Posted inଖେଳ

ସିରିଜ ବିଜୟ ଲକ୍ଷ୍ୟରେ ଇଂଲଣ୍ଡ: ଷ୍ଟୋକ୍ସଙ୍କ ସ୍ଥାନ ନେଲେ ଏହି ଖେଳାଳି

ସାଉଥାମ୍ପଟନ, ୧୨।୮- ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ସ୍ଥାନୀୟ ରୋଜ ବାଓଲ ଷ୍ଟାଡିୟମରେ ଗୁରୁବାର ଆରମ୍ଭ ହେବ। ମାଞ୍ଚେଷ୍ଟରଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଇଂଲଣ୍ଡ ୩ ଉଇକେଟରେ ବିଜୟ ହାସଲ କରି ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀଲାଭ କରିଛି। ତେଣୁ ଏହି ଟେଷ୍ଟ ପାକିସ୍ତାନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅନ୍ୟ ପକ୍ଷରେ ଇଂଲଣ୍ଡ ବିଜୟଧାରା ଜାରି ରଖି ଆଗୁଆ ସିରିଜ କବ୍‌ଜା କରିବା ଲକ୍ଷ୍ୟରେ ରହିଛି। ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଏକଦା ଖରାପ ସ୍ଥିତିରେ ଥିଲେ ହେଁ ସଫଳ ପ୍ରତ୍ୟାବର୍ତ୍ତନ କରିଥିବାରୁ ଦଳର ମନୋବଳ ବଢ଼ିଯାଇଛି।
ଇଂଲଣ୍ଡ ଦଳରେ ବେନ୍‌ ଷ୍ଟୋକ୍ସଙ୍କ ସ୍ଥାନରେ ଓଲି ରବିନସନଙ୍କୁ ସାମିଲ କରାଯାଇଛି। ପାରିବାରିକ କାରଣରୁ ଷ୍ଟୋକ୍ସ ନ୍ୟୁଜିଲାଣ୍ଡ ଯାଇଛନ୍ତି। ଫଳରେ ଜ୍ୟାକ କ୍ରଲି ତୃତୀୟ ନମ୍ବରରେ ବ୍ୟାଟିଂ ପାଇଁ ଆସିବେ। ବୋଲିଂ ଲାଇନ୍‌ଅପ୍‌ରେ ଇଂଲଣ୍ଡ ରୋଟେଶନ ପଦ୍ଧତି ଅବଲମ୍ବନ କରୁଛି। ତେଣୁ ଆଗାମୀ ମ୍ୟାଚ ପାଇଁ ଦଳରେ ପରିବର୍ତ୍ତନ ହୋଇପାରେ। ଜେମ୍ସ ଆଣ୍ଡରସନଙ୍କ ଫର୍ମ ଭଲ ନାହିଁ। ତେଣୁ ତାଙ୍କୁ ବିଶ୍ରାମ ଦିଆଯାଇ ସାମ୍‌ କୁରାନ କିମ୍ବା ରବିନସନଙ୍କୁ ସାମିଲ କରାଯାଇପାରେ। ସେହିପରି ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ପରେ ମାର୍କ ଉଡ୍‌ ଆଉ ଖେଳିବା ସୁଯୋଗ ପାଇ ନାହାନ୍ତି। ଆଗାମୀ ମ୍ୟାଚରେ ସେ ଜୋଫ୍ରା ଆର୍ଚରଙ୍କ ସ୍ଥାନ ନେଇପାରନ୍ତି। ରବିନସନ, କୁରାନ ଓ ଉଡ୍‌ ବୁଧବାର ଦୀର୍ଘସମୟଧରି ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା।


ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ଙ୍କ ପରି ପାକିସ୍ତାନ ଅଧିନାୟକ ଆଝାର ଅଲୀ ଦକ୍ଷତା ଅନୁସାରେ ଖେଳିପାରି ନାହାନ୍ତି। ସିରିଜକୁ ପ୍ରତ୍ୟାବର୍ତ୍ତନ ପାଇଁ ଆଗାମୀ ଟେଷ୍ଟ ଜିତିବା ଜରୁରୀ ଥିବାରୁ ଭ୍ରମଣକାରୀ ଦଳ ଅଧିନାୟକଙ୍କ ବ୍ୟାଟ୍‌ରୁ ଏକ ବଡ଼ ଇନିଂସ ନିଶ୍ଚିତ ଆଶା କରିବ। ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ପାକିସ୍ତାନ ୨ ସ୍ପିନରଙ୍କୁ ନେଇ ଖେଳିଥିଲା। ରୋଜ ବାଓଲରେ ୨ ସ୍ପିନରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ ନା ଜଣେ ଅତିରିକ୍ତ ବ୍ୟାଟ୍ସମ୍ୟାନଙ୍କୁ ଖେଳାଇବ ତାହା ବିଚାର୍ଯ୍ୟ। ଅତିରିକ୍ତ ବ୍ୟାଟ୍ସମ୍ୟାନ ରଣନୀତି ଅବଲମ୍ବନ କଲେ ଫଓ୍ବଦ ଆଲମ ୧୧ ବର୍ଷ ବ୍ୟବଧାନରେ ପ୍ରଥମ ଟେଷ୍ଟ ଖେଳିବା ସୁଯୋଗ ପାଇବେ। ଫାଷ୍ଟ ବୋଲିଂ ଲାଇନ୍‌ଅପ୍‌ରେ ମଧ୍ୟ ଦଳ ପରିବର୍ତ୍ତନ କରିପାରେ। ଓ୍ବାର୍ମଅପ୍‌ ମ୍ୟାଚରେ ସୋହେଲ ଖାଁ ୨ ଥର ୫ ଉଇକେଟ ସଫଳତା ପାଇଥିଲେ। ଫାହିମ ଅଶ୍ରଫ୍‌ଙ୍କ ରୂପରେ ମଧ୍ୟ ବିକଳ୍ପ ଉପଲବ୍ଧ। ତେଣୁ ଏ କ୍ଷେତ୍ରରେ ଟିମ୍‌ ମ୍ୟାନେଜମେଣ୍ଟ କେଉଁ ପ୍ରକାର ରଣନୀତି ଅବଲମ୍ବନ କରୁଛି ତା ଉପରେ ନଜର ରହିଛି।
ସାଉଥାମ୍ପଟନ ସର୍ଫେସ ଚଳିତ ସିଜନରେ ସ୍ଲୋ ରହୁଥିବାରୁ ବ୍ୟାଟିଂ ପାଇଁ ସହଜ ହେଉନାହିଁ। ଗତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ପ୍ରଥମ ଇନିଂସରୁ ହିଁ ଏହା ପ୍ରତୀୟମାନ ହୋଇଥିଲା। ଏହି ଟେଷ୍ଟ ଅବସରରେ ପାଗ ଖରାପ ରହିବା ପୂର୍ବାନୁମାନ କରାଯାଉଛି। ଘଡ଼ଘଡ଼ି ବିଜୁଳି ସହ ଦ୍ୱିତୀୟ ଏବଂ ତୃତୀୟ ଦିବସରେ ବର୍ଷା ହେବାର ସମ୍ଭାବନା ରହିଛି। ଫଳରେ ତାପମାତ୍ରା କମିବ ଏବଂ ଖେଳିବା ସହଜ ହେବନାହିଁ।
ସମ୍ଭାବ୍ୟ ଇଂଲଣ୍ଡ ଦଳ: ଜୋ ରୁଟ୍‌(ଅଧିନାୟକ), ରୋରି ବନର୍‌ସ, ଡୋମିନିକ୍‌ ସିବ୍‌ଲେ, ଜ୍ୟାକ୍‌ କ୍ରଲି, ଓଲି ପୋପ୍‌, ଜେସ୍‌ ବଟଲର, କ୍ରିସ୍‌ ଓ୍ବକ୍ସ, ଡୋମିନିକ୍‌ ବେସ୍‌, ମାର୍କ ଉଡ୍‌, ଷ୍ଟୁଆର୍ଟ ବ୍ରଡ୍‌, ସାମ୍‌ କୁରାନ।
ସମ୍ଭାବ୍ୟ ପାକିସ୍ତାନ ଦଳ: ଆଝାର ଅଲୀ(ଅଧିନାୟକ), ଶାନ ମାସୁଦ, ଆବିଦ ଅଲୀ, ବାବର ଆଜମ, ଅସଦ ସଫିକ୍‌, ଫଓ୍ବତ ଆଲମ, ମହମ୍ମଦ ରିଜଓ୍ବାନ, ୟାସିର ଶାହା, ମହମ୍ମଦ ଆବାସ, ଶାହିନ ଶାହ ଆଫ୍ରିଦୀ, ନଇମ ଶାହା।
ଖେଳ ଆରମ୍ଭ: ଅପରାହ୍ନ ୩ଟା ୩୦
ପ୍ରସାରଣ: ସୋନି ସିକ୍ସ


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…

କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…

ଭୟଙ୍କର ଦୁର୍ଘଟଣା; ଟ୍ରକ୍‌-ବାଇକ୍‌ ଧକ୍କାରେ ଆଖିବୁଜିଲେ ଉପେନ୍ଦ୍ର

ପାରଳାଖେମୁଣ୍ଡି, ୭।୧୦ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ୍‌ ଅନ୍ତର୍ଗତ ଗୁରାଣ୍ଡା ଥାନା ପାଟିକୋଟା ଗ୍ରାମ ନିକଟରେ ଟ୍ରକ୍‌-ବାଇକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?