Posted inଜାତୀୟ

ନିଯୁକ୍ତି ସଙ୍କୁଚିତ, ଆଶାୟୀ ହତାଶ

ନୂଆଦିଲ୍ଲୀ,୧୫।୪: ୨୦୨୨ ମାର୍ଚ୍ଚରେ ଭାରତର ଶ୍ରମଶକ୍ତି ୩.୮ ନିୟୁତ ହ୍ରାସ ପାଇଛି। ୨୦୨୧ ଜୁଲାଇ ପରଠୁ ଏହା ହେଉଛି ୮ ମାସ ମଧ୍ୟରେ ସର୍ବନିମ୍ନ। ନିଯୁକ୍ତି କ୍ଷେତ୍ରରେ ପର୍ଯ୍ୟାପ୍ତ ସୁଯୋଗ ନ ମିଳିବା ଭାରତୀୟ ଅର୍ଥନୀତି ପାଇଁ ଅନଟନର ସବୁଠୁ ବଡ଼ ସଙ୍କେତ ବୋଲି ଗୁରୁବାର ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ୍‌ ଇକୋନୋମି (ସିଏମ୍‌ଆଇଇ) ପକ୍ଷରୁ କୁହାଯାଇଛି।
ସିଏମ୍‌ଆଇଇ ଏହାର ସଦ୍ୟ ରିପୋର୍ଟରେ ଦର୍ଶାଇଛି ଯେ, ଭାରତରେ ଗତ ମାର୍ଚ୍ଚରେ ନିଯୁକ୍ତି ୧.୪ ନିୟୁତ ସଙ୍କୁଚିତ ହୋଇ ୩୯୬ ନିୟୁତକୁ ଖସିଛି। ଅନ୍ୟପକ୍ଷେ ଏହି ଅବଧିରେ ବେକାରି ସମସ୍ୟା ୨.୪ ନିୟୁତ ହ୍ରାସ ପାଇଛି। ଫେବୃୟାରୀରେ ନିଯୁକ୍ତି ହାର ୩୬.୭% ଥିବାବେଳେ ମାର୍ଚ୍ଚରେ ୩୬.୫% ରହିଛି। ବେକାରି ହାର ଫେବୃୟାରୀରେ ୮.୧% ଥିବାବେଳେ ମାର୍ଚ୍ଚ ମାସରେ ଏହା ୭.୬%କୁ ଖସିଥିବାରୁ ସାମାନ୍ୟ ଉନ୍ନତି ଆସିଥିବା ମନେହୋଇପାରେ। ତେବେ ଆଶାୟୀମାନେ ବିଭିନ୍ନ କର୍ମ ସଂସ୍ଥାନରେ ନିୟୋଜିତ ହେବା ଯୋଗୁ ବେକାରି ହାର ହ୍ରାସ ପାଇନାହିଁ। ୨୦୨୨ ମାର୍ଚ୍ଚର ଶ୍ରମ ବଜାର ପରିସଂଖ୍ୟାନ ଭାରତୀୟ ଅର୍ଥନୀତିର ଦୁରବସ୍ଥାକୁ ସୂଚାଉଛି। ଲକ୍ଷ ଲକ୍ଷ ଲୋକ ଚାକିରି ବା ଅନ୍ୟ କର୍ମ ସଂସ୍ଥାନ ନ ପାଇ ଶ୍ରମ ବଜାର ଛାଡ଼ିଦେଇଛନ୍ତି। ନିଯୁକ୍ତି ନ ପାଇ ହତାଶ ହୋଇଯିବା ପରେ ଚାକିରି ଆଉ ମିଳିବ ନାହିଁ ବୋଲି ନିଶ୍ଚିତ ହୋଇ ସେମାନେ ଖୋଜିବା ବନ୍ଦ କରିଦେଇଛନ୍ତି। ଫଳରେ ଲେବର ପାର୍ଟିସିପେଶନ୍‌ ରେଟ୍‌ (ଏଲ୍‌ପିଆର୍‌) ମାର୍ଚ୍ଚରେ ୩୯.୫%କୁ ଖସିଛି, ଯାହାକି ଫେବୃୟାରୀରେ ୩୯.୯% ଥିଲା। ଏପରି କି ୨୦୨୧ ଏପ୍ରିଲ-ଜୁନ୍‌ରେ କୋଭିଡ୍‌-୧୯ ମହାମାରୀର ଦ୍ୱିତୀୟ ଲହର ବେଳେ ମଧ୍ୟ ଶ୍ରମ ଯୋଗଦାନ ହାର ୩୯.୬% ଥିଲା।

ଏଲ୍‌ପିଆର୍‌ ତଳମୁହଁା ହେବା ନିଯୁକ୍ତି ସୁଯୋଗରେ ଅଭିବୃଦ୍ଧିର ଅଭାବକୁ ଦର୍ଶାଉଛି ବୋଲି ସିଏମ୍‌ଆଇଇ ଏହାର ସାପ୍ତାହିକ ଶ୍ରମ ବଜାର ବିଶ୍ଳେଷଣରେ ଉଲ୍ଲେଖ କରିଛି। ସିଏମ୍‌ଆଇଇ ଡାଟା ଅନୁସାରେ ମାର୍ଚ୍ଚରେ ୧.୪ ନିୟୁତ ନିଯୁକ୍ତି ହ୍ରାସ ପାଇଛି। ସେଥିରୁ ଅଣକୃଷି ନିଯୁକ୍ତି ୧୬.୭ ନିୟୁତ କମିଥିବାବେଳେ କୃଷି କ୍ଷେତ୍ରରେ ନିଯୁକ୍ତି ୧୫.୩ ନିୟୁତ ବୃଦ୍ଧି ପାଇଛି। ରବି ଅମଳ ପାଇଁ ଶ୍ରମିକମାନେ ପ୍ରସ୍ତୁତ ହେଉଥିବାରୁ କୃଷି କ୍ଷେତ୍ରରେ ଏହି ଋତୁକାଳୀନ ଚାହିଦା ବଢ଼ିଥାଇପାରେ। ଅଣକୃଷି କ୍ଷେତ୍ରର ନିଯୁକ୍ତି କଥା ଦେଖିଲେ ଗତ ମାର୍ଚ୍ଚରେ ଶିଳ୍ପରେ ୭.୬ ନିୟୁତ, ମାନୁଫାକ୍ଚରିଂ ସେକ୍ଟରରେ ୪.୧ ନିୟୁତ, ନିର୍ମାଣରେ ୨.୯ ନିୟୁତ ଓ ଖଣି ଖନନରେ ନିୟୋଜିତ ଶ୍ରମିକଙ୍କ ନିଯୁକ୍ତି ୧.୧ ନିୟୁତ ହ୍ରାସ ପାଇଛି।
କେନ୍ଦ୍ର ସରକାର ଦେଶବାସୀଙ୍କୁ ୫ ଟ୍ରିଲିୟନ୍‌ ଡଲାର ଅର୍ଥନୀତିର ସ୍ବପ୍ନ ଦେଖାଉଥିବାବେଳେ ଅନୁରୂପ ଆର୍ଥିକ ବିକାଶ ପାଇଁ ପଦକ୍ଷେପ ପରିଲକ୍ଷିତ ହେଉନାହିଁ। ତେଣୁ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୭.୨ ପ୍ରତିଶତରେ ସୀମିତ ରହିବ ବୋଲି ଭାରତର ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଆକଳନ କରିଛି। ପୂର୍ବରୁ ଏହା ୭.୮% ରହିବା ନେଇ ଅନୁମାନ କରାଯାଇଥିଲା। ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ ରେକର୍ଡ ଭାଙ୍ଗୁଥିଲେ ହେଁ ଗତ ଫେବୃୟାରୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ବଜେଟ ଉପସ୍ଥାପନ ବେଳେ ଅଭିବୃଦ୍ଧିର ଯେଉଁ ଗୋଲାପୀ ଚିତ୍ର ଦେଶବାସୀଙ୍କୁ ଦେଖାଇଥିଲେ ତାହା କ୍ରମଶଃ ପାଣିଚିଆ ହେବାରେ ଲାଗିଛି। ଗୋଟିଏପଟେ ଧନୀଙ୍କ ସମ୍ପତ୍ତି ବଢ଼ୁଛି, ଅନ୍ୟପକ୍ଷେ ଗରିବମାନେ ଆହୁରି ଗରିବ ହେବାରେ ଲାଗିଛନ୍ତି। ଓ୍ବାଲର୍‌ଡ ଇନ୍‌ଇକ୍ୱାଲିଟି ରିପୋର୍ଟ, ୨୦୨୨ ଅନୁସାରେ ଭାରତର ଶୀର୍ଷରେ ଥିବା ୧୦ ପ୍ରତିଶତ ଧନୀଙ୍କ ଆୟ ତଳସ୍ତରର ୫୦% ଲୋକଙ୍କ ଆୟଠାରୁ ୯୬ ଗୁଣ ଅଧିକ। କେନ୍ଦ୍ର ସରକାରଙ୍କ ଆର୍ଥତ୍କ ସଂସ୍କାର ଓ ଉଦାରୀକରଣରୁ ସର୍ବାଧିକ ଲାଭାନ୍ବିତ ହୋଇଛନ୍ତି ସବା ଉପରେ ଥିବା ୧% ଧନୀ। ଏହି ଆର୍ଥିକ ଅସନ୍ତୁଳନକୁ ବିରୋଧୀ ‘ଦୁଇଟି ଭାରତ’ର ଆଖ୍ୟା ଦେଇଛନ୍ତି। ଗୋଟିଏ ଧନୀଙ୍କ ଭାରତ ଓ ଅନ୍ୟଟି ଗରିବଙ୍କ ଭାରତ।
ଥିଙ୍କ୍‌ଟ୍ୟାଙ୍କ ସିଏମ୍‌ଆଇ ପକ୍ଷରୁ ନିକଟରେ ପ୍ରକାଶିତ ଅନ୍ୟ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ଗତ ମାର୍ଚ୍ଚରେ ଜାତୀୟସ୍ତରରେ ବେରୋଜଗାରି ହାର ୭.୮% ଥିବାବେଳେ କଂଗ୍ରେସ ଶାସିତ ଛତିଶଗଡ଼ରେ ଏହା ମାତ୍ର ୦.୬% ଥିଲା। ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାର ଗୋଧନ ନ୍ୟାୟ ଯୋଜନା ଭଳି କାର୍ଯ୍ୟକ୍ରମ ଚଳାଇବା ସହ ଟି-କଫି ବୋର୍ଡ ଗଠନ ଭଳି ଅନେକ ସଂସ୍କାରମୂଳକ ପଦକ୍ଷେପ ନେଇଛନ୍ତି। ସେହିପରି ମହାମତ୍ା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ (ଏମ୍‌ଜିଏନ୍‌ଆର୍‌ଇଜିଏ)କୁ ମଧ୍ୟ କାର୍ଯ୍ୟକାରୀ କରିବାରେ ଛତିଶଗଡ଼ ଅଗ୍ରଣୀ ଭୂମିକା ନେଇଛି। କିନ୍ତୁ ଗ୍ରାମାଞ୍ଚଳର ଲୋକଙ୍କୁ ବର୍ଷକୁ ୧୦୦ ଦିନର ନିଯୁକ୍ତି ଗ୍ୟାରେଣ୍ଟି ଦେଉଥିବା ଏହି ଯୋଜନା ଲାଗି କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷ ପାଇଁ ୭୩,୦୦୦ କୋଟି ଟଙ୍କା ଆବଣ୍ଟନ କରିଛନ୍ତି, ଯାହାକି ପୂର୍ବ ବର୍ଷ ତୁଳନାରେ ୨୫.୫୧% କମ୍‌।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନିର୍ବାଚନ କମିଶନରଙ୍କ ପକ୍ଷରୁ କ୍ଲିନଚିଟ୍‌, ହିନ୍ଦୁ ଦେବୀଦେବତାଙ୍କ ନାମରେ ମାଗି ନାହାନ୍ତି ଭୋଟ୍‌

ନୂଆଦିଲ୍ଲୀ,୨୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିର୍ବାଚନ କମିଶନରଙ୍କ ଦ୍ୱାରା କ୍ଲିନଚିଟ୍‌। ମୋଦିଙ୍କ ନାମରେ ହିନ୍ଦୁ ଦେବୀଦେବତାଙ୍କ ନାଁରେ ଭୋଟ ମାଗୁଥିବା ଅଭିଯୋଗ ହୋଇଥିଲା। ଯାହାକୁ ଗୁରୁବାର...

ଯେବେ ମମତା ରାଗିଯାଇ ବାଜପେୟୀଙ୍କ ଟେବୁଲ ଉପରେ ରଖିଥିଲେ ମଣିଷ ଖପୁରୀ, କାରଣ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୫।୪: ରାଜନୀତିର ଚର୍ଚ୍ଚିତ ଚେହେରା ମମତା ବାନାର୍ଜୀ। ଯିଏ ଭାରତୀୟ ରାଜନୀତିର ନିଜ ରାଗ ଓ ଜିଦ ପାଇଁ ମଧ୍ୟ ଜଣାଶୁଣା। ଯଦି ଦିଦି କିଛି...

ଭାଜପାରେ ଯୋଗ ଦେବେ ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ

ନୂଆଦିଲ୍ଲୀ,୨୫।୪: ପଦ୍ମ ଧରିବେ ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ । ବିହାରର ଏହି ଚର୍ଚ୍ଚିତ ୟୁଟ୍ୟୁବର ଗୁରୁବାର ଭାରତୀୟ ଜନତା ପାର୍ଟିରେ ସାମିଲ ହେବେ ।...

ନିର୍ବାଚନ ଡ୍ୟୁଟି ଲାଗିବା ମାତ୍ରେ କର୍ମଚାରୀ ଅସୁସ୍ଥ ହେବା ସଂଖ୍ୟା ବୃଦ୍ଧି, ମିଛ ହେଲେ କାର୍ଯ୍ୟାନୁଷ୍ଠାନ

ଭୋଜପୁର,୨୫।୪: ବିହାରର ଭୋଜପୁରରେ ଲୋକ ସଭା ଓ ବିଧାନସଭା ଉପ ନିର୍ବାଚନ ପାଇଁ ଡ୍ୟୁଟି ଲାଗିବା ମାତ୍ରେ ସରକାରୀ କର୍ମଚାରୀ ବହୁ ସଂଖ୍ୟାରେ ଅସୁସ୍ଥ ହୋଇପଡିଛନ୍ତି।...

ଆସିଲା JEE Mains ରେଜଲ୍ଟ: କେମିତି ଜାଣିବେ ମେରିଟ ଲିଷ୍ଟ ତାଲିକା

ନୂଆଦିଲ୍ଲୀ,୨୫।୪: ନ୍ୟାଶନାଲ ଟେଷ୍ଟ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ମିଳିତ ପ୍ରବେଶିକା ପରୀକ୍ଷା (JEE Mains) ସେସନ-୨ ରେଜଲ୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ଜାନୁଆରୀ ଏବଂ...

ନିର୍ବାଚନ ପୂର୍ବରୁ ଜେଡିୟୁ ନେତାଙ୍କୁ ହତ୍ୟା

ପାଟନା,୨୫।୪: ବିହାରରେ ଶାସକ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳର ଜଣେ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ରାଜଧାନୀ ପାଟନା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ପରେ...

ଓବିସି ବର୍ଗର ସବୁଠୁ ବଡ଼ ଶତ୍ରୁ ହେଉଛି କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୪ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କଂଗ୍ରେସ ନେତୃତ୍ୱାଧୀନ କର୍ଣ୍ଣାଟକ ସରକାରଙ୍କ ମୁସଲିମ ସମ୍ପ୍ରଦାୟକୁ ରାଜ୍ୟ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତିକୁ ସମାଲୋଚନା କରି...

ଏହି ଆସନରେ ନିଜର ପ୍ରାର୍ଥୀଙ୍କୁ ଭୋଟ୍‌ ନଦେବାକୁ ନିବେଦନ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୨୪ା୪: ଦେଶରେ ଜାରି ରହିଥିବା ସାଧାରଣ ନିର୍ବାଚନକୁ ନେଇ ନାନା ରୋଚକ ଖବରମାନ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ରାଜସ୍ଥାନରେ କଂଗ୍ରେସ ଏହାର ଏକ ପ୍ରାର୍ଥିଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri