ଅପରାଧ ରୋକାଯିବା ଉପରେ ଗୁରୁତ୍ୱ

କଟକ ଅଫିସ, ୨୯ା୭: କଟକସ୍ଥିତ ପୋଲିସ ମୁଖ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଡିଜିପି ଅଭୟ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ବୁଧବାର ଏକ ସମୀକ୍ଷା ବୈଠକ କରିଛନ୍ତି। ଏଥିରେ ଅପରାଧ ରୋକିବା ଉପରେ ଗୁରୁତ୍ୱ ଦେବା ପାଇଁ ସମସ୍ତ ଆରକ୍ଷୀ ଅଧୀକ୍ଷକ, କଟକ ଓ ରାଉରକେଲାର ରେଲଓ୍ବେ ଆରକ୍ଷୀ ଅଧୀକ୍ଷକ, ଭୁବନେଶ୍ୱର ଓ କଟକ ଡିସିପିଙ୍କ ସମେତ ସମସ୍ତ ଆଇଜି ଓ ଡିଆଇଜିଙ୍କ ସହ ଆଲୋଚନା କରିଥିଲେ। ଏଥିସହ କୋଭିଡ୍‌ ଏନ୍‌ଫୋର୍ସମେଣ୍ଟ, ନିଶା କାରବାର, ପାସ୍‌ପୋର୍ଟ ଯାଞ୍ଚ, ଇ-ଅଭିଯୋଗ ଉପରେ ସମୀକ୍ଷା କରାଯାଇଥିଲା। ସେହିପରି ୧୧୨ର କାର୍ଯ୍ୟକାରିତା ସମ୍ପର୍କରେ ଡିଜିପି ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଶେଷରେ ବିଭାଗୀୟ କର୍ମଚାରୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଧ୍ୟାନ ଦେବାକୁ ଡିଜିପି ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ବୈଠକରେ ପୋଲିସ କମିଶନର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ, ଏସ୍‌ସିଆରବି ନିର୍ଦ୍ଦେଶକ, ଗୋଇନ୍ଦା ବିଭାଗ ନିର୍ଦ୍ଦେଶକ, କ୍ରାଇମବ୍ରାଞ୍ଚ ଏଡିଜି, ଆଇଜି(ହେଡ୍‌କ୍ବାର୍ଟର), ଆଇଜି(ଆଇନଶୃଙ୍ଖଳା), ଆଇଜି(ପ୍ରୋଭିଜନିଂ), ଆଇଜି (କାର୍ମିକ) ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ଆନ୍ଧ୍ର ନିର୍ବାଚନ: ନିଜ ସୀମାରେ ବୁଥ୍‌ କଲା ଆନ୍ଧ୍ର

ପଟ୍ଟାଙ୍ଗି, ୫।୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମ ନେରେଡ଼ିବାଲସାରେ ବୁଧବାର ଓଡ଼ିଶାର ୩ପ୍ରମୁଖ ରାଜନୈତିକ ଦଳର କର୍ମୀ ଏକାଠି…

ଅଗ୍ନିବୀରଙ୍କ କାର୍ଯ୍ୟକାଳ ୨ ବର୍ଷ ବୃଦ୍ଧି

ନୂଆଦିଲ୍ଲୀ, ୫ା୧୧ (ପି.ଟି.): ସେନାର ଅଗ୍ନିପଥ ନିଯୁକ୍ତି ଯୋଜନାରେ କେନ୍ଦ୍ର ସରକାର ବୁଧବାର ଏକ ବଡ଼ଧରଣର ପରିବର୍ତ୍ତନ ଘୋଷଣା କରିଛନ୍ତି। ନୂତନ ନିଷ୍ପତ୍ତି ଅନୁଯାୟୀ, ୪ ବର୍ଷର…

ଡେମୋକ୍ରାଟ୍‌ଙ୍କ ବିଜୟ, ଟ୍ରମ୍ପ୍‌ ପ୍ରତ୍ୟାଖ୍ୟାତ

ୱାଶିଂଟନ, ୫ା୧୧ (ରଏଟର୍ସ/ଏପି): ଆମେରିକାରେ ମଧ୍ୟବର୍ତ୍ତିକାଳୀନ ନିର୍ୱାଚନର ଫଳାଫଳ ବୁଧବାର ପ୍ରାୟତଃ ଆସିଯାଇଥିବାବେଳେ ଦେଶର ରାଜନୈତିକ ସମୀକରଣ ସମ୍ପୂର୍ଣ୍ଣ ବଦଳିଯାଇଛି। ଆମେରିକୀୟ ଭୋଟର ମଙ୍ଗଳବାର ଅନୁଷ୍ଠିତ ଏହି…

ମିଡ୍‌ଟର୍ମ ପରାଜୟ ପରେ ଜେଡି ଭାନ୍ସଙ୍କ ବଡ଼ ବୟାନ, ଏହି କାରଣରୁ ହାରିଲୁ…

ୱାଶିଂଟନ୍‌,୪ା୧୧: ଇରାନ୍‌ ସହ ଯୁଦ୍ଧ ଆମେରିକାର ରିପବ୍ଲିକାନ୍‌ ପାର୍ଟିର ମଧ୍ୟବର୍ତ୍ତୀ ବା ମିଡ୍‌ଟର୍ମ ନିର୍ବାଚନ ପରାଜୟର ପ୍ରମୁଖ କାରଣ । ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ବୁଧବାର…

‘ଗଣତନ୍ତ୍ରର ସୁରକ୍ଷା ପାଇଁ ଏକଜୁଟ ହେବାକୁ ଆହ୍ୱାନ’

ପାଟଣା,୪।୧୧ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ତୁରୁମୁଙ୍ଗାସ୍ଥିତ କଲ୍ୟାଣ ମଣ୍ଡପରେ ବୁଧବାର ଭାଜପା ପକ୍ଷରୁ ‘ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ’ ଅଭିଯାନ ଅବସରରେ…

ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ, ୨ରୁ ଅଧିକ ସନ୍ତାନ ଥିଲେ ନିର୍ବାଚନ…..

ନୂଆଦିଲ୍ଲୀ,୪ା୧୧(ପି.ଟି): ବିଗତ କିଛି ଦଶନ୍ଧି ମଧ୍ୟରେ ହୋଇଥିବା ଜନସଂଖ୍ୟା ଜନିତ ପରିବର୍ତ୍ତନ ଯୋଗୁ ଅତ୍ୟଧିକ ଜନସଂଖ୍ୟା ବୃଦ୍ଧିର ଭୟ ଦୂର ହୋଇଯାଇଛି । ତେଣୁ ୨ରୁ ଅଧିକ…

ବ୍ୟାଙ୍କରୁ ଟଙ୍କା ଉଠାଇ ଆସିବାବେଳେ ଲୁଟ୍‌: ବ୍ୟବସାୟୀଙ୍କଠାରୁ ଅଭିନବ ଉପାୟରେ ଟଙ୍କାଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୪ା୧୧(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ-ଧାନଘର ଗାଁ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତାରେ ଜଣେ ବ୍ୟବସାୟୀ କୁଞ୍ଜନ ପାଢ଼ୀଙ୍କ ଠାରୁ ୬୦ ହଜାର ଟଙ୍କା ଥିବା…

କୋର୍ଟରେ ହାଜର ହେଉନଥିଲେ, ୨ ଅଭିଯୁକ୍ତଙ୍କୁ ଗିରଫ କଲା ପାଟପୁର ପୋଲିସ

ଦିଗପହଣ୍ଡି,୪।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମର କୁନା ବେହେରା ଏବଂ ଯୁଧିଷ୍ଠିର ବେହେରାଙ୍କୁ ବୁଧବାର ପାଟପୁର ପୋଲିସ ଗିରଫ କରି ସାନଖେମୁଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?