Posted inଖେଳ

ଇଂଲଣ୍ଡ ଗସ୍ତ: ଭାରତ ୨ଟି ଇଣ୍ଟ୍ରା ସ୍କ୍ବାଡ୍‌ ଗେମ୍‌ ଖେଳିବ

ନୂଆଦିଲ୍ଲୀ,୨୬।୬: ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତୀୟ କ୍ରିକେଟ ଦଳ ଘରୋଇ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପୂର୍ବରୁ ୨ଟି ଇଣ୍ଟ୍ରା ସ୍କ୍ବାଡ୍‌ ଗେମ୍‌ ଖେଳିବ। ଅର୍ଥାତ୍‌ ଭାରତୀୟ ଖେଳାଳିମାନେ ଦୁଇ ଭାଗ ବା ଦଳରେ ବିଭକ୍ତ ହୋଇ ପରସ୍ପର ମଧ୍ୟରେ ମ୍ୟାଚ୍‌ ଖେଳିବେ। ଡରହାମର ରିଭରସାଇଡ ଗ୍ରାଉଣ୍ଡରେ ଏହି ଦୁଇଟି ମ୍ୟାଚ୍‌ ଖେଳାଯିବ। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ କାଉଣ୍ଟି ଦଳଗୁଡିକ ବିପକ୍ଷରେ କୌଣସି ପ୍ରଥମଶ୍ରେଣୀ ମ୍ୟାଚ୍‌ ଖେଳିବାର ସମ୍ଭାବନା ନ ଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି।
ଅଗଷ୍ଟ ୪ରୁ ନଟିଂହାମରେ ଟେଷ୍ଟ ସିରିଜ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଏହି ହାଇପ୍ରୋଫାଇଲ ସିରିଜ ପୂର୍ବରୁ କୌଣସି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିବାର ସୁଯୋଗ ନ ଥିବାରୁ କୋହଲି ଅସନ୍ତୋଷ ଜାହିର କରିଛନ୍ତି। କୋଭିଡ୍‌-୧୯ ପ୍ରୋଟୋକଲ ଅନୁସାରେ ଭାରତ ଟେଷ୍ଟ ସିରିଜ ପୂର୍ବରୁ ଦୁଇଟି ଇଣ୍ଟ୍ରା ସ୍କ୍ବାଡ୍‌ ଗେମ୍‌ ଖେଳିବ ବୋଲି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ମୁଖପାତ୍ର କହିଛନ୍ତି। କେତୋଟି ଅଭ୍ୟାସ ମ୍ୟାଚ ଖେଳାଯିବା ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବସିସିଆଇ) ଇସିବିକୁ ଅନୁରୋଧ କରିଛି। କୌଣସି କାଉଣ୍ଟି ଦଳ ବିପକ୍ଷରେ ମ୍ୟାଚ୍‌ ଆୟୋଜନ ହେବନାହିଁ ବୋଲି ମୁଖପାତ୍ର ଜଣକ ସ୍ପଷ୍ଟ କରିଛନ୍ତି। ଇଂଲଣ୍ଡରେ କାଉଣ୍ଟି କ୍ରିକେଟରମାନେ ନିୟମିତ ଭାବେ କୋଭିଡ୍‌ ଟେଷ୍ଟର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ସେମାନଙ୍କୁ କୌଣସି ବାୟୋ ବବଲରେ ରଖାଯାଇନାହିଁ ବୋଲି ସେ କହିଛନ୍ତି। ଫଳରେ ଅଭ୍ୟାସ ମ୍ୟାଚ୍‌ ଖେଳାଗଲେ ବିପଦ ରହିବ। ତେଣୁ ଭାରତକୁ କେବଳ ଇଣ୍ଟ୍ରା ସ୍କ୍ବାଡ ମ୍ୟାଚ୍‌ ଖେଳବାକୁ ପଡିବ ବୋଲି ବିସିସିଆଇର ଜଣେ ଅଧିକାରୀ ନାମ ଗୋପନ ରଖି କହିଛନ୍ତି।
ଜୁଲାଇ ୧୪ରେ ଭାରତୀୟ କ୍ରିକେଟରମାନେ ଲଣ୍ଡନରେ ଏକାଠି ହେବା ପରେ ଡରହାମ ଯାତ୍ରା କରିବେ ଓ ସେମାନେ ବବଲରେ ରହିବେ। ଭାରତ ୨୪ଜଣ ଖେଳାଳିଙ୍କୁ ନେଇ ଇଂଲଣ୍ଡ ଗସ୍ତ କରିଛି। ୨୦ଜଣ ନିୟମିତ ସଦସ୍ୟ ଥିବା ବେଳେ ୪ଜଣ ରିଜର୍ଭ ଖେଳାଳି ରହିଛନ୍ତି। ଏ ନେଇ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ପ୍ରଶ୍ନ ଉଠାଇଛନ୍ତି। ପୂର୍ବରୁ ଭ୍ରମଣକାରୀ ଦଳକୁ ଏକାଧିକ ପ୍ରଥମଶ୍ରେଣୀ ଅଭ୍ୟାସ ମ୍ୟାଚ୍‌ ଖେଳିବାର ସୁଯୋଗ ରହିଥାଏ ବୋଲି ସେ କହିଛନ୍ତି। କଡ଼ା କ୍ୱାରାଣ୍ଟାଇନ ନିୟମ ଓ ଭ୍ରମଣଜନିତ କଟକଣା କାରଣରୁ ଜାତୀୟ ଚୟନକର୍ତ୍ତା ତଥା ପୂର୍ବତନ ଦ୍ରୁତ ବୋଲର ଚେତନ ଶର୍ମାଙ୍କ ସମେତ ଅନ୍ୟ ଚୟନକର୍ତ୍ତାମାନେ ଇଂଲଣ୍ଡ ଯିବେ ନାହିଁ। ଅନ୍ୟତମ ଚୟନକର୍ତ୍ତା ଦେବାଶିଷ ମହାନ୍ତି ଓ ଅବେ କୁରୁଭିଲ୍ଲା ୬ ମ୍ୟାଚ୍‌ ବିଶିଷ୍ଟ ସୀମିତ ଓଭର ସିରିଜ ଦେଖିବାକୁ ଶ୍ରୀଲଙ୍କା ଗସ୍ତ କରିବେ। ଏହି ଦୁଇଜଣ ଏବେ ମୁମ୍ବାଇରେ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି। କିନ୍ତୁ କୌଣସି ଚୟନକର୍ତ୍ତା ଇଂଲଣ୍ଡ ଯିବେ ନାହିଁ ବୋଲି ବିସିସିଆଇ ତରଫରୁ ସ୍ପଷ୍ଟ କରାଯାଇଛି। ଚଳିତବର୍ଷ ଟି୨୦ ବିଶ୍ୱକପ୍‌ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିବାରୁ ସୀମିତ ଓଭର ସିରିଜରେ ଯୁବ ଖେଳାଳିଙ୍କ ପ୍ରଦର୍ଶନକୁ ପରଖିବାର ଅଧିକ ଆବଶ୍ୟକତା ରହିଛି ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?