Posted inଖେଳ

ଆଇପିଏଲ୍‌ ଅକ୍‌ଶନ ପୂର୍ବରୁ ବଡ଼ ଘୋଷଣା କଲା ବିସିସିଆଇ

ବାଙ୍ଗାଲୋର,୯।୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୧୫ତମ ସଂସ୍କରଣ ଲାଗି ଅଷ୍ଟ୍ରେଲିଆ ଖେଳାଳିଙ୍କ ଉପଲବ୍ଧତା ଏବେ କିଛି କଣ୍ଡିଶନ ଉପରେ ନିର୍ଭର କରୁଛି। ସବୁଠୁ ଧନୀ ଲିଗ୍‌ ସମୟରେ ହେବାକୁ ଥିବା ବାଂଲାଦେଶ ବିପକ୍ଷ ସିରିଜ୍‌ ଲାଗି ଶ୍ରୀଲଙ୍କା ଖେଳାଳିମାନେ ଉପଲବ୍ଧ ରହିବେ ନାହିଁ। କିନ୍ତୁ ଇଂଲଣ୍ଡ ଏବଂ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ସମେତ ପ୍ରାୟତଃ ବୋର୍ଡ ମାର୍ଚ୍ଚ ଶେଷରୁ ମେ ଶେଷ ସପ୍ତାହ ପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଖେଳିବା ପାଇଁ ଖେଳାଳିଙ୍କୁ ଅନୁମତି ଦେଇଛନ୍ତି।

“ଆଇପିଏଲ୍‌ ପରେ ଇଂଲଣ୍ଡ ଦଳକୁ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଡବ୍ଲ୍ୟୁଟିସି ଟେଷ୍ଟ ମ୍ୟାଚ୍‌ ଖେଳିବାର ଅଛି। ଇଂଲଣ୍ଡର ସମସ୍ତ ଖେଳାଳି ମେ ୨୯ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବେ” ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଫ୍ରାଞ୍ଚାଇଜମାନଙ୍କୁ ସୂଚନା ଦିଆଯାଇଛି।

ଏକ ଫ୍ରାଞ୍ଚାଇଜ ଅଧିକାରୀ କହିଛନ୍ତି, ବୁଧବାର ବୋର୍ଡ ପକ୍ଷରୁ ଏକ ମେଲ ଆସିଛି। ସେଥିରେ ଇଂଲଣ୍ଡ ଖେଳାଳିମାନେ ମାର୍ଚ୍ଚ ୨୮ ରୁ ମେ ୨୯ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ରହିବେ। ଚଳିତ ବର୍ଷର ଆଇପିଏଲ ମାର୍ଚ୍ଚ ୨୭ ତାରିଖରୁ ଆରମ୍ଭ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗିଲ୍‌ କରିଦେଲେ ବଡ଼ ଭୁଲ, ୧୨ ଲକ୍ଷ ଟଙ୍କାର ଜରିମାନା ଲଗାଇଲା BCCI

ନୂଆଦିଲ୍ଲୀ,୨୦।୪: ଜରିମାନା ଗଣିବେ ଗୁଜରାଟ ଟାଇଟାନ୍ସ (GT) ଅଧିନାୟକ ଶୁଭମନ ଗିଲ। ୨୦୨୫ ଆଇପିଏଲରେ ସ୍ଲୋ ଓଭର ରେଟ ପାଇଁ ତାଙ୍କ ଉପରେ ୧୨ ଲକ୍ଷ...

ଜିଓର ଜବରଦସ୍ତ ପ୍ଲାନ୍‌; ଏତିଟି ଟଙ୍କାରେ ମିଳୁଛି ୫୦୦ ଜିବି ଡାଟା, ମାଗଣା ଓଟିଟି, ଚାଲିବ ୨୦୦ ଦିନ… 

ନୂଆଦିଲ୍ଲୀ,୨୦।୪: ଯେତେବେଳେ ଫୋନ୍‌ରୁ ରିଚାର୍ଜ ପ୍ଲାନ ଶେଷ ହୋଇଯାଏ, କେଉଁ ପ୍ଲାନ ନେବା ଠିକ୍‌ ହେବ ଜଣାପଡେନାହିଁ। ଏଥିଲାଗି ଅନେକ ଥର ପୁରୁଣା ଯୋଜନାକୁ ପୁଣି...

ପାକିସ୍ତାନର କିଏ ସେହି ହିନ୍ଦୁ ନେତା Kheal Das Kohistani? ଯାହାଙ୍କ ଉପରେ ପ୍ରଦର୍ଶନକାରୀ କଲେ ଆକ୍ରମଣ

ଇସଲାମାବାଦ,୨୦।୪: ସିନ୍ଧରେ ଜଣେ ହିନ୍ଦୁ ପାକିସ୍ତାନୀ ରାଷ୍ଟ୍ରମନ୍ତ୍ରୀଙ୍କୁ ପ୍ରଦର୍ଶନକାରୀମାନେ ଆକ୍ରମଣ କରିଥିଲେ। ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ନେତୃତ୍ୱାଧୀନ ସରକାରରେ ଧାର୍ମିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ Kheal Das...

ଈଶାନଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ଆଲିଆଙ୍କ ବଡ଼ ଭଉଣୀ

ମୁମ୍ବାଇ: ପ୍ରେମରେ ପଡ଼ିଛନ୍ତି ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଭଉଣୀ ଶାହୀନ ଭଟ୍ଟ। ସର୍ବଦା ଲାଇମ୍‌ଲାଇଟ୍‌ରୁ ଦୂରରେ ରହିବାକୁ ପସନ୍ଦ କରନ୍ତି ସେ। ହେଲେ ସୋସିଆଲ...

୯ ଦଫା ଦାବି ନେଇ ଏସ୍‌ପିଙ୍କୁ ଦାବିପତ୍ର ପ୍ରଦାନ କଲା ସିଟିଜେନ୍‌ ଫୋରମ୍‌

କେସିଙ୍ଗା,୨୦ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ସିଟିଜେନ ଫୋରମ୍‌ର ସଭାପତି ଡ. ହେମସାଗର ସାହାଙ୍କ ନେତୃତ୍ୱରେ କେସିଙ୍ଗାସହରସ୍ଥିତ ବିଦ୍ୟାପୀଠର ସଭାଗୃହରେ ଏକ ସାଧାରଣ ବୈଠକ ରବିବାର...

Mallikarjun Kharge: ଡବଲ ଇଞ୍ଜିନ ନୁହେଁ, ବିହାରକୁ ଦରକାର ସିଙ୍ଗଲ ଇଞ୍ଜିନ ସରକାର, କାହିଁକି ଏମିତି କହିଲେ ଖାର୍ଗେ, ଜାଣନ୍ତୁ…

ପାଟନା,୨୦।୪: କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ Mallikarjun Kharge ରବିବାର (୨୦ ଏପ୍ରିଲ, ୨୦୨୫) ବିହାରରେ ଏକ ରାଲିକୁ ସମ୍ବୋଧିତ କରିଥିଲେ। ରାଜ୍ୟରେ ଶାସକ ଭାଜନା ଏବଂ...

ଜଣେ ମନ୍ତ୍ରୀ ୭ ବିଧାୟକ…, ମୋଦିଙ୍କ ମଡେଲ ଲାଗୁକଲେ Rekha Gupta

ନୂଆଦିଲ୍ଲୀ,୨୦।୪: ଦିଲ୍ଲୀରେ ଦ୍ରୁତ ବିକାଶ ପାଇଁ, Rekha Gupta ସରକାର ପ୍ରଧାନମନ୍ତ୍ରୀ ମୋଦିଙ୍କ ମଡେଲକୁ କାର୍ଯ୍ୟକାରୀ କରଛନ୍ତି। କେନ୍ଦ୍ରର ମୋଦି ସରକାରଙ୍କ ‘ସଂସଦ ଆଦର୍ଶ ଗ୍ରାମ...

ନରସିଂହଙ୍କ ଘରେ ଧର୍ମେନ୍ଦ୍ର, ନୂଆ ସମୀକରଣ ନେଇ ରାଜନୈତିକ ମହଲରେ ଜୋର୍‌ଦାର୍‌ ଚର୍ଚ୍ଚା

ବଲାଙ୍ଗୀର,୨୦ା୪: କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ଘରେ ଅତିଥି ବା କୁଣିଆ ସାଜିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନରସିଂହଙ୍କ ପୁଅ ସମରେନ୍ଦ୍ରଙ୍କ କୃଷିଭିତ୍ତିକ ଅନୁଷ୍ଠାନର ଉଦଘାଟ୍‌ନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri