ଭାବୁକ କଲା ଚଳଚ୍ଚିତ୍ର ‘ଭାବାନ୍ତର’

ଭୁବନେଶ୍ୱର,୧୦।୧୦(ଶର୍ମିଷ୍ଠା ପାଣିଗ୍ରାହୀ):ନାରୀ ପୁରୁଷ ମଧ୍ୟରେ ଏକ ଭିନ୍ନ ସମ୍ପର୍କର ବାସ୍ନା। ଭଲପାଇବାର ଏକ ଭିନ୍ନ ମୋଡ଼। ଶ୍ରାବଣୀ ନାମ୍ନୀ ଏକ ଝିଅଟିଏ ମିଲନ ପ୍ରେମରେ ପଡ଼ନ୍ତି। ମାତ୍ର ତାଙ୍କର ବିବାହ ହୁଏ ଶ୍ରୀତମ ସହ। ବାହାଘର ପରେ ଶ୍ରାବଣୀ ଶ୍ରୀତମଙ୍କୁ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରନ୍ତି। ଏଥିସହ ମିଲନ୍‌ଙ୍କ ସହ ଥିବା ତାଙ୍କ ସମ୍ପର୍କ ସେ ଶ୍ରୀତମଙ୍କ ପାଖେ ବଖାଣନ୍ତି। ଶ୍ରୀତମ ସବୁ ଶୁଣି ଶ୍ରାବଣୀକୁ ଗ୍ରହଣ କରନ୍ତି ଆଉ ମିଛରେ ପରିବାର ଆଗରେ ସ୍ତ୍ରୀସ୍ବାମୀର ସମ୍ପର୍କ ଭଳି ରହିବାକୁ ଅନୁରୋଧ କରନ୍ତି। ଏଥିସହ ମିଲନ୍‌ଙ୍କୁ ଖୋଜି ଆଣିବେ ବୋଲି ପ୍ରତିଶ୍ରୁତି ଦିଅନ୍ତି। ଏହାଭିତରେ ଶ୍ରାବଣୀଙ୍କର ଏକ ପୁଅ ହୋଇଛି। ପୁଅର ଜନ୍ମଦିନ ଉତ୍ସବରେ ଶ୍ରାବଣୀ ମିଲନଙ୍କୁ ଦେଖନ୍ତି। ଏତେଦିନ ଧରି ଖୋଜୁଥିବା ତାଙ୍କ ପ୍ରେମକୁ ପାଖରେ ପାଇ ବି ଶ୍ରାବଣୀ ଆପଣେଇ ପାରିନାହାନ୍ତି। ଓଲଟି ମିଲନ୍‌ଙ୍କୁ ଛାଡ଼ି ଚାଲିଯିବାକୁ କୁହନ୍ତି। ସ୍ବାମୀ, ସ୍ତ୍ରୀର ପରିଚୟ ସହିତ ସେମାନଙ୍କର ନିସଙ୍ଗ ଜୀବନ ତାଙ୍କୁ ଆଣି ଏକ ପରିଣତ ଅପରାହ୍ନରେ ପହଞ୍ଚାଇଦେଇଛି। ସୋମବାର ପ୍ରକ୍ଷାଳୟରେ ପ୍ରଦର୍ଶିତ ଚଳଚ୍ଚିତ୍ର ‘ଭାବାନ୍ତର’ର ଏଭଳି ଏକ କାହାଣୀ ଦର୍ଶକଙ୍କୁ ଭାବୁକ କରିଦେଇଥିଲା। ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ଅଭିନେତ୍ରୀ ସୂର୍ଯ୍ୟମୟୀ, ଅଭିନେତା ଅଭିଷେକ ଗିରି, ସରୋଜ ନନ୍ଦ ପ୍ରମୁଖ ରହିଛନ୍ତି। ଦୀର୍ଘ ୩୫ବର୍ଷ ପରେ ବିଶିଷ୍ଟ ନିର୍ଦ୍ଦେଶକ ଅନନ୍ତ ମହାପାତ୍ର ଏହାର ନିର୍ଦ୍ଦେଶନା ଦେଇଛନ୍ତି। ସେ କହିଛନ୍ତି, ଚଳଚ୍ଚିତ୍ର ନିର୍ମାଣ ପାଇଁ ଏକ ଗଳ୍ପ ବାଛିବା ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ଅଜୟ ମହାପାତ୍ରଙ୍କ ପବିତ୍ର ପାପ ଗଳ୍ପର ନାମ ପରିବର୍ତ୍ତନ କରି ଭାବାନ୍ତର ରଖିଲି। ଚିତ୍ରନାଟ୍ୟ, ସଂଳାପ ଲେଖିବା ବେଳେ ମଧ୍ୟ କିଛି ପରିବର୍ତ୍ତନ କରିଛି। ନୂଆ ପିଲାଙ୍କୁ ନେଇ କାମ କରିବାକୁ ଭଲ ଲାଗିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri