Posted inଖେଳ

ଓ୍ବେଷ୍ଟଇଣ୍ଡିଜକୁ ହରାଇ ଓ୍ବିଜଡେନ ଟ୍ରଫି ବଜାୟ ରଖିଲା ଇଂଲଣ୍ଡ

ମାଞ୍ଚେଷ୍ଟର, ୨୮।୭- କରୋନା ଭାଇରସ ସଂକ୍ରମଣ ଜନିତ ବ୍ରେକ୍‌ ପରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ କ୍ରିକେଟ ସିରିଜରେ ବିଜୟୀ ହୋଇଛି ଇଂଲଣ୍ଡ। ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ କ୍ରିକେଟ ଟେଷ୍ଟରେ ଘରୋଇ ଦଳ ୨୬୯ ରନରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଫଳରେ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୧ରେ ଜିତି ଇଂଲଣ୍ଡ ଓ୍ବିଜଡେନ ଟ୍ରଫି ବଜାୟ ରଖିଛି। ସାଉଥାମ୍ପଟନଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ ବିଜୟୀ ହୋଇଥିଲେ ହେଁ ଇଂଲଣ୍ଡ ସଫଳ ପ୍ରତ୍ୟାବର୍ତ୍ତନ କରି ମାଞ୍ଚେଷ୍ଟରରେ ଅନୁଷ୍ଠିତ ୨ଟି ଯାକ ଟେଷ୍ଟକୁ ଜିତିଛି। ସିରିଜଟି ଅନେକ କାରଣରୁ ସ୍ମରଣୀୟ ହୋଇଛି। କରୋନା ସଂକ୍ରମଣ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଅନିଶ୍ଚିତତାର ବାତାବରଣ ସୃଷ୍ଟି ହୋଇଥିବାବେଳେ ଇଂଲଣ୍ଡରେ ଏହା ଜୈବ-ସୁରକ୍ଷିତ ପରିବେଶ ଏବଂ ବିନା ଦର୍ଶକରେ ଅନୁଷ୍ଠିତ ହୋଇଥିଲା। ବିଦେଶରୁ ଆସିଥିବା ଖେଳାଳିମାନେ କ୍ୱାରାଣ୍ଟାଇନ୍‌ ଔପଚାରିକତା ପୂରଣ କରିବା, ଉଭୟ ଦଳର ଖେଳାଳିଙ୍କ କୋଭିଡ୍‌ ଟେଷ୍ଟ, ‘ବ୍ଲାକ୍‌ ଲାଇଭ୍ସ ମ୍ୟାଟର’କୁ ସମର୍ଥନ ଜଣାଇ ମ୍ୟାଚ ପୂର୍ବରୁ ଆଣ୍ଠୁ ତଳେ ପକାଇ ବସିବା ଆଦି ଏହି ସିରିଜର ସ୍ମରଣୀୟ ଘଟଣା ଥିଲା। ଟେଷ୍ଟ କ୍ରିକେଟରେ ୫୦୦ ଉଇକେଟ ପୂରଣ କରିଥିବା ଷ୍ଟୁଆର୍ଟ ବ୍ରଡ୍‌ ପ୍ଲେୟର ଅଫ୍‌ ଦି ମ୍ୟାଚ ଓ ଇଂଲଣ୍ଡର ପ୍ଲେୟର ଅଫ୍‌ ଦି ସିରିଜ ବିବେଚିତ ହୋଇଥିଲେ। ଓ୍ବେଷ୍ଟଇଣ୍ଡିଜର ପ୍ଲେୟର ଅଫ୍‌ ଦି ସିରିଜ ହୋଇଥିଲେ ରୋଷ୍ଟନ ଚେଜ୍‌।
ଦ୍ୱିତୀୟ ଇନିଂସରେ ୩୯୯ ରନ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ ୧୨୯ ରନରେ ଅଲଆଉଟ ହୋଇ ଯାଇଥିଲା। କ୍ରିସ୍‌ ଓ୍ବକ୍ସ ଓ ଷ୍ଟୁଆର୍ଟ ବ୍ରଡ୍‌ ଘାତକ ବୋଲିଂ କରି ଓ୍ବେଷ୍ଟଇଣ୍ଡିଜର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ଓ୍ବକ୍ସ ୫୦ ରନ ବିନିମୟରେ ୫ ଉଇକେଟ ସଫଳତା ପାଇଥିବାବେଳେ ବ୍ରଡ୍‌ ୪ଟି ଉଇକେଟ ନେଇଥିଲେ। ମ୍ୟାଚରେ ୧୦ ଉଇକେଟ ସଫଳତା ପାଇଥିବା ବ୍ରଡ୍‌ ଟେଷ୍ଟ କ୍ରିକେଟରେ ୫୦୦ ଉଇକେଟର ମାଇଲଖୁଣ୍ଟ ମଧ୍ୟ ସ୍ପର୍ଶ କରିଥିଲେ। ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ଶାଇ ହୋପ୍‌ ସର୍ବାଧିକ ୩୧, ଜର୍ମେନ ବ୍ଲାକ୍‌ଉଡ୍‌ ୨୩ ଓ ଶାମରା ବ୍ରୁକ୍ସ ୨୨ ରନ କରିବାକୁ ସକ୍ଷମ ହୋଇଥିଲେ। ବର୍ଷା ଯୋଗୁ ଏକାଧିକଥର ମ୍ୟାଚ ବାଧାପ୍ରାପ୍ତ ହୋଇଥିଲେ ହେଁ ଓ୍ବେଷ୍ଟଇଣ୍ଡିଜ ପରାଜକୁ ଏଡ଼ାଇପାରି ନ ଥିଲା। କୌଣସି ୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ହାରିବାପରେ ସଫଳ ପ୍ରତ୍ୟାବର୍ତ୍ତନ କରି ବିଜୟ ହାସଲ କରିବା ଇଂଲଣ୍ଡ ପାଇଁ ଏହା ୫ମ ଦୃଷ୍ଟାନ୍ତ। ୧୯୮୨-୮୩ ବନାମ ଅଷ୍ଟ୍ରେଲିଆ, ୧୯୮୮ ବନାମ ଅଷ୍ଟ୍ରେଲିଆ, ୨୦୦୦-୦୧ ବନାମ ଶ୍ରୀଲଙ୍କା, ୨୦୦୭-୦୮ ବନାମ ନ୍ୟୁଜିଲାଣ୍ଡ ସିରିଜରେ ମଧ୍ୟ ଇଂଲଣ୍ଡ ଅନୁରୂପ ଭାବେ ସଫଳ ପ୍ରତ୍ୟାବର୍ତ୍ତନ କରି ସିରିଜ ଜିତିଥିଲା।
ସଂକ୍ଷିପ୍ତ ସ୍କୋର
ଇଂଲଣ୍ଡ ପ୍ରଥମ ଇନିଂସ: ୩୬୯।
ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସ: ୧୯୭।
ଇଂଲଣ୍ଡ ଦ୍ୱିତୀୟ ଇନିଂସ: ୨୨୬/୨(ଘୋଷଣା)
ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ଇନିଂସ: ୧୨୯/ଅଲଆଉଟ(ଶାଇ ହୋପ୍‌-୩୧, ଜର୍ମେନ ବ୍ଲାକ୍‌ଉଡ୍‌-୨୩, ଶାମରା ବ୍ରୁକ୍ସ-୨୨, ଷ୍ଟୁଆର୍ଟ ବ୍ରଡ୍‌-୪/୩୬, କ୍ରିସ୍‌ ଓ୍ବକ୍ସ-୫/୫୦)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା: ଲୁକ୍କାୟିତ ପ୍ରତିଭା ନଜରକୁ ଆସିବେ

ନୂଆଦିଲ୍ଲୀ, ୧୪।୨-ଓଡ଼ିଶାରେ ହେବାକୁ ଯାଉଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ୮ଟି ଲେଖାଏ ମହିଳା ଓ ପୁରୁଷ ହକି ଦଳ ଅଂଶଗ୍ରହଣ କରିବେ। ଭୁବନେଶ୍ୱର ଓ...

ଫ୍ରେଞ୍ଚ ଓପନ ଫାଇନାଲରେ ହାରିଲେ ସ୍ବସ୍ତିକ-ଚିରାଗ

ପ୍ୟାରିସ୍‌,୨୮।୧୦- ଭାରତୀୟ ପୁରୁଷ ଡବଲ୍ସ ଖେଳାଳି ସ୍ବସ୍ତିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କ ଯୋଡ଼ିକୁ ଏଠାରେ ଚାଲିଥିବା ଫ୍ରେଞ୍ଚ ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ...

ଅଙ୍କିତା, ଋତୁଜା ସେମିଫାଇନାଲରେ

ବେଙ୍ଗାଲୁରୁ, ୧୧ା୩ (ପି.ଟି.): ଭାରତ ଅଙ୍କିତା ରାଇନା ଓ ଋତୁଜା ଭୋସେଲ ଏଠାରେ ଚାଲିଥିବା ଆଇଟିଏଫ୍‌ ଓମେନ୍ସ ଓପନ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଟୁର୍ନାମେଣ୍ଟରେ...

ଖୋର୍ଦ୍ଧା ଚାମ୍ପିୟନ, କିଟ୍‌-କିସ୍‌କୁ ବ୍ରୋଞ୍ଜ

ଭୁବନେଶ୍ୱର, ୭ା୧୧(ସ୍ପୋଟର୍‌ସ ବ୍ୟୁରୋ): ହକି ଆସୋସିଏଶନ୍‌ ଅଫ୍‌ ଓଡ଼ିଶା (ଏଚ୍‌ଏଓ) ଜୁନିୟର ମହିଳା ହକି ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ହାସଲ କରିଛି କିଟ୍‌-କିସ୍‌ ଦଳ। ଏଚ୍‌ଏଓ...

ଇଣ୍ଡିଆନ ସୁପର ଲିଗ୍‌: ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇନ ଏଫ୍‌ସି

ଚେନ୍ନାଇ,୩୦।୧୦(ପି.ଟି.)- ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଷଷ୍ଠ ସଂସ୍କରଣରେ ଚେନ୍ନାଇନ୍‌ ଏଫ୍‌ସି ବୁଧବାର ଏଟିକେକୁ ଭେଟିବ। ସ୍ଥାନୀୟ ମାରିନା ଏରିନାରେ ଖେଳାଯିବାକୁ ଥିବା ଏହି...

ପୂର୍ବତନ ହକି ଖେଳାଳି ରବିନ୍ଦର ପାଲ୍‌ ସିଂଙ୍କ ପରଲୋକ

ନୂଆଦିଲ୍ଲୀ, ୯ା୫ (ପି.ଟି.)- ଭାରତର ପୂର୍ବତନ ହକି ଖେଳାଳି ରବିନ୍ଦର ପାଲ୍‌ ସିଂଙ୍କ ଶନିବାର ସକାଳେ ଲକ୍ଷ୍ନୌରେ ପରଲୋକ ହୋଇଯାଇଛି। ତାଙ୍କୁ ୬୦ ବର୍ଷ ବୟସ...

ଆର୍ଚର, ରଏଙ୍କ ମ୍ୟାଚ୍ ଫି କଟିଲା

ନଟ୍ଟିଂହାମ, ୪୬(ପି.ଟି.)- ଆଇସିସି ଆଚରଣ ସଂହିତା ଉଲ୍ଲଂଘନ କରିଥତ୍ବା କାରଣରୁ ଦୁଇ ଇଂଲଣ୍ଡ କ୍ରିକେଟର ଜୋଫ୍ରା ଅାର୍ଚର ଓ ଜୋ ରୁଟ୍ଙ୍କୁ ଅାଥର୍ତ୍କ ଦଣ୍ଡରେ ଦଣ୍ଡିତ...

ଏହି ପ୍ରସିଦ୍ଧ ବ୍ୟାଟ୍ସମ୍ୟାନ୍‌ଙ୍କୁ କପି କଲେ ବିରାଟ କୋହଲି: ମିଳିଲା ଏମିତି ପ୍ରତିକ୍ରିୟା

ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଆୟୋଜକ ଅଷ୍ଟ୍ରେଲିଆ ବିପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ଟି -୨୦ ସିରିଜ୍‌ ଖେଳୁଛି। ଭାରତ ପ୍ରଥମ ମ୍ୟାଚକୁ ୧୧...

Advertisement
Archives

Model This Week