Posted inଫୁରସତ

ଏମର୍ଜେନ୍ସି ଫଣ୍ଡ

ଟଙ୍କା! ସୁଖରେ ହେଉ ଅବା ଦୁଃଖରେ, ପ୍ରତ୍ୟେକ ମଣିଷର ଟଙ୍କା ଏମିତି ଏକ ସାଥୀ ଯାହା ବିନା ଗୋଟିଏ ଦିନ ପରିକଳ୍ପନା କରିବା କଷ୍ଟ। କେତେବେଳେ ଅଧିକ ଟଙ୍କା ଧନୀ ପାଇଁ ସୁଖ, ସମୃଦ୍ଧି, ଐଶ୍ୱର୍ଯ୍ୟର ପ୍ରତୀକ ତ କେବେ ଅଳ୍ପ ଟଙ୍କା ଦୁଃଖୀ ପାଇଁ ପେଟ ପୋଷିବାର ସାହାରା। ଆଉ ପୁଣି କେବେ ଏହା ଜରୁରିକାଳୀନ ପରିସ୍ଥିତିରେ ସାଜିଥାଏ ମଣିଷର ବଳ…

ଟଙ୍କା କାହାକୁ ବା ଲୋଡ଼ା ନାହିଁ! ହେଲେ ଟଙ୍କା ଥିଲେ ଏହାକୁ ମନଇଚ୍ଛା ଖର୍ଚ୍ଚ କରିବା ବଦଳରେ ସେଥିରୁ କିଛି ସଞ୍ଚୟ କରି ରଖିବା ଆବଶ୍ୟକ। କାରଣ ଏହା ଜରୁରିକାଳୀନ ପରିସ୍ଥିତିରେ ସବୁଠୁ ଦରକାରୀ। ଯଦି ଆପଣ ଏପର୍ଯ୍ୟନ୍ତ ଏଭଳି ଏମର୍ଜେନ୍ସି ଫଣ୍ଡ ଆରମ୍ଭ କରିନାହାନ୍ତି, ତେବେ ବିଳମ୍ବ ନ କରି ଆରମ୍ଭ କରନ୍ତୁ। କାରଣ ଏହି ସଞ୍ଚତ୍ତ ଅର୍ଥ ଅସୁବିଧା ସମୟରେ ଆପଣଙ୍କ ବେଶ୍‌ କାମରେ ଆସିବ।
କିପରି କରିବେ:
ସର୍ବପ୍ରଥମେ ଏକ ଏମର୍ଜେନ୍ସି ଫଣ୍ଡ କରିବା ଲାଗି ମାନସିକ ସ୍ତରରେ ପ୍ରସ୍ତୁତ ହୁଅନ୍ତୁ। ନିଜର ଆୟ ଏବଂ ସମସ୍ତ ବ୍ୟୟର ଏକ ଲିଷ୍ଟ ପ୍ରସ୍ତୁତ କରନ୍ତୁ। ସବୁ ଖର୍ଚ୍ଚ ବାଦ୍‌ ଯଦି ପୂର୍ବରୁ କୌଣସି ଆର୍‌ଡି କିମ୍ବା ଅନ୍ୟ ସେଭିଂସ୍‌ ରଖୁଛନ୍ତି, ତା’ ବ୍ୟତୀତ କେତେ ଟଙ୍କା ବଳକା ରହୁଛି ତାକୁ ଏମର୍ଜେନ୍ସି ଫଣ୍ଡରେ ରଖିପାରିବେ।
ଏମର୍ଜେନ୍ସି ଫଣ୍ଡ ଥରେ ଖୋଲିବା ପରେ ସେଥିରେ କେତେ ଟଙ୍କା ପ୍ରତି ମାସରେ ଅବା ସାପ୍ତାହିକ ରଖିବେ, ସେ ନେଇ ଭଲ ଭାବେ ପ୍ଲାନିଂ କରନ୍ତୁ।
ଏମର୍ଜେନ୍ସି ଫଣ୍ଡ ପାଇଁ ଠିକ୍‌ ସମୟରେ ଟଙ୍କା ଡିପୋଜିଟ୍‌ କରିବାକୁ ଭୁଲି ଯାଉଥିଲେ ବ୍ୟାଙ୍କ୍‌ରେ ଅଟୋମେଟିକ୍‌ ପେମେଣ୍ଟ ମେଥଡ୍‌ ବ୍ୟବହାର କରନ୍ତୁ। ଏହାଦ୍ୱାରା ଆପଣଙ୍କୁ ଭୁଲିଯିବାର ଟେନ୍‌ସନ୍‌ ରହିବ ନାହିଁ ଏବଂ ଯଥା ସମୟରେ ଟଙ୍କା ଡିପୋଜିଟ୍‌ ହୋଇ ଚାଲିବ।
ଏହି ଟଙ୍କାକୁ ଆପଣ ଚାହିଁଲେ କଣ୍ଟିଜେନ୍ସି ଫଣ୍ଡ ଆକାରରେ ମଧ୍ୟ ଜମା ରଖିପାରିବେ। ଏଥିରେ ସୁଧ ମଧ୍ୟ ଅଧିକ ମିଳିପାରିବ।
କେଉଁଠି ଖର୍ଚ୍ଚ
କରିବେ ନାହିଁ:
ଏମର୍ଜେନ୍ସି ଫଣ୍ଡ ନିହାତି ଆବଶ୍ୟକ ସମୟରେ ବ୍ୟବହାର କରାଯାଏ। ତେଣୁ ପାଖରେ ଟଙ୍କା ଅଛି ଭାବି ଏହାକୁ କେଉଁ କ୍ଷେତ୍ରରେ ଖର୍ଚ୍ଚ କରିବା ଠିକ୍‌ ନୁହେଁ ଜାଣିରଖନ୍ତୁ…
ପୂର୍ବରୁ ନିର୍ଦ୍ଧାରିତ କୌଣସି ଖର୍ଚ୍ଚ ପାଇଁ ଏହାକୁ ବ୍ୟବହାର କରନ୍ତୁ ନାହିଁ।
ରେଗୁଲାର ଖର୍ଚ୍ଚ ଯେପରିକି ଇଲେକ୍ଟ୍ରି ବିଲ୍‌, ଇଣ୍ଟରନେଟ୍‌, ପାଣି, ଘରଭଡ଼ା, ଖାଇବା ଆଦି ଖର୍ଚ୍ଚ ପାଇଁ ଏହାକୁ ବ୍ୟବହାର କରନ୍ତୁ ନାହିଁ।
ସେହିପରି କୌଣସି ସାମଗ୍ରୀ କିଣିବା ହେଉ କିମ୍ବା କେଉଁଆଡ଼େ ବୁଲିଯିବା ପାଇଁ ମଧ୍ୟ ଏମର୍ଜେନ୍ସି ଫଣ୍ଡକୁ ସାରିଦେବା ଠିକ୍‌ ନୁହେଁ।
ଅନେକେ ଅଧିକ ଟଙ୍କା ପାଇବା ଲୋଭରେ ଏମର୍ଜେନ୍ସି ଫଣ୍ଡକୁ ଶେୟାର ମାର୍କେଟ୍‌ରେ ନିବେଶ କରିଦିଅନ୍ତି ଏବଂ ଆବଶ୍ୟକ ବେଳେ ହଠାତ୍‌ ଏହାକୁ ଆଣି ଖର୍ଚ୍ଚ କରିବାରେ ଅସୁବିଧା ହୋଇପଡ଼େ।
ନିଜର ଘରଟିଏ ଏବଂ ଭଲ ଗାଡ଼ିଟିଏ ହେଉ, ଏକଥା କିଏ ବା ନ ଚାହେଁ! ହେଲେ କେହି କେହି ପାଖରେ ଟଙ୍କା ସରିଯିବା ମାତ୍ରେ ଏମର୍ଜେନ୍ସି ଫଣ୍ଡକୁ ଏହି କାର୍ଯ୍ୟରେ ଲଗାଇ ଦିଅନ୍ତି, କିନ୍ତୁ ଏପରି ଆଦୌ କରନ୍ତୁ ନାହିଁ।
ଏମର୍ଜେନ୍ସି ଫଣ୍ଡରେ
କେତେ ରଖିବେ:
ଏଥିପାଇଁ ଆପଣ ଯେତେ ସମ୍ଭବ ଅଧିକ ରଖିପାରିଲେ ଭଲ। ହେଲେ ଅତି କମ୍‌ରେ ନିଜର ମାସିକ ଆୟର ୬ଗୁଣା ଟଙ୍କା ଏମର୍ଜେନ୍ସି ଫଣ୍ଡରେ ରଖି ପାରିଲେ ଭଲ। ଏହାକୁ ଆପଣ ଘରେ ମଧ୍ୟ ରଖିପାରିବେ। ଯଦି ସୁଧ ପାଇବାକୁ ଚାହାନ୍ତି ତେବେ ବ୍ୟାଙ୍କ୍‌ରେ ରଖିପାରିବେ। ଏହି ଟଙ୍କା ହଠାତ୍‌ ଚିକିତ୍ସା, କୌଣସି କାରଣରୁ ଜବ୍‌ ଚାଲିଗଲେ ଘର ଚଳାଇବା ଆଦି କାର୍ଯ୍ୟରେ ବ୍ୟବହାର କରିପାରିବେ। ଏମିତିକି ଅନ୍ୟ କାହାକୁ ମଧ୍ୟ ବିପଦ ସମୟରେ ଆର୍ଥିକ ସାହାଯ୍ୟ କରିପାରିବେ।

 

ରଞ୍ଜନ କୁମାର ସାହୁ (କର୍ମଜୀବୀ, ଭୁବନେଶ୍ୱର)- ଆଜିକାଲି ଟଙ୍କା ବିନା କୌଣସି କାର୍ଯ୍ୟ କରିବା ସହଜ ନୁହେଁ। ତେଣୁ ଏହାକୁ ଦେଖି ଚାହିଁ ଖର୍ଚ୍ଚ କରିବା ଦରକାର ବୋଲି ମୁଁ ଭାବିଥାଏ। ପାଖରେ ଟଙ୍କା ଅଛି ବୋଲି ଶପିଂ କରିବା, ବୁଲିବା ଆଦିରେ ସବୁ ସାରି ନ ଦେଇ ଆବଶ୍ୟକ ଖର୍ଚ୍ଚ ବାଦ୍‌ କିଛି ସେଭିଂ ମଧ୍ୟ କରିଥାଏ। କୋଭିଡ ସମୟରେ ହଠାତ୍‌ ଚିକିତ୍ସା ଲାଗି ଆବଶ୍ୟକ ଟଙ୍କା ପାଇଁ ହେଉ ଅବା ଚାକିରି ଚାଲିଯାଇଥିବା ଲୋକଙ୍କୁ ଦରମା ପାଇଁ ହଇରାଣ ହେଉଥିବାର ଦେଖିଛି। ତେଣୁ ଏଭଳି ପରିସ୍ଥିତି ନ ଉପୁଜିବା ପାଇଁ ଏମର୍ଜେନ୍ସି ଫଣ୍ଡ ବାବଦରେ ପ୍ରତି ମାସରେ କିଛି ଟଙ୍କା ନିଶ୍ଚୟ ରଖୁଛି।
ସୁଚିତ୍ରା ଚାନ୍ଦ୍‌(ଓଟି ଟେକ୍ନିସିଆନ୍‌, ଭୁବନେଶ୍ୱର)- ଟଙ୍କା କାହାକୁ ବା ଲୋଡା ନୁହେଁ। ସେଥିପାଇଁ କିଏ ବିଜ୍‌ନେସ୍‌ ତ କିଏ ଚାକିରି କରୁଛି। ତେଣୁ ଏହାକୁ ସବୁବେଳେ ଦେଖିଚାହିଁ ଖର୍ଚ୍ଚ କରିବା ସହ ସଞ୍ଚୟ ମଧ୍ୟ କରିବା ଦରକାର। କାରଣ ଏହା କୌଣସି ଜରୁରିକାଳୀନ ପରିସ୍ଥିତିରେ ସବୁଠୁ ବେଶି କାମରେ ଆସିଥାଏ। ଦୁଇ ବର୍ଷ ତଳେ ମୋର ଜଣେ ସାଙ୍ଗର ହଠାତ୍‌ ଜବ୍‌
ଚାଲିଗଲା। ପରିବାରର ଆର୍ଥକ ପରିସ୍ଥିତି ଦୁର୍ବଳ ଥିବାରୁ ଚଳିବା ପାଇଁ ତା’ ଦରମା ଟଙ୍କା ଉପରେ ସମସ୍ତେ ନିର୍ଭର କରୁଥିଲେ। ସେ ସବୁ ଖର୍ଚ୍ଚ ବାଦ୍‌ କିଛି ଟଙ୍କା ଏମର୍ଜେନ୍ସି ଫଣ୍ଡରେ ଜମା ରଖୁଥିବାରୁ ନୂଆ ଜବ୍‌ ପାଇବା
ପର୍ଯ୍ୟନ୍ତ ସେହି ଟଙ୍କାରେ ପରିବାର ଚଳିଗଲା। ତା’ର ସେହି ଘଟଣା ପରଠାରୁ ସଞ୍ଚୟ ଯେ କେତେ ଜରୁରୀ ବେଶ୍‌ ଭଲ ଭାବେ ବୁଝିଯାଇଛି ଏବଂ ନିଜେ ବି ଟଙ୍କା ରଖୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?