ଜୁନାଗଡ଼ ବିଇଓଙ୍କ କାର୍ଯ୍ୟାଳୟ ବିଳମ୍ବରେ ଆସୁଛନ୍ତି କର୍ମଚାରୀ

ଭବାନୀପାଟଣା/ଜୁନାଗଡ଼,୨୮ା୨(ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଶିକ୍ଷାଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କେତେଜଣ କର୍ମଚାରୀ ମନଇଚ୍ଛା ଅଫିସ ଆସୁଥିବା ଜଣାପଡିଛି। ଅଫିସ ସମୟ ଆରମ୍ଭ ପୂର୍ବାହ୍ନ ୧୦ଟା ହୋଇଥିବାବେଳେ ଏହି କର୍ମଚାରୀମାନେ ୧୧ଟା ପରେ ଅଫିସକୁ ଆସିଥାନ୍ତି। ଶୁକ୍ରବାର ପୂର୍ବତନ ନଗରପାଳ ମୁକେଶ ଅଗ୍ରୱାଲ କୌଣସି ତଥ୍ୟ ପାଇଁ ବିଇଓ ଅଫିସକୁ ଯାଇଥିବା ସମୟରେ ଅଫିସର ଏଷ୍ଟାବ୍ଲିଶମେଣ୍ଟ ସେକ୍ସନରେ କାର୍ଯ୍ୟରତ କର୍ମଚାରୀମାନେ ଦିନ ୧୧ଟା ୪୫ ପର୍ଯ୍ୟନ୍ତ ଆସି ନ ଥିଲେ। ଫଳରେ ଉକ୍ତ ସେକ୍ସନରେ ପଡିଥିବା ଚୌକି ଖାଲି ପଡିଥିବା ଦେଖିବାକୁ ମିଳିଥିଲା। ଏହି ବାବୁମାନେ ପ୍ରାୟ ସବୁଦିନ ଏପରି ବିଳମ୍ବରେ ଅଫିସକୁ ଆସିଥାନ୍ତି ବୋଲି ଅଭିଯୋଗ ହୋଇଛି। ହେଲେ ବିଭାଗ ସାମ୍ନାରେ ବସିଥିବା ବିଇଓ ଏହି ଘଟଣାକୁ କେମିତି ଜାଣିପାରନ୍ତି ନାହଁି ତାହାକୁ ନେଇ ସାଧାରଣରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଭବାନୀପାଟଣାରୁ ଏହି ବାବୁମାନେ ଏକା ସାଙ୍ଗରେ ଗୋଟିଏ ଗାଡିରେ ଜୁନାଗଡକୁ ଆସୁଥିବାରୁ ବିଳମ୍ବ ହେଉଥିବା କର୍ମଚାରୀଙ୍କଠାରୁ ଜଣାପଡିଛି। ଏ ନେଇ ଜୁନାଗଡ ବ୍ଲକ ଶିକ୍ଷାଧିକାରୀ ତପନ ମାଝୀଙ୍କୁ ପଚାରିବାରୁ ଏଚ୍‌ଆର୍‌ଏମ୍‌ଏସ୍‌ କାର୍ଯ୍ୟ ପାଇଁ ଶୁକ୍ରବାର ସେମାନଙ୍କ ଆସିବା ବିଳମ୍ବିତ ହୋଇଛି। ଆଗକୁ ବିଳମ୍ବ କଲେ କାରଣ ଦର୍ଶାଅ ନୋଟିସ ମାଗିବି ବୋଲି କହିଥିଲେ। କଳାହାଣ୍ଡି ଜିଲାପାଳ ଏଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘କୁତ୍ରିମ ବୁଦ୍ଧିମତା ଯୁଗରେ ପ୍ରତିଟି କ୍ଷେତ୍ରରେ ଯତ୍ନବାନ ରୁହନ୍ତୁ ଛାତ୍ରୀଛାତ୍ର’

ଦିଗପହଣ୍ଡି,୨୧|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସରାୟ ବିଜ୍ଞାନ କଲେଜର ବାର୍ଷିକୋତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ମେଜର୍ ଡ.…

ଭୋଜି ଖାଇ ଫେରୁଥିଲେ, ବାଟରେ ଜଗିଥିଲା ମୃତ୍ୟୁ: ଘାଟିରେ ବାଇକ୍ ଦୁର୍ଘଟଣାଗ୍ରସ୍ତ, ବଡ଼ ଭାଇ ମୃତ, ସାନ ଭାଇ…

ଗୁଡାରି,୨୧।୪(ପ୍ରମୋଦ କୁମାର ପତି): ଭୋଜି ଖାଇ ଝିଅ ଘରୁ ନାତୁଣୀକୁ ଧରି ଫେରୁଥିଲେ, ହେଲେ ବାଟରେ ଜଗିଥିଲା ମୃତ୍ୟୁ। ଚନ୍ଦ୍ରପୁର ବ୍ଲକ ବକାଗୁଡା ନିକଟସ୍ଥ ଘାଟିରେ ଏକ…

କାଲିଠୁ ୨୫ ଯାଏ ସ୍କୁଲ ଛୁଟି: ହିଟ୍‌ ଓ୍ବେଭ୍‌କୁ ନେଇ ଏହି ଜିଲାରେ…

ଭୁବନେଶ୍ୱର,୨୧।୪: ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ହିଟ ୱେଭ (Heat Wave) କୁ ଦୃଷ୍ଟିରେ ରଖି ଯାଜପୁର ଜିଲାପାଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

ପ୍ରସ୍ତାବ ଦେବା ବାହାନାରେ ବର୍ବରତାର ସୀମା ପାର୍, ପ୍ରେମିକଙ୍କୁ ବାନ୍ଧି ନିଆଁ ଲଗାଇଦେଲେ ପ୍ରେମିକା

ବେଙ୍ଗାଲୁରୁ୨୧।୪: ପ୍ରେମ ସମ୍ପର୍କ ସହିତ ଜଡିତ ଏକ ପ୍ରକୃତ ଭୟଙ୍କର ଏବଂ ହୃଦୟ ବିଦାରକ ଘଟଣା ବେଙ୍ଗାଲୁରୁରୁ ସାମ୍ନାକୁ ଆସିଛି। ଏହି ଘଟଣାରେ ଜଣେ ଯୁବତୀ ପ୍ରେମକୁ…

ଅମିନ ଚାକିରି କରାଇଦେବା ନାଁରେ ୭ ଲକ୍ଷ ଠକେଇ: ଟଙ୍କା ମାଗିବାରୁ ହତ୍ୟା ଉଦ୍ୟମ, ଅଭିଯୁକ୍ତ…

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଚାକିରି କରାଇଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଏବଂ ପରବର୍ତ୍ତୀ ସମୟରେ ଅର୍ଥ ଫେରସ୍ତ ମାଗିବାରୁ ହତ୍ୟା ଉଦ୍ୟମ ଭଳି ଏକ…

ଥୁଆମୂଳ ରାମପୁରରେ ଖଣି ଖନନ ନେଇ ଜନଗର୍ଜନ: ବିରାଟ ଶୋଭାଯାତ୍ରା, ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଥୁଆମୂଳ ରାମପୁର,୨୧ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ପ୍ରସ୍ତାବିତ ସିଜିମାଲି ଖଣି ଖନନକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ମଙ୍ଗଳବାର…

ମଧ୍ୟାହ୍ନ ଭୋଜନରେ ବିଦ୍ୟାର୍ଥୀଙ୍କୁ ପରସା ଗଲା ଶୁଖିଲା ଭାତ-ଲୁଣ; ଶିକ୍ଷା ବିଭାଗର କଠୋର କାର୍ଯ୍ୟାନୁଷ୍ଠାନ, ଶିକ୍ଷକ…

ତୁମୁଡିବନ୍ଧ,୨୧।୪ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକର ଏକ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା ଏବେ ସାମ୍ନାକୁ ଆସିଛି। ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ କେବଳ…

ନୟାଗଡ଼ରୁ ଛତ୍ରପୁର ଆସୁଥିଲେ, ଡିଭାଇଡର ସହ ବାଇକ୍‌ ପିଟି ହେବା ପରେ ଛିଟିକି ପଡ଼ିଲେ; ମା’ବାପା ଗୁରୁତର, ୨ ବର୍ଷର ଶିଶୁକନ୍ୟା…

ଛତ୍ରପୁର, ୨୧।୪(ଦିଲ୍ଲୀପ ସାମଲ):  ଛତ୍ରପୁର ଥାନା ଅଧିନ ଜାତୀୟ ରାଜପଥ ଭାଗ୍ୟଲକ୍ଷ୍ମୀ ନଗର ନିକଟରେ ସଡକ ଦୁର୍ଘଟଣା । ଏଥିରେ ସ୍ବାମୀ ଓ ସ୍ତ୍ରୀ ଗୁରୁତର ଆହତ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri