Posted inଖେଳ

ହଠାତ୍‌ ଘୋଷଣା କଲେ ଅବସର

ଲଣ୍ଡନ,୨୭।୯: ଇଂଲଣ୍ଡ ଅଲରାଉଣ୍ଡର ମୋଇନ ଅଲି ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ପକ୍ଷରୁ ସୋମବାର ବିଜ୍ଞପ୍ତି ଜାରି କରାଯାଇଛି। ଅଧିକ ଦିନ ଧରି ଖେଳ ଜାରି ରଖିବା ପାଇଁ ଅଲି କ୍ରିକେଟର ପାରମ୍ପରିକ୍‌ ଫର୍ମାଟରୁ ଅବସର ନେଇଛନ୍ତି। ଟେଷ୍ଟ କ୍ରିକେଟରେ ଏପର୍ଯ୍ୟନ୍ତ ତାଙ୍କୁ ମିଳିଥିବା ସଫଳତାରେ ସନ୍ତୁଷ୍ଟ ବୋଲି ୩୪ ବର୍ଷୀୟ ଖେଳାଳି କହିଛନ୍ତି।

ମୋତେ ଏବେ ୩୪। ଅଧିକରୁ ଅଧିକ କ୍ରିକେଟର ମଜା ନେବାକୁ ମୁଁ ଚାହେଁ। ମୁଁ ଟେଷ୍ଟ କ୍ରିକେଟର ମଜା ନେଇଛି। କିନ୍ତୁ ମୋତେ ଲାଗୁଛି ମୁଁ ଟେଷ୍ଟ କ୍ରିକେଟ ଲାଗି ଯଥେଷ୍ଟ ଅବଦାନ ଦେଇଛି। ମୋ ସଫଳତାରେ ମୁଁ ସନ୍ତୁଷ୍ଟ ବୋଲି ସିଏସ୍‌କେର ଅଲରାଉଣ୍ଡର ଅଲି କହିଛନ୍ତି।

ଇଂଲଣ୍ଡ ପକ୍ଷରୁ ୬୪ ଟେଷ୍ଟ ମ୍ୟାଚ୍‌ ଖେଳିଥିବା ଅଲି ୨୮.୨୯ ହାରରେ ୨,୯୧୪ ରନ୍‌ କରିଛନ୍ତି। ବାମହାତୀ ବ୍ୟାଟ୍ସମ୍ୟାନଙ୍କ ନାମରେ ୫ ଶତକ ଓ ୧୪ ଅର୍ଦ୍ଧଶତକ ରହିଛି। ଡାହାଣହାତୀ ଅଫ୍‌ ସ୍ପିନର ୬ ଥର ୫ ଉଇକେଟ ସଫଳତା ହାତେଇବା ସହ ୧୯୫ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆବୁ ଜାୟେଦଙ୍କୁ ଭର୍ତ୍ସନା

ରାଓ୍ବଲପିଣ୍ଡି, ୧୧ା୨ (ପି.ଟି.)- ଏଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟରେ ପାକିସ୍ତାନ ଅଧିନାୟକ ଆଝାର ଅଲ୍ଲୀଙ୍କ ଉଇକେଟ ପତନ ପରେ ଆକ୍ରମଣାତ୍ମକ ଅଙ୍ଗଭଙ୍ଗୀ ପାଇଁ ବାଂଲାଦେଶ...

ଆଇପିଏଲ୍‌ ପୂର୍ବରୁ ହାତକୁ ଦି’ ହାତ ହେଲେ ରାହୁଲ

ପାଣାଜୀ,୧୦।୩:ଭାରତୀୟ କ୍ରିକେଟର ରାହୁଲ ଚହର ତାଙ୍କ ପ୍ରେମିକା ଇଶାନି ଜୋହରଙ୍କୁ ବିବାହ କରିଛନ୍ତି। ଲେଗ ସ୍ପିନର ରାହୁଲ ଗୋଆରେ ଏକ ନୂତନ ଇନିଂସ ଆରମ୍ଭ କରିଛନ୍ତି।...

ଚୁକ୍ତିରୁ ଓହରିଯିବା ଲାଗି ଚ୍ୟାନେଲ ସେଭେନ୍‌ର ଧମକ

ମେଲବୋର୍ନ, ୨୯ା୮ (ପି.ଟି.)-କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ୨୦୨୦-୨୧ ସିଜନ ପାଇଁ ଏହାର ଘରୋଇ ଓ ଅନ୍ତର୍ଜାତୀୟ କ୍ୟାଲେଣ୍ଡରକୁ ଠିକଣା ରୂପେ ହାତେଇ ପାରୁ ନ ଥିବା...

ରିୟଲ ମାଡ୍ରିଡ୍‌ ଛାଡ଼ିବେ ଜିଡାନ

ମାଡ୍ରିଡ୍‌,୧୭।୫: ଫ୍ରାନ୍ସ କିମ୍ବଦନ୍ତୀ ଫୁଟ୍‌ବଲର ଜିନେଡାଇ ଜିଡାନ ରିୟଲ ମାଡ୍ରିଡ୍‌ କ୍ଲବର କୋଚ୍‌ ପଦ ଛାଡିବେ ବୋଲି ସୂଚନା ଦେଇଛନ୍ତି। ଚଳିତ ସେସନ ଶେଷ ଆଡକୁ...

କ୍ୱାର୍ଟରରେ ସିନ୍ଧୁ, ଲକ୍ଷ୍ୟ ଆଉଟ୍‌

ହାଇଦ୍ରାବାଦ୍‌,୧୩।୩- ଭାରତୀୟ ଷ୍ଟାର ମହିଳା ବ୍ୟାଡ୍‌ମିଣ୍ଟନ ଖେଳାଳି ପି. ଭି. ସିନ୍ଧୁ ଏଠାରେ ଚାଲିଥିବା ସମ୍ମାନଜନକ ଅଲ ଇଂଲଣ୍ଡ ଚାମ୍ପିୟନଶିପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।...

ରଣଜୀ ଟ୍ରଫି: ରାଜେଶଙ୍କ ଶତକ ସତ୍ତ୍ୱେ ଓଡ଼ିଶା ୨୯୩ରେ ସୀମିତ

କଟକ ଅଫିସ,୬ା୨-  ମହାରାଷ୍ଟ୍ରର ନାଗୋଥାନେ ସ୍ଥିତ ରିଲାଏନ୍ସ କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ମହାରାଷ୍ଟ୍ର ରଣଜୀ ଟ୍ରଫି କ୍ରିକେଟ ମ୍ୟାଚର ଦ୍ୱିତୀୟ ଦିବସ ଖେଳ ବୁଧବାର ଶେଷ...

ନାଗାଲଙ୍କ ଭବିଷ୍ୟତ ଉଜ୍ଜ୍ୱଳ: ଫେଡରର

ନ୍ୟୁୟର୍କ,୨୮।୮(ପି.ଟି.)- ୟୁଏସ୍‌ ଓପନ ପ୍ରଥମ ରାଉଣ୍ଡର ପ୍ରଥମ ସେଟ୍‌ରେ ଝଟ୍‌କା ଦେଇଥିବା ସୁମିତ୍‌ ନାଗାଲଙ୍କୁ ଅଭିଜ୍ଞ ରୋଜର ଫେଡରର ପ୍ରଶଂସା କରିଛନ୍ତି। ନାଗାଲଙ୍କ ଭବିଷ୍ୟତ ଉଜ୍ଜ୍ୱଳ...

ଅନ୍‌ଲାଇନ୍‌ ଚେସ୍‌: ବିକାଶ ଚାମ୍ପିୟନ

ଭୁବନେଶ୍ୱର, ୨୦।୬(କ୍ରୀଡ଼ା ପ୍ରତିନିଧି)- ଏସଆର ଚେସ୍‌ ସେଣ୍ଟର ଆନୁକୂଲ୍ୟରେ ଆୟୋଜିତ ୭ମ ଅନ୍‌ଲାଇନ୍‌ ଚେସ୍‌ରେ ପ୍ରଭୁଜୀ ଇଂଲିଶ୍‌ ମିଡିୟମ ସ୍କୁଲର ବିକାଶ କୁମାର ଲେଙ୍କା ଚାମ୍ପିୟନ...

Advertisement
Archives

Model This Week