ପ୍ରୋତ୍ସାହନ ଆବଶ୍ୟକ

ସିବିଆଇ, ଆଇବି କିମ୍ବା କେନ୍ଦ୍ରୀୟ ସଶସ୍ତ୍ରବଳ ବାହିନୀରେ କାର୍ଯ୍ୟକରିବା ଅର୍ଥ ହେଉଛି ପ୍ରତିଷ୍ଠା, ପ୍ରଭାବ ଏବଂ ଜାତୀୟ ଶକ୍ତିର ପ୍ରତ୍ୟକ୍ଷ ଅବଲୋକନ। ହେଲେ ଏବେ ଏହି ଆକର୍ଷଣ କ୍ଷୀଣ ହୋଇଯାଉଛି। ମଞ୍ଜୁରୀପ୍ରାପ୍ତ ସଂଖ୍ୟା ବୃଦ୍ଧି ସତ୍ତ୍ୱେ କେନ୍ଦ୍ରରେ ଅନେକ ଶହ ଆଇପିଏସ୍‌ ପଦବୀ ଖାଲି ପଡ଼ିଛି। ସୂତ୍ରରୁ ଜଣାପଡ଼ିଛି, ଯୋଗ୍ୟ ପ୍ରାର୍ଥୀଙ୍କ ଅଭାବ ସମସ୍ୟା ନୁହେଁ; ଆଗ୍ରହର ଅଭାବ ରହିଛି। ଅଧିକାରୀମାନେ ଅଛନ୍ତି, କିନ୍ତୁ ସେମାନେ କେନ୍ଦ୍ରୀୟ ଡେପୁଟେଶନରେ ଯିବାକୁ ଚାହଁୁନାହାନ୍ତି। ସିଧାକଥା ହେଉଛି, ନିଯୁକ୍ତି ଅନୁଯାୟୀ ସେମାନଙ୍କୁ ଲାଭ ମିଳୁନାହିଁ। କେନ୍ଦ୍ରୀୟ ଡେପୁଟେଶନ ହେଉଛି ଆହ୍ବାନପୂର୍ଣ୍ଣ ଏବଂ ଏଥିରେ କମ୍‌ ସ୍ବାଧୀନତା, ଦାୟିତ୍ୱ ଅଧିକ,କ୍ଷମତା ସୀମିତ। ଭବିଷ୍ୟତରେ କେନ୍ଦ୍ରୀୟ କିମ୍ବା ବିଦେଶରେ ନିଯୁକ୍ତି ଉପରେ କଟକଣା ସମେତ ଡେପୁଟେଶନକୁ ପ୍ରତ୍ୟାଖ୍ୟାନ କରୁଥିବା ଅଧିକାରୀମାନଙ୍କୁ ଦଣ୍ଡିତକରିବା ସକାଶେ କାର୍ଯ୍ୟକାଳ ସମ୍ବନ୍ଧିତ ନିୟମଗୁଡ଼ିକ ଅନୁପାଳନକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ ଥିଲା। କିନ୍ତୁ ଏହା ପରିବର୍ତ୍ତେ ସେଗୁଡ଼ିକୁ ନେଇ ପ୍ରତିରୋଧ ସୃଷ୍ଟି ହୋଇଥିଲା। ଏବେ ଏକ ବ୍ୟବସ୍ଥାଗତ ପରିବର୍ତ୍ତନ ହେଉଛି। କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀରେ ଆଇପିଏସ୍‌ଙ୍କ ପ୍ରାଧାନ୍ୟ ହ୍ରାସକରିବା ପାଇଁ କୋର୍ଟଗୁଡ଼ିକ ଜୋର ଦେଉଥିବାରୁ ବରିଷ୍ଠ ଡେପୁଟେଶନ ସୁଯୋଗ କ୍ରମଶଃ ହ୍ରାସ ପାଇବାରେ ଲାଗିଛି, ଯାହା ପୋଲିସ ବ୍ୟବସ୍ଥାରେ ଏକ ପିଢ଼ିଗତ ପରିବର୍ତ୍ତନକୁ ପ୍ରତିଫଳିତକରେ। ଅନେକ ଯୁବ ଅଧିକାରୀ ଦିଲ୍ଲୀର ସ୍ଥିରୀକୃତ ପଦାନୁକ୍ରମ ଅପେକ୍ଷା ରାଜ୍ୟ ପଦବୀରେ ଅଧିକ ପ୍ରଭାବ ଏବଂ ସ୍ବଚ୍ଛତା ଦେଖୁଛନ୍ତି। ତେବେ ଏକ ବ୍ୟବସ୍ଥାରେ ଅର୍ଥ ତୁଳନାରେ ଖ୍ୟାତି, ସମ୍ମାନକୁ ଯେଉଁ ଗୁରୁତ୍ୱ ଦିଆଯାଇଥାଏ ତାହା ବଦଳିଯାଇଛି। ଯଦି କେନ୍ଦ୍ରୀୟ ଡେପୁଟେଶନ ପ୍ରତି ବିଶ୍ୱସନୀୟତା ଫେରିପାଇବାକୁ ହୁଏ, ତେବେ ଏହାକୁ ଉନ୍ନତ ପ୍ରୋତ୍ସାହନ ଏବଂ କାର୍ଯ୍ୟର ସ୍ପଷ୍ଟ ମୂଲ୍ୟାୟନ ଆବଶ୍ୟକ।
ଅନ୍ତିମ ଚେତାବନୀ
ନିକଟରେ ଆଇଏଏସ୍‌ ଅଧିକାରୀଙ୍କୁ ସେମାନଙ୍କ ସ୍ଥାବର ସମ୍ପତ୍ତି ରିଟର୍ନ (ଆଇପିଆର୍‌) ଦାଖଲକରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହିଭଳି ନିୟମିତ କରାଯାଉଛି, କିନ୍ତୁ ଏହାର ମାନେ କିଛି ନାହିଁ। ଜାନୁଆରୀ ୩୧ ସୁଦ୍ଧା ଆଇପିଆର୍‌ ଦାଖଲ ନ କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଏବଂ ପଦୋନ୍ନତି ବନ୍ଦ ହୋଇପାରେ ବୋଲି କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଚେତାବନୀ ଦେଇଛି। କହିବାକୁ ଗଲେ, ଏହା କୌଣସି ନୂତନ ବାଧ୍ୟବାଧକତା ନୁହେଁ। ଆଇଏଏସ୍‌ ଅଧିକାରୀଙ୍କୁ ସର୍ବଦା ପ୍ରତିବର୍ଷ ସେମାନଙ୍କ ଅସ୍ଥାବର ସମ୍ପତ୍ତି ଘୋଷଣା କରିବାକୁ କୁହାଯାଏ। ତେବେ ସ୍ବଚ୍ଛତା ହେଉଛି କାର୍ଯ୍ୟ ବିବରଣୀର ଏକ ଅଂଶ। ନୂତନ କଥା ହେଉଛି କଡ଼ା କାର୍ଯ୍ୟାନୁଷ୍ଠାନ। ବର୍ଷ ବର୍ଷ ଧରି ଆଇପିଆର୍‌ ଦାଖଲରେ ହେଉଥିବା ବିଳମ୍ବ କ୍ଷେତ୍ରରେ ରିମାଇଣ୍ଡର ବା ଅନୁସ୍ମାରକ ଜାରି କରାଯାଉଥିଲା, ସ୍ପଷ୍ଟୀକରଣ ଗ୍ରହଣ କରାଯାଉଥିଲା, ସମୟସୀମା ମଧ୍ୟ ବୃଦ୍ଧି କରାଯାଉଥିଲା। ଏବେ ସେହି ପର୍ଯ୍ୟାୟ ଶେଷ ହୋଇଗଲା ପରି ମନେହେଉଛି। ପ୍ରଯୁକ୍ତି ଅଧିକାଂଶ ସମସ୍ୟା ତଥା ତ୍ରୁଟିକୁ ଦୂର କରିଦେଇଛି। ୨୦୧୭ରୁ ଅଧିକାରୀମାନେ ଏସ୍‌ପିଏଆର୍‌ଆର୍‌ଓଡବ୍ଲ୍ୟୁ ଅନ୍‌ଲାଇନ ପୋର୍ଟାଲ ମାଧ୍ୟମରେ ଆଇପିଆର୍‌ ଫାଇଲ କରିବାରେ ସକ୍ଷମ ହେଉଛନ୍ତି। ୨୦୨୫ ପାଇଁ ସିଷ୍ଟମ ଜାନୁଆରୀ ୩୧, ୨୦୨୬ ପରେ ବନ୍ଦ ହୋଇଯିବ। କୌଣସି ସମୟସୀମା ବୃଦ୍ଧି ନାହିଁ, କୌଣସି ମାନୁଆଲ ବ୍ୟବସ୍ଥା ନାହିଁ। ଯେଉଁ ଅଧିକାରୀମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ଆଇପିଆର୍‌ ଫାଇଲ କରିବାରେ ବିଫଳ ହେବେ ସେମାନଙ୍କୁ ପେ-ମ୍ୟାଟ୍ରିକ୍ସର ପରବର୍ତ୍ତୀ ସ୍ତରରେ ନିଯୁକ୍ତି ପାଇଁ ବିବେଚନା କରାଯିବ ନାହିଁ। ବାସ୍ତବରେ ସ୍ବଚ୍ଛତାକୁ କ୍ୟାରିୟରରେ ଗୁରୁତ୍ୱ ଦିଆଯାଇଛି। ସମାଲୋଚକମାନେ ଯୁକ୍ତି ବାଢ଼ିପାରନ୍ତି ଯେ ଏହି ପଦ୍ଧତି କଠୋର। କିନ୍ତୁ ବର୍ଷକୁ ଥରେ ସମ୍ପତ୍ତି ରିଟର୍ନ ଦାଖଲକରିବା ଏକ ଅଯୌକ୍ତିକ ଦାବି ନୁହେଁ।
ବୈବାହିକ ସମ୍ପର୍କ ଓ ସ୍ଥାନାନ୍ତର
ବିବାହଭିତ୍ତିକ ଆନ୍ତଃ-କ୍ୟାଡର ସ୍ଥାନାନ୍ତର ମାନବୀୟ ସଂସ୍କାର ହେଲେ ମଧ୍ୟ କ୍ଷତିକାରକ ମନେହୁଏ। ତେବେ ସିଭିଲ ସର୍ଭିସେସ୍‌ ଅଧିକାରୀଙ୍କୁ ସରକାରୀ ସେବା ଏବଂ ବ୍ୟକ୍ତିଗତ ଜୀବନ ମଧ୍ୟରୁ ଗୋଟିକୁ ବାଛିବାକୁ ବାଧ୍ୟ କରାଯିବା ଉଚିତ ନୁହେଁ। କିନ୍ତୁ ଏହିପରି ଅନେକ ସ୍ଥାନାନ୍ତର ମୁଷ୍ଟିମେୟ କ୍ୟାଡରଙ୍କ ପାଇଁ ଲାଗୁ ହେଉଛି। ଏଣୁ ଏହାକୁ ବନ୍ଦକରିବାର ଏବଂ ପ୍ରଶ୍ନ ଉଠାଇବାର ସମୟ ଆସିଛି। ବିବାହଭିତ୍ତିକ ସ୍ଥାନାନ୍ତର ମାଧ୍ୟମରେ ଅଧିକ ସଂଖ୍ୟକ ଆଇଏଏସ୍‌ ଏବଂ ଆଇପିଏସ୍‌ ଅଧିକାରୀ ହରିୟାଣା ଏବଂ ପଞ୍ଜାବ ଯିବାକୁ ଚାହିଁବା କେବଳ ଏକ ସଂଯୋଗ ନୁହେଁ। ଏହି କ୍ୟାଡରଗୁଡ଼ିକ ଦିଲ୍ଲୀର ନିକଟତର ହେବାକୁ ଏବଂ ଉନ୍ନତ ଦୀର୍ଘ କ୍ୟାରିୟର ଦୃଷ୍ଟିକୋଣ ରଖିଥାନ୍ତି। କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ଦ୍ୱାରା ପ୍ରସ୍ତୁତ ନିୟମଗୁଡ଼ିକ ଏପରି ସ୍ଥାନାନ୍ତରକୁ ଅନୁମତି ଦିଏ ଏବଂ ଏହାର ଯଥେଷ୍ଟ କାରଣ ଅଛି। ସମାନ ପ୍ରକାର କ୍ୟାରିୟର ମଧ୍ୟରେ ବିବାହ ଏବେ ଏକ ସାଧାରଣ କଥା । ଯେତେବେଳେ ଅନେକ ଅଧିକାରୀ ସମାନ କ୍ୟାଡରରେ ରହନ୍ତି ,ସେତେବେଳେ ଅନ୍ୟ ରାଜ୍ୟଗୁଡ଼ିକ ପ୍ରତିଭା, ଅଭିଜ୍ଞତା ଏବଂ ସଂସ୍ଥାଗତ ଦକ୍ଷତା ହରାଇ ବସନ୍ତି। ତେବେ ସ୍ଥାନାନ୍ତର ନ୍ୟାୟ ବିଷୟରେ କ୍ୱଚିତ ଚର୍ଚ୍ଚା ହୁଏ। ଯେଉଁ ବାବୁମାନେ ବର୍ଷ ବର୍ଷ ଧରି କଠିନ କିମ୍ବା ଦୂରବର୍ତ୍ତୀ କ୍ୟାଡରରେ ବିତାଇଥାନ୍ତି ସେମାନେ ଲକ୍ଷ୍ୟ କରୁଛନ୍ତି ଯେ ପ୍ରାୟତଃ ସହକର୍ମୀମାନେ ଆଇନଗତ ଓ ସୁବିଧାଜନକ ରାସ୍ତା ଦେଇ ଅଧିକ ସୁନ୍ଦର ଭୌଗୋଳିକ ଅଞ୍ଚଳକୁ ଚାଲିଯାଉଛନ୍ତି। ଏଭଳି ଦୃଷ୍ଟିକୋଣ ଭଲ ନୁହେଁ। ଏଥିପାଇଁ କଡ଼ା କଟକଣା, ଅଧିକ ସ୍ବଚ୍ଛତା ଏବଂ ପ୍ରଶାସନିକ ବ୍ୟବସ୍ଥାର ପୁନର୍ଗଠନର ଏକ ସାମୟିକ ଅଡିଟ୍‌ ହେବା ଦରକାର। ଏହା ନ ହେଲେ କ୍ୟାଡର ପରିଚାଳନାରେ ବୈବାହିକ ସମ୍ପର୍କ କ୍ୟାରିୟରକୁ ଦ୍ୱିଗୁଣ ତ୍ୱରାନ୍ବିିତ କରିବ।
Email: dilipcherian@gmail.com

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

ଛାତ୍ରୀଛାତ୍ରଙ୍କ ନିକଟରେ ମୁଣ୍ଡ ନୁଆଇଁଲେ ଆଇଆଇଟି (IIT)ବମ୍ବେ କର୍ତ୍ତୃପକ୍ଷ; ୧୮ଟି ଦାବି ନେଇ ସହମତି, ପ୍ରଫେସର ନିଲମ୍ବିତ

ମୁମ୍ବାଇ,୨୧।୯: ଆଇଆଇଟି (IIT) ବମ୍ବେର ଏକ ହଷ୍ଟେଲରେ ୨୦ ବର୍ଷୀୟ ଛାତ୍ର ସାହିଲ ୱାକୋଡେଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଛାତ୍ରୀଛାତ୍ରମାନେ ଗତ ତିନି ଦିନ ଧରି ବିକ୍ଷୋଭ…

ବାଲେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ଶାନ୍ତି ରେଷ୍ଟୁରାଣ୍ଟ

ବାଲେଶ୍ୱର, ୨୧ା୯( ବାଞ୍ଛାନିଧି ଦେ): ହୁତୁ ହୁତୁ ହୋଇ ଜଳୁଛି ରେଷ୍ଟୁରାଣ୍ଟ । ବାଲେଶ୍ୱର ଓଟି ରୋଡ୍‌ରେ ଥିବା ଶାନ୍ତି ରେଷ୍ଟୁରାଣ୍ଟରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି…

ଆଜି ରାତି ୧୦:୪୫ରେ ନକ୍ଷତ୍ର ପରିବର୍ତ୍ତନ କରିବେ ବୁଧ, ଏହି ୪ଟି ରାଶିର ଚମକି ଉଠିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଗୋଚର ଓ ନକ୍ଷତ୍ର ପରିବର୍ତ୍ତନକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଜ୍ୟୋତିଷଙ୍କ ମତ ଅନୁସାରେ, କୌଣସି ବଡ଼ ଗ୍ରହ ନିଜ ସ୍ଥାନ କିମ୍ବା…

ରିଷିଡ଼ା କନ୍ଧପଡ଼ାରେ ମରଣଯନ୍ତା ସାଜିଛି ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମର, ମରାମତି ନହେଲେ ଆନ୍ଦୋଳନ…

ରିଷିଡ଼ା,୨୧ା୯(ସୁଶାନ୍ତ ମଲ୍ଲିକ): ବିପଦ ସଙ୍କୁଳ ଅବସ୍ଥାରେ ଝୁଲୁଛି ମୃତ୍ୟୁର ଫାଶ । ତାର ଗୁଡ଼ିକ ତଳକୁ ଲମ୍ବିଛି, ହେଲେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ…

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

ପୁଣି ରାଜଧାନୀରେ ଫୁଟିଲା ଗୁଳି, ଫେସ୍‌ବୁକ୍‌ ଲାଇଭ୍‌ରେ ବିବାଦୀୟ ମନ୍ତବ୍ୟ ପରେ…

ଭୁବନେଶ୍ୱର,୨୧ା୯: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ…

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?