Posted inଖେଳ

ଇଂଲଣ୍ଡ ଗସ୍ତ: ଭାରତ ୨ଟି ଇଣ୍ଟ୍ରା ସ୍କ୍ବାଡ୍‌ ଗେମ୍‌ ଖେଳିବ

ନୂଆଦିଲ୍ଲୀ,୨୬।୬: ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତୀୟ କ୍ରିକେଟ ଦଳ ଘରୋଇ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପୂର୍ବରୁ ୨ଟି ଇଣ୍ଟ୍ରା ସ୍କ୍ବାଡ୍‌ ଗେମ୍‌ ଖେଳିବ। ଅର୍ଥାତ୍‌ ଭାରତୀୟ ଖେଳାଳିମାନେ ଦୁଇ ଭାଗ ବା ଦଳରେ ବିଭକ୍ତ ହୋଇ ପରସ୍ପର ମଧ୍ୟରେ ମ୍ୟାଚ୍‌ ଖେଳିବେ। ଡରହାମର ରିଭରସାଇଡ ଗ୍ରାଉଣ୍ଡରେ ଏହି ଦୁଇଟି ମ୍ୟାଚ୍‌ ଖେଳାଯିବ। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ କାଉଣ୍ଟି ଦଳଗୁଡିକ ବିପକ୍ଷରେ କୌଣସି ପ୍ରଥମଶ୍ରେଣୀ ମ୍ୟାଚ୍‌ ଖେଳିବାର ସମ୍ଭାବନା ନ ଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି।
ଅଗଷ୍ଟ ୪ରୁ ନଟିଂହାମରେ ଟେଷ୍ଟ ସିରିଜ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଏହି ହାଇପ୍ରୋଫାଇଲ ସିରିଜ ପୂର୍ବରୁ କୌଣସି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିବାର ସୁଯୋଗ ନ ଥିବାରୁ କୋହଲି ଅସନ୍ତୋଷ ଜାହିର କରିଛନ୍ତି। କୋଭିଡ୍‌-୧୯ ପ୍ରୋଟୋକଲ ଅନୁସାରେ ଭାରତ ଟେଷ୍ଟ ସିରିଜ ପୂର୍ବରୁ ଦୁଇଟି ଇଣ୍ଟ୍ରା ସ୍କ୍ବାଡ୍‌ ଗେମ୍‌ ଖେଳିବ ବୋଲି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ମୁଖପାତ୍ର କହିଛନ୍ତି। କେତୋଟି ଅଭ୍ୟାସ ମ୍ୟାଚ ଖେଳାଯିବା ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବସିସିଆଇ) ଇସିବିକୁ ଅନୁରୋଧ କରିଛି। କୌଣସି କାଉଣ୍ଟି ଦଳ ବିପକ୍ଷରେ ମ୍ୟାଚ୍‌ ଆୟୋଜନ ହେବନାହିଁ ବୋଲି ମୁଖପାତ୍ର ଜଣକ ସ୍ପଷ୍ଟ କରିଛନ୍ତି। ଇଂଲଣ୍ଡରେ କାଉଣ୍ଟି କ୍ରିକେଟରମାନେ ନିୟମିତ ଭାବେ କୋଭିଡ୍‌ ଟେଷ୍ଟର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ସେମାନଙ୍କୁ କୌଣସି ବାୟୋ ବବଲରେ ରଖାଯାଇନାହିଁ ବୋଲି ସେ କହିଛନ୍ତି। ଫଳରେ ଅଭ୍ୟାସ ମ୍ୟାଚ୍‌ ଖେଳାଗଲେ ବିପଦ ରହିବ। ତେଣୁ ଭାରତକୁ କେବଳ ଇଣ୍ଟ୍ରା ସ୍କ୍ବାଡ ମ୍ୟାଚ୍‌ ଖେଳବାକୁ ପଡିବ ବୋଲି ବିସିସିଆଇର ଜଣେ ଅଧିକାରୀ ନାମ ଗୋପନ ରଖି କହିଛନ୍ତି।
ଜୁଲାଇ ୧୪ରେ ଭାରତୀୟ କ୍ରିକେଟରମାନେ ଲଣ୍ଡନରେ ଏକାଠି ହେବା ପରେ ଡରହାମ ଯାତ୍ରା କରିବେ ଓ ସେମାନେ ବବଲରେ ରହିବେ। ଭାରତ ୨୪ଜଣ ଖେଳାଳିଙ୍କୁ ନେଇ ଇଂଲଣ୍ଡ ଗସ୍ତ କରିଛି। ୨୦ଜଣ ନିୟମିତ ସଦସ୍ୟ ଥିବା ବେଳେ ୪ଜଣ ରିଜର୍ଭ ଖେଳାଳି ରହିଛନ୍ତି। ଏ ନେଇ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ପ୍ରଶ୍ନ ଉଠାଇଛନ୍ତି। ପୂର୍ବରୁ ଭ୍ରମଣକାରୀ ଦଳକୁ ଏକାଧିକ ପ୍ରଥମଶ୍ରେଣୀ ଅଭ୍ୟାସ ମ୍ୟାଚ୍‌ ଖେଳିବାର ସୁଯୋଗ ରହିଥାଏ ବୋଲି ସେ କହିଛନ୍ତି। କଡ଼ା କ୍ୱାରାଣ୍ଟାଇନ ନିୟମ ଓ ଭ୍ରମଣଜନିତ କଟକଣା କାରଣରୁ ଜାତୀୟ ଚୟନକର୍ତ୍ତା ତଥା ପୂର୍ବତନ ଦ୍ରୁତ ବୋଲର ଚେତନ ଶର୍ମାଙ୍କ ସମେତ ଅନ୍ୟ ଚୟନକର୍ତ୍ତାମାନେ ଇଂଲଣ୍ଡ ଯିବେ ନାହିଁ। ଅନ୍ୟତମ ଚୟନକର୍ତ୍ତା ଦେବାଶିଷ ମହାନ୍ତି ଓ ଅବେ କୁରୁଭିଲ୍ଲା ୬ ମ୍ୟାଚ୍‌ ବିଶିଷ୍ଟ ସୀମିତ ଓଭର ସିରିଜ ଦେଖିବାକୁ ଶ୍ରୀଲଙ୍କା ଗସ୍ତ କରିବେ। ଏହି ଦୁଇଜଣ ଏବେ ମୁମ୍ବାଇରେ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି। କିନ୍ତୁ କୌଣସି ଚୟନକର୍ତ୍ତା ଇଂଲଣ୍ଡ ଯିବେ ନାହିଁ ବୋଲି ବିସିସିଆଇ ତରଫରୁ ସ୍ପଷ୍ଟ କରାଯାଇଛି। ଚଳିତବର୍ଷ ଟି୨୦ ବିଶ୍ୱକପ୍‌ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିବାରୁ ସୀମିତ ଓଭର ସିରିଜରେ ଯୁବ ଖେଳାଳିଙ୍କ ପ୍ରଦର୍ଶନକୁ ପରଖିବାର ଅଧିକ ଆବଶ୍ୟକତା ରହିଛି ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋଭିଡ୍‌ ମୁକ୍ତ ହେଲେ ଶାମି

ନୂଆଦିଲ୍ଳୀ,୨୮ା୯: ଭାରତୀୟ କ୍ରିକେଟ ଦଳର ବରିଷ୍ଠ ପେସ୍‌ ବୋଲର ମହମ୍ମଦ ଶାମି କୋଭିଡ୍‌ ମୁକ୍ତ ହୋଇଛନ୍ତି। ୧୦ ଦିନ ଧରି କରୋନାରେ ଆକ୍ରାନ୍ତ ରହିବା ପରେ...

ପ୍ରଥମ ଟେଷ୍ଟ: ପଲ୍‌ଙ୍କ ସ୍ଥାନରେ କୁମିନ୍ସ

ନର୍ଥ ସାଉଣ୍ଡ୍‌ (ଆଣ୍ଟିଗୁଆ), ୨୨।୮- ସ୍ଥାନୀୟ ସାର୍‌ ଭିଭିଆନ୍‌ ରିଚାଡର୍‌ସ ଷ୍ଟାଡିୟମରେ ଗୁରୁବାରଠାରୁ ଭ୍ରମଣକାରୀ ଭାରତ ବିପକ୍ଷରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ ପୂର୍ବରୁ ଘରୋଇ...

ସ୍ବାମୀଙ୍କ ପରି ‘ଅଲ୍‌ରାଉଣ୍ଡର’ ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ

ନୂଆଦିଲ୍ଲୀ: ଆଇପିଏଲ୍‌ ଦଳ ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ)ର ଷ୍ଟାର୍‌ ଅଲ୍‌ରାଉଣ୍ଡର ସେନ୍‌ ଓ୍ବାଟ୍‌ସନଙ୍କ ପରି ତାଙ୍କ ସ୍ତ୍ରୀ ଲି ଫୁର୍‌ଲଙ୍ଗ ମଧ୍ୟ ଜଣେ ଅଲ୍‌ରାଉଣ୍ଡର।...

୪୪ ମ୍ୟାଚ୍‌ ପରେ ଭାଙ୍ଗିଲା ଲିଭରପୁଲର ଅପରାଜେୟ ଧାରା

ଲଣ୍ଡନ,୦୧ା୩- ଚଳିତ ସିଜନରେ କ୍ରମାଗତ ପ୍ରିମିୟର ଲିଗ୍‌ରେ ୪୪ ମ୍ୟାଚ୍‌ ପରେ ଲିଭରପୁଲର ଅପରାଜେୟ ଧାରା ଭଙ୍ଗ ହୋଇଛି। ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଓ୍ବାଟଫର୍ଡ ୩-୦...

କାହିଁକି ଏକାସଙ୍ଗେ ବ୍ୟାଟିଂ ପାଇଁ ଆସିଥିଲେ ପନ୍ତ, ଆୟାର

ବେଙ୍ଗାଲୁରୁ,୨୩।୯: ସ୍ଥାନୀୟ ଚିନ୍ନାସ୍ବାମୀ ଷ୍ଟାଡିୟମରେ ରବିବାର ଭାରତ ବିପକ୍ଷରେ ଖେଳାଯାଇଥିବା ୩ୟ ଟି୨୦ ମ୍ୟାଚ୍‌କୁ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳ ୯ଉଇକେଟରେ ଜିତି ନେଇଛି। ଏହି...

ଆଥ୍‌ଲେଟିକ ଫେଡେରେଶନ ଅଫ୍‌ ଇଣ୍ଡିଆ: ପି.ଟି. ଉଷା, ରାନ୍ଧଓ୍ବା ଚୟନ କମିଟି ମୁଖ୍ୟ

ନୂଆଦିଲ୍ଲୀ, ୨୫।୩(ପି.ଟି.)-  ସ୍ପ୍ରିଣ୍ଟ କୁଇନ୍‌ ପି.ଟି. ଉଷା ଏବଂ ହର୍ଡଲ୍ସ ଗ୍ରେଟ୍‌ ଗୁରବଚନ ସିଂ ରାନ୍ଧଓ୍ବା ଯଥାକ୍ରମେ ଜୁନିୟର ଏବଂ ସିନିୟର ଚୟନ କମିଟି ଅଧ୍ୟକ୍ଷ...

ରୋହିତ-ଡ୍ରାଭିଡ୍‌ଙ୍କ ଯୁଗର ପ୍ରଥମ ମ୍ୟାଚ୍‌

ଜୟପୁର,୧୭।୧୧: ଟି୨୦ ବିଶ୍ୱକପ ବିପର୍ଯ୍ୟୟକୁ ଭୁଲି ଭାରତୀୟ କ୍ରିକେଟ ଦଳ ଏବେ ନବ ନିଯୁକ୍ତ ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ୍‌ଙ୍କ...

ବିଳମ୍ବିତ ହେବ ଅଷ୍ଟ୍ରେଲିଆନ୍‌ ଓପନ୍‌: କ୍ରୀଡ଼ାମନ୍ତ୍ରୀ

ମେଲବୋର୍ନ,୨୬।୧୧(ଏପି): ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ୍‌ ଏଥର ସାମାନ୍ୟ ବିଳମ୍ବିତ ହେବ ବୋଲି ଭିକ୍ଟୋରିଆ କ୍ରୀଡ଼ାମନ୍ତ୍ରୀ ମାର୍ଟିନ ପାକୁଲା କହିଛନ୍ତି। ମେଲବୋର୍ନରେ ଜାନୁୟାରୀ...

Advertisement
Archives

Model This Week