଦିଲ୍ଲୀ,୧୦।୧୨: ଭେଟେରାନ ଧାବିକା ପି.ଟି. ଉଷା ଶନିବାର ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ(ଆଇଓଏ)ର ପ୍ରଥମ ମହିଳା ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ୫୮ ବର୍ଷୀୟ ଉଷା ନିର୍ନ୍ଦ୍ୱନ୍ଦ୍ୱରେ...

ବିଜୟ ହଜାରେ ଟ୍ରଫି: ଉତ୍ତରପ୍ରଦେଶଠାରୁ ହାରିଲା ଓଡ଼ିଶା

ଭୁବନେଶ୍ୱର,୧।୩(ସ୍ପୋର୍ଟ୍ସ ବ୍ୟୁରୋ): ବିଜୟ ହଜାରେ ଟ୍ରଫିରେ ଓଡ଼ିଶା ଆଉ ଏକ ପରାଜୟ ବରଣ କରିଛି। ବେଙ୍ଗାଲୁରୁର ଜଷ୍ଟ କ୍ରିକେଟ ଏକାଡେମୀ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ...

Advertisement
Archives

Model This Week