Posted inଖେଳ

ଓ୍ବେଷ୍ଟଇଣ୍ଡିଜକୁ ହରାଇ ଓ୍ବିଜଡେନ ଟ୍ରଫି ବଜାୟ ରଖିଲା ଇଂଲଣ୍ଡ

ମାଞ୍ଚେଷ୍ଟର, ୨୮।୭- କରୋନା ଭାଇରସ ସଂକ୍ରମଣ ଜନିତ ବ୍ରେକ୍‌ ପରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ କ୍ରିକେଟ ସିରିଜରେ ବିଜୟୀ ହୋଇଛି ଇଂଲଣ୍ଡ। ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ କ୍ରିକେଟ ଟେଷ୍ଟରେ ଘରୋଇ ଦଳ ୨୬୯ ରନରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଫଳରେ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୧ରେ ଜିତି ଇଂଲଣ୍ଡ ଓ୍ବିଜଡେନ ଟ୍ରଫି ବଜାୟ ରଖିଛି। ସାଉଥାମ୍ପଟନଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ ବିଜୟୀ ହୋଇଥିଲେ ହେଁ ଇଂଲଣ୍ଡ ସଫଳ ପ୍ରତ୍ୟାବର୍ତ୍ତନ କରି ମାଞ୍ଚେଷ୍ଟରରେ ଅନୁଷ୍ଠିତ ୨ଟି ଯାକ ଟେଷ୍ଟକୁ ଜିତିଛି। ସିରିଜଟି ଅନେକ କାରଣରୁ ସ୍ମରଣୀୟ ହୋଇଛି। କରୋନା ସଂକ୍ରମଣ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଅନିଶ୍ଚିତତାର ବାତାବରଣ ସୃଷ୍ଟି ହୋଇଥିବାବେଳେ ଇଂଲଣ୍ଡରେ ଏହା ଜୈବ-ସୁରକ୍ଷିତ ପରିବେଶ ଏବଂ ବିନା ଦର୍ଶକରେ ଅନୁଷ୍ଠିତ ହୋଇଥିଲା। ବିଦେଶରୁ ଆସିଥିବା ଖେଳାଳିମାନେ କ୍ୱାରାଣ୍ଟାଇନ୍‌ ଔପଚାରିକତା ପୂରଣ କରିବା, ଉଭୟ ଦଳର ଖେଳାଳିଙ୍କ କୋଭିଡ୍‌ ଟେଷ୍ଟ, ‘ବ୍ଲାକ୍‌ ଲାଇଭ୍ସ ମ୍ୟାଟର’କୁ ସମର୍ଥନ ଜଣାଇ ମ୍ୟାଚ ପୂର୍ବରୁ ଆଣ୍ଠୁ ତଳେ ପକାଇ ବସିବା ଆଦି ଏହି ସିରିଜର ସ୍ମରଣୀୟ ଘଟଣା ଥିଲା। ଟେଷ୍ଟ କ୍ରିକେଟରେ ୫୦୦ ଉଇକେଟ ପୂରଣ କରିଥିବା ଷ୍ଟୁଆର୍ଟ ବ୍ରଡ୍‌ ପ୍ଲେୟର ଅଫ୍‌ ଦି ମ୍ୟାଚ ଓ ଇଂଲଣ୍ଡର ପ୍ଲେୟର ଅଫ୍‌ ଦି ସିରିଜ ବିବେଚିତ ହୋଇଥିଲେ। ଓ୍ବେଷ୍ଟଇଣ୍ଡିଜର ପ୍ଲେୟର ଅଫ୍‌ ଦି ସିରିଜ ହୋଇଥିଲେ ରୋଷ୍ଟନ ଚେଜ୍‌।
ଦ୍ୱିତୀୟ ଇନିଂସରେ ୩୯୯ ରନ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ ୧୨୯ ରନରେ ଅଲଆଉଟ ହୋଇ ଯାଇଥିଲା। କ୍ରିସ୍‌ ଓ୍ବକ୍ସ ଓ ଷ୍ଟୁଆର୍ଟ ବ୍ରଡ୍‌ ଘାତକ ବୋଲିଂ କରି ଓ୍ବେଷ୍ଟଇଣ୍ଡିଜର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ଓ୍ବକ୍ସ ୫୦ ରନ ବିନିମୟରେ ୫ ଉଇକେଟ ସଫଳତା ପାଇଥିବାବେଳେ ବ୍ରଡ୍‌ ୪ଟି ଉଇକେଟ ନେଇଥିଲେ। ମ୍ୟାଚରେ ୧୦ ଉଇକେଟ ସଫଳତା ପାଇଥିବା ବ୍ରଡ୍‌ ଟେଷ୍ଟ କ୍ରିକେଟରେ ୫୦୦ ଉଇକେଟର ମାଇଲଖୁଣ୍ଟ ମଧ୍ୟ ସ୍ପର୍ଶ କରିଥିଲେ। ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ଶାଇ ହୋପ୍‌ ସର୍ବାଧିକ ୩୧, ଜର୍ମେନ ବ୍ଲାକ୍‌ଉଡ୍‌ ୨୩ ଓ ଶାମରା ବ୍ରୁକ୍ସ ୨୨ ରନ କରିବାକୁ ସକ୍ଷମ ହୋଇଥିଲେ। ବର୍ଷା ଯୋଗୁ ଏକାଧିକଥର ମ୍ୟାଚ ବାଧାପ୍ରାପ୍ତ ହୋଇଥିଲେ ହେଁ ଓ୍ବେଷ୍ଟଇଣ୍ଡିଜ ପରାଜକୁ ଏଡ଼ାଇପାରି ନ ଥିଲା। କୌଣସି ୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ହାରିବାପରେ ସଫଳ ପ୍ରତ୍ୟାବର୍ତ୍ତନ କରି ବିଜୟ ହାସଲ କରିବା ଇଂଲଣ୍ଡ ପାଇଁ ଏହା ୫ମ ଦୃଷ୍ଟାନ୍ତ। ୧୯୮୨-୮୩ ବନାମ ଅଷ୍ଟ୍ରେଲିଆ, ୧୯୮୮ ବନାମ ଅଷ୍ଟ୍ରେଲିଆ, ୨୦୦୦-୦୧ ବନାମ ଶ୍ରୀଲଙ୍କା, ୨୦୦୭-୦୮ ବନାମ ନ୍ୟୁଜିଲାଣ୍ଡ ସିରିଜରେ ମଧ୍ୟ ଇଂଲଣ୍ଡ ଅନୁରୂପ ଭାବେ ସଫଳ ପ୍ରତ୍ୟାବର୍ତ୍ତନ କରି ସିରିଜ ଜିତିଥିଲା।
ସଂକ୍ଷିପ୍ତ ସ୍କୋର
ଇଂଲଣ୍ଡ ପ୍ରଥମ ଇନିଂସ: ୩୬୯।
ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସ: ୧୯୭।
ଇଂଲଣ୍ଡ ଦ୍ୱିତୀୟ ଇନିଂସ: ୨୨୬/୨(ଘୋଷଣା)
ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ଇନିଂସ: ୧୨୯/ଅଲଆଉଟ(ଶାଇ ହୋପ୍‌-୩୧, ଜର୍ମେନ ବ୍ଲାକ୍‌ଉଡ୍‌-୨୩, ଶାମରା ବ୍ରୁକ୍ସ-୨୨, ଷ୍ଟୁଆର୍ଟ ବ୍ରଡ୍‌-୪/୩୬, କ୍ରିସ୍‌ ଓ୍ବକ୍ସ-୫/୫୦)।


Enter your email to get our daily news in your inbox.

All Right Reserved By Dharitri.Com

‘ଜ୍ଞାନେଶ କୁମାରଙ୍କ ତଣ୍ଟି କାଟିଦେବି’: ବିବାଦୀୟ ବୟାନକୁ ନେଇ ରାଜନୀତିରେ ଚହଳ , ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୯: ଭାରତୀୟ ନିର୍ବାଚନ ଆୟୋଗ (ECI)କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଦେଶର ରାଜନୀତି ସରଗରମ ରହିଛି। ଏହାରି ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ…

ନାଇରା ଛକ ନିକଟରେ ଦବିଲା ହାଇଓ୍ବା, ଯାତାୟାତ ବାଧାପ୍ରାପ୍ତ

ଗୁଡାରି,୨୭।୯(ପ୍ରମୋଦ କୁମାର ପତି ): ନାଇରା-ଗୁଡାରି ରାସ୍ତାର ନାଇରା ଛକ ନିକଟରେ ଏକ ହାଇୱା ଦବି ଯିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତା ଖରାପ…

ହିମନ୍ତ ବିଶ୍ୱ ଶର୍ମାଙ୍କୁ ଅଲ୍ଟିମେଟମ ଦେଲେ ଅଭିଜିତ, ଏମିତି ନ କଲେ ଆସାମରେ ହେବ…

ନୂଆଦିଲ୍ଲୀ,୨୭।୯: ଗୁଆହାଟୀରେ କକ୍ରୋଚ ଜନତା ପାର୍ଟି (CJP)ର ସହ-ସଂସ୍ଥାପକ ଆଶୁତୋଷ ରାଙ୍କାଙ୍କ ସମେତ ଅନ୍ୟ କିଛି କର୍ମୀଙ୍କୁ ଆସାମ ପୋଲିସ ଅଟକ ରଖିବା ପରେ CJP ସଂସ୍ଥାପକ…

ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ବଡ଼ ଖବର: ଏବେ ବର୍ଷକୁ ୧୩ ନୁହେଁ, ୧୨ ଥର କରିବାକୁ ପଡ଼ିବ ରିଚାର୍ଜ

ନୂଆଦିଲ୍ଲୀ,୨୭।୯: ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ଏକ ଅତ୍ୟନ୍ତ ଖୁସିର ଖବର ସାମ୍ନାକୁ ଆସିଛି। କେନ୍ଦ୍ର ସରକାର ଏବଂ ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (TRAI) ଦେଶର…

‘ତାଙ୍କ ମୃତ୍ୟୁ ପାଇଁ ପ୍ରାର୍ଥନା କରିବି…’, ମୁଖ୍ୟମନ୍ତ୍ରୀଙ୍କୁ ନେଇ ବିବାଦୀୟ ବୟାନ ଦେଲେ ବିଧାୟକ, ଚାରିଆଡ଼େ ଚର୍ଚ୍ଚା

କୋଲକାତା,୨୭।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନେଇ ଆମଜନତା ଉନ୍ନୟନ ପାର୍ଟି (AJUP) ଅଧ୍ୟକ୍ଷ ତଥା ନଓଦା ବିଧାୟକ ହୁମାୟୁନ କବୀରଙ୍କ ଏକ ବିବାଦୀୟ ବୟାନ ସାମ୍ନାକୁ…

ନଦୀ ସ୍ରୋତରେ ଭାସିଯାଇ ଥିଲେ ବୃଦ୍ଧ, ୧୦ ଘଣ୍ଟା ପରେ ଜୀବିତ ହେଲେ ଉଦ୍ଧାର

ହିଞ୍ଜିଳିକାଟୁ,୨୭।୯(ଦ୍ବିତୀକୃଷ୍ଣ ପଣ୍ଡା): ରଖେ ହରି ତ, ମାରେ କି’ଏ। ଏଭଳି ଏକ ଘଟଣାଟି ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମ ନିକଟ ଘୋଡ଼ାହାଡ଼ ନଦୀରେ ଘଟିଛି।…

ରାଜକୁମାର ବୁଧଙ୍କ ବଡ଼ ନକ୍ଷତ୍ର ପରିବର୍ତ୍ତନ: ପହିଲାଠୁ କନ୍ୟା ସମେତ ୪ ରାଶି ହେବେ ଧନବାନ୍‌, ପଛକୁ ପଛ ଲାଗିବ ଲଟେରୀ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ନକ୍ଷତ୍ର ପରିବର୍ତ୍ତନକୁ ବେଶ ପ୍ରଭାବଶାଳୀ ବୋଲି ମନାଯାଏ। ଦ୍ରିକ ପଞ୍ଚାଙ୍ଗ ଅନୁସାରେ ବୁଦ୍ଧି, ବାଣୀ, ଯୋଗାଯୋଗ ଓ ବ୍ୟବସାୟର କାରକ ବୁଧ…

ଅଶ୍ଳେଷା ନକ୍ଷତ୍ରରେ ଗୁରୁ ବୃହସ୍ପତିଙ୍କ ପ୍ରବେଶ: ୬ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ଧନବର୍ଷା ଯୋଗ! ଘରକୁ ଆସିବ ଖୁସିଖବର

ଭୁବନେଶ୍ୱର: ଜ୍ୟୋତିଷ ଗଣନା ଅନୁସାରେ ଦେବଗୁରୁ ବୃହସ୍ପତି ଆସନ୍ତା ଅକ୍ଟୋବର ୮ ତାରିଖ ସନ୍ଧ୍ୟା ୭ଟା ୦୩ ମିନିଟରେ ଅଶ୍ଳେଷା ନକ୍ଷତ୍ରର ଚତୁର୍ଥ ପଦରେ ପ୍ରବେଶ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?